Paytmର ନୂଆ ପକେଟ୍ ମନି ଫିଚର, ବିନା ବ୍ୟାଙ୍କ ଆକାଉଣ୍ଟରେ UPI କରିପାରିବେ ନାବାଳକ
Paytm 'ପକେଟ୍ ମନି' ନାମକ ଏକ ନୂଆ ଫିଚର ଆଣିଛି । ଏହାଦ୍ବାରା କିଶୋରମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନଥିଲେ ମଧ୍ୟ ସେମାନେ ପିତାମାତାଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ UPI ପେମେଣ୍ଟ କରିପାରିବେ ।

Published : May 20, 2026 at 3:28 PM IST
ହାଇଦ୍ରାବାଦ: ଏଣିକି ବ୍ୟାଙ୍କ ଆକାଉଣ୍ଟ ନଥିଲେ ମଧ୍ୟ UPI ମାଧ୍ଯମରେ ଆପଣ ପେମେଣ୍ଟ କରିପାରିବେ । ବର୍ତ୍ତମାନ କଲେଜ କିମ୍ବା ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏବେ ବିନା ବ୍ୟାଙ୍କ ଆକାଉଣ୍ଟରେ UPI କରିପାରିବେ । ଦେଶର ପ୍ରମୁଖ ପେମେଣ୍ଟ ବ୍ୟାଙ୍କ Paytm ଦେଶର କିଶୋର କିଶୋରୀଙ୍କ ପାଇଁ ଏକ ନୂତନ ଫିଚର ପେଟିଏମ୍ ପକେଟ୍ ମନି ଲଞ୍ଚ କରିଛି । ଏସମ୍ପର୍କରେ କମ୍ପାନୀ ପକ୍ଷରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ପିତାମାତାଙ୍କ ରହିବ ପୁରା ନିୟନ୍ତ୍ରଣ:
Paytmର କହିବା ମୁତାବକ ଏହି ଫିଚରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ବାରମ୍ବାର କ୍ୟାସ ନ ଦେବା । ଏବଂ ପିତାମାତାଙ୍କ ଅଧିନରେ ରହି ଡିଜିଟାଲ ପେମେଣ୍ଟରେ ସାମଲ ହେବା । ଟଙ୍କା କାରବାର ସହିତ ସୁରକ୍ଷାର ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଛି । ମାତା ପିତା କିମ୍ବା ପରିବାରର କୌଣସି ବ୍ୟକ୍ତି ନିଜ ଫୋନ ଜରିଆରେ ପିଲାଙ୍କର ଖର୍ଚ୍ଚର ସୀମା ନିର୍ଦ୍ଧାରଣ କରିପାରିବେ ।
'UPI ସର୍କଲ' ଫ୍ରେମୱାର୍କ:
ଏହି ନୂଆ ଫିଚର NPCIର2024 ମସିହାର 'UPI ସର୍କଲ' ଫ୍ରେମୱାର୍କ ଉପରେ ଆଧାରିତ । 'UPI ସର୍କଲ' ଅନୁଯାୟୀ କୌଣସି ପ୍ରାଥମିକ ବ୍ୟାଙ୍କ ଆକାଉଣ୍ଟ ଧାରୀ ଆକାଉଣ୍ଟର ଆକ୍ସେସ୍ ଦ୍ବିତୀୟ ବ୍ୟବହାରକାରୀ (ସନ୍ତାନ)ଙ୍କୁ ଦେଇପାରିବେ । ଏହା ଫଳରେ ଗୋଟିଏ ଆକାଉଣ୍ଟ ସହିତ ଯୋଡ଼ି ହୋଇ ପିଲାମାନ ନିଜ ଫୋନରୁ ସ୍ବତନ୍ତ୍ର ଭାବେ ପେମେଣ୍ଟ କରିପାରିବେ । ଫଳରେ ଏବେ ଅନଲାଇନ୍ ପେମେଣ୍ଟ ପାଇଁ ପିଲାମାନେ ବାରମ୍ବାର ନିଜ ବାପା ମାଙ୍କ ଫୋନ ମାଗିବା ଓ OTP ଭଳି ସମସ୍ୟାର ଆଉ ସମମୁଖୀନ ହେବାକୁ ପଡିବ ନାହିଁ ।
