ETV Bharat / bharat

ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସ୍‌ 2025; ଭାଷା ସାଜିଥାଏ ପରିଚୟର ମାଧ୍ୟମ: ପ୍ରଫେସର ସଥୁପତି

କଳା ଓ ସଂସ୍କୃତି ବର୍ଗରେ ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସ୍‌ 2025 ବିଜେତା ପ୍ରଫେସର ସଥୁପତି ପ୍ରସନ୍ନା ଶ୍ରୀ କହିଲେ ମନର କଥା । କାହିଁକି ପଢିଥିଲେ ଭାଷା ବିଜ୍ଞାନ ।

Ramoji Excellence awards 2025 awardee prof Sathupati Prasanna Sree
ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସ୍‌ 2025 ସମ୍ମାନୀତା ପ୍ରଫେସର ସଥୁପତି ପ୍ରସନ୍ନା ଶ୍ରୀ (ETV Bharat)
author img

By ETV Bharat Odisha Team

Published : November 17, 2025 at 11:48 PM IST

7 Min Read
Choose ETV Bharat

ହାଇଦ୍ରାବାଦ (ତେଲେଙ୍ଗାନା): ରାମୋଜୀ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ରାମୋଜୀ ରାଓଙ୍କ 89ତମ ଜନ୍ମ ଦିବସ ଅବସରରେ ରବିବାର ରାମୋଜୀ ଫିଲ୍ମ ସିଟିରେ ଆୟୋଜିତ ହୋଇଥିଲା 'ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସ୍‌ 2025' । ଏଥିରେ କଳା ଓ ସଂସ୍କୃତି ବର୍ଗରେ ପ୍ରଫେସର ସଥୁପତି ପ୍ରସନ୍ନା ଶ୍ରୀଙ୍କୁ ସମ୍ମାନୀତ କରାଯାଇଛି । ଆଦିବାସୀ ସମ୍ପ୍ରଦାୟଙ୍କ ଭାଷା ଓ ପରିଚୟକୁ ବଞ୍ଚାଇ ରଖିବା ତଥା ସମ୍ମାନ ପ୍ରଦାନ କରିବା ଲାଗି ଜୀବନବ୍ୟାପୀ କାର୍ଯ୍ୟ କରିଛନ୍ତି ସଥୁପତି ପ୍ରସନ୍ନା ଶ୍ରୀ ।

'ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସ୍‌ 2025' ସମ୍ମାନରେ ସମ୍ମାନୀତ ହେଲେ ସଥୁପତି ପ୍ରସନ୍ନା ଶ୍ରୀ:

ଦେଶର ସବୁଠାରୁ ପ୍ରଭାବଶାଳୀ ଭାଷାବିତ୍ ତଥା ଆନ୍ଧ୍ରପ୍ରଦେଶରେ କୁଳପତି ଭାବେ କାର୍ଯ୍ୟ କରୁଥିବା ପ୍ରଥମ ଆଦିବାସୀ ମହିଳା ପ୍ରଫେସର ସଥୁପତି ପ୍ରସନ୍ନା ଶ୍ରୀଙ୍କୁ କଳା ଓ ସଂସ୍କୃତି ବର୍ଗରେ 'ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସ୍‌ 2025' ସମ୍ମାନରେ ସମ୍ମାନୀତ କରାଯାଇଛି । ଭାଷା ପରିଚୟର ସବୁଠୁ ଶକ୍ତିଶାଳୀ ଆଧାର ହୋଇଥିବା କହିଛନ୍ତି ପ୍ରଫେସର ସଥୁପତି । ଲୁପ୍ତପ୍ରାୟ ଭାଷାଗୁଡିକର ଡକ୍ୟୁମେଣ୍ଟେସନଠାରୁ ଆରମ୍ଭ କରି ମୌଖିକ ପରମ୍ପରା ଭାବେ ରହିଥିବା ଭାଷା ପାଇଁ ଲିପି ସୃଷ୍ଟି କରିବା ପର୍ଯ୍ୟନ୍ତ କାମ କରିଛନ୍ତି ସଥୁପତି । ସେ 'ଇଟିିଭି ଭାରତ'ର ସିଦ୍ଧାର୍ଥ ରାଓଙ୍କୁ ଭାଷା ଓ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଯାତ୍ରା, କାହିଁକି ସେ ଏହି ପଦକ୍ଷେପ ନେଇଥିଲେ ଏବଂ ସାମାଜିକ ବାସ୍ତବିକତା ଓ ଭାଷା ପରିଚୟର ସବୁଠାରୁ ଶକ୍ତିଶାଳୀ ଆଧାର କାହିଁକି ସେ ବିଶ୍ୱାସ କରନ୍ତି ସେ ନେଇ ବାର୍ତ୍ତାଳାପ କରିଛନ୍ତି ।

