ETV Bharat / entertainment

61ବର୍ଷରେ ପୁଣି ବର ସାଜିବେ ଆମୀର ଖାନ; ଗୌରୀଙ୍କ ଧରିବେ ହାତ, ଏମିତି କରିବେ ବିବାହ

ଜୁଲାଇ 5ରେ ଗୌରୀ ସ୍ପ୍ରାଟଙ୍କୁ ବିବାହ କରିବେ ଆମୀର ଖାନ । ବିବାହ କନଫର୍ମ ସହ କାର୍ଯ୍ୟକ୍ରମ କେଉଁଠି, କିପରି ହେବ ଏବଂ କେଉଁମାନେ ସାମିଲ ହେବେ ? ସେନେଇ କରିଛନ୍ତି ଖୁଲାସା ।

aamir khan confirms july 5 wedding with gauri spratt
aamir khan confirms july 5 wedding with gauri spratt (photo:IANS)
author img

By ETV Bharat Entertainment Team

Published : July 3, 2026 at 11:02 AM IST

2 Min Read
Choose ETV Bharat

ହାଇଦ୍ରାବାଦ: ତୃତୀୟ ଥର ପାଇଁ ବିବାହ ବନ୍ଧିନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ । 61 ବର୍ଷ ବୟସରେ, ଆମୀର ଖାନ ଜୁଲାଇ 5 ରେ ତାଙ୍କ ଗାର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟଙ୍କୁ ଜୀବନସାତୀ କରିବାକୁ ଯାଉଛନ୍ତି । ଗୁରୁବାର ଦିନ ମୁମ୍ବାଇରେ ପ୍ରୀତମ ଏବଂ ପେଡ୍ରୋ ସ୍କ୍ରିନିଂରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଆମୀର ଖାନ ବିବାହ ନେଇ ନିଶ୍ଚିତ କରିଛନ୍ତି । ଏଥିସହ ବିବାହ କନଫର୍ମ ସହ କାର୍ଯ୍ୟକ୍ରମ କେଉଁଠି, କିପରି ହେବ ଏବଂ କେଉଁମାନେ ସାମିଲ ହେବେ ? ସେନେଇ କରିଛନ୍ତି ଖୁଲାସା । ଏହି ବିବାହ ତାଙ୍କ ବାସଭବନରେ ଘନିଷ୍ଠ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ ।

ଆମୀର କହିଛନ୍ତି, "ହଁ, ମୁଁ ଜୁଲାଇ 5 ରେ ବିବାହ କରୁଛି ଏବଂ ଏହା ଏକ ବହୁତ ଛୋଟ ବିବାହ ଅଟେ । ଏହା ଉଭୟ ପରିବାରଙ୍କ ସହ ଘରେ କରାଯାଉଛି । ଏହା ଆମ ପାଇଁ ଏକ ବିଶେଷ ଦିନ। ସମସ୍ତଙ୍କ ପ୍ରାର୍ଥନା ଏବଂ ଆଶୀର୍ବାଦ ଚାହୁଁଛି । ପ୍ରାର୍ଥନା କରନ୍ତୁ ଯେ ଆମେ ଖୁସି ରୁହ ଏବଂ ଭଲ ଯାତ୍ରା କରୁ ।" ଆମୀର ଖାନ ଏହା ମଧ୍ୟ କହିଛନ୍ତି ଯେ କେବଳ ଉଭୟ ପରିବାର, ଘନିଷ୍ଠ ଏବଂ ପିଲାଦିନର ବନ୍ଧୁମାନେ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି । ବିବାହ ଏକ ଅତି ସାଧାରଣ ଶୈଳୀରେ ହେବାକୁ ଯାଉଛି ।

ଆମୀର ପୂର୍ବରୁ ରୀନା ଦତ୍ତା ଏବଂ ପରେ କିରଣ ରାଓଙ୍କୁ ବିବାହ କରିଥିଲେ

ଆମୀର ଖାନ ପ୍ରଥମ ବିବାହ 1986 ମସିହାରେ ରୀନା ଦତ୍ତାଙ୍କୁ କରିଥିଲେ, ସେମାନଙ୍କର ଦୁଇଟି ସନ୍ତାନ ଇରା ଏବଂ ଜୁନୈଦ ଖାନ ଅଛନ୍ତି । ଯାହା ପରେ ସେମାନଙ୍କର 2002 ମସିହାରେ ଛାଡପତ୍ର ହୋଇଥିଲା । ୨୦୦୫ ମସିହାରେ, ଆମିର ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁଅ ଆଜାଦ ଅଛି । ଆମୀର ଏବଂ କିରଣଙ୍କ ୨୦୨୧ ମସିହାରେ ଛାଡପତ୍ର ହୋଇଥିଲା । ପୂର୍ବ ବିବାହ ନେଇ ଆମୀର କହିଥିଲେ ଯେ ରୀନା ଏବଂ କିରଣ ଉଭୟ ମୋ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଆଜି ମଧ୍ୟ ଆମେ ଏକ ଭଲ ସମ୍ପର୍କ ସେୟାର କରୁ । ଏବେ ଆମୀର ତାଙ୍କ 60ତମ ଜନ୍ମଦିନରେ ତାଙ୍କର ତୃତୀୟ ସମ୍ପର୍କର ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏବେ ଆମୀର ଗୌରୀଙ୍କ ସହ 3ୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ।

aamir khan, gauri spratt
aamir khan, gauri spratt (photo:IANS)

