ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ, 9 ଯାତ୍ରୀ ଜୀବନ୍ତ ଦଗ୍ଧ
ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍କୁ ଟ୍ରକ ଧକ୍କା ଦେବା ପରେ ବସ ଜଳିଯାଇଛି । 9 ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

Published : December 25, 2025 at 7:41 AM IST
ଚିତ୍ରଦୁର୍ଗ(କର୍ଣ୍ଣାଟକ): ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ । ଫଳରେ ବସ୍ଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିବା ବେଳେ 9ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନେକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ବଡିଭୋରରୁ କର୍ଣ୍ଣାଟକରୁ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି ।

10 ଯାତ୍ରୀ ଜୀବନ୍ତ ଦଗ୍ଧ:
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଆଜି (ଗୁରୁବାର) ଭୋର ପ୍ରାୟ 3ଟା ସମୟରେ ଏକ ଘରୋଇ ଟ୍ରାଭେଲ ବସ୍ ପାଖାପାଖି 30 ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଶିବମୋଗା ଦେଇ ଗୋକର୍ଣ୍ଣ ଅଭିମୁଖେ ଯାଉଥିଲା । ବାଟରେ ହିରିୟୁରର ଜବାନଗୋଣ୍ଡାନାହାଲ୍ଲି ନିକଟରେ ବସ୍ଟି ଏକ ମାଲ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ, ଯାତ୍ରୀବାହୀ ବସ୍ଟି ହଠାତ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । କିଛି କ୍ଷଣକ ମଧ୍ୟରେ ବସ୍ଟି ଜଳି ପାଉଁଶ ହୋଇଯାଇଥିଲା । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସମେତ 9 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଆହତ ହୋଇଛନ୍ତି ।
#WATCH | Karnataka | An accident took place between a lorry and a private bus near Gorlathu village in Chitradurga district on National Highway 48. More details awaited
— ANI (@ANI) December 25, 2025
(Visuals from the spot) pic.twitter.com/r38wVVJ77r
ସେପଟେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଦୁର୍ଘଟଣା ସମୟରେ ବସରେ 30 ଜଣ ଯାତ୍ରୀ ଥିବା ଜଣାପଡିଛି ।
ଏହା ମଧ୍ୟ ପଢ଼ନ୍ତୁ... 3 ଦିନରେ ଦ୍ବିତୀୟ ଅଘଟଣ, ସ୍କୁଲ ଶୌଚାଳୟ ସୂଚନା ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ର ମୃତ ଭୟଙ୍କର ଅଗ୍ନିକାଣ୍ଡ; ନାଇଟ୍ କ୍ଲବ୍ରେ ଫାଟିଲା ଗ୍ୟାସ ହାଣ୍ଡି, 25 ମୃତ |
ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ କୁମାରସ୍ୱାମୀ ବି.ଟି. କହିଛନ୍ତ, "ବେଙ୍ଗାଲୁରୁରୁ ଗୋକର୍ଣ୍ଣ ଯାଉଥିବା ଏକ ବସ୍ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିପରୀତ ଦିଗରୁ ଏକ ଟ୍ରକ ଆସି ବସ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି । ଲରି ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତଦେହକୁ ହସ୍ପିଟାଲ ମର୍ଗକୁ ସ୍ଥାନାନ୍ତର କରାଯାଇଛି । ଜଣେ ବୃଦ୍ଧଙ୍କ ସମେତ 12 ଜଣ ଆହତଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 9 ଜଣଙ୍କୁ ତୁମକୁରୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍ରେ 30ରୁ ଅଧିକ ଯାତ୍ରୀ ଥିବା ଜଣାପଡ଼ିଛି । ଲରି ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହା ଘଟିଛି । ମୃତଦେହ ଚିହ୍ନଟ କରିବା କାର୍ଯ୍ୟ ଆରମ୍ଭ ହୋଇଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

