ETV Bharat / business

ଏହି ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ବଢିବ ଦରମା, 10% ପର୍ଯ୍ୟନ୍ତ ବଢିପାରେ ଦରମା

ଭାରତରେ କର୍ମଚାରୀଙ୍କ ଦରମା 9 ପ୍ରତିଶତ ବଢିବାର ସମ୍ଭାବନା ରହିଛି । ଏନେଇ ଗ୍ଲୋବାଲ Consultancy Company 'Mercer' ନିଜର Salary Survey Report 2026ରେ ତଥ୍ୟ ଦେଇଛି ।

private sector employees may see 10% salary hike in 2026
ଏହି ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ବଢିବ ଦରମା, 10% ପର୍ଯ୍ୟନ୍ତ ବଢିପାରେ ଦରମା (Getty Image)
author img

By ETV Bharat Odisha Team

Published : December 20, 2025 at 9:09 PM IST

2 Min Read
Choose ETV Bharat

ନୂଆଦିଲ୍ଲୀ: ନୂଆବର୍ଷରେ କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢିବାକୁ ଯାଉଛି ଏହି ସବୁ ସେକ୍ଟରର କର୍ମଚାରୀଙ୍କ ଦରମା । ଭାରତରେ ମଧ୍ୟ କର୍ମଚାରୀଙ୍କ ଦରମା 9 ପ୍ରତିଶତ ବଢିବାର ସମ୍ଭାବନା ରହିଛି । ଏନେଇ ଗ୍ଲୋବାଲ Consultancy Company 'Mercer' ନିଜର Salary Survey Report 2026ରେ ତଥ୍ୟ ଦେଇଛି । ତେବେ ଏହା ବିଭିନ୍ନ ଉଦ୍ୟୋଗ ଏବଂ ବିଭିନ୍ନ ସେକ୍ଟରରେ ଅଲଗା ଅଲଗା ହେବ ।

କେଉଁ କ୍ଷେତ୍ରରେ ସବୁଠାରୁ ଅଧିକ ବଢିବ:

'Mercer'ର ରିପୋର୍ଟ ଅନୁଯାୟୀ ହାଇ ଟେକ୍ ସେକ୍ଟର ଓ ଅଟୋ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଦରମାରେ ଅଭିବୃଦ୍ଧି ଦେଖିବାକୁ ମିଳିବ । ହାଇ ଟେକ୍ ସେକ୍ଟରରେ କର୍ମଚାରୀଙ୍କ ଦରମା 9.3 ପ୍ରତିଶତ ବଢିବ । ସେହିପରି ଅଟୋ ଇଣ୍ଡଷ୍ଟ୍ରିରେ ଦରମା 9.5 ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ସହିତ ଆଇଟି(IT),ITES, ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର (GCC)ରେ କାମ କରୁଥିବା କର୍ମଚାରୀଙ୍କ ଦରମା ମଧ୍ୟ ବଢିବ ।

ଅନ୍ୟ କ୍ଷେତ୍ରରେ ଆନୁମାନିକ ବୃଦ୍ଧି:

ଗ୍ଲୋବାଲ ପ୍ରୋଫେସନାଲ ସର୍ଭିସ୍ କମ୍ପାନୀ AONର Annual Salary Increase and Turnover Survey 2025-26 ରିପୋର୍ଟ ଅନୁଯାୟୀ ନୂତନ ବର୍ଷରେ କର୍ମଚାରୀଙ୍କ ଦରମା 9ରୁ 10 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ।

ରିଅଲ ଇଷ୍ଟେଟ ଓ ଇନଫ୍ରାଷ୍ଟ୍ରକଚର କମ୍ପାନୀ: 10.9 ପ୍ରତିଶତ

NBFCs: 10 ପ୍ରତିଶତ

ଅଟୋମୋବାଇଲ୍ ଏବଂ ଯାନବାହାନ ଉତ୍ପାଦନ: ୯.୬ ପ୍ରତିଶତ

ଇଞ୍ଜିନିୟରିଂ ଡିଜାଇନ୍ ସର୍ଭିସ୍: ୯.୭ ପ୍ରତିଶତ

ଇଞ୍ଜିନିୟରିଂ ଏବଂ ଉତ୍ପାଦନ: ୯.୨ ପ୍ରତିଶତ

ଖୁଚୁରା ଏବଂ ଜୀବନ ବିଜ୍ଞାନ: ୯.୬ ପ୍ରତିଶତ

କମ୍ ବୃଦ୍ଧି ହେବାକୁ ଥିବା ସେକ୍ଟର:

