ETV Bharat / bharat

୨୦୨୫ - ସଂସ୍କାରର ବର୍ଷ; ବିବରଣୀ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱର ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସଂସ୍କର ଏକ୍ସପ୍ରେସର ପ୍ରମୁଖ ଇଞ୍ଜିନ ହେଉଛି ଭାରତର ଜନସଂଖ୍ୟା, ଯୁବପିଢୀ ଏବଂ ଆମର ଲୋକଙ୍କର ଦୃଢ ମନୋବଳ ।

File photo of PM Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ANI)
author img

By Narendra Modi

Published : December 31, 2025 at 5:17 PM IST

3 Min Read
Choose ETV Bharat

ଭାରତ ଏବେ ବିଶ୍ୱର ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆମ ଲୋକଙ୍କର ନବସୃଜନ ଆଗ୍ରହ ଯୋଗୁ ଏହା ସମ୍ଭବ ବୋଇ ପାରିଛି । ଆଜି ବିଶ୍ୱର ଆଶା ଓ ଭରସା ଭାରତ ପ୍ରତି ବଢିଛି । ଆମେ ସମସ୍ତ କ୍ଷେତ୍ରକୁ ପରିବ୍ୟାପ୍ତ କରୁଥିବା ଏବଂ ଦେଶର ଅଭିବୃଦ୍ଧିର ସମ୍ବାବନାକୁ ସମୃଦ୍ଧ କରୁଥିବା ପରବର୍ତ୍ତୀ ପୀଢିର ସଂସ୍କାର ଓ ପ୍ରଗତିକୁ ତ୍ୱରାନ୍ୱିତ କରୁଥିବାରୁ ସେମାନେ ପ୍ରଶଂସା କରୁଛନ୍ତି ।

ମୁଁ ଅନେକ ଲୋକଙ୍କୁ କହି ଆସୁଛି, ଭାରତ ସଂସ୍କାର ଏକ୍ସପ୍ରେସରେ ନିଜର ସ୍ଥାନ ତିଆରି କରି ପାରିଛି । ଏହି ସଂସ୍କାରର ମୁଖ୍ୟ ଇଞ୍ଜିନ ହେଉଛି ଭାରତର ଜନସଂଖ୍ୟା, ଆମର ଯୁବଗୋଷ୍ଠୀ ଏବଂ ଆମ ଲୋକଙ୍କର ଦୃଢ ମନୋବଳ ।

File photo of PM Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi via Linkedin)

2025କୁ ଭାରତ ଏମିତି ଏକ ବର୍ଷ ଭାବେ ମନେ ରଖିବ, ଯାହା ବିଗତ 11 ବର୍ଷ ମଧ୍ୟରେ ହାସଲ କରିଥିବା ଭୂମି ଉପରେ ନିରନ୍ତର ଜାତୀୟ ମିଶନ ଦୃଷ୍ଟିକୋଣରୁ ସଂସ୍କାର ଉପରେ ଧ୍ୟାନ ଦେଇଥିଲା । ଆମେ ଶିଳ୍ପାନୁଷ୍ଠାନକୁ ଆଧୁନିକୀକରଣ କରିଥିଲୁ, ଶାସନକୁ ସରଳୀକରଣ କରିଥିଲୁ, ଦୀର୍ଘକାଳୀନ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ମୂଳଦୁଆକୁ ମଜବୁତ କରିଥିଲୁ ।

ଆମେ ସଶକ୍ତ ହୋଇ ଆଗକୁ ବଢୁଛୁ । ଆମେ ଉଚ୍ଚ ଅଭିଳାଷ, ଦ୍ରୁତ ଗତିରେ କାମ ଏବଂ ଗଭୀର ପରିବର୍ତ୍ତନର ସହ ଆଗକୁ ଯାଉଛୁ । ନାଗରିକମାନଙ୍କୁ ସମ୍ମାନର ସହ ବଞ୍ଚିବାକୁ, ଆତ୍ମବିଶ୍ୱାସର ସହିତ ଉଦ୍ୟୋଗୀମାନଙ୍କୁ ନବସୃଜନ କରିବାକୁ ଏବଂ ସଂସ୍ଥାଗୁଡ଼ିକୁ ସଚ୍ଚୋଟତା ଏବଂ ବିଶ୍ୱାସ ସହିତ କାର୍ଯ୍ୟ କରିବାକୁ ସକ୍ଷମ କରିବା ପାଇଁ ସଂସ୍କାରଗୁଡ଼ିକରେ ଲକ୍ଷ୍ୟ ରଖିଛୁ ।

File photo of PM Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi via Linkedin)

