ହୋଲି 2026: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ଓଡ଼ିଆଙ୍କ ସୁଖ-ଶାନ୍ତି କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ
ରଙ୍ଗର ପର୍ବ ହୋଲି ଅବସରରେ ସମଗ୍ର ଓଡ଼ିଶା ରଙ୍ଗ ଓ ଉଲ୍ଲାସରେ ଭିଜିଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ହୋଲି ଶୁଭେଚ୍ଛା ।

Published : March 4, 2026 at 10:30 AM IST
Holi 2026 ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ରଙ୍ଗ ହିଁ ରଙ୍ଗ । ସାରା ଓଡ଼ିଶା ଆଜି ରଙ୍ଗ ଓ ଉଲ୍ଲାସରେ ଭିଜିଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ରଙ୍ଗ ଖେଳି, ପରସ୍ପରକୁ ଅଭିନନ୍ଦନ ଜଣାଇ ଓ ମିଠା ବଣ୍ଟନ କରି ଏହି ପର୍ବକୁ ଉତ୍ସାହର ସହ ପାଳନ କରୁଛନ୍ତି । ପିଲାଠୁ ବୃଦ୍ଧ, ନେତା ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ହୋଲି ଖେଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଓ ରାଜ୍ୟପାଳଙ୍କ ସହ ଅନେକ ପ୍ରମୁଖ ନେତା ଦେଶ ଓ ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।
सभी देशवासियों को मेरी ओर से होली की हार्दिक शुभकामनाएं।
— President of India (@rashtrapatibhvn) March 4, 2026
रंगो का यह त्योहार लोगों के जीवन में प्रेम और आशा का संचार करता है तथा आपसी एकता व भाईचारे को मजबूत करता है। मेरी कामना है कि यह पर्व सबके जीवन में खुशियां लेकर आए और हम सब मिलकर एक विकसित राष्ट्र के निर्माण में योगदान…
ରାଷ୍ଟ୍ରପତିଙ୍କ ହୋଲି ଶୁଭେଚ୍ଛା:
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୋଲି ଶୁଭେଚ୍ଛା ଜଣାଇ Xରେ ଲେଖିଛନ୍ତି, "ସବୁ ଦେଶବାସୀଙ୍କୁ ମୋର ହୋଲିର ହାର୍ଦ୍ଦିକ ଶୁଭେଚ୍ଛା । ରଙ୍ଗର ଏହି ପର୍ବ ଲୋକଙ୍କ ଜୀବନରେ ପ୍ରେମ ଏବଂ ଆଶା ସଂଚାର କରେ । ଏକତା ଏବଂ ଭାଇଚାରା ମଜବୁତ କରେ । ମୁଁ କାମନା କରୁଛି ଯେ, ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି ଆଣୁ । ଆମେ ଏକାଠି ଏକ ବିକଶିତ ରାଷ୍ଟ୍ର ଗଠନରେ ଯୋଗଦାନ ଦେବା ।"
होली का त्योहार पूरे माहौल में नई ऊर्जा भर देता है। यही इस उत्सव की बड़ी विशेषता है। हर तरफ जिस प्रकार खुशियों के रंग बिखरे नजर आते हैं, वो हर किसी को उल्लास और आनंद से सराबोर कर जाता है।
— Narendra Modi (@narendramodi) March 4, 2026
उद्भिन्नस्तबकावतंससुभगाः प्रे खन्मरुन्नर्तिताः
पुष्पोद्गीर्णपरागपांशुललसत्पत्रप्रकाण्ड… pic.twitter.com/5EmaAH5mNV
ପ୍ରଧାନମନ୍ତ୍ରୀ ହୋଲି ଶୁଭେଚ୍ଛା:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Xରେ ପୋଷ୍ଟ କରି କହିଛନ୍ତି, "ସବୁ ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା । ରଙ୍ଗ ଏବଂ ଉତ୍ସାହର ଏହି ପର୍ବ ସମସ୍ତଙ୍କ ପାଇଁ ଆନନ୍ଦ ଆଣିଦେଉ । ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଏବଂ ସଫଳତାର ରଙ୍ଗରେ ପରିପୂର୍ଣ୍ଣ ହେଉ । ହୋଲି ପର୍ବ ସମଗ୍ର ପରିବେଶକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିଦିଏ । ଏହି ପର୍ବର ଏହା ହିଁ ମହାନ ବେଶେଷତା । ଖୁସିର ରଙ୍ଗ ସବୁଠି ବିସ୍ତାରିତ ହେବା ସହିତ ସମସ୍ତେ ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ ।"
