ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ୨ ମେ'ରେ ୨ଟି ନିର୍ବାଚନମଣ୍ଡଳୀର ୧୫ଟି ବୁଥରେ ପୁନଃ ଭୋଟ୍ ଗ୍ରହଣ- ECI
ଫଲତା, ମଗ୍ରାହାଟ, ଡାଇମଣ୍ଡ ହାର୍ବର ଏବଂ ବଜ୍ ବଜ୍ ନିର୍ବାଚନମଣ୍ଡଳୀର ମୋଟ୍ ୭୭ଟି ବୁଥରେ ପୁନଃନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ ହୋଇଥିଲା ।


Published : May 1, 2026 at 11:10 PM IST
କୋଲକାତା: ତ୍ରୁଟିପୂର୍ଣ୍ଣ ନିର୍ବାଚନ ନେଇ ରିପୋର୍ଟ ପରେ ଭାରତୀୟ ନିର୍ବାଚନ କମିଶନ (ECI) ଶୁକ୍ରବାର ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀର 15ଟି ବୁଥରେ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପୁନଃ ଭୋଟ୍ ଗ୍ରହଣ ମେ 2 ତାରିଖ ଶନିବାର ଅନୁଷ୍ଠିତ ହେବ ।
ଏହି ନିର୍ଦ୍ଦେଶ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର 11ଟି ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନମଣ୍ଡଳୀର 4ଟି ବୁଥରେ ପ୍ରଯୁଜ୍ୟ । ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ପୁନଃ ଭୋଟ୍ ଗ୍ରହଣ କରାଯିବ ବୋଲି ECI କହିଛି ।
W Bengal Assembly elections: EC announces re-polling on May 2 in 15 polling stations in two constituencies
— ANI Digital (@ani_digital) May 1, 2026
Read @ANI Story | https://t.co/uHl2FNwOkM#Westbengal #AssemblyElections #EC #RePolling pic.twitter.com/eOGK3lIky8
ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହୋଇଥିଲା । ନିର୍ବାଚନ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ସମୀକ୍ଷା କରିବା ପରେ କମିଶନ ମତଦାନକୁ ଅସିଦ୍ଧ ଘୋଷଣା କରିଥିଲେ ।
ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ପ୍ରତିନିଧିତ୍ୱରେ ଡାଇମଣ୍ଡ ହାର୍ବର ଲୋକସଭା ଆସନ ଅନ୍ତର୍ଗତ ଏହି ନିର୍ବାଚନମଣ୍ଡଳୀଗୁଡ଼ିକରୁ ନିର୍ବାଚନୀ ଅବହେଳାର ଅଭିଯୋଗ ଆସିଥିଲା। ଭୋଟଗ୍ରହଣ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ବିଜେପି ଅଭିଯୋଗ କରିଥିଲା ।
ଅଭିଯୋଗଗୁଡ଼ିକୁ ଦୃଷ୍ଟିରେ ରଖି, ନିର୍ବାଚନ କମିଶନ ସରଜମିନ ତଥ୍ୟ ଯାଞ୍ଚ୍ କରିବା ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତାଙ୍କୁ ନିଯୁକ୍ତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଦକ୍ଷିଣ ୨୪ ପ୍ରଗଣାର ଚାରିଟି ବିଧାନସଭା ନିର୍ବାଚନମଣ୍ଡଳୀର ୭୭ଟି ବୁଥରେ ପୁନଃନିର୍ବାଚନ ପାଇଁ ନିର୍ବାଚନ କମିଶନ ଦାବି ଗ୍ରହଣ କରିଥିଲେ । ଅଭିଯୋଗ ଅନୁଯାୟୀ ଫଲତା, ମଗ୍ରାହାଟ, ଡାଇମଣ୍ଡ ହାର୍ବର ଏବଂ ବଜ୍ ବଜ୍ ନିର୍ବାଚନମଣ୍ଡଳୀରେ ଇଭିଏମ୍ର ବଟନ୍ଗୁଡ଼ିକ ଉପରେ ଟେପ୍ ଲଗାଯାଇଥିଲା ।
ଶେଷରେ ରିପୋର୍ଟ ଏବଂ "ବସ୍ତୁଗତ ତଥ୍ୟ" ଆଧାରରେ, ନିର୍ବାଚନ କମିଶନ ମଗ୍ରାହାଟ ପଶ୍ଚିମ ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନମଣ୍ଡଳୀର ୧୫ଟି ଆସନରେ ପୁନଃନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
୨୩ ଏପ୍ରିଲରେ ପଶ୍ଚିମବଙ୍ଗ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପୁନଃନିର୍ବାଚନ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନଥିଲା । ପ୍ରକୃତରେ, ଏହା ପ୍ରଥମ ଥର ଯେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପୁଡୁଚେରୀରେ ଚଳିତ ବିଧାନସଭା ନିର୍ବାଚନରେ ପୁନଃନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 4 ତାରିଖରେ ଏସମସ୍ତ ରାଜ୍ୟରେ ଭୋଟ୍ ଗଣତି ହେବା ସାଙ୍ଗକୁ ଫଳାଫଳ ଘୋଷଣା କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ- Poll of Polls: ଆସାମ, ପଶ୍ଚିମବଙ୍ଗରେ ବିଜେପି, ତାମିଲନାଡୁରେ ପୁଣି ଡିଏମକେ, କେରଳମରେ ଆଗରେ UDF ନେଇ ଏକଜିଟ୍ ପୋଲର ଆକଳନ
ଏହା ମଧ୍ୟ ପଢ଼ନ୍ତୁ- Exit Polls; ଆସିଲା ବୁଥ୍ ବାହୁଡା ମତ, କେରଳମରେ ଆଗରେ UDF ! କଣ ରହିଛି ବିଭିନ୍ନ ଏଜେନ୍ସିର ଆକଳନ ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

