ବିଶ୍ବରେ ଅସ୍ଥିରତା ମଧ୍ୟରେ ଦେଶରେ ତୈଳ ଦର ସ୍ଥିର, ସ୍ଥିତି ସମୀକ୍ଷା କରିଲେ ତୈଳମନ୍ତ୍ରୀ
ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା 80 ଡଲାର ପାଖାପାଖି ବୃଦ୍ଧି ପାଇଛି । ଆମେରିକାରେ ଅଶୋଧିତ ତୈଳ ମୂଲ୍ୟ 8.6 ପ୍ରତିଶତ ବୃଦ୍ଧି ପାଇ 72.79 ଡଲାରରେ ପହଞ୍ଚିଛି ।

Published : March 3, 2026 at 9:21 AM IST
ନୂଆଦିଲ୍ଲୀ: ସାରା ବିଶ୍ବରେ ଇସ୍ରାଏଲ-ଇରାନ ଯୁଦ୍ଧର କୁପରିଣାମ ଦେଖିବାକୁ ମିଳିଛି । ଏହା ମଧ୍ୟରେ ସର୍ବାଧିକ ପ୍ରଭାବିତ ହେଉଛି ତୈଳ କାରବାର । ସାରା ବିଶ୍ବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନ୍ତର୍ଜାତୀୟ ତୈଳ ଦରରେ 9 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ହେଲେ ଏହାର ପ୍ରଭାବ ଭାରତ ଉପରେ ପଡିନାହିଁ । ଦେଶରେ ତୈଳର ଦର ଅପରିବର୍ତ୍ତିତ ରହିଛି । ନିକଟ କିଛି ସମୟରେ ଏହାର ମୂଲ୍ୟ ବଢିବନାହିଁ ବୋଲି କେନ୍ଦ୍ରୀୟ ତୈଳ ଅଧିକାରୀ ପ୍ରକାଶ କରିଛନ୍ତି ।
ବିଶ୍ବରେ ବୃଦ୍ଧି ପାଇଲା ତୈଳଦର:
ବିଶ୍ବରେ ଅଶୋଧିତ ତୈଳର ମାନକ ବ୍ରେଣ୍ଟ କ୍ରୁଡର ମୂଲ୍ୟ ବୃଦ୍ଧି ପାଇଁ ବ୍ୟାରେଲ ପ୍ରତି ମୂଲ୍ୟ 80 ଡଲାରରେ ପହଞ୍ଚିଛି । ଏହା ସହିତ ଆମେରିକାର ଅଶୋଧିତ ତୈଳ 8.6 ପ୍ରତିଶତ ବୃଦ୍ଧି ପାଇ 72.79 ଆମେରିକୀୟ ଡଲାରରେ ପହଞ୍ଚିଛନ୍ତି । ଏହାର ମୂଲ୍ୟ ଶୁକ୍ରବାର 67 ଆମେରିକୀୟ ଡଲାର ରହିଥିଲା ।
ସାରା ବିଶ୍ବରେ ଅସ୍ଥିରତା ଦେଖା ଦେଇଥିବା ବେଳେ ଭାରତ ନିଜର ତୈଳ ଦରକୁ ଅପରିବର୍ତ୍ତିତ ରଖିଛି । ଦେଶର ଆବଶ୍ୟକତାର 88 ପ୍ରତିଶତ ତୈଳ ବାହାର ଦେଶ ମାନଙ୍କରୁ ଆମଦାନୀ କରାଯାଏ । ଯାହାକୁ ଶୋଧନ କରି ପେଟ୍ରୋଲ ଓ ଡିଜେଲ ଆଦି ଇନ୍ଧନ ପ୍ରସ୍ତୁତ କରାଯାଇଥାଏ । ବିଶ୍ବରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଲେ ସରକାରଙ୍କୁ ଅଧିକ ମୂଲ୍ୟରେ ଏହାକୁ କ୍ରୟ କରିବାକୁ ପଡିବ । ଏହା ଦ୍ବାରା ଦେଶରେ ତୈଳ ଦର ବୃଦ୍ଧି ସହିତ ମୁଦ୍ରାସ୍ପୀତି ପରିସ୍ଥିତି ସୃଷ୍ଟି ହୁଏ ।
ଭାରତରେ ତୈଳ ଦର ବୃଦ୍ଧି ପରିସ୍ଥିତି ନାହିଁ:
ଭାରତରେ ଖୁଚୁରା ଇନ୍ଧନ ମୂଲ୍ୟ ତୁରନ୍ତ ବୃଦ୍ଧି ପାଇବାର ଆଶା କରାଯାଉନାହିଁ । ସରକାରଙ୍କ ନୀତିକୁ ଅନୁସରଣ କରି ଆନ୍ତର୍ଜାତୀୟ ସ୍ତରରେ ତୈଳ ମୂଲ୍ୟ ହ୍ରାସ ହେଲେ କମ୍ପାନୀମାନେ ଲାଭାଂଶ ସଂଗ୍ରହ କରନ୍ତି । ଏବଂ ଏହି ମୂଲ୍ୟ ବୃଦ୍ଧି ହେଲେ ଜନତାଙ୍କ ଉପରେ ପ୍ରଭାବ ନ ପଡିବା ପାଇଁ ଦର ସ୍ଥିର ରଖନ୍ତି । ଯାହା ଫଳରେ ଜନତା ଓ ଅର୍ଥନୀତି ଉପରେ ତୁରନ୍ତ ପ୍ରଭାବ ପଡେ ନାହିଁ ।