ଏହିପରି ହୋଇଥିବା କେତେକ ସଂସ୍କାରର ଉଦାହରଣ ଦେବାକୁ ଚାହୁଁଛି ।

ଜିଏସଟି ସଂସ୍କାର

  • 5% ଏବଂ 18%ର ଏକ ଦୁଇ ଟିକିଆ ସ୍ଲାବ ଗଠନ କାର୍ଯ୍ୟକାରୀ କରାଯାଇଛି
  • ପାରିବାରିକ, ଏମଏସଏମଇ, ଚାଷୀ ତଥା ଶ୍ରମ ଭିତ୍ତିକ କାମ ଉପରେ ଥିବା ବୋଝକୁ ହାଲୁକା କରାଯାଇଛି
  • ବିବାଦ ହ୍ରାସ କରିବା ସହିତ ଉତ୍ତମ ଅନୁପାଳନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ରହିଛି
  • ଏହି ସଂସ୍କାର ଗ୍ରାହକର ଭାବନା, ଚାହିଦାକୁ ବୃଦ୍ଧି କରିପାରିଛି । ପାର୍ବଣ ଋତୁରେ ବିକ୍ରୟ ବୃଦ୍ଧି ପାଇଛି

ମଧ୍ୟମ ବର୍ଗ ପାଇଁ ଅତୁଳନୀୟ ଆଶ୍ୱସ୍ତି

  • ପ୍ରଥମ ଥର ପାଇଁ ବାର୍ଷିକ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଆୟକର ଦେବାକୁ ପଡିବ ନାହିଁ
  • 1961 ଆୟକର ଟାକ୍ସ ଆକ୍ଟର ସରଳୂକରଣ ତଥା ଆଧୁନିକୀକରଣ କରାଯାଇ 2025 ଆୟକର ଟାକ୍ସ ଆକ୍ଟ କରାଯାଇଛି
  • ଏକତ୍ରିତ ଭାବରେ, ଏହି ସଂସ୍କାରଗୁଡ଼ିକ ଏକ ସ୍ୱଚ୍ଛ, ପ୍ରଯୁକ୍ତିବିଦ୍ୟା-ଚାଳିତ ଟିକସ ପ୍ରଶାସନ ପ୍ରତି ଭାରତର ଅଗ୍ରଗତିକୁ ଚିହ୍ନିତ କରେ

କ୍ଷୁଦ୍ର ତଥା ମଧ୍ୟମ ବ୍ୟବସାୟକୁ ପ୍ରୋତ୍ସାହନ

File Photo of Narendra Modi with workers
ଶ୍ରମିକଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi via Linkedin)
  • ଛୋଟ କମ୍ପାନୀର ପରିଭାଷାକୁ ବିସ୍ତାର କରାଯାଇ ଏଥିରେ 100 କୋଟି ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନୀକୁ ସାମିଲ କରାଯାଇଛି
  • ଯାହା ଫଳରେ ହଜାର ହଜାର କମ୍ପାନୀ ପାଇଁ ଅନୁପାଳନ ବୋଝ ତଥା ତତ ସମ୍ବନ୍ଧିତ ଖର୍ଚ୍ଚ ହ୍ରାସ ପାଇବ
  • ଇଡି ବୀମାରେ 100 ପ୍ରତିଶତ ସୁଧାର
  • ଭାରତୀୟ ବୀମା କମ୍ପାନୀଗୁଡିକରେ 100 ପ୍ରତିଶତ ଏଫଡିଆଇ ଅନୁମତି ଦିଆଯାଇଛି
  • ଏହା ବୀମା ପ୍ରବେଶକୁ ବଢାଇବା ସହ ଲୋକଙ୍କୁ ସୁରକ୍ଷା ଯୋଗାଇ ପାରିବ
  • ବର୍ଦ୍ଧିତ ପ୍ରତିଯୋଗିତା ବ୍ୟତୀତ ଏହା ଲୋକଙ୍କ ପାଇଁ ଉନ୍ନତ ବୀମା ବିକଳ୍ପ ଏବଂ ଉନ୍ନତ ସେବା ପ୍ରଦାନ କରିବ

ସିକ୍ୟୁରିଟି ବଜାର ସଂସ୍କାର

Narendra Modi via Linkedin
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi via Linkedin)
  • ସିକ୍ୟୁରିଟି ମାର୍କେଟ କୋଡ ବିଲ ପାର୍ଲାମେଣ୍ଟରେ ଆଗତ କରାଯାଇଛି । ଏହା ସେବିର ଶାସନ ମାନଦଣ୍ଡଙ୍କୁ ବୃଦ୍ଧି କରିବ, ନିବେଶକଙ୍କ ସୁରକ୍ଷାକୁ ବୃଦ୍ଧି କରିବ
  • ଅନୁପାଳନ ବୋଝ ହ୍ରାସ କରିବ
  • ବିକଶିତ ଭାରତ ପାଇଁ ପ୍ରଯୁକ୍ତି ବିଦ୍ୟା ଚାଳିତ ବଜାର ସୁରେକ୍ଷାକୁ ବୃଦ୍ଧି କରିବ
Narendra Modi via Linkedin
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi via Linkedin)

