ETV Bharat / bharat

IITM ପ୍ରଦର୍ଶନୀରେ ପ୍ରଶଂସା ସାଉଁଟୁଛି ରାମୋଜୀ ଫିଲ୍ମ ସିଟିର ପାଭିଲିଅନ, ଜମୁଛି ଭିଡ଼

ଏହା କୋଚିର ଆଇଆଇଟିଏମ୍‌ରେ ଫିଲ୍ମ ସିଟିର ପ୍ରଥମ ଅଂଶଗ୍ରହଣ । ଟ୍ରାଭେଲ ଏଜେନ୍ସି ଏବଂ ଟୁର୍ ଅପରେଟରଙ୍କ ଠାରୁ ପ୍ରଶଂସା ସାଉଁଟିଛି ବିଶ୍ବର ବୃହତ୍ତମ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେସ ।

Ramoji Film City pavilion at IITM, Kochi
IITM, କୋଚିରେ ରାମୋଜି ଫିଲ୍ମ ସିଟି ପ୍ୟାଭିଲିୟନ୍ (ETV Bharat)
author img

By ETV Bharat Odisha Team

Published : January 9, 2026 at 2:21 PM IST

2 Min Read
Choose ETV Bharat

ଏର୍ଣ୍ଣାକୁଲମ୍ (କେରଳ): କୋଚି ଠାରେ ଆୟୋଜିତ 'ଦ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ' ପ୍ରଦର୍ଶନୀରେ ରାମୋଜୀ ଫିଲ୍ମ ସିଟି(RFC)ର ପାଭିଲିଅନରେ ଦର୍ଶକଙ୍କ ଭିଡ଼ ଜମିଛି । ଏହି ପ୍ରଦର୍ଶନୀରେ ପ୍ରଥମଥର ପାଇଁ ଅଂଶ ଗ୍ରହଣ କରିଥିବା RFCର ପାଭିଲିଅନ ବହୁ ଟ୍ରାଭେଲ ଏଜେନ୍ସି ଓ ଟୁର ଅପରେଟରଙ୍କ ଠାରୁ ପ୍ରଶଂସା ସାଉଁଟିଛି । ଏହି ପାଭିଲିଅନରେ ରାମୋଜୀ ଫିଲ୍ମ ସିଟିର ବିଭିନ୍ନ ଟୁର, ଟ୍ରାଭେଲ ଓ ଉପଲବ୍ଧ ବିଭିନ୍ନ ପ୍ୟାକେଜକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ।

IITM ପ୍ରଦର୍ଶନୀ:

ଦେଶର ଏକ ଅଗ୍ରଣୀ ଭ୍ରମଣ ଓ ପର୍ଯ୍ୟଟନ ପ୍ରଦର୍ଶନୀ 'ଦ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ' (IITM) କେରଳର କୋଚି ଠାରେ ଅନୁଷ୍ଠିତ ହେଉଛି । ଦେଶରେ ସ୍ଥାୟୀ ପର୍ଯ୍ୟଟନ ଏବଂ ଭ୍ରମଣ ନିମନ୍ତେ ବିଭିନ୍ନ ଭବିଷ୍ୟତର ଟ୍ରେଣ୍ଡ ପ୍ରଦର୍ଶନକାରୀ ବ୍ରାଣ୍ଡମାନେ ଏଥିରେ ଯୋଗ ଦେଇଛନ୍ତି । ଦେଶର 15ଟି ରାଜ୍ୟ ତଥା ବିଦେଶରୁ ମଧ୍ୟ 100 ଜଣ ଅଂଶଗ୍ରହଣକାରୀ ଏହି ପ୍ରଦର୍ଶନୀରେ ଯୋଗ ଦେଇଛନ୍ତି ।

ଉତ୍କଣ୍ଠିତ ଜନତା:

ପ୍ରଦର୍ଶନୀରେ RFCର ପାଭିଲିଅନରେ ରାମୋଜୀ ଫିଲ୍ମ ସିଟିର ଭ୍ରମଣ ପାଇଁ ଉପଲବ୍ଧ ବିଭିନ୍ନ ଟୁର ଓ ପ୍ୟାକେଜ ତଥା ରହଣୀ ପାଇଁ ଉପଲବ୍ଧ ବିକଳ୍ପ ବିଷୟରେ ବହୁ ଲୋକ ଜାଣିବା ପାଇଁ ନିଜର ଉତ୍କଣ୍ଠା ପ୍ରକାଶ କରିଥିଲେ ବୋଲି RFCର ଭ୍ରମଣ ଓ ସେଲସ୍ ବିଭାଗର ଡେପୁଟି ମ୍ୟାନେଜର ଅଲିଫ୍ ହୁସେନ ପ୍ରକାଶ କରିଛନ୍ତି । ଏହି ପ୍ରଦର୍ଶନୀରେ ବଜେଟ୍ ଫ୍ରେଣ୍ଡଲି ଡର୍ମିଟୋରୀ ଠାରୁ ନେଇ ବିଳାସପୂର୍ଣ୍ଣ ହୋଟେଲ ପର୍ଯ୍ୟନ୍ତ ସମସ୍ତ ଉପଲବ୍ଧ ବିକଳ୍ପ ବିଷୟରେ ସୂଚନା ଦିଆଯାଇଥିଲା ।

