ETV Bharat / entertainment

ପରଦାରେ ଚାରିକାନ୍ଧ ସହ ଚକ୍ରାନ୍ତର ଟକ୍କର, ଦର୍ଶକ କହିଲେ ମନକୁ ଛୁଇଁଲା

ସସପେନ୍ସ ଓ ଡ୍ରାମାରେ ଭରପୂର ଓଡ଼ିଆ ଚଳଚ୍ଚିତ୍ର 'ଚକ୍ରାନ୍ତ' ଓ ୩୭ ମିନିଟର କାହାଣୀ ସହିତ ଏହା ଭାରତର ପ୍ରଥମ ମିଡ଼ ଲେନ୍ଥ (Mid length) ଫିଲ୍ମ 'ଚାରିକାନ୍ଧ' ରିଲିଜ ହୋଇଛି ।

2 Odia Cinemas released chakrant and Charikandha in Odisha receives positive audience reactions
ଗୋଟିଏ ଦିନରେ ରିଲିଜ ହେଲା 'ଚକ୍ରାନ୍ତ' ଓ 'ଚାରିକାନ୍ଧ', ସିନେମା ଦେଖି ଦର୍ଶକ ଭାବବିହ୍ବଳ (ETV Bharat Odisha)
author img

By ETV Bharat Odisha Team

Published : March 1, 2026 at 2:54 PM IST

3 Min Read
Choose ETV Bharat

ଭୁବନେଶ୍ବର: ଓଡିଶାରେ ଗୋଟିଏ ଦିନରେ ଦୁଇଟି ସିନେମା ପରଦାକୁ ଓହ୍ଲାଇଛି । ପ୍ରଥମଟି ହେଲା ସସପେନ୍ସ ଓ ଡ୍ରାମାରେ ଭରପୂର ଓଡ଼ିଆ ଚଳଚ୍ଚିତ୍ର 'ଚକ୍ରାନ୍ତ' । ଦ୍ବିତୀୟଟି ୩୭ ମିନିଟର କାହାଣୀ ସହିତ ଏହା ଭାରତର ପ୍ରଥମ ମିଡ଼ ଲେନ୍ଥ (Mid length) ଫିଲ୍ମ ଅଟେ 'ଚାରିକାନ୍ଧ' । ଗତକାଲି (ଶନିବାର) ଓଡ଼ିଆ ଚଳଚ୍ଚିତ୍ର 'ଚକ୍ରାନ୍ତ' ସାରା ରାଜ୍ୟରେ ୨୫ଟି ସିନେମା ହଲ୍‌ରେ ସିନେମାଟି ରିଲିଜ ହୋଇଛି । ସେହିପରି ଓଡ଼ିଶାର ୩ଟି ହଲରେ 'ଚାରିକାନ୍ଧ' ସିନେମା ଶୁଭ ମୁକ୍ତିଲାଭ କରିଛି । ଉଭୟ ସିନେମା ଭିନ୍ନ ସ୍ବାଦର ହୋଇଥିବା ବେଳେ, ମନକୁ ଛୁଇଁଥିବାର କହିଛନ୍ତି ଦର୍ଶକ ।

ପରଦାରେ ଚାରିକାନ୍ଧ ସହ ଚକ୍ରାନ୍ତର ଟକ୍କର, ଦର୍ଶକ କହିଲେ ମନକୁ ଛୁଇଁଲା (ETV Bharat Odisha)

'ଚକ୍ରାନ୍ତ'
ଏହି ଚଳଚ୍ଚିତ୍ରରେ ଭୂମିକା ଦାଶଙ୍କ ସହ ନାୟକ ଶୁଭାଶିଷ ଶର୍ମାଙ୍କ ଯୋଡ଼ି ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ ମିଳିଛି । ଉଭୟଙ୍କ ଅଭିନୟ ଓ ଯୋଡି଼ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ଆଗକୁ ହୋଲି ଛୁଟି ଦିନଗୁଡ଼ିକ ଥିବାରୁ ଫିଲ୍ମଟି ବକ୍ସ ଅଫିସ୍‌ରେ ବଡ଼ ଧରଣର ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ଓଡ଼ିଶାର ବିଭିନ୍ନ ସହରରେ ପ୍ରତିଦିନ ଏକାଧିକ ଶୋ' ମାଧ୍ୟମରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେଉଛି । ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ ଏବଂ ପ୍ରଯୋଜକ ଅଛନ୍ତି ସୌରଭ ପାଢ଼ୀ ।

