ETV Bharat / bharat

NEET ପରୀକ୍ଷା ରଦ୍ଦ ପରେ କଠୋର ନିଷ୍ପତ୍ତି, ଜୀବନ ହାରିଲେ ରାଜସ୍ଥାନର ଜଣେ ଆଶାୟୀ

ରାଜସ୍ଥାନ ଝୁନଝୁନୁ ଜିଲ୍ଲାର ପ୍ରଦୀପ ମେଘୱାଲ୍ ଗତ 3 ବର୍ଷ ହେଲା ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ । ସେ ଚଳିତ ବର୍ଷ NEET ପରୀକ୍ଷାରେ ଭଲ କରିଥିବା ତାଙ୍କ ବାପା କହିଛନ୍ତି ।

Rajasthan NEET aspirant dies by suicise over uncertainity in exam
ଜୀବନ ହାରିଲେ ରାଜସ୍ଥାନର ନିଟ୍ ଆଶାୟୀ, ଭଲ ଫଳାଫଳ ଆଶା ରଖିଥିଲେ ଛାତ୍ର (ETV Bharat)
author img

By ETV Bharat Odisha Team

Published : May 16, 2026 at 10:51 AM IST

2 Min Read
Choose ETV Bharat

RAJASTHAN NEET ASPIRANT SUICIDE , ଶିକର (ରାଜସ୍ଥାନ): NEET ପରୀକ୍ଷା ଅବ୍ୟବସ୍ଥା ଯୋଗୁଁ ପୁଣି ଅକାଳରେ ଚାଲିଗଲା ଆଉ ଏକ ନିରୀହ ଜୀବନ । ରାଜସ୍ଥାନର ଶିକର ଅଞ୍ଚଳରେ ଶୁକ୍ରବାର (ମେ 15) ଜଣେ NEET ଆଶାୟୀ ଛାତ୍ର ଜୀବନ ହାରିଛନ୍ତି । ପୋଲିସର ସୂଚନା ଅନୁଯାୟୀ ଏହି ଘଟଣା ଘଟିବା ବେଳେ ଘରେ 2 ଜଣ ଭଉଣୀ ଥିବା ବେଳେ, ଜଣେ ଭଉଣୀ ଅନଲାଇନ୍ କୋଚିଂ ନେଉଥିଲେ ।

ମୃତକ ଛାତ୍ରଙ୍କ ନାମ ପ୍ରଦୀପ ମେଘୱାଲ । ସେ ରାଜସ୍ଥାନ ଝୁନଝୁନୁ ଜିଲ୍ଲାର ବାସିନ୍ଦା । ଶିକରଠାରେ ନିଜ 2 ଭଉଣୀଙ୍କ ସହିତ ଏକ ଭଡ଼ା ରହି ପ୍ରଦୀପ NEET ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ପରିବାର ସଦସ୍ଯଙ୍କ କହିବା ଅନୁଯାୟୀ, ଗତ ମେ 3 ତାରିଖରେ ଅନୁଷ୍ଠିତ ନିଟ୍ ପରୀକ୍ଷାରେ ସେ ଭଲ କରିଥିଲେ । ସେ ପାଖାପାଖି 650 ମାର୍କ ରଖିଥାନ୍ତେ ବୋଲି ଆଶା ରଖିଥିଲେ ।

3 ବର୍ଷ ଧରି ପ୍ରସ୍ତୁତି କରୁଥିଲେ:
ଉଦ୍ୟୋଗ ନଗର ଏସ୍‌ଏଚ୍‌ଓ ରାଜେଶ କୁମାର କହିଛନ୍ତି, "ଶିକରର ଜଲଧାରୀ ଅଞ୍ଚଳରେ ପ୍ରଦୀପ ମେଘୱାଲ 3 ବର୍ଷ ଧରି ଏକ ଭଡ଼ା ଘରେ ରହି NEET ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ବଡ଼ ଭଉଣୀ ପ୍ରଥମେ ପ୍ରଦୀପଙ୍କୁ ଦେଖିଥିଲେ । ଏହା ପରେ ସେ ଘର ମାଲିକ ଓ ପୋଲିସକୁ ଖବର ଦେଇଥିଲେ ।"

