ETV Bharat / business

ଆଜି ହିଁ କିଣନ୍ତୁ ଘର, 2026ରେ ହୋଇପାରେ ମହଙ୍ଗା !

ଆପାର୍ଟମେଣ୍ଟ କିଣିବାକୁ ଯୋଜନା କରୁଛନ୍ତି କି ? ଆସନ୍ତା ବର୍ଷକୁ 5ରୁ 10 % ମହଙ୍ଗା ହୋଇପାରେ ।

ଆପାର୍ଟମେଣ୍ଟ ଘରର ମୂଲ୍ୟ ବୃଦ୍ଧି
HOUSING PRICES TO RISE IN 2026 (getty image)
author img

By ETV Bharat Odisha Team

Published : December 21, 2025 at 11:10 PM IST

2 Min Read
Choose ETV Bharat

ନୂଆଦିଲ୍ଲୀ: ଯଦି ଆପଣ ଆସନ୍ତା ବର୍ଷ ନିଜର ଆପାର୍ଟମେଣ୍ଟ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଏକ ସର୍ଭେରୁ ଜଣାପଡ଼ିଛି ଯେ, ରିଅଲ୍ ଇଷ୍ଟେଟ୍ ଡେଭଲପରମାନେ 2026 ମସିହାରେ ଘରର ମୂଲ୍ୟ ବୃଦ୍ଧି ପାଇବାର ଯୋଜନା କରୁଛନ୍ତି । ରିଅଲ୍ ଇଷ୍ଟେଟ୍ ଶିଳ୍ପ ସଂସ୍ଥା CREDAI ଏବଂ ଡାଟା ଆନାଲିଟିକ୍ସ ଫାର୍ମ CRE ମାଟ୍ରିକ୍ସ (property data analytics firm CRE Matrix) ଦ୍ୱାରା କରାଯାଇଥିବା ଏହି ସର୍ଭେରେ ମୋଟ 647 ଜଣ ଡେଭଲପର ଅଂଶଗ୍ରହଣ କରିଥିଲେ ।

ସମ୍ଭାବ୍ୟ ମୂଲ୍ୟ ବୃଦ୍ଧି:

ସର୍ଭେ ଅନୁଯାୟୀ, ପ୍ରାୟ 68% ଡେଭଲପରମାନେ ଆଶା ରଖିଛନ୍ତି ଯେ, 2026 ମସିହାରେ ଘରର ମୂଲ୍ୟ 5%ରୁ ଅଧିକ ବୃଦ୍ଧି ପାଇବ । ସେହିପରି 46% ଡେଭଲପର ଆଶା ରଖିଛନ୍ତି ଯେ 5ରୁ10% ବୃଦ୍ଧି ପାଇବ । ଏବଂ 18% ଡେଭଲପର କହିଛନ୍ତି 10ରୁ 15% ମଧ୍ୟରେ ବୃଦ୍ଧି ହେବ । 3% ଡେଭଲପର 15-25% ଏବଂ 1% ଡେଭଲପର 25%ରୁ ଅଧିକ ବୃଦ୍ଧି ନେଇ ଆଶା କରୁଛନ୍ତି । ତଥାପି କିଛି ଡେଭଲପର ଆଶା କରୁଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମୂଲ୍ୟ ହ୍ରାସ ପାଇବ ।

ଘର ଚାହିଦା ବୃଦ୍ଧି :

କେବଳ ମୂଲ୍ୟ ନୁହେଁ, ବରଂ ଚାହିଦା ମଧ୍ୟ ପରବର୍ତ୍ତୀ ବର୍ଷ ବୃଦ୍ଧି ପାଇବାର ଆଶା କରାଯାଉଛି । ସର୍ଭେରେ ସାମିଲ ହୋଇଥିବା ପ୍ରାୟ ଦୁଇ-ତୃତୀୟାଂଶ ଡେଭଲପର କହିଛନ୍ତି ଯେ ସେମାନେ ଆବାସିକ ଗୃହ ଚାହିଦା 5% ରୁ ଅଧିକ ବୃଦ୍ଧି ପାଇବାର ଆଶା କରୁଛନ୍ତି । ଏହାର ଅର୍ଥ ହେଉଛି ଲୋକମାନେ ନିବେଶ ପାଇଁ ନୁହେଁ ବରଂ ନିଜସ୍ୱ ବାସସ୍ଥାନ ପାଇଁ ଘର କିଣୁଛନ୍ତି ।

CREDAI ସଭାପତି ଶେଖର ଜି. ପଟେଲ କହିଛନ୍ତି,"ଗୃହ ବଜାରରେ ଅଭିବୃଦ୍ଧି ପ୍ରକୃତରେ ଚାହିଦା ଦ୍ୱାରା ପରିଚାଳିତ । ଡେଭଲପରମାନେ ଏବେ ନୂତନ ପ୍ରକଳ୍ପ ଆରମ୍ଭ କରୁଛନ୍ତି ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ଖର୍ଚ୍ଚ ହ୍ରାସ କରିବା ଉପରେ ଧ୍ୟାନ ଦେଉଛନ୍ତି । ଏହାସହ, କ୍ରେତାଙ୍କ ପରିବର୍ତ୍ତିତ ପସନ୍ଦକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଉଛି । ଏହି ଗତିକୁ ବଜାୟ ରଖିବା ପାଇଁ ଦ୍ରୁତ ପ୍ରକଳ୍ପ ଅନୁମୋଦନ ଏବଂ ସ୍ପଷ୍ଟ ନିୟମାବଳୀ ଅତ୍ୟାବଶ୍ୟକ । ଏହା ନୂତନ ଘରର ଯୋଗାଣ ବୃଦ୍ଧି କରିବ, ସମୟସୀମା ମଧ୍ୟରେ ପ୍ରକଳ୍ପ ସମାପ୍ତି ସୁନିଶ୍ଚିତ କରିବ, ସହରର ସନ୍ତୁଳିତ ଏବଂ ସ୍ଥାୟୀ ବିକାଶ ସୁନିଶ୍ଚିତ କରିବ ।"

ସେହିପରି CRE Matrix ଏବଂ IndexTap ର ସିଇଓ ଅଭିଷେକ କିରଣ ଗୁପ୍ତା କହିଛନ୍ତି,"ଏହି ଫଳାଫଳଗୁଡ଼ିକ ସୂଚାଇ ଦେଉଛି ଯେ ଆବାସିକ ସ୍ଥାବର ସମ୍ପତ୍ତିର ଚାହିଦା ସ୍ଥିର ରହିବ । ଯୋଗାଣ ଚିନ୍ତାଶୀଳ ଭାବରେ ବିସ୍ତାର କରାଯାଉଛି ଏବଂ ଦୀର୍ଘକାଳୀନ ଲାଭ ଉପରେ ଦୃଢ଼ ଧ୍ୟାନ ଦିଆଯାଉଛି ।"

ଏହା ମଧ୍ୟ ପଢନ୍ତୁ...ଏହି ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ବଢିବ ଦରମା, 10% ପର୍ଯ୍ୟନ୍ତ ବଢିପାରେ ଦରମା

ଏହା ମଧ୍ୟ ପଢନ୍ତୁ...ଆଉ ଚାଲିବନି OLA ଓ Uber ମନମାନି ! ନୂଆବର୍ଷରେ ନୂଆ ଟ୍ୟାକ୍ସି ସର୍ଭିସ, ମିଳିବ ଏସବୁ ଫାଇଦା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