ETV Bharat / education-and-career

NEET-PG 2026: ସାରା ଦେଶରେ ପରୀକ୍ଷା ଦେଲେ 2.63 ଲକ୍ଷରୁ ଅଧିକ ପ୍ରାର୍ଥୀ, ଦୁଇଟି କେନ୍ଦ୍ର ପାଇଁ ହେବ ପୁନଃପରୀକ୍ଷା

ଜୟପୁର ସୀତାପୁରାର 2ଟି କେନ୍ଦ୍ରରେ 2,445 ପ୍ରାର୍ଥୀ ପରୀକ୍ଷା ଶେଷ କରି ପାରି ନ ଥିଲେ । ଏହି ସମସ୍ୟା ପରୀକ୍ଷା ପରିଚାଳନା ସଂସ୍ଥା TCS Ltdର ତ୍ରୁଟି ଯୋଗୁଁ ହୋଇଥିବା ସ୍ପଷ୍ଟ କରାଯାଇଛି।

NEET PG 2026   Re Exam Announced For Two Jaipur Centres
NEET PG ପରୀକ୍ଷାକୁ ଯିବା ପୂର୍ବରୁ ପ୍ରାର୍ଥୀମାନଙ୍କୁ ଯାଞ୍ଚ କରାଯାଉଛି । (ANI)
author img

By ETV Bharat Odisha Team

Published : August 31, 2026 at 4:07 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ସାରା ଦେଶରେ 2.63 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରବିବାର ନିଟ୍-ପିଜି ପରୀକ୍ଷା ଦେଇଛନ୍ତି । ତେବେ ରାଜସ୍ଥାନ ଜୟପୁରର 2ଟି କେନ୍ଦ୍ରରେ ବିଦ୍ୟୁତ ସରବରାହରେ ବିଭ୍ରାଟ ଦେଖାଦେବା କାରଣରୁ ପିଲା ପରୀକ୍ଷା ଦେଇ ପାରି ନଥିଲେ । ସେମାନଙ୍କ ପାଇଁ ଅଧିକାରୀମାନେ ପୁନଃ ପରୀକ୍ଷା ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି ।

ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ (NBEMS) ପକ୍ଷରୁ କୁହାଯାଇଛି, ସେପ୍ଟେମ୍ବର 5 ତାରିଖ ଅପରାହ୍ନ 3 ଟାରେ ଜୟପୁର କେନ୍ଦ୍ରର ପରୀକ୍ଷା ଦେଇପାରି ନ ଥିବା ପ୍ରାର୍ଥୀଙ୍କ ପାଇଁ ପୁନଃ ପରୀକ୍ଷା ଦେବେ । ଏଥିପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେବେ ଏଭଳି ତ୍ରୁଟି ପାଇଁ ଦୁଇଟି କେନ୍ଦ୍ରର ଟେକ୍ନିକାଲ ଟିମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବା ପାଇଁ ଜରୁରୀ ବୈଠକ ଡକାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଆଭ୍ୟନ୍ତରୀଣ ବିଦ୍ୟୁତ୍ ଯୋଗାଣ ସମସ୍ୟା ଯୋଗୁଁ ଜୟପୁରର ସୀତାପୁରାରେ ଥିବା ଦୁଇଟି iON ଡିଜିଟାଲ୍ ଜୋନ୍ କେନ୍ଦ୍ରରେ 2,445 ପ୍ରାର୍ଥୀ ପରୀକ୍ଷା ଶେଷ କରି ପାରି ନ ଥିଲେ ।ହି ସମସ୍ୟା ପରୀକ୍ଷା ପରିଚାଳନା ସଂସ୍ଥା TCS Ltdର ତ୍ରୁଟି ଯୋଗୁଁ ହୋଇଥିବା ସ୍ପଷ୍ଟ କରାଯାଇଛି।


ଏହି କେନ୍ଦ୍ର ଦୁଇଟି ହେଉଛି iON ଡିଜିଟାଲ୍ ଜୋନ୍ iDZ ସୀତାପୁରା (TC ନମ୍ବର 41682 ଏବଂ 41683)। ପୁନଃପରୀକ୍ଷା ଏବଂ ସଂଶୋଧିତ ପ୍ରବେଶ ପତ୍ର ପାଇଁ ସ୍ଥାନ ସମେତ ଅଧିକ ବିବରଣୀ ପୃଥକ ଭାବରେ ଯୋଗାଇ ଦିଆଯିବ ବୋଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ କୁହାଯାଇଛି ।

ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ସୂଚନା ଅନୁଯାୟୀ, ଦେଶରେ ମୋଟ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୩୯ଟି ସହରରେ ଥିବା ୧,୧୧୧ ଟି ପରୀକ୍ଷା କେନ୍ଦ୍ରରେ ନିଟ୍-ପିଜି ପରୀକ୍ଷା ହେଉଥିଲା । ଏହି କେନ୍ଦ୍ରରେ ମୋଟ ୨,୭୩,୦୯୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ୨,୬୫,୯୮୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରାୟ ୨,୬୩,୫୩୫ ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷା ସଫଳତାର ସହ ଶେଷ ହୋଇଛି।

ଗତକାଲି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପରୀକ୍ଷା କରଯାଇଥିଲା । ପରୀକ୍ଷା ପରିଚାଳନା ପାଇଁ ଶିକ୍ଷକ/ଫ୍ୟାକଲ୍ଟି ସଦସ୍ୟଙ୍କୁ ସ୍ୱାଧୀନ ମୂଲ୍ୟାଙ୍କନକାରୀ ଭାବରେ ନିଯୁକ୍ତ କରାଯାଇଥିଲା। ଫ୍ଲାଇଂ ସ୍କ୍ୱାଡ୍ ସଦସ୍ୟ ଭାବରେ ଡିନ୍, ଡାଇରେକ୍ଟର, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ ବରିଷ୍ଠ ପ୍ରଫେସରଙ୍କ ସମେତ ୭୦୦ରୁ ଅଧିକ ବରିଷ୍ଠ ଫ୍ୟାକଲ୍ଟି ସଦସ୍ୟଙ୍କୁ ନିୟୋଜିତ କରାଯାଇଥିଲା। ସେହିପରି ସମନ୍ୱୟ ଏବଂ ତଦାରଖକୁ ମଜବୁତ କରିବା ପାଇଁ ସାରା ଦେଶରେ ୧୬ ଟି NBEMS ଆଞ୍ଚଳିକ କମାଣ୍ଡ ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଥିଲା।

ଏଥିସହିତ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଇଭ ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଦିଲ୍ଲୀ ଦ୍ୱାରକାସ୍ଥିତ NBEMS ମୁଖ୍ୟାଳୟ କମାଣ୍ଡ ସେଣ୍ଟରରୁ କେନ୍ଦ୍ରଗୁଡିକ ଉପରେ କ୍ରମାଗତ ଭାବରେ ମନଜର ନଜର ରଖା ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ନିଟ୍ ପେପର ଲିକ୍ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମୋଦି; କହିଲେ-ସରକାର ଛାତ୍ରମାନଙ୍କ ସହ ଛିଡା ହୋଇଛନ୍ତି