ପ୍ରଫେସର ସଥୁପତିଙ୍କୁ ପଚରାଯାଇଥିବା ପ୍ରଶ୍ନ ଓ ସେ ଦେଇଥିବା ଉତ୍ତର:

ପ୍ରଶ୍ନ: ଷ୍ଟୁଆର୍ଟପୁରମ (ଆନ୍ଧ୍ରପ୍ରଦେଶ ରାଜ୍ୟର ବାପଟଲା ଜିଲ୍ଲାରେ ଥିବା ଏକ ଗାଁର ନାଁ ଷ୍ଟୁଆର୍ଟପୁରମ)ରୁ ଆସି ଆଜି ଆପଣ ଯେଉଁଠାରେ ଅଛନ୍ତି, ଏହି ଯାତ୍ରାକୁ ନେଇ ଆପଣଙ୍କ କଣ ସ୍ମୃତି ରହିଛି ?

ଉତ୍ତର: ଅଧିକାଂଶ ଲୋକେ ଭାବନ୍ତି ଯେ ମୁଁ ଷ୍ଟୁଆର୍ଟପୁରମର । କିନ୍ତୁ ପ୍ରକୃତରେ ତାହା ନୁହେଁ । ମୋ ଜେଜେ ବାପା ଷ୍ଟୁଆର୍ଟପୁରମର ଥିଲେ । ସେ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ । ମୋ ବାପା 14 ବର୍ଷରୁ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ସେ ବିଶାଖାପାଟଣା ଆସିଥିଲେ । ଯେବେଠୁ ସେ ରେଲଓ୍ବେ କାମ କରିଛନ୍ତି, ସେବେଠୁ ଆମେ ବିଭିନ୍ନ ସ୍ଥାନରେ ରହିଛୁ । ମୋ ଜେଜେ ବାପା ଷ୍ଟୁଆର୍ଟପୁରମର ଥିଲେ ମୋ ବାପା ନୁହଁନ୍ତି ।

ପ୍ରଶ୍ନ: ଆମ ଦେଶରେ ପାଠପଢାକୁ ନେଇ ଏକତରଫା ପ୍ରକ୍ରିୟା ଦେଖିବାକୁ ମିଳେ । ଇଞ୍ଜିନିୟର ନଚେତ ଡାକ୍ତର । କେଉଁ କଥା ଆପଣଙ୍କୁ ଭାଷା କିମ୍ବା ଭାଷାବିଜ୍ଞାନ ଆଡକୁ ଆକର୍ଷିତ କରିଥିଲା ?

ଉତ୍ତର: ଏହା କୌଣସି ଯୋଜନାବଦ୍ଧ ଯାତ୍ରା ନଥିଲା । କହିବାକୁ ଗଲେ ମୋତେ ଏହି ଯାତ୍ରା ବାଧ୍ୟବାଧକତାରେ କରିବାକୁ ପଡିଥିଲା । କାରଣ କିଛି ଏମିତି ସମସ୍ୟା ଥାଏ ଯାହା ଆପଣଙ୍କୁ ବ୍ୟସ୍ତବିବ୍ରତ କରିପକାଏ, ଆପଣଙ୍କ ଆନ୍ତରିକତା ଶାନ୍ତିକୁ ଭଙ୍ଗ କରିଦିଏ । ଏହା ଆପଣଙ୍କ ମାନସିକତାର ଭାବପ୍ରବଣତାକୁ ନଷ୍ଟ କରିପକାଏ । ଯେତେବେଳେ ଏହି ଦିଗଭ୍ରାନ୍ତ ଆରମ୍ଭ ହୁଏ ଏବଂ ଯେତେବେଳେ ମଣିଷ ମଣିଷ ଭାବରେ ଚିହ୍ନେ ନାହିଁ, ଏହା ସ୍ୱୟଂଚାଳିତ ଭାବେ ଆପଣଙ୍କୁ ପ୍ରଶ୍ନ କରିବାକୁ ବାଧ୍ୟ କରେ ।

ସେତେବେଳେ ମୁଁ ଭାବିବା ଆରମ୍ଭ କଲି, " କାହିଁକି ମୋ ସହିତ ଉପଯୁକ୍ତ ବ୍ୟବହାର କରାଯାଏ ନାହିଁ ?" ଏହା ନୁହେଁ ଯେ ମୁଁ ନିକୃଷ୍ଟ ଏବଂ ଅନ୍ୟ ଜଣେ ଶ୍ରେଷ୍ଠ । ଆମେ ବି ଏକ । ସାମାଜିକ ଗଠନରେ ଏହି ଅସମାନତା, ଏହି ଭାବପ୍ରବଣ ଦୁର୍ବ୍ୟବହାର... ଯେତେବେଳେ କି ଆମେ ସମସ୍ତଙ୍କ ପାଖରେ ସମାନ ଗୁଣ ଅଛି, ସେତେବେଳେ କାହିଁକି ମୋତେ ହଇରାଣ ଓ ବିଚଳିତ କରାଯାଉଛି ? ଏହା ମୋର ଚିନ୍ତାଧାରା ଥିଲା ।

ମୁଁ ଅନୁଭବ କଲି ଏହା କେବଳ ମୋ ସହ ନୁହେଁ । ହଜାର ହଜାର ଲୋକେ, ଏପରିକି ମୋର ପୂର୍ବପୁରୁଷମାନେ ମଧ୍ୟ କେବଳ ସେମାନଙ୍କ ନାମ ଷ୍ଟୁଆର୍ଟପୁରମ ଭଳି ସ୍ଥାନ ସହ ଜଡିତ ଥିବାରୁ ସେମାନେ ଏଭଳି ନିର୍ଯାତିତ ଓ ହଇରାଣର ଶିକାର ହେଉଥିଲେ । ମୂଳତଃ, କେହି ଷ୍ଟ୍ରୁଆର୍ଟପୁରମ କିମ୍ବା ବେଙ୍ଗାଲୁରୁ କି ନୁହଁନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କଥା ହେଉଛି ଏମାନେ ଆଦିବାସୀ ସମ୍ପ୍ରଦାୟର । ସେମାନଙ୍କର ଅନୁଷ୍ଠାନିକ ଶିକ୍ଷା ଥାଇ ନପାରେ, କିନ୍ତୁ ସେମାନଙ୍କର ଭାବପ୍ରବଣ ଏବଂ ମାନସିକ ବୁଦ୍ଧିମତା ଅଛି । ସେମାନଙ୍କର ମସ୍ତିଷ୍କ ଭଲ ଭାବରେ କାର୍ଯ୍ୟ କରେ । କିନ୍ତୁ ସେମାନଙ୍କର ନିଜସ୍ୱ ଏକ ପରିଚୟ ନାହିଁ, ବିଶେଷ କରି ଲିଖିତ ଭାଷା ଆକାରରେ ।

