ଜାନୁଆରୀରେ 16 ଦିନ ବ୍ୟାଙ୍କ ବନ୍ଦ; ଦେଖନ୍ତୁ Holidays ଲିଷ୍ଟ୍
ନୂଆବର୍ଷ, ମକର ସଂକ୍ରାନ୍ତି, ପୋଙ୍ଗଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ଏବଂ ଗଣତନ୍ତ୍ର ଦିବସ ଭଳି ଅନେକ ପର୍ବପର୍ବାଣୀ ପାଇଁ ଜାନୁଆରୀରେ 16 ଦିନ ବ୍ୟାଙ୍କ ବନ୍ଦ ରହିବ ।

Published : December 28, 2025 at 7:53 PM IST
Bank Holidays Odisha ନୂଆଦିଲ୍ଲୀ: 2026 ବର୍ଷର ପ୍ରଥମ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଜାନୁଆରୀ ମାସରେ ପାଖାପାଖି 16 ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର ସାମିଲ ଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ବିସ୍ତୃତ ମାସିକ ଛୁଟି ତାଲିକା ପ୍ରକାଶ କରିଛି । ତେବେ ନୂଆବର୍ଷର ପ୍ରଥମ ମାସରେ ପ୍ରାୟ ଅଧା ଦିନ ବ୍ୟାଙ୍କ ଛୁଟି ରହୁଥିବା ବେଳେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ତାରିଖରେ ବ୍ୟାଙ୍କ ଛୁଟି ରହିବ ।
ବ୍ୟାଙ୍କ ଛୁଟି ପ୍ରାୟତଃ ସ୍ଥାନୀୟ ଏବଂ ଆଞ୍ଚଳିକ ପର୍ବ ଉପରେ ଆଧାରିତ ହୋଇଥାଏ, ତେଣୁ ଛୁଟି ତାରିଖ ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ । ନେଗୋସିଆବଲ୍ ଇନଷ୍ଟ୍ରୁମେଣ୍ଟ୍ସ ଆକ୍ଟ ଅନୁଯାୟୀ, RBIର ଛୁଟି ଦିନ ତାଲିକା ଉପରେ ଆଧାରିତ ଏହି ଛୁଟିଦିନଗୁଡ଼ିକ ରାଜ୍ୟ ଏବଂ ପର୍ବ ଅନୁସାରେ ଅଲଗା ହୋଇଥାଏ । ତେବେ 2026 ଜାନୁଆରୀ ମାସରେ କେଉଁ ରାଜ୍ୟ ଏବଂ ସହରରେ କେବେ ବ୍ୟାଙ୍କ ବନ୍ଦ ରହିବ ଓ ଓଡ଼ିଶାରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ ତାହାର ସମ୍ପୂର୍ଣ୍ଣ ତାଲିକା ଜାଣନ୍ତୁ ।
ଜାନୁଆରୀ ବ୍ୟାଙ୍କ ଛୁଟି:
2026 ଜାନୁଆରୀ ମାସରେ ନୂଆବର୍ଷ, ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ବିହୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ଏବଂ ଗଣତନ୍ତ୍ର ଦିବସ ସମେତ ଅନେକ ପ୍ରମୁଖ ପର୍ବ ପାଳନ କରାଯିବ । ଏହି ଛୁଟିଗୁଡ଼ିକ ପାଇଁ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ନାହିଁ । ପ୍ରତ୍ୟେକ ରାଜ୍ୟର ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ କ୍ଷେତ୍ରରେ, କେବଳ ସେହି ରାଜ୍ୟଗୁଡ଼ିକରେ ବ୍ୟାଙ୍କ ସେବା ବନ୍ଦ ରହିବ ।
- 1 ଜାନୁଆରୀ (ଗୁରୁବାର): ନୂଆବର୍ଷ ପାଇଁ ଆଇଜଲ (ମିଜୋରାମ), ଚେନ୍ନାଇ (ତାମିଲନାଡୁ), ଗାଙ୍ଗଟକ୍ (ସିକ୍କିମ), ଇମ୍ଫାଲ (ମଣିପୁର), ଇଟାନଗର (ଅରୁଣାଚଳପ୍ରଦେଶ), କୋହିମା (ନାଗାଲାଣ୍ଡ), କୋଲକାତା ( ପଶ୍ଚିମବଙ୍ଗ) ଓ ଶିଂଲ (ମେଘାଳୟ)ରେ ବ୍ଯାଙ୍କ ଛୁଟି ରହିବ ।
- 2 ଜାନୁଆରୀ (ଶୁକ୍ରବାର): ଆଇଜଲ (ମିଜୋରାମ) ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ ।
