ଉତ୍ତରପ୍ରଦେଶରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, 6 ଶ୍ରମିକ ମୃତ
ଉତ୍ତର ପ୍ରଦେଶ ହମିରପୁରରେ ପ୍ରବଳ ଝଡ଼ ବର୍ଷା ଯୋଗୁଁ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ି 6 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଆଉ କିଛି ଶ୍ରମିକ ଫସି ଥିବା ଆଶଙ୍କା କରାଯାଉଛି ।

Published : May 29, 2026 at 10:54 AM IST
|Updated : May 29, 2026 at 11:40 AM IST
HAMIRPUR BRIDGE COLLAPSE ହମିରପୁର (ଉତ୍ତର ପ୍ରଦେଶ): ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, 6 ଜଣ ଶ୍ରମିକଙ୍କ ମୃତ୍ୟୁ । ଗତକାଲି ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ହମିରପୁରରେ ପ୍ରବଳ ଝଡ଼ ବର୍ଷା ଯୋଗୁଁ ଏକ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିଛି । ଫଳରେ ସେଠାରେ କାମ କରୁଥିବା 6 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।
ସ୍ଥାନୀୟ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) କର୍ମଚାରୀମାନେ ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ହମିରପୁର ପୋଲିସ ଅଧୀକ୍ଷକ ଅରବିନ୍ଦ କୁମାର ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।
ପୋଲିସ ସୂଚନା ଅନୁସାରେ, ମୃତକମାନେ ହେଲେ ଲୋକେନ୍ଦ୍ର ନିଷାଦ (୨୨), କୁଲଦୀପ ନିଷାଦ (୧୯), ସାୱନ୍ତ ଯାଦବ (୨୮), ସଭାଜିତ (୩୦) ଏବଂ ପୁଷ୍ପେନ୍ଦ୍ର ସିଂହ ଚୌହାନ (୩୪)। ଏବଂ ଆଉ ଜଣେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
f#WATCH | Hamirpur, Uttar Pradesh: Under-construction bridge collapses due to severe storm. Five workers killed, several others feared trapped. pic.twitter.com/Q9RgKxg6bj
— ANI (@ANI) May 29, 2026
ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋରାକାନ୍ଦର ପରସାନିରୁ ହମିରପୁରର ନୈଥି ଗ୍ରାମ ପର୍ଯ୍ୟନ୍ତ ବିସ୍ତୃତ ଏହି ପୋଲ, ବେତୱା ନଦୀ ଉପରେ ନିର୍ମାଣ କରାଯାଉଛି । ଗୁରୁବାର ରାତି ପ୍ରାୟ 3ଟା ସମୟରେ ପ୍ରବଳ ବର୍ଷା ଏବଂ ପବନ ଯୋଗୁଁ ପୋଲ ର ଏକ ସ୍ଲାବ୍ ଖସି ପଡ଼ିଥିଲା । ସେହି ସମୟରେ କିଛି ଶ୍ରମିକ ପୋଲ ର ଗୋଟିଏ ଅଂଶରେ ଶୋଇଥିଲେ, ଯାହାଫଳରେ ସେମାନେ ଭଗ୍ନାବଶେଷ ତଳେ ଫସି ଯାଇଥିଲେ ।
ସୂଚନା ପାଇ ସ୍ଥାନୀୟ ଗ୍ରାମବାସୀ, ପୋଲିସ କର୍ମଚାରୀ ଏବଂ ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ, ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
जनपद हमीरपुर में बेतवा नदी पर एक दुर्भाग्यपूर्ण दुर्घटना में हुई जनहानि अत्यंत दुःखद एवं हृदय विदारक है।
— Yogi Adityanath (@myogiadityanath) May 29, 2026
मेरी संवेदनाएं शोक संतप्त परिजनों के साथ हैं।
जिला प्रशासन को SDRF के साथ मिलकर राहत और बचाव कार्य तेजी से संचालित करने हेतु निर्देश दिए हैं।
प्रभु श्री राम से प्रार्थना…
ଦୁର୍ଘଟଣା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। "ହମିରପୁର ଜିଲ୍ଲାର ବେତୱା ନଦୀରେ ଏକ ଦୁଃଖଦ ଦୁର୍ଘଟଣାରେ ଜୀବନହାନୀ ଅତ୍ୟନ୍ତ ହୃଦୟ ବିଦାରକ । ଶୋକସନ୍ତପ୍ତ ପରିବାର ସହିତ ମୋର ସମବେଦନା ରହିଛି । SDRF ସହିତ ସମନ୍ୱୟ ରଖି ଶୀଘ୍ର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରାଯାଉଛି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରି " ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ X ରେ ଏକ ପୋଷ୍ଟରେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଘଟଣାର ତୁରନ୍ତ ଅବଗତ ହୋଇ ବରିଷ୍ଠ ଅଧିକାରୀମାନଙ୍କୁ ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ଏବଂ ମୃତକଙ୍କ ପରିବାରକୁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

