ସୋମନାଥ ମନ୍ଦିର ଯାହାର ଉଚ୍ଚାରଣରେ ମନ ଓ ମସ୍ତିଷ୍କ ଗର୍ବରେ ଉଚ୍ଚା ହୋଇଯାଏ ; ମନ୍ଦିର ଉପରେ ହୋଇଥିବା ଆକ୍ରମଣର 1000 ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ଆଲେଖ୍ୟ
କାହିଁ କେଉଁ ଯୁଗରୁ ବାରମ୍ବାର ଆକ୍ରମଣ ସତ୍ତ୍ୱେ ସୋମନାଥ ମନ୍ଦିର ଗର୍ବର ସହିତ ଛିଡାହୋଇଛି । ଏହାର କାହାଣୀ ବିନାଶ ନୁହେଁ, ଭାରତମାତାର କୋଟୋକୋଟି ସନ୍ତାନଙ୍କ ଅତୁଟ ସାହସ ହ୍ୱାରା ଚିହ୍ନିତ ହୋଇଛି ।


Published : January 5, 2026 at 3:06 PM IST
ନୂଆଦିଲ୍ଲୀ: ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ଏକ ହଜାର ବର୍ଷ ପୂରଣ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଆଲେଖ୍ୟ ଲେଖିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ଭାଙ୍ଗିବା, ପୁଣି ଗଢିବାର କାହାଣୀକୁ ଗୁରୁତ୍ୱ ଦେଇଛନ୍ତି । ଆଲେଖ୍ୟରେ ଲେଖିଛନ୍ତି, ସୋମନାଥ ଶବ୍ଦ ଶୁଣିବା ମାତ୍ରେ ହୃଦୟ ଓ ମସ୍ତିଷ୍କରେ ଗର୍ବର ଭାବନା ସୃଷ୍ଟି ହୋଇଥାଏ । ମିଳିଥିବା ତଥ୍ୟ ଅନୁଯାୟୀ, ଜାନୁଆରୀ 11 ତାରିଖରେ ସୋମନାଥ ସ୍ୱାଭିମାନ ପର୍ବରେ ଭାଗ ନେବା ପାଇଁ ସୋମନାଥ ଯିବେ । ଏହି ପର୍ବ ଜାନୁଆରୀ 8ରୁ 11 ଯାଏ ଚାଲିବ । ଏହି ଅବସରରେ ଏଠାରେ ଅନେକ ଆଧ୍ୟାତ୍ମିକ ଏବଂ ସାମିଜିକ କାର୍ଯ୍ୟକଳାପର ଆୟୋଜନ କରାଯାଇଛି ।
ସ୍ମୃତି ରୋମନ୍ଥନ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଏହି ପବିତ୍ର ମନ୍ଦିର ଆଜକୁ ଠିକ 1ହଜାର ବର୍ଷ ତଳେ ଅର୍ଥାତ1026 ଖ୍ରୀଷ୍ଟାବ୍ଦରେ ଭାଙ୍ଗି ଦିଆଯାଇଥିଲା । କାହିଁ କେଉଁ ଯୁଗରୁ ବାରମ୍ବାର ଆକ୍ରମଣ ହେବା ସତ୍ତ୍ୱେ ଏହି ମନ୍ଦିର ଗର୍ବର ସହିତ ଛିଡା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଏକ ବ୍ଲଗ ପୋଷ୍ଟରେ ଭାରତାୟ ସଭ୍ୟତାର ସ୍ଥାୟୀ ଆତ୍ମା ଉପରେ ଗୁରୁତ୍ୱାରୋପ କରି ସୋମନାଥ ମନ୍ଦିରର ଐତିହ୍ୟ ବିଷୟରେ ଲେଖିଛନ୍ତି, ହଜାର ବର୍ଷ ପରେ ସୋମନାଥର କାହାଣୀ ବିନାଶ ହ୍ୱାରା ନୁହେଁ, ଭାରତ ମାତାର କୋଟୋ କୋଟି ସନ୍ତାନଙ୍କ ଅତୁଟ ସାହସ ହ୍ୱାରା ଚିହ୍ନିତ ହୋଇଛି ।
Prime Minister Narendra Modi to visit Somnath on 11th January to participate in the Somnath Swabhiman Parv, in which many spiritual and social activities will take place from 8th to 11th January. pic.twitter.com/kUi9uHtRrZ
