ETV Bharat / bharat

ନୂଆବର୍ଷ ସେଲିବ୍ରେସନ ପାଇଁ 'ରାମୋଜୀ ଫିଲ୍ମ ସିଟି'ରେ ଭବ୍ୟ ପ୍ରସ୍ତୁତି, ହେବ ଏଣ୍ଟରଟେନମେଣ୍ଟର ମହାଧମାକା

'ନ୍ୟୁ ଇୟର ପାର୍ଟି'କୁ ସ୍ମରଣୀୟ କରିବା ପାଇଁ ରାମୋଜୀ ଫିଲ୍ମ ସିଟିରେ ସମ୍ପୂର୍ଣ୍ଣ ତୟାରୀ । ମନୋରଞ୍ଜନ ସହ ଅନଲିମିଟେଡ୍‌ ଫୁଡ୍‌ର ମଜା ନେବେ ଦର୍ଶକ । ମିଳିବ ଏସବୁ ସୁବିଧା ।

Ramoji Carnivibe 2026
ରାମୋଜୀ କାର୍ଣ୍ଣିଭାଇବ 2026 (ETV Bharat)
author img

By ETV Bharat Odisha Team

Published : December 28, 2025 at 5:06 PM IST

2 Min Read
Choose ETV Bharat

New Year 2026 ହାଇଦ୍ରାବାଦ: ନୂଆବର୍ଷରେ ପରିବାର, ସାଙ୍ଗସାଥି ଓ ସମ୍ପର୍କୀୟଙ୍କ ସହ ବୁଲାବୁଲି ସହ ସେଲିବ୍ରେସନ କରିବା ପାଇଁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ମନୋରଞ୍ଜନ ଖୋରାକ ନେଇ ଆସିଛି ବିଶ୍ବର ସର୍ବବୃହତ ଫିଲ୍ମ ସିଟି 'ରାମୋଜୀ ଫିଲ୍ମ ସିଟି' । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷ ଆରମ୍ଭରେ 'ନ୍ୟୁ ଇୟର ପାର୍ଟି'କୁ ସ୍ମରଣୀୟ କରିବା ପାଇଁ ଫିଲ୍ମ ସିଟିରେ ସମ୍ପୂର୍ଣ୍ଣ ତୟାରି କରାଯାଇଛି । ନୂଆବର୍ଷ ସେଲିବ୍ରେସନ ପାଇଁ ଆୟୋଜନ କରାଯାଇଛି 'ରାମୋଜୀ କାର୍ଣ୍ଣିଭାଇବ 2026' (Ramoji Carnivibe 2026) ।

Garden at Ramoji Film City
ରାମୋଜୀ କାର୍ଣ୍ଣିଭାଇବ 2026 (www.ramojifilmcity.com)

ରାମୋଜୀ କାର୍ଣ୍ଣିଭାଇବ 2026:

ଏଥର ନୂଆବର୍ଷରେ ଲୋକମାନଙ୍କ ମନୋରଞ୍ଜନ ସହ ନିଆରା ଅନୁଭୂତି ଦେବା ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । ନୂଆବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ ଫିଲ୍ମ ସିଟିରେ ଆୟୋଜିତ 'ରାମୋଜୀ କାର୍ଣ୍ଣିଭାଇବ 2026'ରେ କଳାକାରମାନଙ୍କ ଧୂଆଁଧାର ପଫର୍ମାନ୍ସ ଦେଖିବାକୁ ମିଳିବ । ପିଲାଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମ୍ୟୁଜିକର ତାଳେତାଳେ ମତୁଆଲା ହେବେ । ଡିସେମ୍ବର 31 ରାତି ହେବେ ନିଆରା ଓ ସ୍ବତନ୍ତ୍ର । ମନୋରଞ୍ଜନ, ଅନଲିମିଟେଡ୍‌ ଫୁଡ୍ ସହ ସ୍ବାଦିଷ୍ଟ ଗାଲା ଡିନର୍‌ର ମଜ୍ଜା ନେବେ ଦର୍ଶକ । ଏହାସାଙ୍ଗକୁ 15,000 ବର୍ଗଫୁଟ ପରିସରରେ ଓପନ-ଏୟାର ଡ୍ୟାନ୍ସ ଫ୍ଲୋରରେ ନାଚ ଗୀତରେ ଝୁମି ଭରପୁର ଆନନ୍ଦ ଉଠାଇବାର ସୁବିଧା ବି ରହିଛି ।

ପୁରୁଣା ବର୍ଷର ଶେଷ ରାତି (ଡିସେମ୍ବର 31) ବୁଧବାର ଦିନ ରାମୋଜୀ ଫିଲ୍ମ ସିଟିରେ ହେବେ ଏଣ୍ଟରଟେନମେଣ୍ଟର ମହାଧମାକା । ରୋମାଞ୍ଚକର ଷ୍ଟାଣ୍ଡ-ଅପ୍ କମେଡି ସାଙ୍ଗକୁ ସିଙ୍ଗରମାନଙ୍କ ଦ୍ୱାରା ଲାଇଭ୍ ପଫର୍ମାନ୍ସ, ମ୍ୟାଜିକ୍ ଶୋ, ୱାଇଲ୍ଡ ୱେଷ୍ଟ ଷ୍ଟଣ୍ଟ ଏବଂ କଳାକାରମାନେ ଅନେକ କଳା ପ୍ରଦର୍ଶନ କରିବେ । 'ନ୍ୟୁ ଇୟର ପାର୍ଟି'ରେ ସାମିଲ ହେଉଥିବା ଦର୍ଶକମାନେ ଧୁଆଁଧାର ଡିଜେ ସଂଗୀତରେ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଷିତ ନୃତ୍ୟକୁ ଉପଭୋଗ କରିପାରିବେ ।