ଟୁର ଅପରେଟରଙ୍କ ଆଗ୍ରହ:

ଚଳିତବର୍ଷ ରାମୋଜୀ ଫିଲ୍ମସିଟିରେ ଆରମ୍ଭ ହୋଇଥିବା 'ମାୟାଲୋକମ୍' ଓ ଇକୋ ଫ୍ରେଣ୍ଡଲି 'ଗ୍ଲାମ୍ପିଂ ଟେଣ୍ଟ' ଏହି ପ୍ରଦର୍ଶନୀରେ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଏହା ସହିତ ରାମୋଜୀ ଫିଲ୍ମ ସିଟିର ପ୍ରତିଦିନର ଟୁର ପ୍ୟାକେଜ, AC luxury ଟୁର, ସ୍କୁଲ ଓ କଲେଜ ପିଲାଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ତଥା ରହଣି ବିଷୟରେ ଏଠାରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା । ଟୁର ଅପରେଟରମାନେ ବାହୁବଳୀ, ପୁଷ୍ପା ଓ ସାଲାର ଭଳି ଫିଲ୍ମ ସେଟର ପରିଦର୍ଶନ ତଥା ଏସିଆର ସର୍ବବୃହତ୍ତ ଆଡଭେଞ୍ଚର ପାର୍କ ସାହାସମ୍ ତଥା ପ୍ରଜାପତି ଓ ପକ୍ଷୀମାନଙ୍କ ପାର୍କ ପ୍ରତି ବିଶେଷ ଆଗ୍ରହ ପ୍ରଦର୍ଶନ କରିଥିଲେ ।

ସ୍ବତନ୍ତ୍ର ଟ୍ରାଭେଲ ପୋର୍ଟାଲ ଲଞ୍ଚ:

ବାର୍ଷିକ 35,000 କେରଳ ବାସିନ୍ଦା ଫିଲ୍ମ ସିଟି ବୁଲିବାକୁ ଆସିଥାନ୍ତି ବୋଲି RFCର ଭ୍ରମଣ ଓ ସେଲସ୍ ବିଭାଗର ଡେପୁଟି ମ୍ୟାନେଜର ଅଲିଫ୍ ହୁସେନ କହିଛନ୍ତି । ଏଠାକାର ଆଞ୍ଚଳିକ ପରିବହନ ଉଦ୍ୟୋଗ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ RFC ଏକ ସ୍ବତନ୍ତ୍ର ଟ୍ରାଭେଲ ପୋର୍ଟାଲ ଲଞ୍ଚ କରିଛି । ଯାହା ଦ୍ବାରା ଏଠାକାର ଏଜେନ୍ସିମାନେ ବୁକିଂ କରିବା ବେଳେ କମିଶନ ତଥା ଏକ୍ସକ୍ଲୁସିଭ ଅଫର ପାଇପାରିବେ ।

ବର୍ତ୍ତମାନ ସମୟରେ ଫିଲ୍ମ ସିଟିରେ ୱିଣ୍ଟର ଫେଷ୍ଟ ଆରମ୍ଭ ହୋଇଛି, ଯାହା ଫେବୃଆରୀ 1 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଫେଷ୍ଟ ପ୍ରତିଦିନ ରାତି 9ଟା ପର୍ଯ୍ୟନ୍ତ ଚାଲିଛି । କୋଚି ଠାରେ ଆୟୋଜିତ 'ଦ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ' ପ୍ରଦର୍ଶନୀରେ ରାମୋଜୀ ଫିଲ୍ମ ସିଟି ବ୍ୟତୀତ ଓଡିଶା, ଜାମ୍ମୁ କାଶ୍ମୀର, ତେଲେଙ୍ଗାନା, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ଏବଂ ମେଘାଳୟ ଆଦି ସ୍ଥାନରୁ ବହୁ ପାଭିଲିଅନ୍ ଅଂଶଗ୍ରହଣ କରିଥିଲେ । ଏହି 3 ଦିନିଆ ପ୍ରଦର୍ଶନୀ ବହୁ ଭ୍ରମଣକାରୀ କମ୍ପାନୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନାର ମାଧ୍ୟମ ପାଲଟିଛି । ଏହି ପ୍ରଦର୍ଶନୀ ଆସନ୍ତା ଜାନୁଆରୀ 10 ତାରିଖରେ ଉଦ୍‌ଯାପିତ ହେବ ।

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷ ସେଲିବ୍ରେସନ ପାଇଁ 'ରାମୋଜୀ ଫିଲ୍ମ ସିଟି'ରେ ଭବ୍ୟ ପ୍ରସ୍ତୁତି, ହେବ ଏଣ୍ଟରଟେନମେଣ୍ଟର ମହାଧମାକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