ETV Bharat / bharat

କର୍ଣ୍ଣାଟକରେ ଚାଞ୍ଚଲ୍ୟ, ହ୍ରଦରେ ଭାସି ଆସିଲା ମାଆ ସହ 5 ପିଲାଙ୍କ ମୃତଦେହ

କର୍ଣ୍ଣାଟକ ବିଜୟପୁରା ସହର ଉପକଣ୍ଠରେ ଥିବା ଭୁଟନାଲ୍ ହ୍ରଦରୁ ମିଳିଛି ଜଣେ ମହିଳାଙ୍କ ସହ ତାଙ୍କର 5 ଜଣ ପିଲାଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ।

SIX BODIES FOUND IN BHUTNAL LAKE
ଭୁଟନାଲ ହ୍ରଦରୁ ମିଳିଲା ମାଆ ପିଲାଙ୍କ ସମେତ 6 ଜଣଙ୍କ ମୃତଦେହ (ETV Bharat)
author img

By PTI

Published : August 26, 2026 at 2:11 PM IST

1 Min Read
Choose ETV Bharat

ବିଜୟପୁରା (କର୍ଣ୍ଣାଟକ): କର୍ଣ୍ଣାଟକ ବିଜୟପୁରାରେ ଚାଞ୍ଚଲ୍ୟ ! ଭୁଟନାଲ୍ ହ୍ରଦରୁ ମିଳିଲା ମାଆ ପିଲାଙ୍କ ସମେତ 6 ଜଣଙ୍କ ମୃତଦେହ । ଆଜି (ବୁଧବାର) ବିଜୟପୁରା ସହର ଉପକଣ୍ଠରେ ଥିବା ଭୁଟନାଲ୍ ହ୍ରଦ କୂଳରେ ଭାସୁଥିବା ଅବସ୍ଥାରେ ଜଣେ ମହିଳା ଏବଂ ତାଙ୍କର ପାଞ୍ଚ ପିଲାଙ୍କ ସମେତ ଛଅ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏବେ ବି ରହସ୍ୟମୟ ହୋଇ ରହିଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତକମାନେ ହେଲେ ବିଜୟପୁରା ଜିଲ୍ଲାର ତୋରାଭି ଗାଁର ଶୋଭା ମଲ୍ଲିକାର୍ଜୁନା ଜାଲାଗେରି (35) ଏବଂ ତାଙ୍କ ସନ୍ତାନ ବିଦ୍ୟା (15 ବର୍ଷ), ସୁଭର୍ନା (13), ଟିପରାୟା (12), ସାନିକା (10) ଏବଂ ବିକାଶ (6) ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ କହିଛି ଯେ,ମୃତକମାନେ ହ୍ରଦ କୂଳରେ ଦେଖୁଥିବା ସମୟରେ ହ୍ରଦ ଭିତରକୁ ଖସି ପଡ଼ିଥାଇପାରନ୍ତି । ସେପଟେ ଘଟଣା ସ୍ଥଳରେ ସିଟି ଡେପୁଟି ଏସପି ନାଗରାଜ, ଆଦର୍ଶ ନଗର ପୋଲିସ ଷ୍ଟେସନ ପିଏସଆଇ ସୀତାରାମ ଲମାନି ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛାଦ ପାଇଁ ପଠାଯାଇଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,ଗତ ସୋମବାର ଅର୍ଥାତ୍ ଅଗଷ୍ଟ ୨୪ ତାରିଖ ଦିନ ବିଜୟପୁରା ଗ୍ରାମୀଣ ପୋଲିସ ଷ୍ଟେସନରେ ମଲ୍ଲିକାର୍ଜୁନ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ନିଖୋଜ ବିଷୟରେ ରିପୋର୍ଟ କରିଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଖୋଜାଖୋଜି ଜାରି ରଖିଥିଲା । ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପତ୍ନୀ ଶୋଭା ପାରିବାରିକ କଳହ ପରେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ ବୋଲି ।

ଆଦର୍ଶ ନଗର ପୋଲିସ ସୂଚନା ଦେଇଛି ଯେ,ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ସେମାନେ ହ୍ରଦ ଭିତରେ କିପରି ପଡ଼ିଲେ ତାହାର ତଦନ୍ତ ଚାଲିଛି । ପୋଲିସ ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ BLDE ହସ୍ପିଟାଲକୁ ପଠାଯାଇଛି ।ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

ଏହା ମଧ୍ୟ ପଢନ୍ତୁ....ଲୁଣା ନଦୀକୁ ଡେଇଁ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି