ହୁତୁହୁତୁ ହୋଇ ଜଳିଲା ଚଳନ୍ତା ଟ୍ରେନ ବଗି, ଯାତ୍ରୀ ମୃତ
ଆନ୍ଧ୍ରପ୍ରଦେଶରେ ଟାଟାନଗର-ଏର୍ଣ୍ଣାକୁଲମ ଜଙ୍କସନ୍ ସୁପରଫାଷ୍ଟ ଏକ୍ସପ୍ରେସର 2ଟି ବଗିରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡ ଫଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

Published : December 29, 2025 at 8:43 AM IST
Tatanagar Ernakulam Express ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ): ଚଳନ୍ତା ଟ୍ରେନ ବଗିରେ ଭୟଙ୍କର ଅଗ୍ନିକାଣ୍ଡ । ଟାଟାନଗର-ଏର୍ଣ୍ଣାକୁଲମ ଜଙ୍କସନ୍ ସୁପରଫାଷ୍ଟ ଏକ୍ସପ୍ରେସର 2ଟି ବଗିରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡ ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୋମବାର ମଧ୍ୟ ରାତି ପାଖାପାଖି 12.45 ସମୟରେ ଅଗ୍ନିକାଣ୍ଡ ଘଟିଛି । ବିଶାଖାପାଟଣାରୁ ପ୍ରାୟ 66 କିଲୋମିଟର ଦୂର ୟେଲାମାଞ୍ଚିଲି ଷ୍ଟେସନ ନିକଟରେ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
Andhra Pradesh: One dead as two bogies of Tata-Ernakulam Express catch fire
— ANI Digital (@ani_digital) December 29, 2025
Read @ANI Story l https://t.co/Sr4grMYAVG#AndhraPradesh #FireIncident #IndianRailways pic.twitter.com/J2xB0PLt3d
ଅନକାପାଲି ଏସପି ତୁହିନ ସିହ୍ନା କହିଛନ୍ତି, "ଆନ୍ଧ୍ରପ୍ରଦେଶର ଅନକାପାଲି ଜିଲ୍ଲାର ୟେଲାମାଞ୍ଚିଲି ରେଳ ଷ୍ଟେସନ ନିକଟରେ ସୋମବାର (ଡିସେମ୍ବର 29) ମଧ୍ୟ ରାତ୍ରୀ ସମୟରେ ଟ୍ରେନ ନମ୍ବର 18189 ଟାଟାନଗର-ଏର୍ଣ୍ଣାକୁଲମ ଜଙ୍କସନ ସୁପରଫାଷ୍ଟ ଏକ୍ସପ୍ରେସର M2 ଏବଂ B1 କୋଚରେ ନିଆଁ ଲାଗିଯାଇଛି । ଟ୍ରେନରେ ନିଆଁ ଲାଗିବା ସମୟରେ ଗିଟିଏ କୋଚରେ 82 ଜଣ ଏବଂ ଅନ୍ୟ ଏକ କୋଚରେ 76 ଜଣ ଯାତ୍ରୀ ଥିଲେ । ଦୁର୍ଭାଗ୍ୟବଶତଃ, B1 କୋଚରେ ଥିବା ଜଣଙ୍କ ମୃତ୍ୟୁ ହୋଇଛି ।" ମୃତକଙ୍କ ନାମ ଚନ୍ଦ୍ରଶେଖର ସୁନ୍ଦରମ୍ ବୋଲି ଅଧିକାରୀ ଜଣକ କହିଛନ୍ତି ।
#UPDATE | Anakapalli, Andhra Pradesh | One passenger died in the fire incident: Anakapalli SP Tuhin Sinha https://t.co/dvsWIlDf8B
— ANI (@ANI) December 29, 2025
ସେପଟେ ଟ୍ରେନରୁ ତୁରନ୍ତ ନିଆଁକୁ ଲିଭାଯାଇଛି । ପରେ, ଜଳିଯାଇଥିବା ଦୁଇଟି କୋଚ୍କୁ ଟ୍ରେନ୍ରୁ ଅଲଗା କରାଯାଇଛି । ଟ୍ରନଟି ପୁଣିଥରେ ଏର୍ଣ୍ଣାକୁଲମ୍ ଅଭିମୁଖେ ଯାତ୍ରା କରିଛି । କ୍ଷତିଗ୍ରସ୍ତ କୋଚ୍ରେ ଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବାର ସମସ୍ତ ବ୍ଯବସ୍ଥା କରାଯାଇଛି । ଏହାସହ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଦୁଇଟି ଫୋରେନସିକ୍ ଟିମ ତଦନ୍ତ କରୁଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... |
ଅନ୍ୟପକ୍ଷରେ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ସୂଚନା ଦେଇଛି ଯେ, କୋଚ୍ ନମ୍ବର B-1 ଏବଂ M-2 ଅଗ୍ନିକାଣ୍ଡରେ ଜଳିଯାଇଛି ଏବଂ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ କୌଣସି ଯାତ୍ରୀ ମୃତାହତ କିମ୍ବା ଆହତ ହୋଇନାହାନ୍ତି । SCR ଏକ ସୋସିଆଲ ମିଡିଆ ପୋଷ୍ଟରେ ସୂଚନା ଦେଇଛି, "ଟ୍ରେନ୍ ଟାଟାନଗରରୁ କେରଳର ଏର୍ଣ୍ଣାକୁଲମକୁ ଯାଉଥିବା ବେଳେ ବିଜୟୱାଡା ଡିଭିଜନର ୟେଲାମାଞ୍ଚିଲି (YLM) ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ନିଆଁ ଲିଭାଇଛନ୍ତି । କେହି ମୃତାହତ କିମ୍ବା ଆହତ ହୋଇନାହାଁନ୍ତି ।"
#Anakapalli#Yelamanchili#TrainFireAccident#TrainsStop
— ETV Andhra Pradesh (@etvandhraprades) December 28, 2025
ఎలమంచిలి రైల్వేస్టేషన్లో దట్టంగా అలుముకున్న పొగ
ఎర్నాకుళం ఎక్స్ప్రెస్లో ప్రమాదంతో నిలిచిన పలు రైళ్లు
విశాఖ నుంచి విజయవాడ వైపు వెళ్లే పలు రైళ్లు ఆలస్యం
అనకాపల్లి, విశాఖ, తుని రైల్వేస్టేషన్లలో నిలిచిన పలు రైళ్లు pic.twitter.com/joLTwOoPjX
ହେଲ୍ପଲାଇନ୍ ନମ୍ବରଗୁଡ଼ିକ:
- ୟେଲାମାଞ୍ଚିଲି - 7815909386
- ଅନକାପାଲି - 7569305669
- ଟୁନି - 7815909479
- ସମଲକୋଟ - 7382629990
- ରାଜମୁଣ୍ଡରି - 088 - 32420541; 088 - 32420543
- ଏଲୁରୁ - 7569305268
- ବିଜୟୱାଡା - 0866 - 2575167
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