ସାମୁଦ୍ରିକ ଏବଂ ନୀଳ ଅର୍ଥନୀତି ସଂସ୍କାର

ସଂସଦର ଗୋଟିଏ ଅଧିବେଶନ ମୋସୁମୀ ଅଧିବେଶନରେ 5ଟି ସାମୁଦ୍ରିକ ଆଇନ ଗୃହୀତ ହୋଇଥିଲା । ବିଲ ଅଫ ଲାଣ୍ଡିଂ ଆକ୍ଟ 2025, ସମୁଦ୍ର ଦ୍ୱାରା ସାମଗ୍ରୀ ପରିବହନ ବିଲ 2025, ଉପକୂଳ ଜାହାଜ ଚଳାଚଳ ବିଲ 2025, ବାଣିଜ୍ୟ ପରିବହନ ବିଲ 2025 ଏବଂ ଭାରତୀୟ ବନ୍ଦର ବିସ 2025 । ଏହି ସଂସ୍କାରସବୁ ଡକ୍ୟୁମେଣ୍ଟେସନକୁ ସରଳ କରିଥାଏ, ବିବାଦ ସମାଧାନକୁ ସହଜ କରିଥାଏ ଏବଂ ଲଜିଷ୍ଟିକ ଖର୍ଚ୍ଚ ହ୍ରାସ କରିଥାଏ । ଏହାବ୍ୟତୀତ 1908, 1925 ଏବଂ 1985ର ପୁରୁଣା ଆଇନଗୁଡିକ ମଧ୍ୟ ବଦଳା ଯାଇଛି ।


ଜନ ବିଶ୍ୱାସ..ଏକ ଅପରାଧୀକରଣ ଯୁଗର ଅବସାନ

  • ଶତାଧିକ ପୁରୁଣା ଆଇନକୁ ବାତିଲ କରାଯାଇଛି
  • ରଦ୍ଦ ଏବଂ ସଂଶୋଧନ ବିଲ ମାଧ୍ୟମରେ 71ଟି ଆଇନକୁ ବାତିଲ କରାଯାଇଛି

ଐତିହାସିକ ଶ୍ରମ ସଂସ୍କାର

  • ଶ୍ରମ ଆଇନକୁ ପୁନଃଆକାର ଦିଆଯାଇଛି । 29ଟି ବିଖଣ୍ଡିତ ଆଇନକୁ ଚାରୋଟି ଆଧୁୁନିକ କୋଟରେ ମିଶ୍ରଣ କରାଯାଇଛି
  • ଭାରତ ଏକ ଶ୍ରମ ଢାଞ୍ଚା ସୃଷ୍ଟି କରିଛି ଯାହା ଶ୍ରମିକଙ୍କ ସୁରକ୍ଷାକୁ ସୁରକ୍ଷିତ ରଖିବା ସହ ବ୍ୟାବସାୟିକ ଇକୋ ସିଷ୍ଟମକୁ ପ୍ରୋତ୍ସାହିତ କରିଥାଏ ।
  • ଏହି ସଂସ୍କାର ନ୍ୟାୟ ସଙ୍ଗତ ମଜୁରୀ, ସମୟାନୁସାରେ ଦରମା, ସୁଗମ ଶିଳ୍ପ ସମ୍ପର୍କ, ସାମାଜିକ ସୁରକ୍ଷା ତଥା ସୁରକ୍ଷତ କର୍ମକ୍ଷେତ୍ର ଉପରେ ଧ୍ୟାନ ଦେଇଥାଏ ।
  • ଏଥିରେ କର୍ମକ୍ଷେତ୍ରରେ ଅଧିକ ମହିଳା ସଂପୃକ୍ତିକୁ ସୁନିଶ୍ଚିତ କରାଯାଇଛି
  • ଅଣ ସଂଗଠିତ ଶ୍ରମିକଙ୍କ ସମେତ ଠିକା ଶ୍ରମିକଙ୍କୁ ESIC ଏବଂ EPFO ଅଧୀନକୁ ଅଣାଯାଇଛି ।

