ETV Bharat / business

ମାର୍ଚ୍ଚ 1ରୁ ବଡ଼ ପରିବର୍ତ୍ତନ; ବଦଳିପାରେ ଏସବୁ ନିୟମ

2026 ମାର୍ଚ୍ଚ 1ରୁ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ସିମ୍‌, ବ୍ୟାଙ୍କ ଆକାଉଣ୍ଟ, ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

New Rules From 1 March 2026
ମାର୍ଚ୍ଚ 1ରୁ ନୂଆ ନିୟମ (Getty Image)
author img

By ETV Bharat Odisha Team

Published : February 27, 2026 at 3:31 PM IST

2 Min Read
Choose ETV Bharat

New Rules ହାଇଦ୍ରାବାଦ: ମାର୍ଚ୍ଚ ପହିଲାରୁ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ସାଧାରଣ ଲୋକଙ୍କ ଜୀବନଶୈଳୀ ଉପରେ ପ୍ରଭାବ ପକାଇପାରେ । ଏହି ପରିବର୍ତ୍ତନ ଗୁଡ଼ିକ ଡିଜିଟାଲ୍ ଯୋଗାଯୋଗ, ରନ୍ଧନ ଗ୍ୟାସ୍ ମୂଲ୍ୟ, ବ୍ୟାଙ୍କ ଆକାଉଣ୍ଟ, ରେଲୱେ ଟିକେଟ୍ ଏବଂ ଡିଜିଟାଲ୍ ପେମେଣ୍ଟ ସିଷ୍ଟମକୁ ପ୍ରଭାବିତ କରିପାରେ । ତେବେ ମାର୍ଚ୍ଚ 1 ତାରିଖରୁ କ'ଣ ସବୁ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ଆସନ୍ତୁ ଜାଣିବା..

ମେସେଜିଂ ଆପ୍ ପାଇଁ ସିମ୍ ବାଧ୍ୟତାମୂଳକ:

ଡିଜିଟାଲ୍ ଫ୍ରଡ୍‌ ରୋକିବା ପାଇଁ ସରକାର ସିମ୍-ବାଇଣ୍ଡିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିପାରନ୍ତି । ଏହା ଅଧୀନରେ, ହ୍ୱାଟ୍ସଆପ୍, ଟେଲିଗ୍ରାମ୍ ଏବଂ Signal ଭଳି ମେସେଜିଂ ଆପ୍ କେବଳ ସିମ୍ କାର୍ଡ ସକ୍ରିୟ ଥିଲେ ହିଁ ଚାଲିପାରିବ । ଯଦି ମୋବାଇଲରୁ ସିମ୍ କାଢ଼ି ଦିଆଯାଏ କିମ୍ବା ନମ୍ବର ନିଷ୍କ୍ରିୟ ହୋଇଯାଏ, ତେବେ ଏହି ଆପ୍‌ର ବ୍ୟବହାର ପ୍ରଭାବିତ ହୋଇପାରେ । ଗତ କିଛି ବର୍ଷ ମଧ୍ୟରେ, ସିମ୍ ସ୍ୱାପ୍ ଏବଂ ନକଲି ପଞ୍ଜିକରଣ ମାମଲାରେ ବୃଦ୍ଧି ପାଇଛି, ଯାହାକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ତେଣୁ ସିମ୍ ସକ୍ରିୟ ରଖିବା ସହ ସମୟ ସମୟରେ KYC ଅପଡେଟ୍ କରିବା ଆବଶ୍ୟକ ହେବ ।

LPG ମୂଲ୍ୟ ପରିବର୍ତ୍ତନ:

ପ୍ରତିମାସ ଭଳି ଏଥର ମଧ୍ୟ ମାର୍ଚ୍ଚ 1 ତାରିଖରେ ତୈଳ କମ୍ପାନୀ ଗୁଡ଼ିକ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ସମୀକ୍ଷା କରିବେ । ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଏବଂ ଡଲାର ବିନିମୟ ମୂଲ୍ୟ ଉପରେ ଆଧାର କରି ନୂତନ ଦର ନିର୍ଦ୍ଧାରଣ କରାଯିବ । ଅର୍ଥାତ ନୂତନ ମୂଲ୍ୟ ଘୋଷଣା ହେବ । ମୂଲ୍ୟ ପରିବର୍ତ୍ତନର ପ୍ରଭାବ ସିଧାସଳଖ ଘରୋଇ ଗ୍ରାହକଙ୍କ ସହିତ ହୋଟେଲ, ରେସ୍ତୋରାଁ ଏବଂ ଛୋଟ ବ୍ୟବସାୟ ଉପରେ ପଡ଼ିପାରେ ।