Charikandha Cinema
'ଚାରିକାନ୍ଧ' (ETV Bharat Odisha)

'ସାମାଜିକ ବାର୍ତ୍ତା ପହଞ୍ଚାଇବା ଥିଲା ଲକ୍ଷ୍ୟ'

ନିର୍ଦ୍ଦେଶକ ପିନୁ ନାୟକ କହିଛନ୍ତି,"ଆମ ସିନେମାରରେ ଏକ ସାମାଜିକ ବାର୍ତ୍ତା ଦର୍ଶକଙ୍କ ନିକଟରେ ପହଞ୍ଚାଇବା ହିଁ ମୂଳ ଲକ୍ଷ୍ୟ ରହିଥିଲା । ସିନେମାଟି ରିଲିଜ ହେବା ପରେ ଦର୍ଶକଙ୍କ ପ୍ରତିକ୍ରିୟା ପାଇ ଖୁସି ଲାଗୁଛି ।" ନାୟକ ଶୁଭାଶିଷ ଶର୍ମା କହିଛନ୍ତି,"ଏହି ସିନେମାଟି ଦର୍ଶକଙ୍କ ପାଇଁ । ବରବଧୂ ପରେ ଏହା ମୋର ଦ୍ବିତୀୟ ସିନେମା ଏବେ ରିଲିଜ ହୋଇଛି ।" ନିଶ୍ଚୟ ଏହି ସିନେମାର ମଜା ନିଅନ୍ତୁ ଓ ଭରପୂର ଭଲପାଇବା ଦିଅନ୍ତୁ ବୋଲି ଅଭିନେତା ଜଣକ କହିଛନ୍ତି ।

chakrant Cinema
'ଚକ୍ରାନ୍ତ' (ETV Bharat Odisha)

ସିନେମାରେ ନାୟକ ଶୁଭାଶିଷ ଶର୍ମାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ଅନ୍ୟ କଳାକାରଙ୍କ ମଧ୍ୟରେ ଅଭିନେତା ଚୌଧୁରୀ ଜୟପ୍ରକାଶ, ହରି ମହାପାତ୍ର, ସୌମ୍ୟା ସୁମନ, ଶୁଭମ୍, ଈଶ୍ୱର ପାଢ଼ୀ ପ୍ରମୁଖ କଳାକାର ରହିଛନ୍ତି । ଏହାକୁ ପିନୁ ନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ସୌରଭ ପାଢ଼ୀ ପ୍ରଯୋଜନା କରିଛନ୍ତି । ଦିଶା ପାଢୀ ଏହାର କହାଣୀ ଲେଖିଛନ୍ତି । ଚଳଚ୍ଚିତ୍ରର ସମସ୍ତ ଗୀତ ଗୁଡ଼ିକ ଖୁବ୍ ମନଛୁଆଁ ହୋଇଛି ବୋଲି ଦର୍ଶକ କହିଛନ୍ତି ।

chakrant Cinema
'ଚକ୍ରାନ୍ତ' (ETV Bharat Odisha)


'ଚାରିକାନ୍ଧ':