ଭାରତୀୟ ଉତ୍ପାଦ ପାଇଁ ବିବିଧ, ବିସ୍ତାରିତ ବଜାର

  • ନିଉଜିଲାଣ୍ଡ, ଓମାନ, ବ୍ରିଟେନ ସହିତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଏହା ଅଧିକ ନିବେଶକୁ ପ୍ରୋତ୍ସାହିତ କରିବ । ନିଯିକ୍ତି ସୁଯୋଗ ସୃଷ୍ଟି କରିବ । ଏଥିସହିତ ସ୍ଥାନୀୟ ଉଦ୍ୟୋଗକୁ ଉତ୍ସାହିତ କରିବ । ବିଶ୍ୱ ଅର୍ଥନୀତିରେ ଏକ ବିଶ୍ୱସ୍ତ ଏବଂ ପ୍ରତିଯୋଗିତାମୂଳକ ଅଂଶୀଦାର ଭାବେ ଭାରତର ସ୍ଥିତିକୁ ଏମାନେ ସୁଦୃଢ କରିବେ ।
  • ସ୍ୱିଜରଲ୍ୟାଣ୍ଡ, ନରୱେ, ଆଇସଲ୍ୟାଣ୍ଡ ଏବଂ ଲିଚେନଷ୍ଟାଇନକୁ ନେଇ ଗଠିତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ FTA କାର୍ଯ୍ୟକ୍ଷମ ହୋଇଛି। ଏହା ବିକଶିତ ୟୁରୋପୀୟ ଅର୍ଥନୀତି ସହିତ ଭାରତର ପ୍ରଥମ FTA।

ପରମାଣୁ ଶକ୍ତି ସଂସ୍କାର

  • ଶାନ୍ତି (SHANTI ) ଆକ୍ଚ ହେଉଛି ଭାରତର ସ୍ୱଚ୍ଛ ଶକ୍ତି ବା ପ୍ରଯୁକ୍ତିବିଦ୍ୟା ଯାତ୍ରାରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ।
  • ପରମାଣୁ ବିଜ୍ଞାନ ଏବଂ ପ୍ରଯୁକ୍ତିର ନିରାପଦ, ସୁରକ୍ଷିତ ଏବଂ ଦାୟିତ୍ୱସମ୍ପନ୍ନ ପ୍ରସାର ପାଇଁ ଏକ ଦୃଢ ଢାଞ୍ଚା ସୁନିଶ୍ଚିତ କରେ ।
  • ଭାରତକୁ ଡାଟା ସେଣ୍ଟର, ଉନ୍ନତ ଉତ୍ପାଦନ, ସବୁଜ ହାଇଡ୍ରୋଜେନ ଏବଂ ଉଚ୍ଚ-ପ୍ରଯୁକ୍ତି ବିଦ୍ୟା ଶିଳ୍ପକୁ ଶକ୍ତି ପ୍ରଦାନ କରିବ ଭଳି AI ଯୁଗର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବାକୁ ସକ୍ଷମ କରେ ।
  • ସ୍ୱାସ୍ଥ୍ୟସେବା, କୃଷି, ଖାଦ୍ୟ ସୁରକ୍ଷା, ଜଳ ପରିଚାଳନା, ଶିଳ୍ପ, ଗବେଷଣା ଏବଂ ପରିବେଶଗତ ସ୍ଥିରତାରେ ପରମାଣୁ ପ୍ରଯୁକ୍ତିର ଶାନ୍ତିପୂର୍ଣ୍ଣ ପ୍ରୟୋଗକୁ ପ୍ରୋତ୍ସାହିତ କରେ ।
  • ବ୍ୟକ୍ତିଗତ କ୍ଷେତ୍ରର ଅଂଶଗ୍ରହଣ, ନବସୃଜନ ଏବଂ ଦକ୍ଷତା ବିକାଶ ପାଇଁ ନୂତନ ପଥ ଖୋଲିଥାଏ। ଭାରତର ଯୁବପିଢ଼ି ପାଇଁ ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ଏବଂ ପରବର୍ତ୍ତୀ ପିଢ଼ିର ଶକ୍ତି ସମାଧାନରେ ନେତୃତ୍ୱ ନେବା ପାଇଁ ସୁଯୋଗ ସୃଷ୍ଟି କରେ।

ଏହା ମଧ୍ୟ ପଢନ୍ତୁ ପ୍ରଧାନମନ୍ତ୍ରୀଙ୍କ 'ମନ୍‌ କି ବାତ୍‌'ରେ ଓଡ଼ିଶା: 'ଜଙ୍ଗଲରାଣୀ ପ୍ରମିଳା ପ୍ରଧାନଙ୍କଠାରୁ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରି'

ଏହା ମଧ୍ୟ ପଢନ୍ତୁ ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ, ଚିନ୍ତା ପ୍ରକାଶ କଲେ ମୋଦି