Hyderabad's Biggest NYE Party At Ramoji Carnivibe 2026
ରାମୋଜୀ କାର୍ଣ୍ଣିଭାଇବ 2026 (www.ramojifilmcity.com)

ମିଳିବ ଏସବୁ ସୁବିଧା:

ରାମୋଜୀ ଫିଲ୍ମ ସିଟିରେ ନୂଆବର୍ଷ ଉତ୍ସବକୁ ଧୁମଧାମରେ ପାଳିବା ପାଇଁ ଅନେକ ଇଭେଣ୍ଟ ଡିଜାଇନ କରାଯାଇଛି । ପର୍ଯ୍ୟଟକଙ୍କ ଆଶାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଉତ୍ସାହର ସହ ଉତ୍ସବ ପାଳିବା ପାଇଁ ଭବ୍ୟ ଆୟୋଜନ କରାଯାଇଛି । ନୂଆବର୍ଷ ସେଲିବ୍ରେସନ କରିବାକୁ ଆସୁଥିବା ଭିଜିଟର୍ସଙ୍କ ପାଇଁ ଡ୍ରାଇଭର ସର୍ଭିସ ସହ ଚାଇଲ୍ଡକେୟାର ଓ ମେଡିକାଲ କେୟାର ସୁବିଧା ମଧ୍ୟ ଉପଲବ୍ଧ ରହିବ । ଯେଉଁ ଲୋକମାନେ ସେମାନଙ୍କ ପରିବାର ଲୋକଙ୍କ ସହ ଆସିବେ ସେମାନେ ଏହି ସବୁ ସୁବିଧା ପାଇପାରିବେ । ବିନା କୌଣସି ଟେନସନରେ ନୂଆବର୍ଷକୁ ଧୁମଧାମରେ ପାଳି ଆନନ୍ଦ ଉଠାଇପାରିବେ ।

3 ପ୍ରକାର ପ୍ୟାକେଜ

ରାମୋଜୀ ଫିଲ୍ମ ସିଟି ନ୍ୟୁ ଇୟର ପାର୍ଟି ପାଇଁ ପ୍ରିଫରେନ୍ସ ହିସାବରେ 3 ପ୍ରକାର ପ୍ୟାକେଜ ରହିଛି । ସିଲଭର ପ୍ୟାକେଜ 5,999 ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଗୋଲ୍ଡ ପ୍ୟାକେଜ 9,999 ଟଙ୍କା ଓ ପ୍ଲାଟିନମ୍‌ ପ୍ୟାକେଜ 12,999 ଟଙ୍କା ରହିଛି । ବୟସ୍କ ଓ ଛୋଟପିଲାଙ୍କ ପାଇଁ ମୂଲ୍ୟ ପୃଥକ ରହିଛି । ସମସ୍ତ ପ୍ୟାକେଜ 31 ଡିସେମ୍ବର ରାତି 8ଟାରୁ 12.30 ପର୍ଯ୍ୟନ୍ତ ବୈଧ ରହିବ ।

A Night show at Ramoji Film City
ରାମୋଜୀ କାର୍ଣ୍ଣିଭାଇବ 2026 (www.ramojifilmcity.com)

ସନ୍ଧ୍ୟାରୁ ସେଲିବ୍ରେସନ..

ଯଦି ଆପଣ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ସହ ନୂଆବର୍ଷକୁ ଉପଭୋଗ କରିବା ପାଇଁ ଚାହୁଁଛନ୍ତି ତେବେ ରାମୋଜୀ ଫିଲ୍ମ ସିଟିରେ ଆୟୋଜିତ ହେଉଥିବା 'ରାମୋଜୀ କାର୍ଣ୍ଣିଭାଇବ 2026' ନ୍ୟୁ ଇୟର ପାର୍ଟି ଆପଣଙ୍କ ପାଇଁ ବେଷ୍ଟ ରହିବ । ବୁଧବାର ସନ୍ଧ୍ୟାରୁ ସେଲିବ୍ରେସନ ଆରମ୍ଭ ହେବ । ନ୍ୟୁ ଇୟର ପାର୍ଟିରେ ସାମିଲ ହେବା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଉପଲବ୍ଧ ରହିଛି । ଅଧିକ ସୂଚନା ପାଇଁ www.ramojifilmcity.comରେ ଲଗ୍ ଅନ୍ କରନ୍ତୁ କିମ୍ବା ୭୬୫୯୮୭୬୫୯୮ ନମ୍ବର ସହ ଯୋଗାଯୋଗ କରନ୍ତୁ ।

ଏହା ମଧ୍ୟ ପଢ଼ନ୍ତୁ...

ରାମୋଜୀ ଫିଲ୍ମ ସିଟିରେ ଆକର୍ଷଣୀୟ 'ୱିଣ୍ଟର ଫେଷ୍ଟ':ପ୍ରଥମ ଦିନରେ ଜମିଲା ପର୍ଯ୍ୟଟକଙ୍କ ଭିଡ

ANR କଲେଜରେ ହେବ 'ରାମୋଜୀ ରାଓ ଦକ୍ଷତା ବିକାଶ କେନ୍ଦ୍ର', 50 ଲକ୍ଷ ଘୋଷଣା କଲେ ରାମୋଜୀ ଗ୍ରୁପ CMD

ପର୍ଯ୍ୟଟକଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରାମୋଜୀ ଫିଲ୍ମ ସିଟି: ମାସେ ବ୍ୟାପି ଚାଲିବ ଓ୍ବିଣ୍ଟର ଫେଷ୍ଟ, ସେଲିବ୍ରେଟ ହେବ ନୂଆବର୍ଷ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