ETV Bharat / bharat

'କେରଳ' ହେଲା 'କେରଳମ'; ନାମ ପରିବର୍ତ୍ତନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଏଣିକି କେରଳ ବଦଳରେ ଲେଖାଯିବ କେରଳମ୍ । ଏହି ନାମ ପରିବର୍ତ୍ତନକୁ ମଙ୍ଗଳବାର କେନ୍ଦ୍ରର ଅନୁମତି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

A fisherman casts a net for fishing in the Anchuthengu backwaters, in Thiruvananthapuram |
କେରଳ ନାମ ବଦଳି ହେବ 'କେରଳମ' (File photo (ANI))
author img

By ETV Bharat Odisha Team

Published : February 24, 2026 at 6:11 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ବଦଳିବ କେରଳର ନାଁ । ଏଣିକି କେରଳ ବଦଳରେ ଲେଖାଯିବ କେରଳମ୍ । ଏହି ନାମ ପରିବର୍ତ୍ତନକୁ ମଙ୍ଗଳବାର କେନ୍ଦ୍ରର ଅନୁମତି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କେରଳ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ଏହା ଚୂଡାନ୍ତ ପଦକ୍ଷେପ ବୋଲି କୁହାଯାଉଛି ।

ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପରେ ଭାରତର ରାଷ୍ଟ୍ରପତି କେରଳ (ନାମ ପରିବର୍ତ୍ତନ) ବିଲ 2026କୁ ଭାରତୀୟ ସମ୍ବିଧାନର ଆର୍ଟିକିଲ 3 ଅନୁସାରେ ରାଜ୍ୟ ବିଧାନସଭାକୁ ମତାମତ ପାଇଁ ପଠାଇବେ। କେରଳ ବିଧାନସଭାର ମତାମତ ପାଇବା ପରେ କେନ୍ଦ୍ର ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ।

କେରଳ ବିଧାନସଭାରେ 2024 ଜୁନ 24ରେ କେରଳ ନାମ ପରିବର୍ତ୍ତନ କରି କେରଳମ କରିବା ଲାଗି ଏକ ପ୍ରସ୍ତାବ ପାରିତ ହୋଇଥିଲା । ବିଧାନସଭାରେ କୁହାଯାଇଥିଲା, ମାଲାୟଲମ ଭାଷାରେ କେରଳରୁ କେରଳମ କୁହାଯାଏ । 1956 ନଭେମ୍ବର 1ରେ ଭାଷା ଭିତ୍ତିରେ ରାଜ୍ୟ ଗଠନ ହୋଇଥିଲା । ନଭେମ୍ବର 1 ତାରିଖରେ କେରଳ ପିରାଭି ଦିବସ ପାଳନ କରାଯାଏ । ଜାତୀୟ ସ୍ୱାଧୀନତା ସଂଗ୍ରାମ ପରଠାରୁ ମାଲାୟଲମ ଭାଷାଭାଷୀ ଲୋକଙ୍କ ପାଇଁ ଏକ ମିଳିତ କେରଳ ଗଠନ ପାଇଁ ଦୃଢ ଦାବି ହୋଇ ଆସୁଛି ।

ରାଜ୍ୟ ବିଧାନସଭାରେ ଆଗତ ପ୍ରସ୍ତାବରେ କୁହାଯାଇଛି, ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମର ରାଜ୍ୟର ନାମ କେରଳ ରଖାଯାଇଛି । ସମ୍ବିଧାନର ଧାରା 3 ଅନୁଯାୟୀ କେରଳ ନାମକୁ ପରିବର୍ତ୍ତନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ସର୍ବସମ୍ମତିକ୍ରମେ ନିବେଦନ କରୁଛୁ ।

ଏହା ପରେ କେରଳ ସରକାର ସମ୍ବିଧାନର ଧାରା 3 ଅନୁଯାୟୀ କେରଳ ରାଜ୍ୟକୁ କେରଳମ କରି ସମ୍ବିଧାନର ପ୍ରଥମ ଅନୁସୂଚୀରେ ସଂଶୋଧନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଏଠି କହିରଖିବୁ, ସମ୍ବିଧାନର ଧାରା 3ରେ ରାଜ୍ୟଗୁଡିକର ନାମ ପରିବର୍ତ୍ତନ କରିବାର ବ୍ୟବସ୍ଥା ରହିଛି ।

ଏହା ମଧ୍ୟ ପଢନ୍ତୁ ମଝି ଆକାଶରେ ଫେଲ୍ ହେଲା ସ୍ପାଇସ ଜେଟ ଇଞ୍ଜିନ, ଉଡାଣର କିଛି ସମୟ ପରେ କଲା ଜରୁରୀ ଅବତରଣ

ଏହା ମଧ୍ୟ ପଢନ୍ତୁ ରାଞ୍ଚି ଘଞ୍ଚ ଜଙ୍ଗଲରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିବା ସମସ୍ତ 7 ମୃତ