ପରୀକ୍ଷା ଭଲ ହୋଇଥିଲା: ପ୍ରଦୀପକଙ୍କ ବାପା
ପ୍ରଦୀପଙ୍କ ବାପା କହିଛନ୍ତି, "ଚଳିତଥର ପରୀକ୍ଷା ବହୁତ ଭଲ ହୋଇଥିଲା । ମାତ୍ର ପରୀକ୍ଷା ରବ୍ଦ ହେବା ଖବର ପ୍ରଦୀପକୁ ବ୍ୟତିବ୍ୟସ୍ତ କରିଥିଲା । ସେ ଅସ୍ଥିର ହୋଇପଡିଥିଲେ ଏବଂ ଭବିଷ୍ୟତକୁ ନେଇ ଚିନ୍ତାରେ ରହୁଥିଲେ । ପରିବାର ତାଙ୍କ ପଢ଼ାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ଏହି ପରୀକ୍ଷାରେ ଫଳାଫଳ ଭଲ ହେବା ନେଇ ଆଶା ରଖିଥିଲେ ।" ହେଲେ ପରୀକ୍ଷା ରବ୍ଦ ହେବା ପରେ ତାଙ୍କ ପୁଅ ଏଭଳି କଠୋର ନିଷ୍ପତ୍ତି ନେଇଥିବା ତାଙ୍କ ବାପା କହିଛନ୍ତି ।

ରାଜସ୍ଥାନ କଂଗ୍ରେସ ନେତାଙ୍କ ଶୋକ:
ଏହି ଘଟଣାକୁ ନେଇ ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ବାରମ୍ବାର ପେପର ଲିକ୍ ଘଟଣା ଏବଂ ପରୀକ୍ଷା ବାତିଲ ହେବା ଫଳରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି । ସମୟସୀମା ମଧ୍ୟରେ ତଦନ୍ତ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।"

ବିଶେଷ ଦ୍ରଷ୍ଟବ୍ୟ: ଆତ୍ମହତ୍ୟା ସମାଧାନ ନୁହେଁ: ଯଦି ଆପଣଙ୍କର ଆତ୍ମହତ୍ୟା ଚିନ୍ତାଧାରା ଆସୁଛି, କିମ୍ବା ଆପଣ କୌଣସି ବନ୍ଧୁଙ୍କ ବିଷୟରେ ଚିନ୍ତିତ ଅଛନ୍ତି କିମ୍ବା ଭାବପ୍ରବଣ ସମର୍ଥନ ଆବଶ୍ୟକ କରୁଛନ୍ତି, ତେବେ କେହି ଜଣେ ସର୍ବଦା ଶୁଣିବା ପାଇଁ ସେଠାରେ ଅଛନ୍ତି । ସ୍ନେହା ଫାଉଣ୍ଡେସନ- 04424640050 (available 24x7) or iCall, ଟାଟା ସୋସିଆଲ୍ ସାଇନ୍ସ ସଂସ୍ଥାନର ହେଲ୍ପଲାଇନ୍ -9152987821କୁ କଲ୍ କରନ୍ତୁ । ସୋମବାରରୁ ଶନିବାର ସକାଳ 8ଟା ରୁ ରାତି 10ଟା ପର୍ଯ୍ୟନ୍ତ ଉପଲବ୍ଧ ।

ଏହା ମଧ୍ୟ ପଢନ୍ତୁ:

ନିଟ୍ ଅବ୍ୟବସ୍ଥା ପିଲାଙ୍କ ପାଇଁ ସାଜିଲା କାଳ; ପରୀକ୍ଷା ରଦ୍ଦ ହେବା ଜାଣି ଜୀବନ ହାରିଲେ ଛାତ୍ର

NEET ପେପର୍ ଲିକ୍ ମାମଲାର ମାଷ୍ଟରମାଇଣ୍ଡ ପିଭି କୁଲକର୍ଣ୍ଣି ପୁଣେରୁ ଗିରଫ୍

ଜୁନ 21ରେ NEET-UG ପରୀକ୍ଷା, ନୂଆ ତାରିଖ ଘୋଷଣା କଲା NTA