- 3 ଜାନୁଆରୀ (ଶନିବାର): ହଜରତ ଅଲ୍ଲୀ ଜୟନ୍ତୀ ପାଇଁ ଉତ୍ତରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ ।
- 12 ଜାନୁଆରୀ (ସୋମବାର): ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକ ପାଇଁ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
- 14 ଜାନୁଆରୀ (ବୁଧବାର): ମକର ସଙ୍କ୍ରାନ୍ତି / ମାଘ ବିହୁ ପାଇଁ ଅହମ୍ମଦାବାଦ (ଗୁଜୁରାଟ), ଭୁବନେଶ୍ୱର (ଓଡ଼ିଶା), ଗୌହାଟୀ (ଆସାମ), ଇଟାନଗର (ଅରୁଣାଚଳ ପ୍ରଦେଶ)ରେ ବ୍ୟାଙ୍କ ବନ୍ଦ ରହିବ ।
- 15 ଜାନୁଆରୀ (ଗୁରୁବାର) : ବେଙ୍ଗାଲୁରୁ (କର୍ଣ୍ଣାଟକ), ଚେନ୍ନାଇ (ତାମିଲନାଡୁ), ଗାଙ୍ଗଟୋକ (ସିକ୍କିମ), ହାଇଦ୍ରାବାଦ (ତେଲେଙ୍ଗାନା), ବିଜୟୱାଡା (ଆନ୍ଧ୍ରପ୍ରଦେଶ)ରେ ପୋଙ୍ଗଲ ପାଇଁ ବ୍ୟାଙ୍କ ବନ୍ଦ ରହିବ ।
- 16 ଓ 17 ଜାନୁଆରୀ (ଶୁକ୍ରବାର ଓ ଶନିବାର): ଚେନ୍ନାଇ (ତାମିଲନାଡୁ)ରେ ବ୍ୟାଙ୍କ ବନ୍ଦ ରହିବ ।
- 23 ଜାନୁଆରୀ (ଶୁକ୍ରବାର): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ପାଇଁ ତ୍ରୀପୁରା, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
- 26 ଜାନୁଆରୀ (ସୋମବାର): ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
ଜାନୁଆରୀ 2026ରେ ୱିକ୍ଏଣ୍ଡ ପାଇଁ 6ଦିନ ବ୍ୟାଙ୍କ ବନ୍ଦ ରହିବ ।
ଏସବୁ ଛୁଟି ବ୍ୟତୀତ 4ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ: ଜାନୁଆରୀ 4, 10, 11, 18, 24 ଏବଂ 25 ତାରିଖ ।
ଓଡ଼ିଶା ବ୍ୟାଙ୍କ ଛୁଟି:
| ତାରିଖ | ବାର | କାରଣ |
| 4 ଜାନୁଆରୀ | ରବିବାର | ସାପ୍ତାହିକ ଛୁଟି |
| 10 ଜାନୁଆରୀ | ଶନିବାର | ମାସର ଦ୍ବିତୀୟ ଶନିବାର |
| 11 ଜାନୁଆରୀ | ରବିବାର | ସାପ୍ତାହିକ ଛୁଟି |
| 14 ଜାନୁଆରୀ | ବୁଧବାର | ମକର ସଂକ୍ରାନ୍ତି |
| 18 ଜାନୁଆରୀ | ରବିବାର | ସାପ୍ତାହିକ ଛୁଟି |
| 23 ଜାନୁଆରୀ | ଶୁକ୍ରବାର | ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ |
| 24 ଜାନୁଆରୀ | ଶନିବାର | ମାସର ଚତୁର୍ଥ ଶନିବାର |
| 25 ଜାନୁଆରୀ | ରବିବାର | ସାପ୍ତାହିକ ଛୁଟି |
| 26 ଜାନୁଆରୀ | ସୋମବାର | ଗଣତନ୍ତ୍ର ଦିବସ |
ଛୁଟିଦିନରେ ବ୍ୟାଙ୍କିଂ କାମ କେମିତି କରିବେ?
ବ୍ୟାଙ୍କ ବନ୍ଦ ସତ୍ତ୍ୱେ, ଗ୍ରାହକମାନେ UPI, ATM, IMPS, NEFT, ଏବଂ RTGS ଭଳି ଅନଲାଇନ୍ ସେବାର ବ୍ୟବହାର କରିପାରିବେ । ଛୁଟିଦିନ ଦ୍ୱାରା ଏହି ସେବାଗୁଡ଼ିକ ପ୍ରଭାବିତ ହେବ ନାହିଁ, ଯାହା ଟଙ୍କା କାରବାରକୁ ସହଜ କରିବ ।
ଷ୍ଟକ୍ ମାର୍କେଟ ମଧ୍ୟ ବନ୍ଦ ରହିବ:
2026 ଜାନୁଆରୀରେ 9 ଦିନ ପାଇଁ ଷ୍ଟକ୍ ମାର୍କେଟରେ କୌଣସି କାରବାର ହେବ ନାହିଁ । BSE ଅନୁଯାୟୀ, ବଜାର ସମସ୍ତ ଶନିବାର ଏବଂ ରବିବାର ଏବଂ ଜାନୁଆରୀ 26 (ଗଣତନ୍ତ୍ର ଦିବସ)ରେ ବନ୍ଦ ରହିବ ।

