ETV Bharat / business

ନୂଆବର୍ଷରେ ଋଣ ନେବା ହେବ କି ଶସ୍ତା ? ରେପୋ ରେଟ୍‌ କମାଇପାରେ RBI

ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ 25 ପଏଣ୍ଟ ପର୍ଯ୍ୟନ୍ତ ବେସିସ୍ ପଏଣ୍ଟରେ ହ୍ରାସ କରାଯିବାର ସମ୍ଭାବନା ରହିଛି । ରେପୋ ରେଟର ସ୍ତର 5 ପ୍ରତିଶତ ହୋଇଯିବ ।

RBI may decrease rapo rate EMI rates may get cheaper in new year 2026
ନୂଆବର୍ଷରେ ଋଣ ନେବା ହେବ କି ଶସ୍ତା? Rapo Rate କମାଇପାରେ RBI (IANS)
author img

By ETV Bharat Odisha Team

Published : December 23, 2025 at 9:00 PM IST

2 Min Read
Choose ETV Bharat

ନୂଆଦିଲ୍ଲୀ: ନୂଆବର୍ଷରେ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ । ପୁଣି କମିପାରେ ରେପୋ ରେଟ(Rapo Rate) । ଆଗାମୀ ବର୍ଷ ଫେବୃଆରୀ 2026ରେ ହେବାକୁ ଥିବା Monetary Policyର ବୈଠକ ପାଇଁ ବହୁ ଆଶା ରହିଛି । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ 25 ପଏଣ୍ଟ ପର୍ଯ୍ୟନ୍ତ ବେସିସ୍ ପଏଣ୍ଟରେ ହ୍ରାସ କରାଯିବାର ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ରେପୋ ରେଟର ସ୍ତର 5 ପ୍ରତିଶତ ହୋଇଯିବ । ଏହା ଆଗରୁ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା Monetary Policyର ବୈଠକରେ 25 ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା ଏବଂ ଏହା ବର୍ତ୍ତମାନ 5.25 ପ୍ରତିଶତ ରହିଛି ।

ୟୁନିୟନ ବ୍ୟାଙ୍କ ଅପ୍ ଇଣ୍ଡିଆ ବା UBIର ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନର ପରିସ୍ଥିତିକୁ ନେଇ ମୁଦ୍ରାନୀତିକୁ ଆହୁରି କୋହଳ କରାଯିବାର ସମ୍ଭାବନା ରହିଛି । ବ୍ୟାଙ୍କର ଆକଳନ ଅନୁଯାୟୀ RBI ଫେବୃଆରୀ କିମ୍ବା ଏପ୍ରିଲ ମାସରେ ଅନ୍ତିମ 25 ବେସିସ୍ ପଏଣ୍ଟ କାଟିପାରେ । ଏପରି କରିବାର ପ୍ରମୁଖ କାରଣ ହେଉଛି, ବଜାରରେ ମହଙ୍ଗା ନିୟନ୍ତ୍ରଣାଧୀନ ରହିଛି ଏବଂ ଡିମାଣ୍ଡ ମଧ୍ୟ ସୀମିତ ପରିମାଣରେ ରହିଛି । ଏପରି କରି RBI ଅର୍ଥନୀତିରେ ଅଭିବୃଦ୍ଧିକୁ ସମର୍ଥନ ଦେବା ସହିତ ନୀତିରେ ସହଜତା ରଖିପାଇଁ ଚେଷ୍ଟିତ ।

ସୁନାର ପ୍ରଭାବ ହ୍ରାସ ପାଇଁ ମହଙ୍ଗା:

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ସୁନାର ଦାମ ହିସାବରେ ବଜାରରେ ଦରଦାମ୍ ଉପରେ ପ୍ରଭାବକୁ ଅଲଗା କରି ଦିଆଯାଏ, ତେବେ ବାସ୍ତବିକ ମହଙ୍ଗା ବଜାର ଉପରେ ଦୁର୍ବଳ ରହିଛି । ଏଥିରୁ ଏହା ସ୍ପଷ୍ଟ ଯେ ଆଗାମୀ ଦିନରେ ଋଣ ଉପରେ ସୁଧହ୍ରାସ ହେବାର ସମ୍ଭାବନା ଏବେ ମଧ୍ୟ ରହିଛି । ମାତ୍ର ବ୍ୟାଙ୍କ ସଠିକ ସମୟରେ ନିଷ୍ପତ୍ତିକୁ ନେଇ ଅନିଶ୍ଚିତତା ରହିଛି ।

CPI-GDPର ମୂଳ ବର୍ଷରେ ପରିବର୍ତ୍ତନର ଅପେକ୍ଷା:

ଫେବୃଆରୀ ମାସ 2026 ମସିହାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଓ GDPର ମୂଳ ବର୍ଷରେ ପରିବର୍ତ୍ତନ କରିବାକୁ ନେଇ ପ୍ରସ୍ତାବ ରହିଛି । RBIର ମୁଦ୍ରା ନୀତି ସମିତି ଏପରି କୌଣସି ବଡ଼ ପରିବର୍ତ୍ତନ କରିବା ଆଗରୁ ବହୁ ବିଶ୍ଲେଷଣ କରିବ । RBIର ନୀତି ନିର୍ଣ୍ଣୟ କେବଳ ଅଭିବୃଦ୍ଧି ଓ ବଜାରର ଦରଦାମ ଉପରେ ସନ୍ତୁଳନ ରଖିବା ଉପରେ ଧ୍ୟାନ ଦେଇ ନିର୍ଦ୍ଧାରଣ କରାଯାଏ ବୋଲି RBIର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ପୂର୍ବରୁ ହିଁ ସ୍ପଷ୍ଟ କରିଛନ୍ତି ।

ଲୋନ ଗ୍ରହିତାଙ୍କ ପାଇଁ ଖୁସି ଖବର:

RBIର ଆଗାମୀ Monetary Policyର ବୈଠକ ଫେବୃଆରୀ 4ରୁ 6 ତାରିଖ ମଧ୍ୟରେ ହେବାକୁ ଯାଉଛି । ଏହି ବୈଠକର ଫଳାଫଳ ସିଧାସଳଖ ଘର ଋଣ, ଅଟୋ ଲୋନ ଓ କର୍ପୋରେଟ ଋଣ ଉପରେ ପଡ଼ିବ । ଯଦି ରେପୋ ରେଟରେ ହ୍ରାସ ହୁଏ, ତେବେ ସାଧାରଣ ଉପଭୋକ୍ତାଙ୍କ ଉପରେ ଏହାର ସୁପ୍ରଭାବ ଦେଖିବାକୁ ମିଳିବ । ଋଣଗ୍ରହିତାଙ୍କ ପାଇଁ ସୁଧ ପୈଠ କରିବା ମଧ୍ୟ ଶସ୍ତା ହେବ ।

ଏହା ମଧ୍ୟ ପଢନ୍ତୁ:

ଏହି ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ବଢିବ ଦରମା, 10% ପର୍ଯ୍ୟନ୍ତ ବଢିପାରେ ଦରମା

ଆଉ ଚାଲିବନି OLA ଓ Uber ମନମାନି ! ନୂଆବର୍ଷରେ ନୂଆ ଟ୍ୟାକ୍ସି ସର୍ଭିସ, ମିଳିବ ଏସବୁ ଫାଇଦା

୪ ଦିନ କାମ; ୩ ଦିନ ଆରାମ ! ଭାରତରେ ଲାଗୁ ହେବ 4-Day Working Week ?