— ANI (@ANI) January 5, 2026
ଭାରତର ସାଂସ୍କୃତିକ ଐତିହ୍ୟର ଶକ୍ତି ଏବଂ ନିରନ୍ତରତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମ ସଭ୍ୟତାର ମଜବୁତ ଭାବନାର ଶ୍ରେଷ୍ଠ ଉଦାହରଣ ସୋମନାଥ ବ୍ୟତୀତ ଆଉ କିଛି ହୋଇ ନ ପାରେ । ଏହି ମନ୍ଦିର ଅନେକ ସମସ୍ୟା ଏବଂ ସଂଘର୍ଷକୁ ଅତିକ୍ରମ କରି ଆଜି ସଗର୍ବେ ଛିଡା ହୋଇଛି । ଏହି ବ୍ଲଗରେ ପ୍ରଧାନମନ୍ତ୍ରୀ ‘ସୋମନାଥ; ଦ ଶ୍ରାଇନ ଇଟରନାଲ’ ପୁସ୍ତକର ଉଦାହରଣ ଦେଇଛନ୍ତି, ଯେଉଁଥିରେ କେଏମ ମୁନସୀ ଲେଖିଛନ୍ତି, ମହମୁଦ ଗଜନବୀ 1025 ଅକ୍ଟୋବର 18ରେ ସୋମନାଥ ଉଦ୍ଦେଶ୍ୟରେ ତାର ଯାତ୍ରା ଆରମ୍ଭ କରିଥିଲା । ପ୍ରାୟ 80 ଦିନ ପରେ ଅର୍ଥାତ 1026 ଜାନୁଆରୀ 6 ତାରିଖରେ ମନ୍ଦିର ଉପରେ ଆକ୍ରମଣ ଆରମ୍ଭ କରିଥିଲା ।
जय सोमनाथ!
— Narendra Modi (@narendramodi) January 5, 2026
वर्ष 2026 में आस्था की हमारी तीर्थस्थली सोमनाथ ज्योतिर्लिंग पर हुए पहले आक्रमण के 1000 वर्ष पूरे हो रहे हैं। बार-बार हुए हमलों के बावजूद हमारा सोमनाथ मंदिर आज भी अडिग खड़ा है! सोमनाथ दरअसल भारत माता की उन करोड़ों वीर संतानों के स्वाभिमान और अदम्य साहस की गाथा है,…
ସେ ଏ ସୂଚନା ବି ଦେଇଛନ୍ତି ଯେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ 1947 ନଭେମ୍ବର 13 ତାରିଖରେ ଏହାର ପୁନଃ ନିର୍ମାଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । କେଏମ ମୁନସୀ ତାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, 1951ରେ ସୋମନାଥ ମନ୍ଦିର ଉଦଘାଟନ ପାଇଁ ପ୍ରସ୍ତୁତ ହୋଇଥିଲା। ହେଲେ ସେତେବେଳେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ତତ୍କାଳୀନ ରାଷ୍ଚ୍ରପତି ଡା.ରାଜେନ୍ଦ୍ର ପ୍ରସାଦଙ୍କୁ ସାମିଲ କରିବାକୁ ବିରୋଧ କରିଥିଲେ ।

