ETV Bharat / business

ବଢିଲା ପେଟ୍ରୋଲ-ଡିଜେଲ ଦର: କେଉଁ ସହରର କେତେ ଟଙ୍କାରେ ମିଳୁଛି, ଦେଖନ୍ତୁ ଲିଷ୍ଟ

ଦେଶରେ ବଢିଲା ପେଟ୍ରୋଲ-ଡିଜେଲ ଦର । ଲିଟର ପିଛା 3 ଟଙ୍କା ବଢିଲା । ଜାଣନ୍ତୁ କେଉଁ ସହରରେ କେତେ ବଢିଲା ଦର ।

Hike in fuel prices
ପେଟ୍ରୋଲ ପମ୍ପ (ETV Bharat Odisha)
author img

By ETV Bharat Odisha Team

Published : May 15, 2026 at 7:20 AM IST

|

Updated : May 15, 2026 at 7:53 AM IST

2 Min Read
Choose ETV Bharat

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ମଧ୍ୟରେ ଖାଉଟିଙ୍କୁ ବଡ଼ ଝଟ୍‌କା । ବଢିଲା ପେଟ୍ରୋଲ-ଡିଜେଲ ଦର । ଲିଟର ପିଛା 3 ଟଙ୍କା ବଢିଲା ଦର । ସେହିପରି ସିଏନଜି ଦର କେଜି ପ୍ରତି 2ଟଙ୍କା ବୃଦ୍ଧି ପାଇଛି । ସିଏନଜି ଦର 2ଟଙ୍କା ବୃଦ୍ଧି ପାଇ ନୂଆଦିଲ୍ଲୀରେ ଦର ହୋଇଛି 79 ଟଙ୍କା 09 ପଇସା । ଆଜିଠୁ ଲାଗୁ ହେଲା ବର୍ଦ୍ଧିତ ଦର ।

ବଢିଲା ଦର:

ଆଜି(ମେ’ 15) ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସହ ନୂଆ ଦର ଜାରି କରାଯାଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କରିଛନ୍ତି ତୈଳ କମ୍ପାନୀ । ଫଳରେ ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । ପେଟ୍ରୋଲ-ଡିଜେଲ ଲିଟର ପିଛା 3 ଟଙ୍କା ବଢାଇଛନ୍ତି କମ୍ପାନୀ ।

କେଉଁ ସହରରେ କେତେ ହେଲା ପେଟ୍ରୋଲ ଦର ?

ଦର ବଢିବା ପରେ କେଉଁ ସହରରେ କେତେ ହେଲା ପେଟ୍ରୋଲ ଦର । ନିମ୍ନରେ ଦିଆଗଲା...

