ବିହାରରେ ବଡ ରେଳ ଦୁର୍ଘଟଣା, ନଦୀକୁ ଖସିଲା ଟ୍ରେନର 3 ବଗି
ଜସିଡିହ-ଝାଝା ରେଳ ଲାଇନରେ ଲାଇନଚ୍ୟୁତ ହେଲା ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନର16 ବଗି । ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

Published : December 28, 2025 at 11:51 AM IST
ପାଟନା: ବିହାରର ଜାମୁଇ ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଏକ ବଡ ରେଳ ଦୁର୍ଘଟଣା ଘଟିଛି । ଜସିଡିହ-ଝାଝା ରେଳ ଲାଇନରେ ସିମେଣ୍ଟ ବୋଝେଇ ହୋଇଥିବା ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା, ଯାହା ଫଳରେ 16ଟି ବଗି ଟ୍ରାକରୁ ତଳକୁ ଖସିଯାଇଥିଲା ।

ଆସାନସୋଲ ରେଳ ଡିଭଇଜନ ଅନ୍ତର୍ଗତ ଜସିଡିହ-ଝାଝା ମୁଖ୍ୟ ରେଳ ଲାଇନର ତେଲଓ୍ବା ବଜାର ହଲ୍ଟ ନିକଟ ବଦୁଆ ନଦୀ ଉପରେ ଥିବା ବ୍ରିଜ ନମ୍ବର 676ରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ରାତି ପ୍ରାୟ 11ୟା 30 ରୁ 12 ଟା ମଧ୍ୟରେ ମାଲବାହୀ ଟ୍ରେନ ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା ।
ନଦୀକୁ ଖସିଲା ଟ୍ରେନ ବଗି:
ରିପୋର୍ଟ ଅନୁଯାୟୀ, ମାଲବାହୀ ଟ୍ରେନର ମୋଟ 16ରୁ 19 ବଗି ଲାଇନଚ୍ୟୁତ ହୋଇଥିଲା । ସେଥିମଧ୍ୟରୁ କିଛି ବଗି ବ୍ରିଜ ଉପରେ ପଡିଥିବା ବେଳେ 3 ଟି ବଗି ସିଧା ବ୍ରିଜ ତଳ ଥିବା ବଦୁଆ ନଦୀ ମଧ୍ୟକୁ ଖସିପଡିଥିଲା । ସିମେଣ୍ଟ ବସ୍ତା ଗୁଡିକ ଟ୍ରାକରେ ବିଛେଇହୋଇ ପଡିଥିଲା ।

ରେଳ ଚଳାଚଳ ପ୍ରଭାବିତ:
ଦୁର୍ଘଟଣା ଯୋଗୁଁ ଅପ୍ ଓ ଡାଉନ ଲାଇନରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । କିଉୱଲ-ଜସିଡିହ ସେକ୍ସନର ବିଭିନ୍ନ ଷ୍ଟେସନରେ ଅନେକ ଯାତ୍ରୀ ଏବଂ ମାଲବାଦୀ ଟ୍ରେନ ଅଟକି ରହିଥିଲା । ଅନେକ ଟ୍ରେନ ଚଳା ଚଳ ବାଧାପ୍ରାପ୍ତ ହୋଇ ଘଣାଟଘଣ୍ଟା ଯାତାୟତ ପ୍ରଭାବିତ ହୋଇଥିଲା ।
ଉଦ୍ଧାର କାର୍ଯ୍ୟ ଆରମ୍ଭ:
ଦୁର୍ଘଟଣା ଖବର ପାଇବା ପରେ ରେଳ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଝାଝା ଏବଂ ଜସିଡିହରୁ ରିଲିଫ ଟ୍ରେନ ଏବଂ ଭାରୀ ଯନ୍ତ୍ରପାତି ପଠାଯାଇଥିଲା । ରେଳବାଇ ପୋଲିସ, ଆରପିଏଫ ଏବଂ ଟେକନିକ ଅଧିକାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲାଇଚ୍ୟୁତ ବଗି ଗୁଡିକୁ ରେଳଲାଇନରୁ ହଟାଇବା ଆରମ୍ଭ କରିଥିଲେ ।
କେହି ମୃତହାତ ହୋଇନାହାନ୍ତି:

ରେଳ ଦୁର୍ଘଟଣାରେ କେହି ମୃତହତ କିମ୍ବା ଆହତ ହୋଇଥିବା ବର୍ତ୍ତମାନ ସୁଦ୍ଧା ଖବର ଆସିନାହିଁ । ଯେହେତୁ ଏହା ଏକ ମାଲବାହୀ ଟ୍ରେନ ଥିଲା ।
ତେବେ କାହିଁକି ହଠାତ ରେଳଲାଇନରୁ ବଗି ଲାଇନଚ୍ୟୁତ ହୋଇଥିଲା ସେନେଇ ରେଳ ଅଧିକାରୀମାନେ ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି । ସନ୍ଦେହ କରାଯାଉଛି ଯେ ଏହା ଯାନ୍ତ୍ରୀକ ତ୍ରୁଟି ନଚେତ ଟ୍ରାକ୍ରେ ତ୍ରୁଟି ରହିଥାଇପାରେ ।
ଏହା ମଧ୍ଯ ପଢନ୍ତୁ-ରେଳଲାଇନ ପାର୍ ବେଳେ ମାଡିଗଲା ଲୌହଦାନବ; 7 ହାତୀ ମୃତ