କିଛି ସେକ୍ଟରଗୁଡ଼ିକରେ କର୍ମଚାରୀଙ୍କ ଦରମାରେ ଅପେକ୍ଷାକୃତ କମ୍ ପରିମାଣରେ ବୃଦ୍ଧି ରହିବ । ବ୍ୟାଙ୍କିଂ ସେକ୍ଟରରେ ଏହି ବୃଦ୍ଧି 8.8 ପ୍ରତିଶତ ରହିବ । ଏହା ସହିତ ପ୍ରଯୁକ୍ତିବିଦ୍ୟା ପରାମର୍ଶ ଏବଂ ସେବା କ୍ଷେତ୍ରରେ ସବୁଠାରୁ କମ୍ 6.8 ପ୍ରତିଶତ ଅଭିବୃଦ୍ଧି ରହିବାର ସମ୍ଭାବନା ରହିଛି ।

ବିଶେଷଜ୍ଞଙ୍କ ରାୟ:

ବିଶେଷଜ୍ଞଙ୍କ କହିବା ଅନୁଯାୟୀ 2026 ମସିହାଟି ବିଭିନ୍ନ କାର୍ଯ୍ୟକାରୀ କ୍ଷେତ୍ରରେ ଦରମା ବୃଦ୍ଧି ପାଇଁ ଅନୁକୂଳ ବର୍ଷ ଭାବେ ସାବ୍ୟସ୍ତ ହୋଇପାରେ । ହାଇ ଟେକ୍, ଅଟୋ ମୋବାଇଲ ଏବଂ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ କାମ କରୁଥିବା ଲୋକେ ସର୍ବାଧିକ ଲାଭବାନ ହେବେ । ସେହିପରି ବ୍ୟାଙ୍କିଂ, ଟେକ୍ନୋଲୋଜି ଏବଂ ସର୍ଭିସ୍ କ୍ଷେତ୍ରରେ କିଛି କମ୍ ପରିମାଣରେ ଦରମାରେ ବୃଦ୍ଧି ଦେଖିବାକୁ ମିଳିବ ।

ଏପରି ହେବା ଦ୍ବାରା କର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । କମ୍ପାନୀଗୁଡ଼ିକ ମଧ୍ୟରେ ଏକ ସଠିକ ପ୍ରତିଯୋଗିତା ରହିବ ଏବଂ ଉଚ୍ଚକୋଟୀର କର୍ମଚାରୀଙ୍କୁ ରଖିବାରେ ସାହାଯ୍ୟ ହେବ । ତେବେ ସାମଗ୍ରିକ ଭାବେ ଦେଖିଲେ 2026 ମସହାରେ କର୍ମଚାରୀଙ୍କୁ ନିଜର ପରିଶ୍ରମର ଉଚିତ ଫଳ ମିଳିପାରେ । ଏହା ସହିତ ବେସରକାରୀ ସଂସ୍ଥାନରେ କାମ କରୁଥିବା ଅଧିକାଂଶ ଲୋକଙ୍କ ଦରମାରେ ବୃଦ୍ଧି ହେବାର ଅବସର ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ:

ଆଉ ଚାଲିବନି OLA ଓ Uber ମନମାନି ! ନୂଆବର୍ଷରେ ନୂଆ ଟ୍ୟାକ୍ସି ସର୍ଭିସ, ମିଳିବ ଏସବୁ ଫାଇଦା

୪ ଦିନ କାମ; ୩ ଦିନ ଆରାମ ! ଭାରତରେ ଲାଗୁ ହେବ 4-Day Working Week ?

ଦରମା ବଢିବା ପରେ ବି ପକେଟ ଖାଲି ? Lifestyle Inflation ହୋଇପାରେ କାରଣ..

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