ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍କୁ ଧକ୍କା ଦେଲା ଟ୍ରଲର, 6 ମୃତ
ବାଲୋତ୍ରାରେ ସ୍ଲିପର ବସକୁ ଧକ୍କା ଦେଲା ଟ୍ରଲର । ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ଛଅ ଯାତ୍ରୀଙ୍କ ମୃତ୍ୟୁ । ଏକାଧିକ ଆହତ ।

Published : February 27, 2026 at 7:34 PM IST
ବାଲୋତ୍ରା (ରାଜସ୍ଥାନ): ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ । ବାଲୋତ୍ରା ଜିଲ୍ଲାରେ ଆଜି (ଶୁକ୍ରବାର) ସନ୍ଧ୍ୟାରେ ଗୋଟିଏ ସ୍ଲିପର ବସ୍ ସହ ଗୋଟିଏ ଟ୍ରଲର ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବସ୍ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବାଲୋତ୍ରା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:
ବାଲୋତ୍ରା ଏସପି ରମେଶ କୁମାର କହିଛନ୍ତି, ‘ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଆହତମାନଙ୍କୁ ବାଲୋତ୍ରାର ନାହାଟା ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁର୍ଘଟଣା ପରେ ରାଜପଥରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା, ଉଭୟ ପାର୍ଶ୍ୱରେ ଅନେକ ଯାନବାହାନ ଅଟକି ରହିଥିଲା । ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ହସ୍ପିଟାଲରେ ପହଞ୍ଚି ଆହାତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହି ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହ ଗୁଡ଼ିକୁ ବାଲୋତ୍ରାର ନାହାଟା ହସ୍ପିଟାଲରେ ରଖାଯାଇଛି ।’
ଦୁର୍ଘଟଣାରେ 9 ଜଣ ଆହତ:
ବାଲୋତ୍ରା ହସ୍ପିଟାଲର ପିଏମଓ ସନ୍ଦୀପ ଦେୱାତଙ୍କ ସୂଚନା ଅନୁଯାୟୀ," ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ ଯୋଧପୁରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପାଞ୍ଚ ଜଣଙ୍କର କଲ୍ୟାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି । "
बालोतरा जिले में कल्याणपुर के निकट एक निजी बस अनियंत्रित होकर दुर्घटनाग्रस्त हो जाने से कुछ यात्रियों की मृत्यु हो जाने व कई यात्रियों के घायल हो जाने के दुःखद समाचार प्राप्त हुए,ईश्वर से प्रार्थना है कि दिवंगत जनों की आत्मा को शांति प्रदान करें व घायलों को शीघ्र स्वास्थ्य लाभ…
— HANUMAN BENIWAL (@hanumanbeniwal) February 27, 2026
ଶୋକ ପ୍ରକାଶ କଲେ ନାଗୌର ସାଂସଦ:
ଏହି ଘଟଣାକୁ ନେଇ ନାଗୌର ସାଂସଦ ହନୁମାନ ବେନିୱାଲ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,"ବାଲୋତ୍ରା ଜିଲ୍ଲାର କଲ୍ୟାଣପୁର ନିକଟରେ ଏକ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦୁଃଖଦ ଖବର ମିଳିଛି, ଯାହା ଫଳରେ କିଛି ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।" ମୁଁ ଈଶ୍ୱରଙ୍କ ନିକଟରେ ମୃତକଙ୍କ ଆତ୍ମାକୁ ଶାନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।"

