ETV Bharat / business

ଆଉ ଚାଲିବନି OLA ଓ Uber ମନମାନି ! ନୂଆବର୍ଷରେ ନୂଆ ଟ୍ୟାକ୍ସି ସର୍ଭିସ, ମିଳିବ ଏସବୁ ଫାଇଦା

ଅନ୍ୟ ଆପ୍ ଭଳି Bharat Taxiରେ ସର୍ଜ ପ୍ରାଇସ୍ ଦେଖିବାକୁ ମିଳିବନି । Zero Comissionରେ ଏହା କାର୍ଯ୍ୟ କରିବ ।

Bharat Taxi to be launched in 2026 new year in New Delhi
ନୂଆବର୍ଷରେ ଲଞ୍ଚ ହେବ Bharat Taxi, Peak Hourରେ ବଢିବନି ଗାଡ଼ି ଭଡ଼ା (Credit@taxibharat)
author img

By ETV Bharat Odisha Team

Published : December 18, 2025 at 7:46 PM IST

2 Min Read
Choose ETV Bharat

Bharat Taxi to be launched, ନୂଆଦିଲ୍ଲୀ: ଆଉ ଚାଲିବନି OLA ଓ Uberର ମନମାନି । ନୂଆବର୍ଷରୁ ଲଞ୍ଚ ହେବାକୁ ଯାଉଛି ନୂତନ ଟାକ୍ସି ଆପ୍ । ଯାହାର ନାମ ଭାରତ ଟାକ୍ସି ରହିଛି । ଏହା ନୂତନ ବର୍ଷ ଅବସରରେ ନିଜର ନୂତନ ମୋବାଇଲ ଆପ୍ ଲଞ୍ଚ କରିବ । ଏହି ଆପ୍ ବଜାରରେ ପ୍ରବେଶ ପରେ ବ୍ୟବହାରକାରୀଙ୍କୁ OLA ଓ Uber, Rapido ଭଲି ଆପ୍‌ର ଏକ ବିକଳ୍ପ ବ୍ୟବସ୍ଥା ମିଳିବ । ଏହା କେନ୍ଦ୍ର ସରକାରଙ୍କ ସହଭାଗିତାରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ଅନ୍ୟ ଆପ୍ ଭଳି ସର୍ଜ ପ୍ରାଇସ୍ ଦେଖିବାକୁ ମିଳିବନି । ଯାହା ଏହାର ଏକ ପ୍ରମୁଖ ବିଶେଷତ୍ବ । Zero Comissionରେ ଏହା କାର୍ଯ୍ୟ କରିବ ।

ଭାରତ ଟ୍ୟାକ୍ସିର ପ୍ରମୁଖ ବିଶେଷତ୍ବ:

  1. କେନ୍ଦ୍ର ସରକାରଙ୍କ ସହଭାଗିତାରେ ପରିଚାଳିତ
  2. ଜିରୋ କମିଶନ ସୁବିଧା
  3. ପ୍ରମୁଖ ସମୟରେ(Peak Hours) ସର୍ଜ ପ୍ରାଇସ୍(Surge Price) ବିହୀନ ଯାତ୍ରା

ଭାରତ ଟ୍ୟାକ୍ସିରେ ମିଳୁଥିବା ସୁବିଧା:

  • ରିଅଲ ଟାଇମ୍ ଭେହିକିଲ୍ ଟ୍ରାକିଂ
  • ଭେରିଫାଇଡ୍ ଚାଳକଙ୍କ ଅନବୋର୍ଡିଂ
  • 24×7 କଷ୍ଟମର ସପୋର୍ଟ
  • ଆପ୍‌ରେ ବିଭିନ୍ନ ଭାଷାର ସପୋର୍ଟ
  • ଟ୍ରାନ୍ସପରେଣ୍ଟ ବିଲିଂ
  • ଡିଜିଟାଲ ପେମେଣ୍ଟ

ସର୍ଜ ପ୍ରାଇସିଂ ନାହିଁ:

ଭାରତ ଟ୍ୟାକ୍ସିକୁ ପ୍ରମୁଖ ଭାବେ ଯାତ୍ରୀ ଓ ଚାଳକଙ୍କ ସୁବିଧାକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି । ଏହି ଆପ୍ ଜରିଆରେ ବ୍ୟବହାରକାରୀ ଅଟୋ-ରିକ୍ସା, କାର ଓ ବାଇକ୍ ଟାକ୍ସି ଆଦି ବୁକ୍ କରିପାରିବେ । ନିଜର ଆବଶ୍ୟକତା ଓ ବଜେଟ ଅନୁଯାୟୀ ଆପଣ ବିକଳ୍ପ ବାଛିପାରିବେ । ତେବେ ଏହାର ସବୁଠାରୁ ବଡ଼ ସ୍ବତନ୍ତ୍ରତା ହେଉଛି ଏହା ଅନ୍ୟ ଆପ୍‌ଙ୍କ ଭଳି ସର୍ଜ ପ୍ରାଇସିଂ ନାହିଁ । ଅର୍ଥାତ୍ ପ୍ରମୁଖ ଘଣ୍ଟାରେ ଏବଂ ପାଗ ଖରାପ ଥିବା ସମୟରେ ଦାମ୍ ହଠାତ ବୃଦ୍ଧି ପାଇବ ନାହିଁ । ଭଡ଼ା ଓ ଦରକୁ ଯଥାସମ୍ଭବ ସ୍ଥିର ରଖିବା ପାଇଁ ପ୍ରୟାସ କରାଯାଇଛି ।

56,000 ଚାଳକଙ୍କ ରେଜିଷ୍ଟ୍ରେସନ:

ସରକାରୀ ସହଯୋଗରେ ଆରମ୍ଭ ହେବାକୁ ଏହି ଟାକ୍ସି ସେବା ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଠିକ୍ ସୁବିଧା ଯୋଗାଇଥାଏ । ଏହା ସହିତ ଡ୍ରାଇଭରଙ୍କୁ କିପରି ସଠିକ ପରିମାଣର ଭଡ଼ା ମିଳିବ, ତାହା ଉପରେ ମଧ୍ୟ ଧ୍ୟାନ ଦେଇଥାଏ । ଏଥିରେ ସାମିଲ ହୋଇଥିବା ଡ୍ରାଇଭରମାନଙ୍କୁ 80 ପ୍ରତିଶତରୁ ଅଧିକ ଭଡ଼ା ମିଳିବ । ଯାହା ଫଳରେ ଅନ୍ୟ ଉପଲବ୍ଧ ଆପ୍ଲିକେସନ ଅପେକ୍ଷା ଚାଳକଙ୍କ ରୋଜଗାର ଭଲ ହେବ । ଦିଲ୍ଲୀରେ ଏହି ପ୍ଲାଟଫର୍ମ ସହିତ 56,000 ପାଖାପାଖି ଚାଳକ ରେଜିଷ୍ଟ୍ରେସନ କରାଇ ସାରିଛନ୍ତି । ଯାହା ଏହି ଆପ୍ ଉପରେ ଥିବା ଲୋକଙ୍କ ଭରସାକୁ ପ୍ରତିପାଦନ କରୁଛି ।

ଏହି ଟ୍ୟାକ୍ସି ସର୍ଭିସ ପ୍ରଥମେ ନୂଆଦିଲ୍ଲୀରେ ନବବର୍ଷ ଉପଲକ୍ଷେ 2026 ଜାନୁଆରୀ 1ରୁ ଆରମ୍ଭ ହେବ । ଏହା ଫ୍ୟାମିଲି ଟ୍ରାଭେଲସ୍, କର୍ପୋରେଟ ୟୁଜର୍ସ ଓ ପର୍ଯ୍ୟଟକଙ୍କ ଉପରେ ମୁଖ୍ୟତଃ ଧ୍ୟାନ କେନ୍ଦ୍ରିତ କରିବ । ଟ୍ରାନ୍ସପରେଣ୍ଟ ବିଲିଂ,ଡିଜିଟାଲ ପେମେଣ୍ଟ ଓ ସୁରକ୍ଷିତ ଫିଚର୍ସ ସହିତ ଏହା ଅନ୍ୟ ଉପଲବ୍ଧ ଟ୍ୟାକ୍ସି ଆପ୍ ଗୁଡିକର ମଜବୁତ ବିକଳ୍ପ ହେବ । ଆଗାମୀ ଦିନର ଏହା ଅନ୍ୟ ସହରରେ ମଧ୍ୟ ସେବା ଆରମ୍ଭ କରିବ ।

ଏହା ମଧ୍ୟ ପଢନ୍ତୁ:

୪ ଦିନ କାମ; ୩ ଦିନ ଆରାମ ! ଭାରତରେ ଲାଗୁ ହେବ 4-Day Working Week ?

ଦରମା ବଢିବା ପରେ ବି ପକେଟ ଖାଲି ? Lifestyle Inflation ହୋଇପାରେ କାରଣ..

15 ଡିସେମ୍ବରରୁ ବଦଳିବ SBIର ନିୟମ, ଗୃହ ଋଣ ହେବ ଶସ୍ତା