ଯେତେବେଳେ ତୁମ ପାଖରେ ଏଭଳି କିଛି ପରିଚୟ ନଥାଏ ତେବେ ଲୋକ ତୁମକୁ ଏହା ଅନୁଭବ କରାନ୍ତି କି ତୁମେ ତାଙ୍କ ସହ ସମାନ ନୁହଁ । ତୁମର ପରିଚୟ ସେମାନଙ୍କ ଠାରୁ କମ୍ । ତୁମେ ତାଙ୍କ ପାଦ ତଳେ ବସିବା ଉଚିତ୍ । ଏଥିରେ ଶିକ୍ଷା ବହୁତ ବଡ ଅନ୍ତର ଆଣିଥାଏ ।ଯେତେବେଳେ ଆପଣ ଶିକ୍ଷାରେ ଆଗକୁ ବଢୁଛନ୍ତି, ଯଦି ଆପଣ ରେସରେ ଆଗରେ ନାହାନ୍ତି ତେବେ ଲୋକମାନେ ଆପଣଙ୍କୁ ତଳକୁ ଠେଲିଦେବେ ।

ପ୍ରଶ୍ନ: ଆପଣ ଭାଷାକୁ ପରିଚୟ ଭାବେ ଏବଂ କାହା ସହ ବ୍ୟବହାର କରିବାର ଉପାୟ କଥା କହୁଛନ୍ତି । ଏହା କଣ ଆପଣଙ୍କୁ ଏହି ଲୁପ୍ତପ୍ରାୟ ଭାଷା ପ୍ରତି ଆକର୍ଷିତ କରିଥିଲା ଏବଂ ଏହି ଲିପିଗୁଡିକ ସୃଷ୍ଟି କରିବା ପାଇଁ ପ୍ରେରଣା ଯୋଗାଇ ଥିଲା ?

ଉତ୍ତର: ଯେବେ ମୁଁ ଆରମ୍ଭରୁ ଏହା କରିବାକୁ ଚାହିଁଥିଲି, ମୁଁ କୌଣସି ଲକ୍ଷ୍ୟସ୍ଥଳକୁ ମନରେ ରଖି ନ ରଖି ଆଗକୁ ବଢି ଚାଲିଥିଲି । କିନ୍ତୁ ଯେତେବେଳେ ମୁଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆରମ୍ଭ କଲି, ସେତେବେଳେ ମୋତେ ମୋ ଆଖପାଖରେ ଥିବା ଗୁରୁତ୍ୱର ସମସ୍ୟାଗୁଡିକ ବିଷୟରେ ବୁଝିପାରିଲି । ଏବଂ ତାପରେ ଅନୁଭବ କଲି ଯେ ଏହା କେବଳ ମୁଁ ନୁହେଁ, ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ଜୀବନରେ କେବେ ଏହି ପ୍ରକାରର ଉଜ୍ୱଳ ଦେଖିନାହାନ୍ତି ।ସେମାନଙ୍କ ମାଆ ବାପା ଶିକ୍ଷିତ ନଥିଲେ, ଏବଂ ସେମାନେ ନିଜେ ମଧ୍ୟ ଶିକ୍ଷିତ ନଥିଲେ ।

ଯେତେବେଳେ ମୁଁ ଏହି ସବୁ ବିଷୟରେ ଚିନ୍ତା କଲିସ ମୋର ମନେ ପଡିଲା ଯେ ଭାରତର ପ୍ରାୟ 7 ପ୍ରତିଶତ ଜନସଂଖ୍ୟା ଆଦିବାସୀ । ଏହା ସାରା ଦେଶରେ, ବିଶେଷ କରି ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡ଼ିଶା, ମଧ୍ୟପ୍ରଦେଶର ଆଦିବାସୀମାନେ ଏହି ଦୁର୍ଦଶା ଭୋଗୁଛନ୍ତି । ଏହି ସମସ୍ତ ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଛୋଟ ଛୋଟ ଅଞ୍ଚଳରେ ବାସ କରନ୍ତି ।ଏହା ପ୍ରାୟ ସମସ୍ତ ଆଦିବାସୀଙ୍କ କାହାଣୀ ଯେଉଁମାନଙ୍କ ଭାଷା ନାହିଁ । ସେମାନଙ୍କର ନିଜର ଭାଷାକୁ ଆମେ ମୌଖିକ ସାହିତ୍ୟ କହିଥାଉ ।

