ତ୍ରିପୁରା ଛାତ୍ର ହତ୍ୟା: ଡେରାଡୁନ ଅଧିକାରୀଙ୍କୁ NHRC ନୋଟିସ ଜାରି କଲା
ଜାତୀୟ ମାନବାଧିକାର କମିଶନ ଡେରାଡୁନ କର୍ତ୍ତୃପକ୍ଷଙ୍କୁ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମଧ୍ୟ ଦେବାକୁ କୁହାଯାଇଛି ।

Published : December 30, 2025 at 4:19 PM IST
|Updated : December 30, 2025 at 4:32 PM IST
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଡେରାଡୁନରେ ତ୍ରିପୁରାର ଜଣେ ଛାତ୍ରଙ୍କୁ ଜାତିଗତ ଆରୋପରେ ହତ୍ୟା କରାଯାଇଥିବା ଘଟଣାରେ ଡେରାଡୁନ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ SSPଙ୍କୁ ନେଟିସ ପଠାଇଛି NHRC। ଜାତୀୟ ମାନବାଧିକାର କମିଶନ ଡେରାଡୁନ କର୍ତ୍ତୃପକ୍ଷଙ୍କୁ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କମିଶନ ମାମଲାର ପ୍ରକ୍ରିୟାର ଏକ କପି ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟକୁ ପଠାଇବାକୁ କହିଛନ୍ତି । ଏଥିରେ କୁହାଯାଇଛି ଏହା ସହିତ ସମଗ୍ର ରାଜ୍ୟରେ ଉତ୍ତର ପୂର୍ବ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିନ୍ତ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଡେରାଡୁନର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଏମବିଏର ଶେଷ ବର୍ଷର ଛାତ୍ର ଅଞ୍ଜେଲ ଚକମା ଙ୍କୁ ଡିସେମ୍ବର 9 ତାରିଖରେ କିଛି ଯୁବକ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ 17 ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଡିସେମ୍ବର 26 ତାରିଖରେ ମୃତ୍ୟୁ ହୋଇଥିଲା । ମୃତ ଯୁବକଙ୍କ ବାପା ଯିଏ କି ବର୍ତ୍ତମାନ ମଣିପୁର ଟାଙ୍ଗଜେଙ୍ଗରେ ପୋଷ୍ଟ ହୋଇଥିବା ଜଣେ ବିଏସଏଫ ଯବାନ ଅଭିଯୋଗ କରିଛନ୍ତି ଯେ ତାଙ୍କ ମୋ ପୁଅ ତା ଭାଇକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲା ଆକ୍ରମଣକାରୀ ମାନେ ତାକୁ ନିଷ୍ଠୁର ଭାବରେ ଆକ୍ରମଣ କରିଥିଲେ ।
NHRCର ସଦସ୍ୟ ପ୍ରିୟଙ୍କ କାନୁଙ୍ଗୋଙ୍କ ଅଧିୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ମାନବାଧିକାର ସୁରକ୍ଷା ଆଇନ 1993 ଧାରା 12 ଅନୁଯାୟୀ ବିଚାର କରିଛନ୍ତି । ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ତ୍ରିପୁରାର ଛାତ୍ର ତାଙ୍କ ନିଜ ରାଜ୍ୟ ବାହାରେ ପାଠପଢା ସମୟରେ ଡେରାଡୁନରେ ଏକ ଜାତିଗତ ଘଟଣାରେ ନିର୍ମମ ଭାବରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା । ଅଭିଯୋଗ ଆନୁଯାୟୀ, କାର୍ଯ୍ୟପନ୍ଥାରେ ଉଲ୍ଲେଖ ରହିଛି ସେହି ବ୍ୟକ୍ତିଙ୍କୁ ଜଣେ ଭାରତୀୟ ନାଗରିକ ଭାବରେ ପରିଚୟ ପ୍ରଦାନ କରିବା ପରେ ଜାତିଗତ ଆକ୍ଷେପ ସହିତ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଥିଲା ।
ଏଥିରେ ଆହୁରି ମଧ୍ୟ କୁହାଯାଇଛି," ଏହି ଘଟଣା ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟି କରିଛି । ଏହା ଉତ୍ତର-ପୂର୍ବ ଲୋକଙ୍କ ପ୍ରତି ଗଭୀର ଜାତିଗତ ଭେଦଭାବ, ହିଂସାକୁ ରୋକିବାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସଫଳତା ଏବଂ ବିପର୍ଯ୍ୟୟ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ପ୍ରତିଫଳନ କରୁଥିବା କୁହାଯାଇଛି । ଅଭିଯୋଗ ଅନୁଯାୟୀ ଏହି ଘଟଣା ପୀଡିତାଙ୍କ ଜୀବନ, ସମ୍ମାନ ଏବଂ ସମାନତାର ଅଧିକାରର ଗମ୍ଭୀର ଉଲ୍ଲଂଘନ । "
ଅଭିଯୋଗକାରୀ ଏହି ମାମଲାରେ NHRCର ହସ୍ତକ୍ଷେପ ଲୋଡିଥିଲେ ଏବଂ ଏପରି ଘୃଣାଭିତ୍ତିକ ଅପରାଧକୁ ରୋକିବା ପାଇଁ ତୁରନ୍ତ ହସ୍ତକ୍ଷେପ, ଉତ୍ତରଦାୟିତ୍ବ ଏବଂ ପଦ୍ଧତିଗତ ପଦକ୍ଷେର ପାଇଁ ଅନୁରୋଧ କରିଥିଲେ ବୋଲି କାର୍ଯ୍ୟପନ୍ଥାରେ କୁହାଯାଇଛି । NHRCକହିଛି ଯେ ଅଭିଯୋଗରେ କରାଯାଇଥିବା ଅଭିଯୋଗ ଗୁଡିକ ପ୍ରଥମ ଦୃଷ୍ଟିରୁ ପୀଡିତାଙ୍କ ମାନବାଧିକାରର ଉଲ୍ଲଂଘନ ପରି ମନେ ହେଉଛି ।
ରେଜିଷ୍ଟ୍ରିକୁ ଉତ୍ତରାଖଣ୍ଡର ଡେରାଡୁନର ଡିଏମ ଏବଂ ଏସଏସ୍ପିଙ୍କୁ ଏକ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ଅଭିଯୋଗ କରାଯାଇଥିବା ଅଭିଯୋଗ ଗୁଡିକର ତଦନ୍ତ କରିବାକୁ ଏବଂ କମିଶନଙ୍କ ପର୍ଯ୍ୟବେକ୍ଷଣ ପାଇଁ ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତଦନ୍ତର ନେତୃତ୍ବ ନେଇଥିବା ଡେରାଡୁନର ବରିଷ୍ଠ ପୋଲିସ ଅଧିକ୍ଷକ (SSP) ଅଜୟ ସିଂ ସୋମବାର ପୂର୍ବରୁ କହିଥିଲେ ଯେ ବିବାଦ କୌଣସି ଜାତିଗତ ମନ୍ତବ୍ୟରୁ ଆରମ୍ଭ ହୋଇନାହିଁ । ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ ପୀଡିତ ଏବଂ ଆକ୍ରମଣକାରୀ ଉଭୟ ଉତ୍ତର-ପୂର୍ବ ଭାରତର । ତେଣୁ ଜାତିଗତ ଆକ୍ଷେପର ପ୍ରଶ୍ନ ଉଠୁନାହିଁ ।" ସୋମବାର ଦିନ ଉତ୍ତରାକଣ୍ଡର ମୁଖ୍ୟମନ୍ତ୍ରୀ ମୃତ ଛାତ୍ରଙ୍କ ବାପାଙ୍କୁ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ମୃତ୍ୟୁ ବି କରିପାରିଲାନି ଅଲଗା, ଏକାଠି ଜଳିବ ଦୁଇ ସାଙ୍ଗଙ୍କ ଜୁଇ