ମୋଦି କହିଛନ୍ତି, ଶେଷରେ 1951 ମେ 11 ତାରିଖରେ ସୋମନାଥରେ ଏକ ବଡ ମନ୍ଦିରର ଦରଜା ଭକ୍ତଙ୍କ ପାଇଁ ଖୋଲା ଯାଇଥିଲା ଏବଂ ସେ ସମୟରେ ଡା. ରାଜେନ୍ଦ୍ର ପ୍ରସାଦ ଉପସ୍ଥିତ ଥିଲେ । ତେବେ ଏହି ଐତିହାସିକ ଦିନକୁ ଦେଖିବା ପାଇଁ ସର୍ଦାର ସାହେବ ଇହଧାମରେ ନ ଥିଲେ । ହେଲେ ତାଙ୍କର ସ୍ୱପ୍ନ ପୂରା ହେବା ଦେଶବାସୀ ଦେଖିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହରୁ ଏହି ବିକାଶରେ ବିଶେଷ ଖୁସି ନ ଥିଲେ । ସେ ଚାହୁଁ ନ ଥିଲେ ରାଷ୍ଟ୍ରପତି ଏବଂ ମନ୍ତ୍ରୀ ଏହି ବିଶେଷ ମୁହୂର୍ତ୍ତରେ ସାମିଲ ହୁଅନ୍ତୁ । ସେ କହିଥିଲେ, ଏହା ହ୍ୱାରା ଭାରତର ଛବି ଖରାପ ହୋଇଛି । କିନ୍ତୁ ଡା. ରାଜେନ୍ଦ୍ର ପ୍ରସାଦ ଅଟଳ ଥିଲେ । ଆଉ ତାପରେ ସବୁ କିଛି ଥିଲା ଇତିହାସ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତିଏପରି ଭାବନା ଆମ ଦେଶରେ ଦେଖିବାକୁ ମିଳିଥାଏ । ଯେଉଁ ଦେଶ ଶହ ଶହ ବର୍ଷ ଧରି ଆକ୍ରମଣ ଏବଂ ଔପନିବେଶିକ ଲୁଟକୁ ସାମ୍ନା କରିବି ଉପରକୁ ଉଠିଛି ଏବଂ ବିଶ୍ୱର ସବୁଠାରୁ ସଫଳ ରାଷ୍ଟ୍ର ମଧ୍ୟରୁ ଗୋଟିଏ ହୋଇ ପାରିଛି । ଆମର ମୂଲ୍ୟବୋଧ ଏବଂ ଲୋକଙ୍କ ହୃଢ ସଙ୍କଳ୍ପ ହିଁ ଆଜି ଭାରତକୁ ବିଶ୍ୱ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି । ସାରା ବିଶ୍ୱ ଭାରତକୁ ଆଶା ଏବଂ ସମ୍ଭାବନାର ଦୃଷ୍ଟିରେ ଦେଖୁଛନ୍ତି । ସେମାନେ ଆମର ସୃଜନଶୀଳ ଯୁବପୀଢିର ବିନିଯୋଗ କରିବାକୁ ଚାହୁଁଛନ୍ତି। ମୁନସିଙ୍କ ସେତେବେଳର ବିବରଣୀ ଅନୁଯାୟୀ, ଏହି ମନ୍ଦିରକୁ ରକ୍ଷା କରିବା ପାଇଁ ସେ ସମୟରେ ପ୍ରାୟ 50 ହଜାର ଲୋକ ପ୍ରାଣ ହରାଇଥିଲେ । ତା ପରେ ମହମ୍ମହ ମନ୍ଦିରକୁ ଲୁଟିଥିଲେ । ଏହାର ପବିତ୍ର ସ୍ଥାନକୁ ଅପବିତ୍ର କରିଥିଲେ ଏବଂ ଲିଙ୍ଗକୁ ଖଣ୍ଡ ଖଣ୍ଡ କରି ଦେଇଥିଲେ।

ସୋମନାଥ ମନ୍ଦିରକୁ 13 ଶତାବ୍ଦୀରୁ 18 ଶତାବ୍ଦୀ ମଧ୍ୟରେ ବାରମ୍ବାର ଭଙ୍ଗା ଯାଇଛି ଏବଂ ଗଢା ଯାଇଛି । 1299 ଖ୍ରୀଷ୍ଟାବ୍ଦରେ ଆଲ୍ଲଉଦ୍ଦିନ ଖିଲଜୀଙ୍କ ସେନାପତି, 1394ରେ ମୁଜାଫର ଖାନ ଏବଂ 1459ରେ ମହମୁଦ ବେଗଡା ଆକ୍ରମ କରିଥିଲେ । ଏହା ସତ୍ତ୍ୱେ ସୋମନାଥ ଏକ ହିନ୍ଦୁ ମନ୍ଦିର ହୋଇଥିଲା, ଯେତେବେଳ ପର୍ଯ୍ୟନ୍ତ ଆଉରଙ୍ଗଜେବ ଏହାକୁ 1669ରେ ଭାଙ୍ଗିବାକୁ ନିର୍ଦ୍ଦେଶକୁ ନ ଦେଇଥିଲେ । 1702ରେ ଏହାକୁ ଏମିତି ଭାଙ୍ଗି ଦେଇଥିଲେ ଯେ ଏହାର ମରମତି ସମ୍ଭବ ନ ଥିଲା । 