ସମୟ ସହିତ, ମୁଁ ଅନୁଭବ କଲି ଯେ ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ଭାଷା କହିପାରୁଛନ୍ତି, ତେବେ ସେହି ଭାଷାର ଜୀବନ ଆସିଯାଏ । କିନ୍ତୁ ଯେତେବେଳେ ରାଜ୍ୟର ପ୍ରଧାନ ଭାଷାଗୁଡିକ ଆସିଥାଏ କିମ୍ବା ପଡୋସୀ ଭାଷା ଆସିଯାଏ, ସେତେବେଳେ ଆପଣଙ୍କ ଭାଷାର ମୂଳରୂପ, ତାର ବନ୍ଧନ, ସ୍ୱାଦ ହରାଇଥାଏ । ସେଥିପାଇଁ ଆପଣଙ୍କର ପରିଚୟ ରହିବା ଆବଶ୍ୟକ । ତା ସହ ଆପଣଙ୍କୁ ଆପଣଙ୍କ ଭାଷାର ଆବଶ୍ୟକ ରହିଛି । ଭାଷାର ଏକ ଲିପି ରହିବା ଉଚିତ୍ ।

ପ୍ରଶ୍ନ: ଆପଣ କହିଲେ ଏହା ମୌଖିକ ପରମ୍ପରା, ମୌଖିକ ସାହିତ୍ୟ, ଯାହାର କୌଣସି ଲିପି ନାହିଁ । ତେଣୁ ଯେତେବେଳେ ଆପଣ ମୌଖିକ ସାହିତ୍ୟ ସହିତ ଏକ ଭାଷା ନିଅନ୍ତି ଯାହା ପିଢି ପରେ ପିଢି ମଧ୍ୟରେ ମୌଖିକ ଶବ୍ଦ ଦ୍ୱାରା ବିକଶିତ ହୋଇଛି ଏବଂ ଆଗକୁ ବଢିଛି, ଯେତେବେଳେ ଆପଣ ତାହାକୁ ଲିପି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଆପଣଙ୍କୁ ତ ମୂଳରୁ ଏହାକୁ ଆରମ୍ଭ କରିବାକୁ ପଡିଥିବ ?

ଉତ୍ତର: ସେତେବେଳେ ଆଦିବାସୀମାନେ ନିଜ ଅଞ୍ଚଳରେ ହିଁ ରହୁଥିଲେ ଏବଂ ସେମାନଙ୍କ ପୂର୍ବପୁରୁଷମାନେ ମୌଖିକ ସାହିତ୍ୟ ମାଧ୍ୟମରେ ଏସବୁ ଦେଉଥିଲେ ଯାହାକୁ ଆପଣ ପରିବାର ବ୍ୟବସ୍ଥା କହିପାରନ୍ତି । ଏହି ଉପାୟରେ ମୌଖିକ ଭାଷା ଆଗରୁ ବଢୁଥିଲା । କିନ୍ତୁ ଆଜି ଆମର ଆଦିବାସୀ ପରିଚୟ ଉପରେ ଅନ୍ୟ ଭାଷାର ଦବଦବା ଅଧିକ ରହିଛି, ପୁଣି ଏଭଳି ହୁଏ ଲୋକମାନେ ଧୀରେ ଧୀରେ ନିଜକୁ ଆଦିବାସୀ ଭାବରେ ପରିଚୟ ଦେବା ବନ୍ଦ କରିଦିିିଅନ୍ତି ।