୭ ମିନିଟର କାହାଣୀ ସହିତ ଏହା ଭାରତର ପ୍ରଥମ ମିଡ଼ ଲେନ୍ଥ (Mid length) ଫିଲ୍ମ 'ଚାରିକାନ୍ଧ' । ମୃତ୍ୟୁ ପରେ ବାପା-ମାଙ୍କୁ କିପରି ଝିଅଟିଏ ଚାରିକାନ୍ଧ ଦେଇପାରୁ ନଥିବା ବେଳେ ଶେଷ ଯାତ୍ରାରେ ପୁଅର ଅନୁପସ୍ଥିତି ସିନେମାକୁ ନାଟକୀୟ ମୋଡ଼ ଦେଇଛି । ଏହି ସିନେମାଟି ସମାଜର ବିଧିବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଥିବାର ଦେଖିବାକୁ ମିଳିଛି । ନିଚ୍ଛକ କାହାଣୀକୁ ନେଇ ପ୍ରସ୍ତୁତ ଏହି ସିନେମାକୁ ଓଡିଆ ଦର୍ଶକଙ୍କ ପାଇଁ ବଡ଼ ପରଦାକୁ ଆଣିଛନ୍ତି । ଏଠାରେ କହିରଖିବୁ ୩୭ ମିନିଟର ଏହି ସିନେମାଟି ୪୬ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ଯୋଗଦେଇ ୨୨ ରୁ ଅଧିକ ପୁରସ୍କାର ଲାଭ କରିସାରିଛି । ସିନେମାଟି ନିଶ୍ଚିତ ଦର୍ଶକଙ୍କୁ ଛୁଇଁବ ବୋଲି ଆଶା କରିଛନ୍ତି ନିର୍ଦ୍ଦେଶକ ।

Charikandha Cinema
'ଚାରିକାନ୍ଧ' (ETV Bharat Odisha)


ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ସିନେମା:
ଏହି ସିନେମାଟି ଜାପାନର ହୋକ୍କାଇଡୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ପ୍ରଦର୍ଶିତ ହୋଇଥିଲା । ମଧ୍ୟମ ଅବଧି ସିନେମା ବିଭାଗରେ ଭାରତରୁ ଏକମାତ୍ର ସିନେମା ‘ଚାରିକାନ୍ଧ’ ମନୋନୀତ ହୋଇଥିଲା । ମଧ୍ୟମ ଅବଧି ବିଭାଗରେ ମନୋନୀତ 8ଟି ସିନେମା ମଧ୍ୟରେ ଓଡିଆ ‘ଚାରିକାନ୍ଧ’ ପ୍ରତିନିଧିତ୍ୱ କରି ପୁରସ୍କୃତ ହୋଇଛି । ଏହା ଆମ ଓଡିଆଙ୍କ ପାଇଁ ଏକ ଗର୍ବର ମୂହୁର୍ତ୍ତ ।


ମନକୁ ଛୁଇଁଛି ସିନେମା:
ଜଣେ ଦର୍ଶକ କହିଛନ୍ତି,"ବୟସ୍କ ବାପା-ମାଙ୍କ ମନରେ ଥିବା କିଛି ଅକୁହା ଦୁଃଖକୁ ନେଇ କାହାଣୀଟି ଗତିଶୀଳ ହୋଇଛି । ସିନେମାଟି ସାମାଜିକ ପରମ୍ପରାର ଏକ ନିଚ୍ଛକ ଉଦାହରଣ ସାଜିବ । ସିନେମାର ୯୦ ଭାଗ ମନୋରଞ୍ଜନ ଓ ବାକି ଅଂଶ ସମାଜିକ ବାର୍ତ୍ତା ସହ ନିର୍ମିତ ହୋଇଛି । ସିନେମାଟି ଦର୍ଶକଙ୍କୁ ଏକ ନିଆରା ଅନୁଭବ ଦେଇଛି ବୋଲି କହିଛନ୍ତି ।

