ETV Bharat / bharat

ରାଜଧାନୀ ଦିଲ୍ଲୀରେ ଛାତିଥରା ଘଟଣା; ପତ୍ନୀ ଓ ତିନି ପିଲାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା, ଅଭିଯୁକ୍ତ ଫେରାର

MURDER ଘଟଣା ରାତି ପ୍ରାୟ 2.30ରେ ଘଟିଥିଲା । ପୋଲିସ ଟିମ ଘରେ ପହଞ୍ଚିଥିଲା । ଘର ଭିତରେ ପତ୍ନୀ ଏବଂ ତିନି ପିଲାଙ୍କ ଶବ ଅଲଗା ଅଲଗା ପଡିଥିବା ଦେଖିବାକୁ ମିଳିଥିଲା ।

triple murder in delhi chandan park area
ରାଜଧାନୀ ଦିଲ୍ଲୀରେ ଛାତିଥରା ଘଟଣା (Etv Bharat)
author img

By ETV Bharat Odisha Team

Published : February 25, 2026 at 11:44 AM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା । ଉତ୍ତର ଦିଲ୍ଲୀର ଚନ୍ଦନ ପାର୍କ ନିକଟରେ ଜଣେ ବ୍ୟକ୍ତି ନିଜର ପତ୍ନୀ ଏବଂ ତିନି ସନ୍ତାନଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହେଇଛି । ପରିବାର ସଦସ୍ୟଙ୍କୁ ନୃଶଂସ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଘଟଣା ରାତି ପ୍ରାୟ 2.30ରେ ଘଟିଥିଲା । ଖବର ପାଇ ପୋଲିସ ଟିମ ଚନ୍ଦନ ପାର୍କ ଲେନ ନମ୍ବର 3ରେ ଥିବା ତାଙ୍କ ଘରେ ପହଞ୍ଚିଥିଲା । ଘର ଭିତରେ ପତ୍ନୀ ଏବଂ ତିନି ପିଲାଙ୍କ ଶବ ଅଲଗା ଅଲଗା ପଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ଘରକୁ ସିଲ କରି ଫରେନସିକ ଟିମକୁ ଡକାଇଥିଲା । ଫରେନସିକ ଟିମ ଘଟଣାସ୍ଥଳ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିଛି।

ପୋଲିସ 4ଟି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବାବା ସାହେବ ଆମ୍ବେଦକର ହସ୍ପିଟାଲର ଶବାଗାରରେ ରଖା ଯାଇଛି । ଘଟଣା ସମ୍ପର୍କରେ ମହିଳାଙ୍କ ପରିବାରକୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ଧାରୁଆ ଅସ୍ତ୍ରରେ ଆଘାତ ଦିଆଯାଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପ଼ଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ଘଟଣା ପରେ ଫେରାର ହୋଇ ଯାଇଛନ୍ତି । ତାଙ୍କୁ ଖୋଜିବା ପାଇଁ ପୋଲିସ ଏକାଧିକ ଟିମ ଗଠନ କରିଛି । ପାଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ସମ୍ଭାବ୍ୟ ସ୍ଥାନରେ ଚଢାଉ କରାଯାଉଛି । ତେବେ ହତ୍ୟାର ପ୍ରକୃତ କାରଣ ଏ ଯାଏ ପୋଲିସ ସ୍ପଷ୍ଟ କରିନାହିଁ । ପାରିବାରିକ ବିବାଦ ସମେତ ଅନ୍ୟ ସମ୍ଭାବିତ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାଇ ଖେଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ AI କଲା ହତ୍ୟା ରହସ୍ୟର ଉନ୍ମୋଚନ; ଦିଲ୍ଲୀରୁ ଅପରାଧୀକୁ ଧରିଲା ଆଗ୍ରା ପୋଲିସ

ଏହା ମଧ୍ୟ ପଢନ୍ତୁ ଆମେରିକାରେ ଭାରତୀୟ ଯୁବତୀଙ୍କୁ ହତ୍ୟା; ତାମିଲନାଡୁରୁ ଯୁବକ ଗିରଫ