ଆମୀର-ଗୌରୀଙ୍କ ପ୍ରେମ କାହାଣୀ

ଗୌରୀଙ୍କ ସହ ଡେଟିଂ ନେଇ ଆମୀର ଗଣମାଧ୍ୟମକୁ କହିଥିଲେ ଯେ ସେ ଏବଂ ସ୍ପ୍ରାଟଙ୍କ ସହ ଗତ ଗୋଟିଏ ବର୍ଷ ଧରି ଏକାଠି ଅଛନ୍ତି ଏବଂ ଏକାଠି ରହୁଛନ୍ତି । ସ୍ପ୍ରାଟଙ୍କ ସହି ତାଙ୍କର ଏକ 6 ବର୍ଷର ପୁଅ ମଧ୍ୟ ଅଛି । ଆମୀର ଗୌରୀଙ୍କୁ ତାଙ୍କ ପରିବାର ସହ ପରିଚିତ କରାଇଛନ୍ତି ଏବଂ ସମସ୍ତେ ସେମାନଙ୍କ ସମ୍ପର୍କରେ ଖୁସି । କେବଳ ଏତିକି ନୁହେଁ, ଆମୀର ସ୍ପ୍ରାଟଙ୍କୁ ତାଙ୍କ ବନ୍ଧୁ ଶାହାରୁଖ ଏବଂ ସଲମାନ ଖାନଙ୍କ ସହ ମଧ୍ୟ ପରିଚିତ କରାଇଥିଲେ । ମାର୍ଚ୍ଚ ୧୨ରେ, ଦୁହେଁ ଆମୀରଙ୍କ ଘରେ ରାତ୍ରୀଭୋଜନ ପାଇଁ ଭେଟିଥିଲେ ଯେଉଁଠାରେ ସେ ସମସ୍ତଙ୍କୁ ସ୍ପ୍ରାଟଙ୍କ ସହ ପରିଚିତ କରାଇଥିଲେ । ମିଷ୍ଟର ପରଫେକ୍ସନିଷ୍ଟ କହିଥିଲେ, 'ଗୌରୀ ଏବଂ ମୁଁ 25 ବର୍ଷ ଧରି ବନ୍ଧୁ ଏବଂ ଏବେ ସାଥୀ ।' ଆମେ ଗତ ୧ ବର୍ଷ ଧରି ଏକାଠି ରହୁଛୁ ଏବଂ ଆମ ପରିବାର ଏହି ସମ୍ପର୍କରେ ଖୁସି ଅଛନ୍ତି । କେବଳ ଏତିକି ନୁହେଁ, ଆମୀର ସ୍ପ୍ରାଟଙ୍କ ପାଇଁ ଏକ ଗୀତ ମଧ୍ୟ ଗାଇଥିଲେ ।

gauri spratt
gauri spratt (photo:IANS)


ଗୌରୀ ସ୍ପ୍ରାଟ୍ କିଏ ?

ଗୌରୀ ସ୍ପ୍ରାଟ୍ ଏବଂ ଆମୀର ଖାନ ଗତ 25 ବର୍ଷ ଧରି ବନ୍ଧୁ ଅଛନ୍ତି ଏବଂ ଗୌରୀ ଆମିରଙ୍କ ପ୍ରଡକ୍ସନ୍ ବ୍ୟାନରରେ କାମ କରନ୍ତି । ଗୌରୀ ବେଙ୍ଗାଲୁରୁରେ ରୁହନ୍ତି ଏବଂ ତାଙ୍କର ଏକ 6 ବର୍ଷର ପୁଅ ମଧ୍ୟ ଅଛି । ଗୌରୀଙ୍କ ବାପା ଆଇରିଶ୍ ହୋଇଥିବା ବେଳେ ତାଙ୍କ ମାଆ ତାମିଲିଆନ୍ ଏବଂ ତାଙ୍କ ଜେଜେବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।

ଏହା ମଧ୍ୟ ପଢନ୍ତୁ:

'ସୀତାରେ ଜମିନ ପର' ସ୍କ୍ରିନିଂ: ପ୍ରେମିକା ଗୌରୀଙ୍କ ସହ ନଜର ଆସିଲେ ଆମୀର, SRK-ସଲମାନ ସମେତ ଏହି ଷ୍ଟାର ବି ସାମିଲ୍

କିଏ ଗୌରୀ ସ୍ପ୍ରାଟ ? ଡେଟ୍ କରୁଛନ୍ତି ଆମୀର ଖାନ, ଜନ୍ମଦିନରେ କଲେ ଖୁଲାସା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆସୁଛି ଡକ୍ୟୁମେଣ୍ଟାରୀ; ଆମୀର ଖାନ ବନିବେ ପ୍ରଡ୍ୟୁସର୍, ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