ETV Bharat / bharat

ବିହାର ମୁଜାଫରପୁରରେ ଘରୋଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, 5 ମୃତ

ମୁଜାଫରପୁରରେ ଏକ ଘରୋଇ ହସ୍ପିଟାଲ ଆଇସିୟୁରେ ଆଜି ଭୋର୍ ସମୟରେ ନିଆଁ ଲାଗିଯାଇଥିଲା । 8ଟି ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତକୁ ଆଣିଥିଲେ ।

More than 20 patients have suffered severe burns in the mishap
ବିହାରର ଘରୋଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକା ((ETV Bharat))
author img

By ETV Bharat Odisha Team

Published : June 4, 2026 at 8:55 AM IST

1 Min Read
Choose ETV Bharat

MUZAFFARPUR HOSPITAL FIRE INCIDENT , ମୁଜାଫରପୁର (ବିହାର): ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, 20ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ବିହାର ମୁଜାଫରପୁରରେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି (ଗୁରୁବାର) ଭୋର ସମୟରେ ଆଇସିୟୁରେ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ 8 ଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଅଗ୍ନିଶମ ବିଭାଗ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ।

ଘଟଣା ଜଣା ପଡ଼ିବା ପରେ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ପୋଲିସ ହସ୍ପିଟାଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଆହତମାନଙ୍କୁ ମୁଜାଫରପୁରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଛି ।

ଭୋର 3ଟାରେ ଲାଗିଥିଲା ନିଆଁ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ନିଆଁ ଲାଗିବା କ୍ଷଣି ହସ୍ପିଟାଲ କର୍ମଚାରୀ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗ ଅଧିକାରୀ ଆର ଏନ ପାଣ୍ଡେ କହିଛନ୍ତି ଯେ ‘‘ଆଜି ଭୋର 3ଟା ସମୟରେ ନିଆଁ ଲାଗିବା ନେଇ ଆମେ ସୂଚନା ପାଇଥିଲୁ । ଆଇସିୟୁ ବିଭାଗ ଧୂଆଁମୟ ହୋଇ ପଡିଥିଲା । 20ରୁ ଊର୍ଦ୍ଧ୍ବ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ମୃତ୍ୟୁସଂଖ୍ୟା 5କୁ ବୃଦ୍ଧି ପାଇଛି । ଅଗ୍ନିକାଣ୍ଡର କାରଣର ଯାଞ୍ଚ କରାଯାଉଛି । ’’

ଜିଲ୍ଲାପାଳ ସୁବ୍ରତ ସେନ କହିଛନ୍ତି " ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ଏଯାବତ୍‌ 5 ରହିଛି । ଆଇସିୟୁରେ ନିଆଁ ଲାଗିବା ବେଳେ 13 ରୁ 15 ଜଣ ରୋଗୀ ସେତେବେଳେ ଚିକିତ୍ସିତ ହେଉଥିଲେ । କିଛି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ, ତଦନ୍ତ ପରେ ସ୍ପଷ୍ଟ ହେବ । କିନ୍ତୁ ସର୍ଟ ସକ୍ରିଟରୁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରକିବା ସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ; 21 ମୃତ, 20ରୁ ଅଧିକ ଆହତ

ଏହା ମଧ୍ୟ ପଢନ୍ତୁ ଅଗ୍ନିକାଣ୍ଡରେ ଅବସରପ୍ରାପ୍ତ IAS ଅଧିକାରୀ ଧନେନ୍ଦ୍ର କୁମାରଙ୍କ ମୃତ୍ୟୁ