ETV Bharat / business

CREDରେ Metaର ବଡ଼ ନିବେଶ: କୁନାଲ ଶାହ ହେବେ ପରବର୍ତ୍ତୀ ହ୍ବାଟ୍ସଆପ୍‌ ଗ୍ଲୋବାଲ ହେଡ୍

CREDର CEO କୁନାଲ ଶାହ ନିଜର କାର୍ଯ୍ୟନିର୍ବାହୀ ଭୂମିକାରୁ ବାହାରି ମେଟା କମ୍ପାନୀର ବିଶ୍ୱ ନେତୃତ୍ୱ ଟିମରେ ଯୋଗଦେବେ । CREDରେ ମେଟା 8,550 କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି ।

Representational image
CREDରେ Metaର ବଡ଼ ନିବେଶ: କୁନାଲ ଶାହ ହେବେ ପରବର୍ତ୍ତୀ ହ୍ବାଟ୍ସଆପ୍‌ ଗ୍ଲୋବାଲ ହେଡ୍ (AFP)
author img

By ETV Bharat Odisha Team

Published : June 23, 2026 at 4:09 PM IST

2 Min Read
Choose ETV Bharat

KUNAL SHAH WHATSAPP GLOBAL HEAD , ନୂଆଦିଲ୍ଲୀ: ଟେକ୍ ଜାଏଣ୍ଟ ମେଟା ଭାରତୀୟ ଫିନ୍‌ଟେକ୍ କମ୍ପାନୀ CREDରେ 8,550 କୋଟି ଟଙ୍କାର (900 ମିଲିଅନ ଆମେରିକୀୟ ଡଲାର) ନିବେଶ କରିଛି । ଏହା ସହିତ CREDର CEO କୁନାଲ ଶାହଙ୍କୁ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ର ନୂଆ ଗ୍ଲୋବାଲ ହେଡ୍ ଭାବେ ନିଯୁକ୍ତ କରିଛନ୍ତି । ପୂର୍ବତନ ହ୍ବାଟ୍ସଆପ୍‌ ଗ୍ଲୋବାଲ ହେଡ୍ ୱିଲ କାଥକାର୍ଟ 7 ବର୍ଷ ଦାୟିତ୍ବ ଭାର ସମ୍ଭାଳିବା ପରେ ମେଟା(Meta)ର ଏକ ନୂଆ ଦାୟିତ୍ବ ଗ୍ରହଣ କରିବେ ।

ହ୍ୱାଟ୍ସଆପ୍ ର ପରବର୍ତ୍ତୀ ଗ୍ଲୋବାଲ ହେଡ୍:
"କୁନାଲ ଶାହ ହ୍ୱାଟ୍ସଆପର ପରବର୍ତ୍ତୀ ଗ୍ଲୋବାଲ ହେଡ୍ ଭାବରେ ମେଟାରେ ଯୋଗଦେବେ । କୁନାଲ CREDକୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କମ୍ପାନୀ ମଧ୍ୟରୁ ଗୋଟିଏରେ ପରିଣତ କରିଛନ୍ତି । ସେ ଏପରି ନିର୍ମାତା ମାନସିକତା ଏବଂ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଆଣିଛନ୍ତି, ଯାହା ତାଙ୍କୁ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ଆପ୍ ଚଲାଇବାରେ ଭଲ ଭାବରେ ସାହାଯ୍ୟ କରିବ," ବୋଲି ମେଟା ପ୍ରତିଷ୍ଠାତା ଏବଂ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ।

