ଏବେ 5 ବର୍ଷ ନୁହେଁ 1 ବର୍ଷରେ ମିଳିବ ଗ୍ରାଚୁଇଟି, ଭାରତୀୟ ଶ୍ରମ ନିୟମରେ ବଡ଼ ପରିବର୍ତ୍ତନ
ନୂତନ ଶ୍ରମ ସଂହିତା ଅନୁଯାୟୀ, ସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଗୋଟିଏ ବର୍ଷ ଚାକିରି ପୂରଣ କରିବା ପରେ ଗ୍ରାଚ୍ୟୁଇଟି ପାଇପାରିବେ । ଏହା ଏକ ବଡ଼ ପରିବର୍ତ୍ତନ ।

Published : April 5, 2026 at 9:57 PM IST
INDIAS NEW LABOUR CODES ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ ଲେବର କୋର୍ଡ ଦ୍ବାରା ବହୁ ପୁରାତନ ଗ୍ରାଚୁଇଟି ନିୟମରେ ଐତିହାସିକ ପରିବର୍ତ୍ତନ ଆଣିଛନ୍ତି । ଏହା ଭାରତରେ ବିଭିନ୍ନ କ୍ଷେତ୍ରରେ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଆଶ୍ବସ୍ତିଜନକ ଖବର ଆଣିଛି । ଗତବର୍ଷ ନଭେମ୍ବର 21 ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ନିୟମ ଅନୁଯାୟୀ କିଛି କର୍ମଚାରୀଙ୍କୁ ଏବେ ଗ୍ରାଚ୍ୟୁଟି ପାଇଁ ଆଉ 5 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । ସେମାନେ 1 ବର୍ଷ ନିରନ୍ତର ଭାବେ ଚାକିରିରେ କାର୍ଯ୍ୟ କରିଲେ ଗ୍ରାଚୁଇଟି ପାଇଁ ଉପଯୁକ୍ତ ଅଂଶୀଦାର ହୋଇପାରିବେ ।
କେଉଁମାନେ ହେବେ ଲାଭବାନ:
ପୂରାତନ 'ଗ୍ରାଚ୍ୟୁଇଟି ପ୍ରଦାନ ଆଇନ, ୧୯୭୨' ଅନୁଯାୟୀ କୌଣସି ସଂସ୍ଥାନରେ 5 ବର୍ଷ ଧରି ନିରନ୍ତର କାର୍ଯ୍ୟ କରିଥିବା ବ୍ୟକ୍ତି ଗ୍ରାଚୁଇଟି ପାଇଁ ହକ୍ଦାର ହେଉଥିଲେ । ମାତ୍ର ନୂଆ ସାମିଜିକ ସୁରକ୍ଷା ନିୟମ, 2020 ମୁତାବକ ଫିକ୍ସଡ୍ ଟର୍ମ କର୍ମଚାରୀ (FTE) ଓ କଣ୍ଟ୍ରାକ୍ଟ କର୍ମକର୍ତ୍ତାଙ୍କ ପାଇଁ ଏହି ସମୟକୁ ହ୍ରାସ କରାଯାଇ 1 ବର୍ଷ କରି ଦିଆଯାଇଛି ।
କମ୍ପାନୀ କିଛି କର୍ମଚାରୀଙ୍କୁ ଏକ ନିଶ୍ଚିତ ଅବଧି (1 କିମ୍ବା 2 ବର୍ଷ) ପାଇଁ କାର୍ଯ୍ୟ କରିବା ପାଇଁ ନିୟୋଜିତ କରିଥାଏ । ଏଥିପାଇଁ କର୍ମଚାରୀ ଲିଖିତ ଭାବେ ଚୁକ୍ତିନାମା କରିଥାନ୍ତି । ସେହି କ୍ରମଚାରୀଙ୍କୁ ଫିକ୍ସଡ୍ ଟର୍ମ କର୍ମଚାରୀ କୁହାଯାଇଥାଏ । ସେମାନଙ୍କ ସେବାର ଅବଧି ଅନୁଯାୟୀ 'ପ୍ରୋ-ରାଟା' ବା ଆନୁପାତିକ ଆଧାରରେ ଗ୍ରାଚୁଇଟି ପ୍ରଦାନ କରାଯିବ । ହେଲେ ନିୟମିତ ଓ ସ୍ଥାୟୀ କର୍ମଚାରୀଙ୍କ ପାଇଁ 5 ବର୍ଷର ସେବା ଏବେ ମଧ୍ୟ କାର୍ଯ୍ୟକାରୀ ରହିଛି । ମୃତ୍ୟୁ କିମ୍ବା ଭିନ୍ନକ୍ଷମ ହେବା ମାମଲାରେ ଏହା ସମୟସୀମା ଆଗରୁ କାର୍ଯ୍ୟକାରୀ ହେବ ନାହିଁ ।
ବଢିବ ଇନ୍-ହ୍ୟାଣ୍ଡ ଗ୍ରାଚୁଇଟି:
ନୂଆ ଶ୍ରମ ନିୟମ କେବଳ ସମୟ ସୀମ ନୁହେଁ ବରଂ ଗଣନାର ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି । କର୍ମଚାରୀଙ୍କ ଦରମା ସମଗ୍ର CTCର 50 ପ୍ରତିଶତ ହେବା ବାଧ୍ୟତାମୂଳକ ହେବା ଆବଶ୍ୟକ ।
ଶ୍ରମ ମନ୍ତ୍ରାଳୟ ଦରମାର ପରିଭାଷାକୁ ସ୍ପଷ୍ଟ କରି କହିଛନ୍ତି, ଏଥିରେ ମୂଳ ବେତନ, ମହଙ୍ଗା ଭତ୍ତା (DA) ଓ ରେଟେନିଂ ଆଲାଉଆନ୍ସ ଆଦିକୁ ସାମିଲ କରାଯାଇଛି । ଯେଉଁ କର୍ମଚାରୀଙ୍କ ବେସିକ୍ ପେ କମ୍ ଓ ଉତ୍ତା ଅଧିକ ରହିଥିଲା, ସେମାନଙ୍କ ଉପରେ ଏହାର ପ୍ରଭାବ ପଡିବ । ବର୍ତ୍ତମାନ ଭତ୍ତା 50 ପ୍ରତିଶତରୁ ଅଧିକ ହେଲେ, ଅତିରିକ୍ତ ରାଶିକୁ ବେସିକ୍ ପେ'ରେ ଯୋଡି ଦିଆଯିବ । ଫଳରେ ଭବିଷ୍ଯରେ ମିଳିବାକୁ ଥିବା ଗ୍ରାଚୁଇଟିର ରାଶି ବଢିବ ।
ଏହା ମଧ୍ୟ ପଢନ୍ତୁ: ଅଣ୍ଡା ଉତ୍ପାଦକଙ୍କୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଝଟ୍କା: ରପ୍ତାନୀ ବନ୍ଦ, ଖସୁଛି ଦର, ଚିନ୍ତାରେ ବ୍ୟବସାୟୀ |
କେବେ ଠାରୁ ଲାଗୁ ହେବ ନିୟମ?
ଶ୍ରମ ମନ୍ତ୍ରାଳୟର ଦସ୍ତାବିଜ ଅନୁଯାୟୀ, ଏହିନିୟମ ନଭେମ୍ବର 21, 2025ରୁ ଲାଗୁ ହୋଇସାରିଛି । ଅର୍ଥାତ୍ ଏହି ତାରିଖ ପରେ ଯେଉଁ କର୍ମଚାରୀ କମ୍ପାନୀମାନଙ୍କରେ କାର୍ଯ୍ୟ କରୁଛନ୍ତି ସେମାନେ ଏକ ବର୍ଷ ପରେ ଗ୍ରାଚୁଇଟିର ଲାଭ ଉଠାଇପାରିବେ । ଦେଶରେ ଥିବା ବହୁ ଶ୍ରମିକଙ୍କୁ ଏହି ପ୍ରକ୍ରିୟା ସୁରକ୍ଷା ଦେବ । ଏବଂ କମ୍ ଅବଧି ଯୁକ୍ତ କାର୍ଯ୍ୟ ପାଇଁ ଏହା ଆର୍ଥିକ ଲାଭ ସୁନିଶ୍ଚିତ କରିବ ।

