ETV Bharat / business

ଶସ୍ତା ହେଲା କମର୍ସିଆଲ ଗ୍ୟାସ, କେଉଁ ସହରରେ କେତେ ରହିଛି ପରିବର୍ତ୍ତିତ ଦର ? ଜାଣନ୍ତୁ...

ଜୁଲାଇ ୧ ରୁ (ଆଜିଠାରୁ) ସାରା ଦେଶରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ (Commercial LPG Cylinder Prices) ହ୍ରାସ ପାଇଛି । ଓଡ଼ିଶାରେ ଦର କେତେ ହ୍ରାସ ହୋଇଛି ? ଜାଣନ୍ତୁ...

Commercial LPG cylinder prices
ଶସ୍ତା ହେଲା କମର୍ସିଆଲ ଗ୍ୟାସ (ETV Bharat)
author img

By ETV Bharat Odisha Team

Published : July 1, 2026 at 10:02 AM IST

|

Updated : July 1, 2026 at 10:49 AM IST

1 Min Read
Choose ETV Bharat

COMMERCIAL LPG CYLINDER PRICES , ନୂଆଦିଲ୍ଲୀ: ଜୁଲାଇ ମାସର ପ୍ରଥମ ଦିନ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି । କମର୍ସିଆଲ ଗ୍ୟାସ ଶସ୍ତା ହୋଇଛି । ୨୦୨୬ରେ ପ୍ରଥମ ଥର ପାଇଁ ଭାରତରେ ୧୯ କିଲୋଗ୍ରାମ ଏଲପିଜି ମୂଲ୍ୟ ହ୍ରାସ ହୋଇଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ (OMCs) ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଉପରେ ୧୮୩.୫୦ ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି । ମାତ୍ର ସାଧାରଣ ଜନତା ଏବଂ ଘରୋଇ ଗ୍ରାହକଙ୍କ ପାଇଁ କୌଣସି ଆଶ୍ୱସ୍ତି ନାହିଁ । ୧୪.୨ କିଲୋଗ୍ରାମର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି ।

ବାଣିଜ୍ୟିକ ଗ୍ୟାସ ମୂଲ୍ୟରେ ହ୍ରାସ ପରେ, ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୩,୧୧୩.୫୦ ଟଙ୍କାରୁ ୨,୯୩୦ ଟଙ୍କାକୁ ହ୍ରାସ ପାଇଛି । ଆନ୍ତର୍ଜାତୀୟ ଇନ୍ଧନ ମୂଲ୍ୟ ଏବଂ ବିଶ୍ୱ ଏଲପିଜି ମାନଦଣ୍ଡରେ ପରିବର୍ତ୍ତନ ଆଧାରରେ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସମାନ ହ୍ରାସ ରେକର୍ଡ କରାଯାଇଛି । ଏହି ନିଷ୍ପତ୍ତି ବିବାହ ଋତୁରେ ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ କ୍ୟାଟରିଂ ସେବା ପରିଚାଳନା କରୁଥିବା ଛୋଟ ଏବଂ ବଡ଼ ବ୍ୟବସାୟଗୁଡ଼ିକୁ ସିଧାସଳଖ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ । ଏହା ବଜାରରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ହ୍ରାସ କରିବ ବୋଲି ମଧ୍ୟ ଆଶା କରାଯାଉଛି ।

କେଉଁ ସହରରେ ଦର କେତେ?

ସହରହ୍ରାସ ପରେ ନୂଆ ଦର ମୂଲ୍ୟ ହ୍ରାସ
ଦିଲ୍ଲୀ୨,୯୩୦.୦୦ ଟଙ୍କା୧୮୩.୫୦ ଟଙ୍କା
ଭୁବନେଶ୍ୱର୩,୧୧୪.୫୦ ଟଙ୍କା୧୭୫.୫୦ ଟଙ୍କା
କୋଲକାତା୩୦୮୧.୫୦ ଟଙ୍କା୧୭୪.୦୦ ଟଙ୍କା
ଚେନ୍ନାଇ୩,୧୦୬.୦୦ ଟଙ୍କା୧୭୭.୦୦ ଟଙ୍କା
ଗୁରୁଗ୍ରାମ୨,୯୪୭.୫୦ ଟଙ୍କା୧୮୨.୫୦ ଟଙ୍କା
ନୋଏଡା୨,୯୩୦.୦୦ ଟଙ୍କା୧୮୩.୫୦ ଟଙ୍କା
ବେଙ୍ଗାଲୁରୁ୩୦୨୧.୦୦ ଟଙ୍କା୧୭୭.୦୦ ଟଙ୍କା
ମୁମ୍ବାଇ୨,୮୮୫.୫୦ ଟଙ୍କା୧୮୨.୦୦ ଟଙ୍କା
ଚଣ୍ଡୀଗଡ଼୨,୯୫୪.୫୦ ଟଙ୍କା୧୮୧.୫୦ ଟଙ୍କା
ହାଇଦ୍ରାବାଦ୩,୧୯୧.୦୦ ଟଙ୍କା୧୭୬.୦୦ ଟଙ୍କା
ଜୟପୁର୨,୯୫୭.୫୦ ଟଙ୍କା୧୮୩.୫୦ ଟଙ୍କା
ଲକ୍ଷ୍ନୌ୩୦୫୨.୫୦ ଟଙ୍କା୧୮୩.୫୦ ଟଙ୍କା
ପାଟନା୩,୨୨୭.୦୦ ଟଙ୍କା୧୭୩.୦୦ ଟଙ୍କା
ଥିରୁଅନନ୍ତପୁରମ୨,୯୭୧.୫୦ ଟଙ୍କା୧୮୦.୫୦ ଟଙ୍କା

ବାଣିଜ୍ୟିକ ଗ୍ୟାସ ବ୍ୟବହାର କରୁଥିବା ଶିଳ୍ପଗୁଡ଼ିକୁ କିଛିଟା ଆଶ୍ୱସ୍ତି ମିଳିଛି, କିନ୍ତୁ ଘରୋଇ ରନ୍ଧନ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ଘରୋଇ ସିଲିଣ୍ଡର ୯୪୨ ଟଙ୍କା, ଭୁବନେଶ୍ବରରେ ୯୬୮ ଟଙ୍କା, ମୁମ୍ବାଇରେ ୯୪୧.୫୦ ଟଙ୍କା, କୋଲକାତାରେ ୯୬୮ ଟଙ୍କା ଏବଂ ଚେନ୍ନାଇରେ ୯୫୭.୫୦ ଟଙ୍କାରେ ବିକ୍ରି ହେଉଛି । ହାଇଦ୍ରାବାଦରେ, ମୂଲ୍ୟ ୯୯୪ ଟଙ୍କା ଏବଂ ପାଟନାରେ ୧୦୩୧.୫୦ ଟଙ୍କା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...

ଭାରତ ପାଇଁ ଲାଭ ଆଣିବ ଆମେରିକା-ଇରାନ ଶାନ୍ତି ଚୁକ୍ତି ! ହ୍ରାସ ପାଇପାରେ ପେଟ୍ରୋଲ-ଡିଜେଲ-CNG ମୂଲ୍ୟ

ଖାଉଟିଙ୍କୁ ମହଙ୍ଗା ମାଡ଼: ବଢିଲା ଘରୋଇ LPG ସିଲିଣ୍ଡରର ଦର

Last Updated : July 1, 2026 at 10:49 AM IST