ରଙ୍ଗ ଓ ଆନନ୍ଦର ପର୍ବ ପବିତ୍ର ହୋଲି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଶୁଭେଚ୍ଛା ବାର୍ତ୍ତା :- pic.twitter.com/q8LaMyBsca
— CMO Odisha (@CMO_Odisha) March 4, 2026
ମୁଖ୍ୟମନ୍ତ୍ରୀଙ୍କ ହୋଲି ଶୁଭେଚ୍ଛା:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ଭାଇଚାରାର ପ୍ରତୀକ । ଏହି ରଙ୍ଗର ଉତ୍ସବ ଆମ ଜୀବନରେ ନୂତନ ଆଶା ଓ ସଦ୍ଭାବନା ଭରିଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରତିଟି ଓଡ଼ିଆଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିର ରଙ୍ଗରେ ରଙ୍ଗୀନ ହେଉ । ଏହି ଅବସରରେ ମୋର ଅନୁରୋଧ, ପରିବେଶକୁ ସୁହାଇଲା ଭଳି ପ୍ରାକୃତିକ ଓ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ । ନିରାପଦରେ ରହି ଖୁସି ବାଣ୍ଟନ୍ତୁ ଏବଂ ହୋଲିକୁ ଶାନ୍ତିପୂର୍ଣ୍ଣ ଭାବେ ଉପଭୋଗ କରନ୍ତୁ ।"
ରଙ୍ଗର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଶୁଭକାମନା।
— Governor Odisha (@GovernorOdisha) March 4, 2026
ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ, ଏହା ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା । pic.twitter.com/cunNd1h29q
ରାଜ୍ୟପାଳଙ୍କ ହୋଲି ଶୁଭେଚ୍ଛା:
ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି, "ରଙ୍ଗର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଶୁଭକାମନା। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ, ଏହା ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା ।"
ରଙ୍ଗର ପର୍ବ ହୋଲିର ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦ ଓ ଉଲ୍ଲାସର ଏହି ପର୍ବ ସଭିଙ୍କ ଜୀବନ ଖୁସି ଭରି ଦେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ପାଳନ କରନ୍ତୁ। #HappyHoli pic.twitter.com/y0TzpiEoAd
— Naveen Patnaik (@Naveen_Odisha) March 4, 2026
ନବୀନଙ୍କ ହୋଲି ଶୁଭେଚ୍ଛା:
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, "ରଙ୍ଗର ପର୍ବ ହୋଲିର ହାର୍ଦ୍ଦିକ ଶୁଭେଚ୍ଛା । ଆନନ୍ଦ ଓ ଉଲ୍ଲାସର ଏହି ପର୍ବ ସଭିଙ୍କ ଜୀବନ ଖୁସି ଭରି ଦେଉ । ସମସ୍ତେ ସୁରକ୍ଷିତ ଭାବେ ହୋଲି ପାଳନ କରନ୍ତୁ ।"
ହୋଲି ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସହରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ପୋଲିସ ଟିମ୍ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପ୍ରହରା ଦେଉଛନ୍ତି । ସମଗ୍ର ରାଜ୍ୟରେ ଶାନ୍ତିପୂର୍ଣ୍ଣ ଓ ଉଲ୍ଲାସମୟ ପରିବେଶ ମଧ୍ୟରେ ହୋଲି ପାଳନ ହେଉଛି ।