2 Odia Cinemas released chakrant and Charikandha in Odisha receives positive audience reactions
ଗୋଟିଏ ଦିନରେ ରିଲିଜ ହେଲା 'ଚକ୍ରାନ୍ତ' ଓ 'ଚାରିକାନ୍ଧ', ସିନେମା ଦେଖି ଦର୍ଶକ ଭାବବିହ୍ବଳ (ETV Bharat Odisha)
'ସାରା ଓଡିଶାରେ ରିଲିଜ କରିବୁ'ପ୍ରଯୋଜକ ଅତିଶ କୁମାର ରାଉତ କହିଛନ୍ତି,"ଏହା ନିଚ୍ଛକ ସତ୍ୟ ଅଟେ । ମଣିଷ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚିଲେ ଏପରି ଏକ ସମୟ ଆସେ ଯେବେ ତାଙ୍କ ସନ୍ତାନ ବଦେଶରେ ଚାକିରି କରୁଥିବେ ଏବଂ ଘରେ ବୃଦ୍ଧ ବାପା ମା’ ଏକାକୀ ହୋଇଯାନ୍ତି । ଏପରି ସମୟରେ କାହାର ମୃତ୍ୟୁ ଘଟିଲେ ଯଦି ସମୟରେ ପୁଅଟିଏ ନ ପହଞ୍ଚିପାରେ ତେବେ ଝିଅଟି କାନ୍ଧ ଦେବା ଘଟଣାକୁ ସମାଜ କିପରି ଦେଖେ । ଏହାକୁ ନେଇ କାହାଣୀ ରହିଛି । ବର୍ତ୍ତମାନ ଭୁବନେଶ୍ବରରେ 2ଟି ସ୍ଥାନରେ ଓ କଟକରେ ସିନେମାଟି ରିଲିଜ ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ଜିଲ୍ଲାରେ ମଧ୍ୟ ରିଲିଜ କରିବୁ । "

ରିତୁପ୍ରିୟା ପ୍ରଡ଼କ୍ସନ ବ୍ୟାନରରେ ଏହି ଫିଲ୍ମ ନିର୍ମିତ ହୋଇଛି । ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱନାଥ ରଥ, ସହ-ପ୍ରଯୋଜକ ହେଲେ ସୁପ୍ରିୟା ରାଉତ ଓ ଅଖିଲ ରାଜୁରକର । ଭୁବନେଶ୍ବରରେ ଅନୁଷ୍ଠିତ ପ୍ରିମିୟର ଶୋ'ରେ ଚାରିକାନ୍ଧର ପ୍ରଯୋଜକ ଅତିଶ କୁମାର ରାଉତ, ନିର୍ଦେଶକ ବିଶ୍ୱନାଥ ରଥ, ଅଭିନେତା ଶକ୍ତି ବରାଳ, ଶତାବ୍ଦୀ ସୁର୍ଯ୍ୟସ୍ନାତା ,ସୁଶିଲ ମିଶ୍ର, ଗୌରବ ମହାନ୍ତି, ଶିବାନୀ ଖରା, ପ୍ରଭଞ୍ଜନ ମିଶ୍ର, ଋଦ୍ଧି ପରିଡ଼ା, ସୁରୁଚିକା ମହାପାତ୍ର, ନମିତା ସାହୁ, ନିତ୍ୟାନନ୍ଦ ରାଉତ, ରାଜ ଏସ. ପାଢ଼ି, ସୌମ୍ୟ ରଞ୍ଜନ ନାୟକ, ସଂସ୍କୃତି ସ୍ୱାଇଁ, ଏସ. ରାଜେନ୍ଦ୍ର, ସୌମ୍ୟ ଆର୍.ଷଡ଼ଙ୍ଗୀ, ସମ୍ପାଦକ ବୀର କୁମାର ନନ୍ଦ, ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀ ଅମିତ ଯୁବରାଜ, ସିଙ୍କ ସାଉଣ୍ଡ ଇଞ୍ଜିନିଅର ଦିଲେଶ୍ଵର ପଣ୍ଡା, ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀଙ୍କ ସମେତ ଅନେକ ସିନେପ୍ରେମୀ, ସିନେ ସମୀକ୍ଷକ ଯୋଗଦେଇ ସିନେମା ଦେଖିଥିଲେ ।

ଏହା ମଧ୍ୟ ପଢନ୍ତୁ:

'ଚକ୍ରାନ୍ତ' ସ୍ପେଶାଲ ସ୍କ୍ରିନିଂ, ଫିଲ୍ମ ଦେଖି ଏହା କହିଲେ ଦର୍ଶକ

Explainer: କାହିଁକି ବେଙ୍ଗଲୀ କଳାକାର ଓଲିଉଡ ପ୍ରତି ଆକର୍ଷିତ ?

ଅଭିନେତ୍ରୀ ନିକିତା ହତ୍ୟା ମାମଲା; ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ, ନ୍ୟାୟ ମିଳିଲା କହିଲେ ମା'-ବାପା

ଇଟିଭି ଭାରତ, ଭୁବନେଶ୍ବର