ଯଦି ଥରେ ମୁଁ ଆଦିବାସୀ ବୋଲି ମୋ ପରିଚୟ ଦୁନିଆ ସାମ୍ନାରେ ଆସିଯାଏ, ତେବେ ସମସ୍ତେ ମୋତେ ନିଚ୍ଚ ଭାବରେ ଦେଖିବା ଆରମ୍ଭ କରନ୍ତି । ସେମାନଙ୍କର ମାନସିକତା ଏତେ ଦୃଢ ଯେ ସେମାନେ ମୋତେ ଜଣେ ଶିକ୍ଷିତ ଆଦିବାସୀ ଭାବେ ଦେଖନ୍ତି ନାହିଁ । ସେମାନେ କେବଳ ସେହି ଜନଜାତିକୁ ଦେଖନ୍ତି ଯେଉଁମାନେ ପୁରୁଣା ପାରମ୍ପରିକ ବ୍ୟବସ୍ଥା ସହିତ ଜଙ୍ଗଲରେ ବାସ କରୁଥିଲେ ।ଏହାହିଁ ସେମାନଙ୍କର ଏକମାତ୍ରା ପ୍ରତିଛବି ।କିନ୍ତୁ ମୁଁ କୁହେ, ସେହି ଲୋକମାନେ ମଧ୍ୟ ବୁଦ୍ଧିମାନ ଥିଲେ, ସେମାନଙ୍କର ମଧ୍ୟ ଭାଷା ସହ ଯୋଡି ହେବାର ବିଶେଷ କ୍ଷମତା ଥିଲା । ସେମାନେ ପିଢି ପରେ ପିଢି ଏହାକୁ ଆଗକୁ ବଢାଇ ନେଉଥିଲେ ।

ଆପଣ ଆଜି ଯାହା ଅଛନ୍ତି, କାଲି ଆପଣଙ୍କୁ ମନେ ନଥିବ । ଆମ ମନ ଉପରେ, ଆମ ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡିଛି । ଏହି ସମସ୍ତ ପ୍ରଭାବର ବୋଝ ତଳେ , ମୋତେ ଲାଗିଲା କି ଆମକୁ ଏଭଳି ଏକ ପରିଚୟ ଆବଶ୍ୟକ ଯାହା ଆପଣଙ୍କୁ ନିଜର ଅନୁଭବ ଦେବ, ଯେ ଆପଣ ଏକ ନିର୍ଦ୍ଦିଷ୍ଟ ବଂଶ, ଏକ ନିର୍ଦ୍ଦିଷ୍ଟ ଜନଜାତିରୁ ଆସିଛନ୍ତି । ଏହା ହେଉଛି ଆପଣଙ୍କର ସଂସ୍କୃତି ।

ଆମକୁ ଆମର ନିଜସ୍ୱ ସାଂସ୍କୃତିକ ପରିଚୟ ଆବଶ୍ୟକ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଆମେରିକୀୟ କିମ୍ବା ପାଶ୍ଚାତ୍ୟ ସମାଜ ଆମକୁ କାହିଁକି ଜିଜ୍ଞାସାରେ ଦେଖନ୍ତି ? କାରଣ ଆମର ସାଂସ୍କୃତିକ ପରିଚୟ ମଜବୁତ । ଏହା ଆପଣ ମାଲାୟଲମୀ, ତାମିଲ କିମ୍ବା ଅନ୍ୟ କିଛି ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଆପଣ ବିଦେଶ ଯାଆନ୍ତି, କେହି ପଚାରେ ନାହିଁ ଯେ ଆପଣ ଆଦିବାସୀ ନା ହିନ୍ଦୁ, ନା ବ୍ରାହ୍ମଣ । ସେମାନେ କେବଳ କୁହନ୍ତି, 'ତୁମେ ଭାରତୀୟ ।' ଏହା ହେଉଛି ମୁଁ ଚାହୁଁଥିବା ପରିଚୟ । କିନ୍ତୁ ଏଠାରେ ଆମ ସମାଜ ମଧ୍ୟରେ , ତୁମର ପରିଚୟ ତୁମର ଅନନ୍ୟ ଶକ୍ତି ହୋଇଯାଏ । ତୁମର ନିଜସ୍ୱ ପରିଚୟ ରହିବା ଆବଶ୍ୟକ, ଯାହା ତୁମର ଭାଷା ଦ୍ୱାରା ବିଚାର କରାଯାଏ ଏବଂ ତୁମେ ତୁମର ପୂର୍ବପୁରୁଷମାନଙ୍କ ଦ୍ୱାରା ଦିଆଯାଇଥିବା ସଂସ୍କୃତିକୁ ଆଗକୁ ବଢାଉଛ ।