1706ରେ ଏହାକୁ ମସଜିଦରେ ବଦଳାଇ ଦିଆ ଯାଇଥିଲା । ରାଣୀ ଅହଲ୍ୟାବାଈ ଏହାର ପରିତ୍ରତାକୁ ଅନୁଭବ କରି 1783ରେ ଏହା ନିକଟରେ ଏକ ନୂଆ ମନ୍ଦିର ତିଆରି କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ବ୍ଲଗରେ 1980ରେ ସ୍ୱାମୀ ବିବେକାନନ୍ଦଙ୍କ ସୋମନାଥ ଗସ୍ତର ଉଲ୍ଲେଖ କରିଛନ୍ତି ଏବଂ ସୋମନାଥ ଭଳି ମନ୍ଦିରକୁ ଜ୍ଞାନର ଜୀବନ୍ତ ଉତ୍ସ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ପୁସ୍ତକ ଅପେକ୍ଷା ଭାରତର ଇତିହାସ ସମ୍ପର୍କରେ ଅଧିକ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥାଏ । ସେ ଜୋର ଦେଇ କହିଛନ୍ତି ଯେ, ସୋମନାଥ ଶକ୍ତିର ପ୍ରତୀକ । ଏହା କିପରି ବାରମ୍ବାର ଧ୍ୱଂସ ପାଇଛି, ତଥାପି ପ୍ରତ୍ୟେକ ଥର ନୂତନ ଏବଂ ଶକ୍ତିଶାଳୀ ହୋଇଛି ସୋ ବିଷୟରେ ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ପୂର୍ବ ଆକ୍ରମଣକାରୀମାନେ ବର୍ତ୍ତମାନ କେବଳ ପବନରେ ଧୂଳି ପରି ଉଡୁଛନ୍ତି । ସେମାନଙ୍କର ନାମ ବିନାଶର ଅର୍ଥ ସହ ସମାନ ହୋଇ ଯାଇଛି । ସୋମନାଥ ଆଜି ବୁ ଝଲସୁଛି, ହେଲେ ସେମାନେ ଇତିହାସର ପୃଷ୍ଠାରେ ପାଦଟିକା ହୋଇ ଯାଇଛନ୍ତି । ଦିଗନ୍ତଠାରୁ ବହୁତ ଦୂରରେ ବିସ୍ତାରିତ, ଆମକୁ ସେହି ଅନନ୍ତ ଆତ୍ମାର ସ୍ମରଣ କରାଉଛି ଯାହା 1026 ର ଆକ୍ରମଣ ପରେ ବି ଅଟଳ ରହିଥିଲା। ସୋମନାଥ ଏକ ଆଶାର ଗୀତ ଯାହା ଆମକୁ କୁହେ, ଘୃଣା ଏବଂ ଧର୍ମାନ୍ଧତା ଏକ ମୁହୂର୍ତ୍ତ ପାଇଁ ଧ୍ୱଂସ କରିବାର ଶକ୍ତି ରଖିପାରେ । କିନ୍ତୁ ଧାର୍ମିକତାର ଶକ୍ତିରେ ବିଶ୍ୱାସ ଏବଂ ଅଟଳ ବିଶ୍ୱାସ ସର୍ବଦା ପାଇଁ ନିର୍ମାଣ କରିବାର ଶକ୍ତି ରଖେ।

ସେ ଗୁରୁତ୍ୱାରୋପ କରିଥିଲେ, ଯଦି ହଜାର ବର୍ଷ ପୂର୍ବେ କୌଣସି ଆକ୍ରମଣ ହୋଇଥିଲା ଏବଂ ସେବେଠାରୁ ବାରମ୍ବାର ଆକ୍ରମଣ ହେଉଥିଲା, ତେବେ ଯଦି ସୋମନାଥ ମନ୍ଦିର ବାରମ୍ବାର ଉପରକୁ ଉଠିଥାଏ, ତେବେ ଭାରତ ହଜାର ହଜାର ବର୍ଷ ପୂର୍ବେ ଆକ୍ରମଣ ହୋଇଥିବ। ଆପଣ ଆପଣଙ୍କର ପୂର୍ବ ପ୍ରଦର୍ଶିତ ଗୌରବ ଫେରି ପାଇପାରିବେ। 'ଶ୍ରୀ ସୋମନାଥ ମହାଦେବଙ୍କ ଆଶୀର୍ବାଦରେ, ଆମେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକ ନୂତନ ଧାରଣା ସହିତ ଆଗକୁ ବଢ଼ୁଛୁ। ଆମେ ବଢ଼ୁଛୁ, ଯେଉଁଠାରେ ସଭ୍ୟତାର ଜ୍ଞାନ ଆମକୁ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ କାମ କରିବାକୁ ମାର୍ଗଦର୍ଶନ କରେ।'

ଏହା ମଧ୍ୟ ପଢନ୍ତୁ ୨୦୨୫ - ସଂସ୍କାରର ବର୍ଷ; ବିବରଣୀ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଏହା ମଧ୍ୟ ପଢନ୍ତୁ 2025ରେ ପ୍ରଧାନମନ୍ତ୍ରୀ: ଅପେରସନ ସିନ୍ଦୂରଠୁ ରାମ ମନ୍ଦିର ଧ୍ବଜାରୋହଣ