  • ନୂଆଦିଲ୍ଲୀରେ ପେଟ୍ରୋଲ ଦାମ 3 ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଏଠାରେ ଉପଭୋକ୍ତାଙ୍କୁ ଲିଟର ପିଛା 97 ଟଙ୍କା 77 ପଇସା ଦେବାକୁ ପଡିବ ।
  • କୋଲକାତାରେ ଅଧିକ ବଢିଛି ପେଟ୍ରୋଲ ଦର । ଲିଟର ପିଛା ଏଠାରେ 3 ଟଙ୍କା 29 ପଇସା ବଢିଛି, ବର୍ଦ୍ଧିତ ଦର ସହ ଉପଭୋକ୍ତାଙ୍କୁ ବର୍ତ୍ତମାନ ଦେବାକୁ ପଡିବ 108 ଟଙ୍କା 74 ପଇସା ।
  • ଭୁବନେଶ୍ବରରେ 3 ଟଙ୍କା 60 ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ସହ ଭୁବନେଶ୍ବରରେ ଉପଭୋକ୍ତାଙ୍କୁ ଲିଟର ପିଛା 104 ଟଙ୍କା 57 ପଇସା ଦେବାକୁ ପଡିବ ।
  • ମୁମ୍ବାଇରେ ପେଟ୍ରୋଲ 3ଟଙ୍କା 10 ପଇସା ବୃଦ୍ଧି ପାଇଛି । ଲିଟର ପିଛା ଦର ପହଞ୍ଚିଛି 106 ଟଙ୍କା 64 ପଇସା ।
  • ଚେନ୍ନାଇରେ 3 ଟଙ୍କା 10 ଟଙ୍କା ବୃଦ୍ଧି ପାଇଛି । ନୂଆ ଦର 103 ଟଙ୍କା 90 ପଇସା ହେଲା ଲିଟର ।
  • ବେଙ୍ଗାଲୁରୁରେ ଲିଟର ପିଛା 3 ଟଙ୍କା 21 ପଇସା ବୃଦ୍ଧି ଘଟିଛି । ନୂଆ ଦର 106 ଟଙ୍କା 17 ପଇସାରେ ପହଞ୍ଚିଛି
  • ନୋଏଡାରେ ପେଟ୍ରୋଲ ଦର 3ଟଙ୍କା 30 ପଇସା ବୃଦ୍ଧି ଘଟିଛି, ନୂଆ ଦର 98 ଟଙ୍କା 4 ପଇସାରେ ପହଞ୍ଚିଛି ।
ଡିଜେଲ ଦର ଲିଟର ପିଛା କେଉଁଠି କେତେ ହେଲା ?
ସ୍ଥାନକେତେ ଟଙ୍କା ବଢିଲାକେତେ ହେଲା ଦର
ନୂଆଦିଲ୍ଲୀ3ଟଙ୍କା90.67 ଟଙ୍କା
ମୁମ୍ବାଇ3.11 ଟଙ୍କା93.14 ଟଙ୍କା
କୋଲକାତା3.11 ଟଙ୍କା95.13 ଟଙ୍କା
ଚେନ୍ନାଇ3.08 ଟଙ୍କା95.47 ଟଙ୍କା
ନୋଏଡା3.08ଟଙ୍କା91.31 ଟଙ୍କା
ବେଙ୍ଗାଲୁରୁ3.11 ଟଙ୍କା94.10 ଟଙ୍କା
ଭୁବନେଶ୍ବର3.56 ଟଙ୍କା96.11 ଟଙ୍କା

ଗତକାଲିଠୁ ରାଜ୍ୟର ଏକାଧିକ ସ୍ଥାନରେ ତୈଳ ସଙ୍କଟ ସାମ୍ନାକୁ ଆସିଥିଲା । ରାଜଧାନୀଠୁ ନେଇ ଅନେକ ଅଞ୍ଚଳରେ ପେଟ୍ରୋଲ ପମ୍ପ ଗୁଡିକରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । କିଛି କିଛି ପେଟ୍ରୋଲ ପମ୍ପରେ ଷ୍ଟକ ନଥିବା ବୋର୍ଡ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାରି ଭିତରେ ପେଟ୍ରୋଲ-ଡିଜେଲ ଦରଦାମ ବୃଦ୍ଧି ଖାଉଟିଙ୍କୁ ବଡ଼ ଝଟ୍‌କା ଦେଇଛି ।

ଏହା ମଧ୍ୟ ପଢନ୍ତୁ:

ପେଟ୍ରୋଲ ସଙ୍କଟ ! ଗୁଜବରେ ବିଶ୍ଵାସ କରନ୍ତୁ ନାହିଁ, ରାଜ୍ୟରେ ପର୍ଯ୍ୟାପ୍ତ ଷ୍ଟକ୍ ରହିଛି-OPPA ସଭାପତି

ମୋଦିଙ୍କ ଆହ୍ୱାନ ପରେ ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ ବରିଷ୍ଠ ଓଏଏସ୍ ଅଧିକାରୀ

PM ଓ କେନ୍ଦ୍ର ଗୃହମନ୍ତ୍ରୀ ହ୍ରାସ କଲେ ସୁରକ୍ଷା କନଭୋୟର ଆକାର, ଅନୁସରଣ କଲେ ଏକାଧିକ BJP ମୁଖ୍ୟମନ୍ତ୍ରୀ

Last Updated : May 15, 2026 at 7:53 AM IST