ନ୍ୟୁନତମ ବ୍ୟାଲାନ୍ସ ନିୟମରେ ପରିବର୍ତ୍ତନ:

କିଛି ବ୍ୟାଙ୍କ ଏବେ ନ୍ୟୁନତମ ଶେଷ ରାଶିର ଗଣନା ପୁରା ମାସର ଆଭରେଜ ବ୍ୟାଲାନ୍ସ ଆଧାରରେ କରିଥାନ୍ତି । ତେବେ ପୂର୍ବରୁ ଗୋଟିଏ ଦିନ ପାଇଁ ବ୍ୟାଲାନ୍ସ କମ୍ ହେଲେ ଜୋରିମାନା ଲାଗୁଥିଲା । ଏବେ କିନ୍ତୁ ‘ଆଭରେଜ ମାସିକ ବ୍ୟାଲାନ୍ସ’ (AMB) ଆଧାରରେ ନିଷ୍ପତ୍ତି ନିଆଯାଇପାରିବ, ଯାହା ଫଳରେ ଗ୍ରାହକମାନେ କିଛି ରିହାତି ପାଇବେ ବୋଲି ଆଶା କରାଯାଉଛି । ମାସିକ ଖାତାରେ ସନ୍ତୁଳିତ ରାଶି ରଖିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଜଣାପଡ଼ିଛି ।

ରେଲୱେ ଆପ୍‌ରେ ପରିବର୍ତ୍ତନ

ରେଳ ଯାତ୍ରୀଙ୍କ ପାଇଁ ଏକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରେ । ପୁରୁଣା UTS ଅନ୍ ମୋବାଇଲ୍ ଆପ୍‌କୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଇପାରେ । ଏହା ସ୍ଥାନରେ ନୂତନ RailOne ଆପ୍ ଆସିପାରେ । ନୂତନ ଆପ୍‌ରେ ଜେନେରାଲ ଟିକେଟ୍, ପ୍ଲାଟଫର୍ମ ଟିକେଟ୍ ଏବଂ ଲୋକାଲ ଯାତ୍ରା ସେବା ଉପଲବ୍ଧ ହୋଇପାରେ । ଅପଡେଟ୍ ସୂଚନା ପାଇବା ପାଇଁ ଆପଣଙ୍କ ଯାତ୍ରା ପୂର୍ବରୁ ନୂତନ ଆପ୍ ଡାଉନଲୋଡ୍ କରନ୍ତୁ ।

ବଡ଼ ଡିଜିଟାଲ୍ କାରବାର ପାଇଁ ଅତିରିକ୍ତ ସୁରକ୍ଷା:

ଡିଜିଟାଲ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ, ବଡ଼ କାରବାର ପାଇଁ ଅତିରିକ୍ତ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇପାରେ । କେବଳ UPI PIN ବଦଳରେ ବାୟୋମେଟ୍ରିକ୍ କିମ୍ବା ଅନ୍ୟାନ୍ୟ ପ୍ରମାଣୀକରଣ ଆବଶ୍ୟକ ହୋଇପାରେ । ଏହା ଅନଲାଇନ୍ ଠକେଇକୁ ରୋକିବା ଏବଂ ଗ୍ରାହକ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏହା ମଧ୍ଯ ପଢ଼ନ୍ତୁ...

ନଗଦ କାରବାରକୁ ପଛରେ ପକାଇଲା UPI, ଦେଶର ମୋଟ କାରବାରରେ 57 % ଭାଗୀଦାର

BUDGET 2026: 'ଅରେଞ୍ଜ ଇକୋନମୀ'କୁ ପ୍ରୋତ୍ସାହିତ କରିବାକୁ ସରକାରଙ୍କ ଯୋଜନା କ'ଣ ?

ଏହି ପରିବର୍ତ୍ତନଗୁଡ଼ିକ, ଯାହା 1 ମାର୍ଚ୍ଚ ରେ କାର୍ଯ୍ୟକାରୀ ହେବ । ଯାହା ସିଧାସଳଖ ସାଧାରଣ ଜନତାଙ୍କୁ ପ୍ରଭାବିତ କରିବ ।