ବନ୍ଦେ ଭାରତରେ 'ଭାରତ ଭବିଷ୍ୟତ'କୁ ଖୋଜି ପାଇଲେ ଶଶି ଥରୁର; ଏକ୍ସରେ ସେୟାର କଲେ ଯୁବ ପ୍ରତିଭାଙ୍କ କାହାଣୀ
'ବନ୍ଦେ ଭାରତରେ ଅନେକ ସମୟରେ ଏପରି ସୁନ୍ଦର ଅନୁଭୂତି ମିଳିଥାଏ । ହେଲେ ଏପରି ଜ୍ଞାନବର୍ଦ୍ଧକ ସାକ୍ଷାତ ଦୁର୍ଲଭ ।' 16 ବର୍ଷର ରାଉଲ ଭାରତର ଆଗାମୀ ପ୍ରଯୁକ୍ତିବିଦ୍ୟା ପାଇଁ ବଡ ଆଶା ।

Published : January 7, 2026 at 7:51 PM IST
ହାଇଦ୍ରାବାଦ: କଂଗ୍ରେସ ସାଂସଦ ଶଶି ଥରୁର ତାଙ୍କର ଏକ୍ସରେ ଆଜି ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାର ଏକ ସୁନ୍ଦର ଅନୁଭୂତି ବିଷୟରେ ବର୍ଣ୍ଣନା କରିଛନ୍ତି । ବନ୍ଦେ ଭାରତରେ ଭେଟିଥିବା ଜଣେ ବାଳକଙ୍କ କଥାକୁ ଏଥିରେ ସେ ସେୟାର କରିଛନ୍ତି ଯାହା ତାଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ । କେରଳର 16 ବର୍ଷର ଏହି ବାଳକଙ୍କ ନାମ ରାଉଲ ଜାନ ଅଜୁ । ରାଉଲ ଆର୍ଟିିଫିସିଆଲ ଇଣ୍ଟେଲିଜେନ୍ସି ବା AI କ୍ଷେତ୍ରରେ କ୍ରାନ୍ତିକାରୀ କାମ କରିଛନ୍ତି । ଥରୁର ତାଙ୍କ ପୋଷ୍ଟରେ ରାଉଲ ପରି ପିଲାଙ୍କୁ ଭାରତର ଆଗାମୀ ପ୍ରଯୁକ୍ତି ବିଦ୍ୟା ପାଇଁ ବଡ ଆଶା ବୋଲି କହିଛନ୍ତି ।
କାହିଁକି ପ୍ରଭାବିତ ହେଲେ ଥରୁର
Encounters on the Vande Bharat are often pleasant, but rarely this illuminating!
— Shashi Tharoor (@ShashiTharoor) January 7, 2026
I had the pleasure of meeting Raul John Aju, a 16-year-old tech whiz who is doing incredible work in the field of Artificial Intelligence. We spoke about the necessity for AI to transcend borders… pic.twitter.com/xyaUfPgrkk
ଥରୁର ତାଙ୍କ ସୋସିଆଲ ମିଡିଆରେ ଏକ୍ସରେ ଏଇ ସାକ୍ଷାତକାରକୁ ଜ୍ଞାନବର୍ଦ୍ଧକ ବୋଲି କହିଛନ୍ତି । ସେ କହିଛନ୍ତି, 'ବନ୍ଦେ ଭାରତରେ ଅନେକ ସମୟରେ ଏପରି ସୁନ୍ଦର ଅନୁଭୂତି ମିଳିଥାଏ । ହେଲେ ଏପରି ଜ୍ଞାନବର୍ଦ୍ଧକ ସାକ୍ଷାତ ସତରେ ଦୁର୍ଲଭ ।' ଥରୁର ଏବଂ ରାଉଲଙ୍କ ମଧ୍ୟରେ AI ଭବିଷ୍ୟକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଏହି ଆଲୋଚନାର ମୁଖ୍ୟ ବିଷୟ ଥିଲା ଭାଷା ।
