ଭେଟି ଦେଲେ ତାମିଲନାଡୁ ସରକାର: ବିବାହ ସମୟରେ 8 ଗ୍ରାମ ସୁନା ମୁଦ୍ରା, ମିଳିବ ସିଲ୍କ ଶାଢ଼ୀ
ତାମିଲନାଡୁ ବିଜୟ ସରକାରଙ୍କ ପ୍ରଥମ ବଜେଟରେ ଅର୍ଥମନ୍ତ୍ରୀ ମ୍ୟାରି ୱିଲସନ ଘୋଷଣା କରିଛନ୍ତି ଯେ ବିବାହ ସମୟରେ କନ୍ୟାଙ୍କୁ 8 ଗ୍ରାମ ସୁନା ମୁଦ୍ରା ଏବଂ ସିଲ୍କ ଶାଢ଼ୀ ଦିଆଯିବ ।

Published : August 5, 2026 at 2:37 PM IST
ଚେନ୍ନାଇ (ତାମିଲନାଡୁ): ଆଜି ତାମିଲନାଡୁରେ ନୂଆ ଟିଭିକେ (TVK) ସରକାର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ସରକାର 2026-27 ଆର୍ଥିକ ବର୍ଷ ପାଇଁ ପ୍ରଥମ ରାଜ୍ୟ ବଜେଟ୍ ଉପସ୍ଥାପନ କରି ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ବଜେଟ୍ରେ ବ୍ୟୟବରାଦ କରାଯାଇଛି ।
VIDEO | Chennai: “Tamil Nadu government will implement 'Thai Maaman Thanga Mothiram Thittam' giving 1-gram gold ring as a gift to all new-borns; Rs 560 crore allocated for this scheme”, says Tamil Nadu Finance Minister Marie Wilson (@MarieWilson_TVK) in assembly.
— Press Trust of India (@PTI_News) August 5, 2026
(Source: Tamil… pic.twitter.com/paOT7hzx8G
ଟିଭିକେ ସରକାରଙ୍କ ଅର୍ଥମନ୍ତ୍ରୀ ମ୍ୟାରି ୱିଲସନ୍ ତାମିଲନାଡୁ ବିଧାନସଭାରେ ତାମିଲଗା ଭେଟ୍ରି କାଝାଗମ ସରକାରଙ୍କ 2026-27 ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ସେ କନ୍ୟାଙ୍କ ବିବାହ ସମୟରେ 8 ଗ୍ରାମ ସୁନା ମୁଦ୍ରା ଏବଂ ଏକ ସିଲ୍କ ଶାଢ଼ୀ ସମେତ ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଥିଲେ ।
VIDEO | Chennai: “Haj subsidy for first time pilgrims will be increased to Rs 35,000 from Rs 25,000”, says Tamil Nadu Finance Minister Marie Wilson (@MarieWilson_TVK) in assembly.
— Press Trust of India (@PTI_News) August 5, 2026
(Source: Tamil Nadu Assembly)
(Full video available on PTI Videos - https://t.co/n147TvrpG7) pic.twitter.com/KeIHt1imP9
8 ଗ୍ରାମ ସୁନା ମୁଦ୍ରା ଏବଂ ଗୋଟିଏ ସିଲ୍କ ଶାଢ଼ୀ:
ୱିଲସନ୍ ଘୋଷଣା କରିଛନ୍ତି ଯେ, ସୁନା ମୁଦ୍ରା ଏବଂ ଏକ ସିଲ୍କ ଶାଢ଼ୀ ଯୋଜନା ଅଧୀନରେ କନ୍ୟାମାନଙ୍କୁ ସେମାନଙ୍କ ବିବାହ ସମୟରେ ଏକ 8 ଗ୍ରାମ ସୁନା ମୁଦ୍ରା ଏବଂ ଗୋଟିଏ ସିଲ୍କ ଶାଢ଼ି ସରକାରଙ୍କ ତରଫରୁ ପ୍ରଦାନ କରାଯିବ । ଏଥିପାଇଁ ବଜେଟରେ 812 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
VIDEO | Chennai: Tamil Nadu Budget allocates Rs 7,432 crore for electricity subsidy for farmers, Rs 14,984 crore to Agriculture and Farmers’ Welfare Department, announces Tamil Nadu Finance Minister Marie Wilson (@MarieWilson_TVK) in assembly.
— Press Trust of India (@PTI_News) August 5, 2026
(Source: Tamil Nadu Assembly)… pic.twitter.com/UGHKzftqOa
ସେହିପରି ରାଜ୍ୟର ସରକାରୀ ଡାକ୍ତରଖାନାରେ ଜନ୍ମିତ ଶିଶୁମାନଙ୍କୁ 1 ଗ୍ରାମ ଓଜନର ସୁନା ମୁଦି ପ୍ରଦାନ କରିବା ପାଇଁ 'ଥାଆଇ ମାମାନ ଥାଙ୍ଗା ମୋଧିରା ଥିଟ୍ଟମ୍' (Thaai Maaman Thanga Modhira Thittam) ଯୋଜନା ଅଧୀନରେ 560 କୋଟି ଟଙ୍କା ଆବଣ୍ଟନ କରାଯିବ ।
ଏହାସହ ଭେଟ୍ଟ୍ରି ମଦିକାନିନି ଥିଟ୍ଟମ୍ (Vettri Madikanini Thittam) ଯୋଜନା ଅଧୀନରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ଲାପଟପ୍ ପ୍ରଦାନ କରିବା ପାଇଁ 2,000 କୋଟି ଟଙ୍କା ରଖାଯାଇଛି । ବଜେଟରେ ହଜ୍ କମିଟି ମାଧ୍ୟମରେ ପ୍ରଥମ ଥର ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ହଜ୍ ସବସିଡିକୁ 25,000 ଟଙ୍କାରୁ 35,000 ଟଙ୍କାକୁ ବୃଦ୍ଧି କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି ।
ସେହିପରି ତାମିଲନାଡୁ ବଜେଟରେ ଚାଷୀଙ୍କ ପାଇଁ ବିଦ୍ୟୁତ ସବସିଡି ପାଇଁ 7,432 କୋଟି ଟଙ୍କା, କୃଷି ଏବଂ କୃଷକ କଲ୍ୟାଣ ବିଭାଗକୁ 14,984 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ତାମିଲନାଡୁ ଅର୍ଥମନ୍ତ୍ରୀ ମ୍ୟାରି ୱିଲସନ ଘୋଷଣା କରିଛନ୍ତି
ଏହା ମଧ୍ୟ ପଢ଼ନ୍ତୁ... ଜାମିନରେ ମୁକୁଳିଲେ ଉଦୟନିଧି ଷ୍ଟାଲିନ, କହିଲେ 'ମୁଁ କାହା ବିଷୟରେ ଖରାପ କହିନାହିଁ' |