ଭାରତର ପ୍ରମୁଖ ତୈଳ କମ୍ପାନୀ:
2022 ମସିହା ପର ଠାରୁ ଭାରତରେ ତୈଳ ମୂଲ୍ୟ ସ୍ଥିର ରହିଥିଲା । ଭାରତୀୟ ତୈଳ ବ୍ୟବସାୟୀଙ୍କ ମଧ୍ୟରେ ଭାରତୀୟ ତୈଳ ନିଗମ (IOC), ଭାରତ ପେଟ୍ରୋଲିୟମ ନିଗମ ଲିମିଟେଡ (BPCL), ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହି ସବୁ କମ୍ପାନୀମାନେ ରହିଛନ୍ତି । ତୈଳ ମୂଲ୍ୟ ବୃଦ୍ଧି ଘଟିଲେ ଏହି କମ୍ପାନୀମାନେ କ୍ଷତି ସହି ତୈଳ ଦର ସ୍ଥିର ରଖିବାରେ ସାହାଯ୍ୟ କରିଥାନ୍ତି ।
ଗ୍ରାହକଙ୍କୁ ସୁରକ୍ଷା:
ଅର୍ଥାତ ଯେବେ ବିଶ୍ୱ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେଉଛି, ଭାରତରେ ଦର ସ୍ଥିର ରହୁଛି । ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଲେ ମଧ୍ୟ ଭାରତରେ ଦର ଅପରିବର୍ତ୍ତିତ ରହୁଛି । ଏପରି ନୀତି ଦ୍ବାରା ଭାରତରେ ସରକାର ଗ୍ରାହକଙ୍କୁ ସୁରକ୍ଷା ଦେଉଛନ୍ତି । ଅଶୋଧିତ ତୈଳରେ ବଡ଼ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ଭାରତ ଏହି ନୀତି ଅନୁସରଣ କରିବ ବୋଲି ଅଧିକାରୀ କହିଛନ୍ତି ।
ତୈଳ ମନ୍ତ୍ରୀଙ୍କ ସମୀକ୍ଷା:
ଏହି ବିଶ୍ବିକ ଅସ୍ଥିରତା ସମୟରେ ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆସାମ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ସରକାର କୌଣସି ମତେ ବିପକ୍ଷକୁ ବିରୋଧ କରିବା ପାଇଁ କୌଣସି ମୌକା ଦେବାକୁ ଚାହୁଁନାହାଁନ୍ତି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ ତୈଳ ମନ୍ତ୍ରାଳୟ ଓ ତୈଳ କମ୍ପାନୀଙ୍କୁ ନେଇ ଏକ ବୈଠକ ଡକାଇ ପରିସ୍ଥିତିର ସମୀକ୍ଷା କରିଥିଲେ । ସେ ନିଜର X ଆକାଉଣ୍ଟରେ ଲେଖିଛନ୍ତି,"ଆମେ ବଦଳୁତିବା ପରିସ୍ଥିତି ଉପରେ ନିରନ୍ତର ନଜର ରଖୁଛୁ ଏବଂ ଦେଶରେ ପ୍ରମୁଖ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକର ଉପଲବ୍ଧତା ଏବଂ ସୁଲଭତାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ।"
ଭାରତ 88 ପ୍ରତିଶତ ତୈଳ ଓ କିଛି ପରିମାଣର ପ୍ରାକୃତିକ ଗ୍ୟାସ ଆମଦାନୀ କରେ । ସେଗୁଡିକ ମଧ୍ୟରୁ ଅଧିକାଂଶ ଇରାନର ହରମୁଜ୍ ଷ୍ଟ୍ରିଟ୍ ଜରିଆରେ ଭାରତକୁ ଆସିଥାଏ । ମାତ୍ର ଇରାନ - ଇସ୍ରାଏଲ ଓ ଆମେରିକା ବିବାଦ ଯୋଗୁଁ ଏହାକୁ ବନ୍ଦ ରଖିବାକୁ ଇରାନ ଧମକ ଦେଇଛି । ଇରାନର ସରକାର, ସେନା ଓ ପରମାଣୁ ପ୍ରକଳ୍ପ ଉପରେ ଆକ୍ରମଣ ହେତୁ ଏହି ଷ୍ଟ୍ରିଟ୍ରୁ ବାଣିଜ୍ୟ କାରବାର ଓ ଟ୍ୟାଙ୍କର ଯାତାୟାତ ଉପରେ ରୋକ ଲଗାଇବାକୁ ବିଚାର କରୁଛି ।

