ହାରିବା ପରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ଷ୍ଟାଲିନ; କହିଲେ, ପ୍ରତ୍ୟେକ ଭୋଟକୁ 'ବିଶ୍ୱାସର ପ୍ରତୀକ' ଭାବେ ବିଚାର କରୁଛି
ଷ୍ଟାଲିନ ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକାରଙ୍କ କାର୍ଯ୍ୟାଳୟକୁ ପଠାଇ ଦେଇଛନ୍ତି । ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଷ୍ଟାଲିନ କାମଚଳା ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ କୁହାଯାଇଛି ।


Published : May 5, 2026 at 3:50 PM IST
ଚେନ୍ନାଇ: ବିଧାନସଭା ନିର୍ବାଚନ 2026ରେ ଡିଏମକେ (DMK)ର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ଏମକେ ଷ୍ଟାଲିନ ମଙ୍ଗଳବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ ସୂଚନା ଅନୁଯାୟୀ, ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକାରଙ୍କ କାର୍ଯ୍ୟାଳୟକୁ ପଠାଇ ଦେଇଛନ୍ତି ଏବଂ ରାଜ୍ୟପାଳ ଏହାକୁ ଗ୍ରହଣ କରିଛନ୍ତି । ତେବେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଷ୍ଟାଲିନ କାମଚଳା ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ କୁହାଯାଇଛି ।
ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ସୋମବାର ପ୍ରକାଶ ପାଇ ସାରିଛି । ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଥଲପତି ବିଜୟଙ୍କ ଦଳ ଟିଭିକେ (TVK) 108 ଆସନ ଅକ୍ତିଆର କରିଛି । 238 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର 118 । ଟିଭିକେ ମ୍ୟାଜିକ ନମ୍ବର ଛୁଇଁ ନ ଥିଲେ ହେଁ, ଯେହେତୁ ଏହା ସର୍ବାଧିକ ଆସନ ଦଖଲ କରିଥିବା ଦଳ ତେଣୁ ସରକାର ଗଠନ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ ଡିଏମକେ 59 ଆସନ ଦଖଲ କରିଛି । ଏଆଇଏଡିଏମକେ(AIADMK) 47ଟି ଆସନ ଅକ୍ତିଆର କରିଛି ।
நடந்து முடிந்த தமிழ்நாடு சட்டமன்றப் பொதுத் தேர்தலில் திராவிட முன்னேற்றக் கழகத்தின் தலைமையிலான மதச்சார்பற்ற முற்போக்குக் கூட்டணிக் கட்சியின் வேட்பாளர்களுக்கு வாக்களித்த தமிழ்நாட்டு மக்கள் அனைவருக்கும் எனது மனமார்ந்த நன்றியை உண்மை உணர்வுடன் தெரிவித்துக் கொள்கிறேன்.
— M.K.Stalin - தமிழ்நாட்டை தலைகுனிய விடமாட்டேன் (@mkstalin) May 5, 2026
உங்கள்…
ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ଷ୍ଟାଲିନ
ପରାଜୟ ପରେ ଷ୍ଟାଲିନ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଡିଏମକେ ନେତୃତ୍ୱାଧୀନ ପ୍ରଗତିଶୀଳ ମେଣ୍ଟକୁ ସମର୍ଥନ କରିଥିବାରୁ ଧନ୍ୟବାଦ ଦେଇଥିଲେ । ସେ ମତଦାନକୁ ସମ୍ମାନ ଦେଇ ପ୍ରତ୍ୟେକ ଭୋଟକୁ ବିଶ୍ୱାସର ଅମୂଲ୍ୟ ପ୍ରତୀକ ବୋଲି କହିଥିଲେ । ଷ୍ଟାଲିନ ତାଙ୍କ ଏକ୍ସରେ ଏକ ପୋଷ୍ଟ କରି କହିଥିଲେ, 'ଡିଏମକେ ନେତୃତ୍ୱାଧୀନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟକୁ ଭୋଟ ଦେଇଥିବା ତାମିଲନାଡୁର ପ୍ରତ୍ୟେକ ଭୋଟରଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ଆପଣମାନେ ଦେଇଥିବା ପ୍ରତ୍ୟେକ ଭୋଟକୁ ମୁଁ ବିଶ୍ୱାସର ପ୍ରତୀକ ଭାବେ ବିଚାର କରୁଛି ।'
ଷ୍ଟାଲିନ ତାଙ୍କ ପୋଷ୍ଟରେ କହିଛନ୍ତି, 'DMK ମେଣ୍ଟ 1,54,82,782 ଭୋଟ ପାଇଛି । ଅନ୍ୟପକ୍ଷେ ବିଜୟୀ ଦଳ 17.43 ଲକ୍ଷ ଅଧିକ ଭୋଟ ପାଇଛି । କହିବାକୁ ଗଲେ ଭୋଟ ସେୟାରର ପାର୍ଥକ୍ୟ ମାତ୍ର 3.52 ପ୍ରତିଶତ ।'
ଏହା ମଧ୍ୟ ପଢନ୍ତୁ ଷ୍ଟାଲିନଙ୍କ ହାତରୁ 'କୋଲାଥୁର' ଛଡ଼ାଇ ନେଲେ 'ବାବୁ', କିଏ ଏହି TVK ପ୍ରାର୍ଥୀ, ଜାଣନ୍ତୁ ...
ଏହା ମଧ୍ୟ ପଢନ୍ତୁ ବିଜୟଙ୍କୁ ସରକାର ଗଠନ ଚ୍ୟାଲେଞ୍ଜ: ରାଜ୍ୟପାଳଙ୍କୁ ଲେଖିଲେ ଚିଠି, ମାଗିଲେ ମହଲତ୍