ପ୍ରଶ୍ନ: ଆପଣ କହିଲେ ଭାଷା ହେଉଛି ପରିଚୟ ଏବଂ ନିଜରପଣ ପାଇଁ ଆବଶ୍ୟକ, ପ୍ରାୟତଃ ଧର୍ମ କିମ୍ବା ଜାତି ଅପେକ୍ଷା ଅଧିକ । ଲୁପ୍ତପ୍ରାୟ ଏବଂ ଆଦିବାସୀ ଭାଷା ସହ ଆପଣଙ୍କ କାମକୁ ଦୃଷ୍ଟିରେ ରଖି, ଯେଉଁଠି କହିବା ବାଲାଙ୍କୁ ପ୍ରାୟତଃ ଭେଦଭାବର ସାମ୍ନା କରିବାକୁ ପଡେ, କଣ ଆପଣଙ୍କର ପ୍ରୟାସ ଏହି ସମ୍ପ୍ରଦାୟର ଭାଷା ଏବଂ ସଂସ୍କୃତିର ଗର୍ବ ଫେରାଇ ଆଣିବାର ପ୍ରୟାସ ଭାବେ ଦେଖାଯାଇପାରିବ ?

ଉତ୍ତର: ହଁ, ହଁ, ନିଶ୍ଚିତ । ଆଜିକାଲି ଲୋକେ ଇଂରାଜୀ ଭାଷା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି, ଯାହା ଆମର ନିଜର ଭାଷା ନୁହେଁ, ତଥାପି ଆମେ ଇଂରାଜୀ ଭାଷା କହୁଛେ ଏବଂ ଚିନ୍ତା କରୁଛେ । କିନ୍ତୁ ଆମର ମୂଳ ଭାବନା ହେଉଛି ଆମ ମାତୃଭାଷା ।ଆମେ ଆମର ଭାବନାକୁ ଏପରି ଏକ ଭାଷାରେ ଅନୁବାଦ କରୁ ଯାହା ସମସ୍ତଙ୍କ ଶୁଣିବା ପାଇଁ ଅଧିକ ଉପଯୁକ୍ତ ।

ପ୍ରଶ୍ନ: ଆଦିବାସୀ ପୃଷ୍ଠଭୂମିରୁ ଆସିଥିବା, ଏକ ଆଦିବାସୀ ମହିଳା ଭାବେ ଆପଣଙ୍କ ବ୍ୟକ୍ତିଗତ ପରିଚୟ କିପରି ଆପଣଙ୍କ ଯାତ୍ରାକୁ ଆକାର ଦେଇଛି ? ଏହା ବ୍ୟତୀତ, ଆପଣ ନାରୀ ପୁରସ୍କାର, ରାମୋଜୀ ଏକ୍ସିଲେନ୍ସି ଆଓ୍ବାର୍ଡ ଭଳି ଅନେକ ପୁରସ୍କାର ପାଇଛନ୍ତି, ଏହାସବୁ ଆପଣଙ୍କ ପାଇଁ କେଉଁ ଅନୁଭବ ଆଣିଦିଏ ?

