ETV Bharat / entertainment

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି; 'AA22XA6' ଟାଇଟଲ୍ 'ରାକା' ଘୋଷଣା, ନୂଆ ଅବତାରରେ ଅଲ୍ଲୁ ଅର୍ଜୁନ

ଅଲ୍ଲୁ ଅର୍ଜୁନ ତାଙ୍କ 44ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଆଗାମୀ ଫିଲ୍ମ 'AA22XA6' ଟାଇଟଲ୍ 'ରାକା' ଘୋଷଣା ହୋଇଛି । ଯାହା ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଗିପ୍ଟ।

allu arjun 's aa22xa6 title reveal
allu arjun 's aa22xa6 title reveal (poster)
author img

By ETV Bharat Entertainment Team

Published : April 8, 2026 at 11:12 AM IST

2 Min Read
Choose ETV Bharat

ହାଇଦ୍ରାବାଦ: ଆଜି ଏପ୍ରିଲ 7ରେ 44 ବର୍ଷ ବୟସରେ ପାଦ ଥାପିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଏହି ଅବସରରେ ଫ୍ୟାନ୍ସଙ୍କୁ ବଡ଼ ଉପହାର ମିଳିଛି । ଫ୍ୟାନ୍ସ ତାଙ୍କ ଆଗାମୀ ଫିଲ୍ମ 'AA22XA6' କୁ ନେଇ ଉତ୍ସାହର ସହ ଅପେକ୍ଷା କରିଥିଲେ । ଯାହା ଶେଷ ହୋଇଛି । ନିର୍ମାତା ଅଲ୍ଲୁଙ୍କ ଜନ୍ମଦିନରେ ଫିଲ୍ମର ଟାଇଟଲ୍ ଉପରୁ ପରଦା ଉଠାଇଛନ୍ତି । ଏଥିସହ ଅଲ୍ଲୁ ଅର୍ଜୁନଙ୍କ ଲୁକ୍ ବି ପ୍ରକାଶ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ଆଗାମୀ ଫିଲ୍ମ 'AA22XA6' ଟାଇଟଲ୍ 'ରାକା' ଘୋଷଣା ହୋଇଛି । ଅଲ୍ଲୁ ଅର୍ଜୁନଙ୍କ ଲୁକ୍ ସମସ୍ତଙ୍କୁ ଚକିତ କରିଛି ।

