ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର, ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ନୂଆ ସିଇଓ ନିଯୁକ୍ତ
ପ୍ୟାନେଲ ସଂସ୍ଥାଗତ ନେତୃତ୍ୱ, ପରିଚାଳନା ବିଶେଷଜ୍ଞତା, ସାଧୁତା ଏବଂ ଏକ ପ୍ରତିଷ୍ଠାନର ନେତୃତ୍ୱ ପାଇଁ ଆବଶ୍ୟକ ଦୃଷ୍ଟିକୋଣକୁ ଆଧାର କରି ପ୍ରଥମ ସିଇଓଙ୍କୁ ଚୂଡ଼ାନ୍ତ କରିଥିଲେ ।


Published : September 2, 2026 at 7:39 PM IST
RAM MANDIR TRUST NEW CEO, ଅଯୋଧ୍ୟା(ଉତ୍ତରପ୍ରଦେଶ): ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବୁଧବାର ଏଠାରେ ଅନୁଷ୍ଠିତ ଏକ ବୈଠକରେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ନିଯୁକ୍ତ କରିଛି । ଏଥିସହ ପୂର୍ବତନ କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରିଙ୍କୁ ଏହାର ନୂତନ ମହାସଚିବ ଏବଂ ମହେଶ ଭାଗଚନ୍ଦକାଙ୍କୁ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି ।
News Alert! Air Marshal (retd) Jeetendra Mishra appointed first chief executive officer (CEO) of Ram Temple trust. pic.twitter.com/SelqvxYnwS
— Press Trust of India (@PTI_News) September 2, 2026
ଟ୍ରଷ୍ଟର ଚୟନ କମିଟି ୫,୫୮୫ ଆବେଦନପତ୍ର ଯାଞ୍ଚ କରିବା ପରେ ଅପରେସନ ସିନ୍ଦୂର ସମୟରେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନେତୃତ୍ୱ ନେଇଥିବା ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ତିନି ଜଣ ପ୍ରାର୍ଥୀଙ୍କ ସଂକ୍ଷିପ୍ତ ତାଲିକାରୁ ଚୟନ କରାଯାଇଥିଲା । ଅନ୍ୟ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀମାନେ ଥିଲେ ମେଜର ଜେନେରାଲ ସଞ୍ଜୟ ପ୍ରତାପ ସିଂହ ବିଷ୍ଟ ଏବଂ ଶ୍ରୁତି ହରଦୱାରୀ ।
ଟ୍ରଷ୍ଟ ଅଯୋଧ୍ୟାର ମଦନ ମୋହନ ପାଣ୍ଡେ, ଦିଲ୍ଲୀର ଭାଗଚନ୍ଦକା ଏବଂ ଶିକୋହାବାଦର ଡକ୍ଟର ନିର୍ମଳା ଯାଦବଙ୍କୁ ନୂତନ ଟ୍ରଷ୍ଟି ଭାବେ ସାମିଲ କରିଛି । ବୈଠକ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଥିଲା । ନୂତନ ଭାବେ ନିଯୁକ୍ତ ଟ୍ରଷ୍ଟିମାନେ ଦ୍ୱିତୀୟ ଅଧିବେଶନରେ ଅନଲାଇନରେ ଯୋଗ ଦେଇଥିଲେ, ବୋଲି ମଧ୍ୟବର୍ତ୍ତୀକାଳୀନ ସଚିବ କୃଷ୍ଣ ମୋହନ ସୂଚନା ଦେଇଛନ୍ତି ।
VIDEO | Ayodhya, UP: Visuals from the Shri Ram Janmbhoomi Teerth Kshetra (SRJBTK) trust meeting.
— Press Trust of India (@PTI_News) September 2, 2026
(Source: Third Party)
(Full video available on PTI Videos - https://t.co/d8jp61yd2p) pic.twitter.com/XcXGslbQFj
ଦେଓରିଆ ଜିଲ୍ଲାର ବାସିନ୍ଦା ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ଭାରତୀୟ ବାୟୁସେନାରେ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି । ଯୁଦ୍ଧ ସେବା ପଦକ ସମେତ ସେ ଅନେକ ସାମରିକ ସମ୍ମାନ ପାଇଥିଲେ । ସେହିପରି ମଦନ ମୋହନ ପାଣ୍ଡେ ଜଣେ ଓକିଲ ଯିଏ ରାମ ଜନ୍ମଭୂମି ମାମଲାରେ ରାମ ଲଲ୍ଲା ବିରାଜମାନଙ୍କ ପ୍ରତିନିଧିତ୍ୱ କରିଥିଲେ ଓ ଶିକୋହାବାଦର ଡକ୍ଟର ନିର୍ମଳା ଯାଦବ ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଏବଂ ଶିକ୍ଷାବିତ୍ ।
ପୂର୍ବତନ କୋଷାଧ୍ୟକ୍ଷ ତଥା ନବ ନିଯୁକ୍ତ ମହାସଚିବ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ କୃଷ୍ଣ ମୋହନ "ସଙ୍କଟପୂର୍ଣ୍ଣ ସମୟ" ମଧ୍ୟରେ ଟ୍ରଷ୍ଟକୁ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ, ଆବଶ୍ୟକ ହେଲେ ଟ୍ରଷ୍ଟ ଜଣେ ଯୁଗ୍ମ ସିଇଓ କିମ୍ବା ଡେପୁଟି ସିଇଓଙ୍କୁ ନିଯୁକ୍ତ କରିପାରିବ ଏବଂ ସିଇଓଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ନିର୍ଦ୍ଦିଷ୍ଟ କରି ଏକ SOP ପ୍ରସ୍ତୁତ କରିବ ।
"ଆମକୁ ଅଯୋଧ୍ୟାକୁ ବିଶ୍ୱର ସାଂସ୍କୃତିକ ରାଜଧାନୀ କରିବାକୁ ପଡ଼ିବ । ଏଥିପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ," ବୋଲି ମହାସଚିବ ଗୋବିନ୍ଦ ଦେବ ଗିରି କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ରାମ ମନ୍ଦିର ଟ୍ରଷ୍ଟକୁ ମିଳିବ ନୂଆ CEO: 5585 ଆଶାୟୀରୁ 3 ଜଣଙ୍କ ନାଁ ଚୟନ କଲା କମିଟି
ଏହା ମଧ୍ୟ ପଢ଼ନ୍ତୁ- ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ, ତିନି ନୂତନ ସଦସ୍ୟଙ୍କ ନାମ ଚୂଡ଼ାନ୍ତ ହୋଇପାରେ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