ଉତ୍ତର: ମୋ ପୃଷ୍ଠଭୂମି ଯୋଗୁଁ ,ମୋର ପୂର୍ବପୁରୁଷମାନେ ସମସ୍ତେ ରକ୍ଷଣଶୀଳ ଥିଲେ । କିନ୍ତୁ ମୋ ବାପା ବହୁତ ଉଦାରବାଦୀ ଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଝିଅମାନଙ୍କୁ ଶିକ୍ଷିତ କରାଯିବା ଉଚିତ୍ । ଯେତେବେଳେ ଜଣେ ମହିଳା ନିଜ ମୂଳଦୁଆକୁ ଖୋଜିବା ପାଇଁ ଆଦିବାସୀ ଅଞ୍ଚଳକୁ ଯାଏ ଏବଂ ନୂତନ ଅବଧାରଣାକୁ ବୁଝିବାକୁ ଚେଷ୍ଟା କରେ, ତାକୁ ସହଜରେ ଗ୍ରହଣ କରାଯାଏ ନାହିଁ । ଏହି ପ୍ରକାର ମାହୋଲକୁ ଯାଉଥିବା ମହିଳାମାନଙ୍କୁୁ ପୁରୁଷମାନେ ପସନ୍ଦ କରନ୍ତି ନାହିଁ । ପିତୃସତ୍ତ୍ୱ ସର୍ବଦା ଥିଲା, ସେମାନେ ଏହି ଘଟଣାବଳୀକୁ ନିଷେଧ ଭାବେ ବ୍ୟବହାର କରନ୍ତି । ସାମାଜିକ ଭାବରେ, ଅନେକ ଲୋକ ମୋ ପରିଚୟ ଯୋଗୁଁ ମୋତେ ବାସନ୍ଦ କରିଛନ୍ତି । କିନ୍ତୁ ମୁଁ କେବେବି ଏ ବିଷୟରେ ଚିନ୍ତା କରିନାହିଁ । ମୁଁ ଯାହା କରିବାକୁ ଚାହୁଁଥିଲି, ତାହା କରିଛି । ଏବଂ ସଚ୍ଚୋଟ ଭାବରେ ଯେତେବେଳେ ମୁଁ ଏହାକୁ କରିଥିଲି , ମୁଁ ଅନୁଭବ କରିଥିଲି ସାରା ବ୍ରହ୍ମାଣ୍ଡ ମୋଠୁ ଏୟା ଚାହୁଁଛି ।ଇଶ୍ୱର ଏବଂ ସ୍ୱର୍ଗ ଏହା ଚାହୁଁଥିଲେ ଯେ ମୁଁ ଏହା କରେ । ମୁଁ ତ ନିମିତ୍ତ ମାତ୍ର ।

ଏହାମଧ୍ୟ ପଢନ୍ତୁ...

ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସ୍‌ 2025; ଏଆଇ ସମୟରେ ଗଣମାଧ୍ୟମର ଭୂମିକା ଅଧିକ ଦାୟିତ୍ୱପୂର୍ଣ୍ଣ: ଉପରାଷ୍ଟ୍ରପତି

ରାମୋଜୀ ଫିଲ୍ମ ସିଟିରେ ସମ୍ମାନିତ ହେଲେ 7 ମହାନ ବ୍ୟକ୍ତିତ୍ୱ: ସେବା ଓ ପାରଦର୍ଶିତା ପାଇଁ ମିଳିଲା ସମ୍ମାନଜନକ 'ରାମୋଜି ଏକ୍ସଲେନ୍ସି ଆୱାର୍ଡ'

ରାମୋଜୀ ଏକ୍ସଲେନ୍ସ ଆୱାର୍ଡସ୍‌; ସମାଜର ପ୍ରକୃତ ହିରୋମାନଙ୍କୁ ସମ୍ମାନିତ କରେ: ରାମୋଜୀ ଗ୍ରୁପ ସିଏମଡି

ସେବା, ନବସୃଜନ, ଜାତୀୟ ଭାବନା ସହିତ ରାମୋଜୀ ଏକ୍ସିଲେନ୍ସ ଆୱାର୍ଡସ୍‌ 2025 ସମ୍ପନ୍ନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