'AA22XA6' ଟାଇଟଲ୍ ଘୋଷଣା

ସନ୍ ପିକଚର୍ସ ସୋସିଆଲ ମିଡିଆରେ ଅଲ୍ଲୁ ଅର୍ଜୁନଙ୍କ ନୂଆ ଲୁକ୍ ପୋଷ୍ଟର ସେୟାର କରି 'AA22XA6' ଫିଲ୍ମର ଟାଇଟଲ୍ 'ରାକା' ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ''AA22xA6 is now Raaka । ସୀମା ବାହାରେ ଏକ ଦର୍ଶନ ପାଇଁ ନିଜକୁ ପ୍ରସ୍ତୁତ କର ।'' ସେୟାର ହୋଇତିବା ପୋଷ୍ଟରରେ ଅଲ୍ଲୁ ଅର୍ଜୁନଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ତାଙ୍କର ପ୍ରଥମ ଲୁକରେ ଅଲ୍ଲୁ ଅର୍ଜୁନ ବାଲ୍ଡ ଲୁକରେ ନଜର ଆସିଛନ୍ତି, ଏବଂ ତାଙ୍କ ହାତ ଏକ ରାକ୍ଷସ ପରି ଦେଖାଯାଉଛି, ଯେଉଁଥିରେ ଲମ୍ବା, ଲମ୍ବା ନଖ ରହିଛି । ଏହି ଫିଲ୍ମଟି 7ଟି ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି: ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ, କନ୍ନଡ, ଉର୍ଦ୍ଦୁ ଏବଂ ବଙ୍ଗାଳୀ । ବର୍ତ୍ତମାନ, ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଅଲ୍ଲୁ ଅର୍ଜୁନଙ୍କ ଏହି ଲୁକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କହିରଖୁଛୁ କି, ଏହା ଅଲ୍ଲୁ ଅର୍ଜୁନଙ୍କ 22ତମ ଏବଂ ଅଟଲିଙ୍କ ଷଷ୍ଠ ଫିଲ୍ମ, ତେଣୁ ନିର୍ମାତାମାନେ 'AA22-A6' ହ୍ୟାସଟ୍ୟାଗ୍ ରହିଛି । AA22xA6 - ସନ୍ ପିକଚର୍ସର ଏକ ଚମତ୍କାର ମାଷ୍ଟରପିସ୍ । ଏହି ଫିଲ୍ମକୁ ସାଉଥ ନିର୍ଦ୍ଦେଶକ ଅଟଲି ନିର୍ଦ୍ଦେଶନା ଦେଉଛନ୍ତି । ଏତିସହ ଏହି ଫିଲ୍ମ ସହ ଅଟଲି ଅଲ୍ଲୁ ଅର୍ଜୁନଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନ ଡବଲ୍ ରୋଲରେ ନଜର ଆସିବେ ଏବଂ ଏଥିରେ 3-5 ଜଣ ମୁଖ୍ୟ ଅଭିନେତ୍ରୀ ରହିବେ ବୋଲି କୁହାଯାଉଛି । ଦୀପିକା ପାଦୁକୋନ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରୁ ତାଙ୍କ ପୋଷ୍ଟର ରିଲିଜ କରି ନିର୍ମାତା ନିଶ୍ଚିନ୍ତ କରିଛନ୍ତି ।

ଉଲ୍ଲେଖନୀୟ ଯେ ଅଟଲି ଶାହାରୁଖ ଖାନଙ୍କ ସହ 'ଜବାନ' ସମାପ୍ତ କରିବା ପରଠାରୁ ଏହି ଫିଲ୍ମରେ କାମ କରୁଛନ୍ତି । ଦୀପିକା ପୂର୍ବରୁ ଅଟଲିଙ୍କ ସହ 'ଜବାନ' ଫିଲ୍ମରେ ସହଯୋଗ କରିସାରିଛନ୍ତି । ଏହା ଦୀପିକାଙ୍କ ଅଲ୍ଲୁ ଅର୍ଜୁନଙ୍କ ସହ ପ୍ରଥମ ଫିଲ୍ମ । ଦୀପିକାଙ୍କ ବ୍ୟତୀତ ମୃଣାଲ ଠାକୁର ଏବଂ ଜାହ୍ନବୀ କପୁର ଏଥିରେ ନଜର ଆସିବେ ବୋଲି କୁହାଯାଉଛି । ଆଗାମୀ ଦିନରେ, ମୃଣାଲ ଠାକୁର ଏବଂ ଜାହ୍ନବୀ କପୁରଙ୍କ ଭଳି ଅଭିନେତ୍ରୀଙ୍କ ଲୁକ୍ ସହ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବାର ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:

ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିବ ସରପ୍ରାଇଜ୍, AA22XA6 ଟାଇଟଲ୍ ଉପରୁ ଉଠିବ ପରଦା

ଅଲ୍ଲୁ ଅର୍ଜୁନଙ୍କ ନାୟିକା ସାଜିବେ ଦୀପିକା ପାଦୁକୋନ, ଅଟଲିଙ୍କ ଏହି ଫିଲ୍ମରେ ଆସିବେ ନଜର

ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି; ଅଲ୍ଲୁ ଅର୍ଜୁନଙ୍କ ନୂଆ ଫିଲ୍ମ ଘୋଷଣା, ନିର୍ଦ୍ଦେଶନା ଦେବେ ଅଟଲି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