ଥରୁର ତାଙ୍କ ଏକ୍ସରେ ଲେଖିଛନ୍ତି, 'ବନ୍ଦେ ଭାରତରେ ସାକ୍ଷାତ ଅନେକ ସମୟରେ ବହୁତ ଭଲ ହୋଇଥାଏ । କିନ୍ତୁ ଏହି ସାକ୍ଷାତ ତାଙ୍କୁ ଜ୍ଞାନର ଆଲୋକ ଦେଇଛି । 16 ବର୍ଷର ଟେକ ଏକ୍ସପର୍ଟ ରାଉଲ ଜାନ ଅଜୁକୁ ଭେଟିବା ପରେ ବହୁତ ଖୁସି ଲାଗିଲା । ରାଉଲ AI ସେକ୍ଟରରେ ବହୁତ ଭଲ କାମ କରୁଛି । ଆମେ AIର ଆବଶ୍ୟକତା ଉପରେ ଆଲେଚନା କରିଥିଲୁ । ଯାହା ଫଳରେ ଏହା ତା ସୀମାଠାରୁ ଅଧିକ କାମ କରିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିନ୍ନ ଭିନ୍ନ ସ୍ଥାନର ଭାଷାରେ କିପରି AI କହିପାରିବ ସେ ନେଇ ଆମେ ଆଲୋଚନା କରିଥିଲୁ ।'
AI ତାର ସୀମାରୁ ବାହାରି ସ୍ଥାନୀୟ ଭାଷାକୁ କିପରି ବୁଝି ପାରିବ ଏବଂ କହି ପାରିବ ସେ ଉପରେ ଥରୁୁର ଗୁରୁତ୍ୱାରୋପ କରିଥିଲେ । ଏ ଦିଗରେ ରଉଲ କାମ କରୁଛି । ତା ସହ ଇଶାନ ନାମକ ଏକ ପିଲା ମଧ୍ୟ ଏ ଦିଗରେ କାମ କରୁଛି । ଉଭୟଙ୍କୁ ଏ କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି । ରାଉଲ ଓ ତାର ଟିମ ଏପରି ଏକ AI ସିଷ୍ଟମ ଡେଭଲପ କରିଛନ୍ତି ଯଦ୍ୱାରା AI ମଲାୟାଲାମ, ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାକୁ ଶୁଣି ପ୍ରସେସ କରି ପାରୁଛି ।
ଦୂର ହେବ ଭାଷା ସମସ୍ୟା
ଥରୁରୁ କହିଛନ୍ତି, 'ଏହି ପ୍ରଯୁକ୍ତି ଜ୍ଞାନ ଦ୍ୱାରା ଉତ୍ତର ଏବଂ ଦକ୍ଷିଣ ଭାରତରେ ଥିବା ଭାଷା ବୈଷମ ଦୂର ହୋଇପାରିବ । 16 ବର୍ଷ ବୟସରେ ରାଉଲ ନିଜର ଏକ AI ଷ୍ଟାର୍ଟଅପ ଚଲାଉଛି । ସେତିକୁ ନୁହେଁ, କେରଳ ସରକାରଙ୍କର ଜଣେ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ରାଉଲ ପରି ଯୁବ ପ୍ରତିଭାଙ୍କୁ ଭାରତର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବଡ ଆଶା' ବୋଲି କହିଛନ୍ତି ଥରୁର ।
ଶେଷରେ ସେ ତାଙ୍କ ଟୁଇଟରେ ଲେଖିଛନ୍ତି, 'ଆମ ଯୁବକଙ୍କ ପାଖରେ ଏପରି ଚତୁରତା ଏବଂ ଉତ୍ସାହ ଦେଖିବା ପରେ ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତକୁ ନେଇ ମୁଁ ବହୁତ ଆଶାବାଦୀ । ମୁଁ ରାଉଲ ଏବଂ ତାଙ୍କ ଦଳର ସଫଳତା କାମନା କରୁଛି। ତାଙ୍କ ପରି ଯୁବକଙ୍କ ବୁଦ୍ଧି, ଜ୍ଞାନ ଏକବିଂଶ ଶତାବ୍ଦୀର ଭାରତ ପାଇଁ ଅଭିବୃଦ୍ଧି ଆଣିବ ।'
ଏହା ମଧ୍ୟ ପଢନ୍ତୁ ଭାରତକୁ ନେଇ ଟ୍ରମ୍ପଙ୍କ ବଡ ବୟାନ; କହିଲେ, ପ୍ରଧାନମନ୍ତ୍ରୀ ମୋଦି ମୋ ଉପରେ ଖୁସି ନାହାଁନ୍ତି
ଏହା ମଧ୍ୟ ପଢନ୍ତୁ ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା, ଗୁଳି ଫୁଟାଇ ଗଳା କାଟି ଦେଲେ ଦୁର୍ବୃତ୍ତ