ମାର୍କ, କ୍ରିସ୍ ଏବଂ ମେଟା ସହିତ କାମ କରିବାକୁ କୁନାଲ ଆଗ୍ରହୀ:
ଜୁକରବର୍ଗ ଆହୁରି କହିଛନ୍ତି ଯେ, ସେ କୁନାଲ ଶାହଙ୍କ ସହିତ କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି । ହ୍ବାଟ୍ସଆପ୍‌କୁ କୋଟି କୋଟି ଲୋକ ଓ ଲକ୍ଷ ଲକ୍ଷ ବ୍ୟବସାୟୀଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି । "ଯଦିଓ ହ୍ବାଟ୍ସଆପ୍‌ ବହୁତ ଆଗକୁ ଆସିଯାଇଛି, ଆଜିର WhatsApp ଏବଂ ଏହାର ପୂର୍ଣ୍ଣ କ୍ଷମତା ମଧ୍ୟରେ ସମ୍ଭାବନା ବହୁତ ବଡ଼ । WhatsApp ଯାତ୍ରାର ପରବର୍ତ୍ତୀ ପଦକ୍ଷେପ ପାଇଁ ମୁଁ ମାର୍କ, କ୍ରିସ୍ ଏବଂ ମେଟାର ନେତୃତ୍ୱ ସହିତ କାମ କରିବାକୁ ଅପେକ୍ଷା କରିଛି," ବୋଲି କୁନାଲ ଶାହ କହିଛନ୍ତି ।

ମେଟା ଚିଫ୍ ପ୍ରଡକ୍ଟ ଅଫିସର କ୍ରିସ କକ୍ସ ହ୍ବାଟ୍ସ ଆପ୍ ଭଳି ଏକ ବିଶ୍ୱବ୍ୟାପୀ ଉତ୍ପାଦ ଏବଂ ପ୍ରତିଦିନ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଆବଶ୍ୟକତାକୁ ପ୍ରତିନିଧିତ୍ୱ କରିପାରିବା ଭଳି ଏକ ନେତୃତ୍ବ ଖୋଜୁଥିଲେ । ଏଥିପାଇଁ ସେ କୁନାଲ ଶାହଙ୍କୁ ସିଧାସଳଖ ଯୋଗାଯୋଗ କରିଥିଲେ । "ଜଣେ ପ୍ରଖ୍ୟାତ ଲେଖକ ଏବଂ ଉପସ୍ଥାପକ କୁନାଲ ଶାହା WhatsApp କିପରି ଆହୁରି ଉପଯୋଗୀ ହୋଇପାରିବ ସେ ବିଷୟରେ ଦୃଢ଼ ମତ ରଖନ୍ତି," ମେଟା ନିଜ ବିବୃତ୍ତିରେ ପ୍ରକାଶ କରିଛି ।

CREDରେ ମେଟାର ନିବେଶ ପରେ ଏହାର ମୂଲ୍ୟ 43,239 କୋଟି ଟଙ୍କାରେ ପହଞ୍ଚିଛି । ଫିନଟେକ୍ ଫାର୍ମର କହିଛି ଯେ, ମେଟା ନେତୃତ୍ୱରେ ସିରିଜ୍ H ପାଣ୍ଠି ପ୍ରାଥମିକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସେୟାର କ୍ରୟର ମିଶ୍ରଣ ମାଧ୍ୟମରେ ନିବେଶ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

Meta Edits ଆପ୍ ଜରିଆରେ କେମିତି ପ୍ରସ୍ତୁତ କରିବେ ଭାଇରାଲ୍ Reels? ଆସିଲା AI ଆସିଷ୍ଟାଣ୍ଟ

କେବଳ ମନୋରଞ୍ଜନ ନୁହେଁ ଏବେ ସପିଂର ମାଧ୍ୟମ ସାଜିଛି Instagram Reels: ମେଟା ରିପୋର୍ଟରେ ବଡ଼ ଖୁଲାସା, ଭାରତର 97% ଲୋକ ଦେଖୁଛନ୍ତି ଭିଡିଓ

Instagram, Facebook ଓ Whatsappର ପେଡ୍‌ ପ୍ଲାନ ଲଞ୍ଚ, ଜାଣନ୍ତୁ କଣ ମିଳିବ ଫିଚର୍ସ