ETV Bharat / business

ସୁନା-ରୂପା ଦରରେ ବଡ ହ୍ରାସ: ଜାଣନ୍ତୁ, ଭୁବନେଶ୍ୱରରେ କେତେ ଅଛି ଆଜିର ମୂଲ୍ୟ

ବଜାର ବିଶ୍ଲେଷକଙ୍କ କହିବା ଅନୁଯାୟୀ, ଆନ୍ତର୍ଜାତୀୟ ବଜାରରେ ଡଲାରର ସ୍ଥିତି, ସୁଧ ହାରକୁ ନେଇ ସୃଷ୍ଟି ହୋଇଥିବା ଚାପ ମଧ୍ୟରେ ଘରୋଇ ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ହ୍ରାସ ପାଇଥିବା ରେକର୍ଡ କରାଯାଇଛି।

Representative image
ପ୍ରତୀକାତ୍ମକ ଚିତ୍ର (Getty Images)
author img

By ETV Bharat Odisha Team

Published : September 2, 2026 at 3:35 PM IST

2 Min Read
Choose ETV Bharat

Gold Silver Rate ହାଇଦ୍ରାବାଦ:ଘରୋଇ ସୁନା ବଜାରରେ ଆଜି ସୁନା ଏବଂ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଫଳରେ କାରବାର ଭଲ ହୋଇଥିବା ଦେଖିବାକୁ ମିଳିଛି । ଇଣ୍ଡିଆନ ବୁଲିଅନ ଜୁଏଲର୍ସ ଆସୋସିଏସନ (IBJA) ପକ୍ଷରୁ ଜାରି ତଥ୍ୟ ଅନୁସାରେ, ବିଶ୍ୱ ବଜାରରେ ଦେଖିବାକୁ ମିଳିଥିବା ଦୁର୍ବଳ କାରବାର ଏବଂ ଉଚ୍ଚ ସ୍ତରରେ ନିବେଶକଙ୍କ ପ୍ରଫିଟ ବୁକିଂ ଯୋଗକୁ ଦୁଇ ମୂଲ୍ୟବାନ ଧାତୁର ଦର ହଠାତ ଖସି ଯାଇଛି । ଏହାର ପ୍ରଭାବରେ ରାଜଧାନୀ ଓଡ଼ିଶାରେ ମଧ୍ୟ ସୁନା ରୂପା ଦରରେ ହ୍ରାସ ଘଟିଛି । ଭୁବନେଶ୍ୱରରେ 22 କ୍ୟାରେଟ ସୁନା ଦର ଗ୍ରାମ ପିଛା 13,935 ଟଙ୍କା ଥିବାବେଳେ 24 କ୍ୟାରେଟ ସୁନା ଦର ଗ୍ରାମ ପିଛା 15,202ଟଙ୍କା ରହିଛି ।

ସୁନା ଦର 1.40 ଲକ୍ଷକୁ ଖସିଲା

ବଜାର ବିଶ୍ଲେଷକଙ୍କ କହିବା ଅନୁଯାୟୀ, ଆନ୍ତର୍ଜାତୀୟ ବଜାରରେ ଡଲାରର ସ୍ଥିତି ଏବଂ ସୁଧ ହାରକୁ ନେଇ ସୃଷ୍ଟି ହୋଇଥିବା ଚାପ ମଧ୍ୟରେ ଘରୋଇ ବଜାରରେ ୨୪ କ୍ୟାରେଟ୍ ବିଶୁଦ୍ଧ ସୁନା ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ଆଜି ୧୦ ଗ୍ରାମ ସୁନାର ଭାବ ₹୧,୬୬୦.୦୦ (-୧.୦୯୦%) ହ୍ରାସ ପାଇ ₹୧,୫୦,୫୦୦.୦୦ ରେ ବନ୍ଦ ହୋଇଛି। କ୍ରମାଗତ ଜାରି ରହିଥିବା ଏହି ହ୍ରାସ ଯୋଗୁଁ ବାହାଘର ଋତୁ ପାଇଁ କିଣାକିଣି କରୁଥିବା ସାଧାରଣ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

ସେହିପରି ରୂପା ମୂଲ୍ୟରେ ଭାରି ହ୍ରାସ ଦେଖିବାକୁ ମିଳିଛି । ସୁନା ପଛେ ପଛେ ଶିଳ୍ପ ଧାତୁ ରୂପାରେ ମଧ୍ୟ ଆଜି ଭାରୀ ଦୁର୍ବଳତା ଦେଖାଯାଇଛି। ଶିଳ୍ପ ଚାହିଦାରେ ମାନ୍ଦାବସ୍ଥା ଏବଂ ବିଶ୍ୱ ବଜାରରେ ଦୁର୍ବଳ କାରାବାର ସ୍ଥିତି ଯୋଗୁଁ ପ୍ରତି ରୂପାର କିଲୋଗ୍ରାମ ପିଛା ମୂଲ୍ୟ ୩,୧୨,୦୦୦ଟଙ୍କାରୁ (-୧.୩୩୦%)ରୁ ଖସି ୨,୩୧,୬୬୦.୦୦ ସ୍ତରରେ ପହଞ୍ଚିଛି।