ଏହାର ସୀମା ଓ ନିୟମ:
Paytm କିଶୋର ଓ କିଶୋରୀଙ୍କ ସୁରକ୍ଷା ପାଇଁ ଏବଂ ଅଯଥା ଖର୍ଚ୍ଚ ଉପରେ ଲଗାମ ଲଗାଇବା ପାଇଁ ମଧ୍ୟ କଡ଼ା ନିୟମ ରଖିଛି ।
ଖର୍ଚ୍ଚ ସୀମା:
ଏକକାଳୀନ ଭାବେ ପିଲାମାନେ ସର୍ବାଧିକ 5,000ଟଙ୍କା ଓ ମାସିକ 15,000 ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ।
କୁଲିଂ ପିରିୟଡ୍:
ସେଟଅପ୍ କରିବାର 30 ମିନିଟ୍ ଆଗରୁ 500 ଟଙ୍କା ଓ ସେଟଅପ୍ କରିବାର 24 ଘଣ୍ଟା ମଧ୍ୟରେ ସର୍ବାଧିକ 5,000 ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରାଯାଇପାରିବ ।
ସୁରକ୍ଷା:
ଆପଣଙ୍କ ସନ୍ତାନଙ୍କ ଫୋନରେ ଡିଭାଇସ୍ ଲକ୍ ରହିବା ଅନିବାର୍ଯ୍ୟ । ଏହି ଫିଚର ଦ୍ବାରା ଇଣ୍ଟରନ୍ୟାସନାଲ ପେମେଣ୍ଟ ଓ କ୍ୟାସ୍ ଉଠାଣ ସୁବିଧା ଉପଲବ୍ଧ ହୋଇନଥାଏ । ପିତାମାତା ନିଜ Paytm UPI Pin ଜରିଆରେ ନିଜ ସନ୍ତାନଙ୍କ ଆକ୍ସେସ୍କୁ ଯେବେ ଇଚ୍ଛା ବ୍ଲକ୍ କରିପାରିବେ ।
କିପରି କରିବେ ଆକ୍ଟିଭେଟ୍?
- ସର୍ବପ୍ରଥମେ Paytm Appର ଲାଟେଷ୍ଟ ଭର୍ସନ ଡାଉନଲୋଡ କରନ୍ତୁ
- ଆପ୍ ଖୋଲି 'To Mobile/Contact' ବିକଳ୍ପ ବାଛନ୍ତୁ
- 'Pocket Money' ବିକଳ୍ପ ବାଛନ୍ତୁ
- ଏହା ପରେ ନିଜ ସନ୍ତାନର ନମ୍ବର ଚୟନ କରନ୍ତୁ
- UPI QR ସ୍କାନ କରି UPI ID ଟାଇପ୍ କରନ୍ତୁ
- ଜରୁରୀ ଦସ୍ତାବିଜ୍ ଦେଇ ଭେରିଫିକେସନ ସମ୍ପୂର୍ଣ୍ଣ କରନ୍ତୁ
- ସନ୍ତାନ ପାଇଁ ମାସିକ ଖର୍ଚ୍ଚର ସୀମା ନିର୍ଦ୍ଧାରଣ କରନ୍ତୁ
- ନିଜର ପ୍ରାଇମେରୀ ବ୍ୟାଙ୍କ ଆକାଉଣ୍ଟ ଚୟନ କରି UPI PIN ଟାଇପ୍ କରନ୍ତୁ ଓ ଇନଭିଟେସନ୍ ପଠାନ୍ତୁ
- ସନ୍ତାନ୍ତଙ୍କ ଫୋନରେ ଆସିଥିବା ଇନଭିଟେସନ୍ ମଞ୍ଜୁର (Accept) କରି ସର୍ଭିସ୍ ଚାଲୁ କରନ୍ତୁ

