ETV Bharat / bharat

ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବସ୍ତି; ED ତଦନ୍ତରେ ସୁପ୍ରିମକୋର୍ଟଙ୍କ ରୋକ୍

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି । ED ଦ୍ୱାରା ଆରମ୍ଭ ହୋଇଥିବା ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ।

Jharkhand CM Hemant Soren
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (ETV Bharat)
author img

By ETV Bharat Odisha Team

Published : February 25, 2026 at 5:01 PM IST

1 Min Read
Choose ETV Bharat

Jharkhand CM Hemant, ନୂଆଦିଲ୍ଲୀ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁୁ ଆଜି (ବୁଧୁବାର) ସୁପ୍ରିମକୋର୍ଟ ବଡ଼ ଆଶ୍ବସ୍ତି ଦେଇଛନ୍ତି । ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଜାରି ସମନକୁ ଜାଣିଶୁଣି ଅବମାନନା କରିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆରମ୍ଭ କରିଥିବା ଫୌଜଦାରୀ କାର୍ଯ୍ୟାନୁଷ୍ଠାନକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତ ରଖିଛନ୍ତି।

EDକୁ ନୋଟିସ ଜାରି :

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ, ନ୍ୟାୟମୂର୍ତ୍ତି ଜୟମାଲୟ ବାଗଚୀ ଓ ନ୍ୟାୟମୂର୍ତ୍ତି ବିପୁଲ ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଏଥିସହ ହେମନ୍ତ ସୋରେନଙ୍କ ପକ୍ଷରୁ ଦାଖଲ ହୋଇଥିବା ରଦ୍ଦ ଆବେଦନ ଉପରେ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଛନ୍ତି ।

ଶୁଣାଣି ସମୟରେ ଯୁକ୍ତିତର୍କ :

ଶୁଣାଣି ସମୟରେ ED ଓକିଲଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ସୋରେନଙ୍କୁ 7 ଥର ସମନ ଜାରି କରାଯାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ଏଥିସହ ଏହି ମାମଲାର ଅଗ୍ରଗତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ମଧ୍ୟ ସେ ଖଣ୍ଡପୀଠକୁ ଅବଗତ କରିଥିଲେ । ଅନ୍ୟପଟେ, ସୋରେନଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଯୁକ୍ତି ଦେଇଥିଲେ ଯେ, ହେମନ୍ତ ସୋରେନ 3 ଥର ହାଜର ହୋଇଥିଲେ ଏବଂ ED ତାଙ୍କୁ ଗିରଫ ମଧ୍ୟ କରିଥିଲା।

ଖଣ୍ଡପୀଠର ମୌଖିକ ମନ୍ତବ୍ୟ :

ଶୁଣାଣି ସମୟରେ ଖଣ୍ଡପୀଠ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ କୁହାଯାଇଥିଲା ଯେ, ଏଜେନ୍ସି ଗଠନମୂଳକ ଓ ପ୍ରଭାବଶାଳୀ ମାମଲା ଉପରେ ଧ୍ୟାନ ଦେବା ଉଚିତ।

ମାମଲାର ପ୍ରଚ୍ଛଦପଟ୍ଟ :

ଜମି ଦୁର୍ନୀତି ସମ୍ବନ୍ଧୀୟ ମାମଲାରେ ED ପକ୍ଷରୁ ହେମନ୍ତ ସୋରେନଙ୍କୁ ନୋଟିସ୍ ଜାରି କରାଯାଇଥିଲା। 8.86 ଏକର ଜମି ସମ୍ପର୍କିତ ଦଲିଲ ଜବତ ହେବା ପରେ PMLA ଅଧୀନରେ ମାମଲା ରୁଜୁ ହୋଇଥିଲା। ସୋରେନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ବୟାନ ଦେବାକୁ କୁହାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଏହାପରେ 2024 ଜାନୁଆରୀ 31ରେ ତାଙ୍କୁ ଗିରଫ କରାଯାଇଥିଲା।

ସୂଚନଯୋଗ୍ୟ, ଏହାପୂର୍ବରୁ ହାଇକୋର୍ଟ ଏକ ବିଶେଷ ସାଂସଦ-ବିଧାୟକ ଆଦାଲତ ଦ୍ୱାରା ନିଆଯାଇଥିବା ବିଚାରକୁ ରଦ୍ଦ କରିବାକୁ ଅସ୍ବୀକାର କରିଥିଲା, ଯାହା ସୋରେନଙ୍କ ପାଇଁ ଝଟକା ଥିଲା।

ଏହା ମଧ୍ୟ ପଢ଼ନ୍ତୁ...

ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ - HEMANT SOREN GOT BAIL

ଗଞ୍ଜାମରେ ED ରେଡ୍; 2.63 କୋଟି ଟଙ୍କା ସମେତ ବହୁ ନାମୀଦାମି କାର ଜବତ