ପ୍ରମୁଖ ଭାରତୀୟ ସହରରେ ଆଜି ସୁନା ଦର

ଇଣ୍ଡିଆ ବୁଲିୟନ୍ ଏଣ୍ଡ ଜ୍ୱେଲର୍ସ ଆସୋସିଏସନର ନୂତନ ତଥ୍ୟ ଅନୁସାରେ, ଦେଶର ବିଭିନ୍ନ ପ୍ରମୁଖ ସହରରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନାର ଖୁଚୁରା ମୂଲ୍ୟ ଏହିପରି ରହିଛି-

  • ଭୁବନେଶ୍ୱର-24 କ୍ୟାରେଟ ସୁନା ଦର 10 ଗ୍ରାମ 1, 52,020ଟଙ୍କା ଥିବାବେଳେ 22କ୍ୟାରେଟ ସୁନା ଦର 1,39,350 ରହିଛି ।
  • ଦିଲ୍ଲୀ-24 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 1, 40,920ଟଙ୍କା ଥିବାବେଳେ 22କ୍ୟାରେଟ ସୁନା ଦର 1,37,427 ରହିଛି
  • ହାଇଦ୍ରାବାଦ-24 କ୍ୟାରେଟ ସୁନା ଦର10 ଗ୍ରାମ ପିଛା 1,50,410ଟଙ୍କା ଥିବାବେଳେ 22କ୍ୟାରେଟ ସୁନା ଦର 1,37,876 ରହିଛି
  • ବାଙ୍ଗାଲୋର-24 କ୍ୟାରେଟ ସୁନା ଦର10 ଗ୍ରାମ ପିଛା 1,50,290ଟଙ୍କା ଥିବାବେଳେ 22କ୍ୟାରେଟ ସୁନା ଦର 1,37,766 ରହିଛି
  • ମୁମ୍ବାଇ-24 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 1, 50,170 ଟଙ୍କା ଥିବାବେଳେ 22କ୍ୟାରେଟ ସୁନା ଦର 1,37,656 ରହିଛି
  • କୋଲକାତା-24 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 1,49,970ଟଙ୍କା ଥିବାବେଳେ 22କ୍ୟାରେଟ ସୁନା ଦର 1,38,078 ରହିଛି
  • ଥିରୁଅନନ୍ତପୁରମ-24 କ୍ୟାରେଟ ସୁନା 10 ଗ୍ରାମ ପିଛା1,50,630ଟଙ୍କା ଥିବାବେଳେ 22କ୍ୟାରେଟ ସୁନା ଦର 1,37,427 ରହିଛି
  • ଚେନ୍ନାଇ-24 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 1, 50,610ଟଙ୍କା ଥିବାବେଳେ 22କ୍ୟାରେଟ ସୁନା ଦର 1,38,059 ରହିଛି

ସେହିପରି ରୂପା କେଜି ପ୍ରତି 2 ଲକ୍ଷ 31 ହଜାର 720 ରହିଛି । ତେବେ IBJA ଦ୍ୱାରା ପ୍ରକାଶିତ ଏହି ମୂଲ୍ୟରେ 3% GST ଏବଂ ମେକିଂ ଚାର୍ଜକୁ ସାମିଲ କରାଯାଇ ନାହିଁ । ବିଲିଂ ସମୟରେ ଏହି କର ଏବଂ ଚାର୍ଜ ପୃଥକ ଭାବରେ ସାମିଲ କରାଯିବ ।

କାହିଁକି ହ୍ରାସ ପାଇଲା ସୁନା-ରୂପା ଦର

ବିଶ୍ଳେଷକଙ୍କ କହିବା ଅନୁଯାୟୀ, ବିଶ୍ୱ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ଅଶୋଧିତ ତୈଳ ଦର ବୃଦ୍ଧି ମୁଦ୍ରାସ୍ଫୀତି ଚିନ୍ତାକୁ ପୁନର୍ଜୀବିତ କରିଛି। ଏହା ଆମେରିକା ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସର ସମ୍ଭାବନାକୁ ହ୍ରାସ କରିଛି। ଫଳସ୍ୱରୂପ, ବଡ଼ ନିବେଶକମାନେ ସୁନାରୁ ସେମାନଙ୍କର ନିବେଶ ପ୍ରତ୍ୟାହାର କରି ନେଇଛନ୍ତି । ସେମାନେ ପ୍ରଫିଟ ବୁକିଂ କରିବା ଆରମ୍ଭ କରିଛନ୍ତି, ଯାହାକି ସିଧାସଳଖ ଭାରତୀୟ ସୁନା ବଜାରକୁ ପ୍ରଭାବିତ କରୁଛି।

ଏହା ମଧ୍ୟ ପଢନ୍ତୁ ପୁଣି କମିଲା ସୁନା ରୁପା ଦର, ଜାଣନ୍ତୁ ପ୍ରମୁଖ ସହରର ଦର

ଏହା ମଧ୍ୟ ପଢନ୍ତୁ ସୁନା ଉପରେ ଇରାନ-ଆମେରିକା ଯୁଦ୍ଧ ବିରତି ପ୍ରଭାବ; ପୁଣି ଉପର ମୁହାଁ ହେଲା ଦର