ETV Bharat / bharat

ରାଜଧାନୀରେ ମହିଳାଙ୍କୁ ଭେଟି ଦେଲେ ରାଷ୍ଟ୍ରପତି, ମିଳିବ ମାଗଣା ବସ୍‌ ଯାତ୍ରା ସୁବିଧା

ଆଗକୁ ମହିଳା ଦିବସ । ଏହି ଅବସରରେ ବିଭିନ୍ନ ମହିଳା କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉପସ୍ଥିତ ଥିଲେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ରେଖା ଗୁପ୍ତା ।

Women Centric Schemes
ରାଜଧାନୀରେ ମହିଳା କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କଲେ ରାଷ୍ଟ୍ରପତି (rashtrapatibhvn X)
author img

By ETV Bharat Odisha Team

Published : March 2, 2026 at 5:21 PM IST

2 Min Read
Choose ETV Bharat

Women Centric Schemes ନୂଆଦିଲ୍ଲୀ: ଆଜି(ସୋମବାର) ‘ସଶକ୍ତ ନାରୀ ସମୃଦ୍ଧ ଦିଲ୍ଲୀ’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଅନେକ ମହିଳା କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସି ବ୍ୟକ୍ତି କରିଥିଲେ ମହାମହିମ । ଏହି ଅବସରରେ କହିଛନ୍ତି, ମୋତେ ଖୁସି ଲାଗୁଛି ନାରୀ ସଶକ୍ତିକରଣ ଯୋଜନା ଗୁଡିକର ଶୁଭାରମ୍ଭ ପାଇଁ ମୁଖ୍ଯମନ୍ତ୍ରୀ ରେଖା ଗୁପ୍ତା ମୋତେ ଚୟନ କରିଛନ୍ତି ।

Women Centric Schemes
ରାଜଧାନୀରେ ମହିଳା କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କଲେ ରାଷ୍ଟ୍ରପତି (rashtrapatibhvn X)

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି:

ରାଷ୍ଟ୍ରପତି କହିଛନ୍ତି, ‘ରେଖା ଗୁପ୍ତା ରାଜନୀତିରେ ଆଗକୁ ବଢି ଚାଲିଛନ୍ତି, ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି । ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ସେ ଏସବୁ ଯୋଜନାର ଶୁଭାରମ୍ଭ ପାଇଁ ଚିନ୍ତା କଲେ । ମହିଳା ସମାଜର ଅଭିନ୍ନ ଅଙ୍ଗ ଅଟନ୍ତି । ଭାରତ ଇତିହାସରେ ମହିଳାଙ୍କ ତ୍ୟାଗ ଓ ଗାଥାରେ ପୂରି ରହିଛି । ଲୋକମାତା ଅହଲ୍ୟାବାଇଙ୍କ ପ୍ରଶାସନିକ କାର୍ଯ୍ୟଦକ୍ଷତା ଆଜି ବି ସ୍ମରଣ କରାଯାଏ ।

Women Centric Schemes
ରାଜଧାନୀରେ ମହିଳା କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କଲେ ରାଷ୍ଟ୍ରପତି (rashtrapatibhvn X)

ମହିଳା ସଶକ୍ତିକରଣ ସମାଜର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ବ:

ଆଜିର ମହିଳା ପ୍ରତ୍ୟେକଟି କ୍ଷେତ୍ରରେ ଆଗକୁ ବଢୁଛନ୍ତି । ସେନାଠୁ ନେଇ ବିଜ୍ଞାନ ପ୍ରତି କ୍ଷେତ୍ରରେ ଝିଅମାନେ ଆଗକୁ ବଢି ଚାଲିଛନ୍ତି । କିନ୍ତୁ ଏହା ମଧ୍ୟ ସତ ଆଜିବି ମହିଳାଙ୍କୁ ଅନେକ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । ରାଷ୍ଟ୍ରପତି ଏହି ଅବସରରେ କହିଥିଲେ, ମହିଳା ସଶକ୍ତିକରଣର ଦାୟିତ୍ବ କେବଳ ସରକାରଙ୍କ ନୁହେଁ ପ୍ରତ୍ୟେକଟି ନାଗରିକଙ୍କ ଅଟେ । ସମସ୍ତଙ୍କୁ ମିଳିମିଶି ଦାୟିତ୍ବ ତୁଲାଇବାକୁ ପଡିବ ।

Women Centric Schemes
ରାଜଧାନୀରେ ମହିଳା କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କଲେ ରାଷ୍ଟ୍ରପତି (rashtrapatibhvn X)

ଝିଅ ଶିକ୍ଷିତ ହେଲା ପୂରା ପରିବାର ଶିକ୍ଷିତ ହୁଏ:

ରାଷ୍ଟ୍ରପତି ଆହୁରି କହିଥିଲେ, ଯେତେବେଳେ ଗୋଟିଏ ଝିଅ ଶିକ୍ଷିତ ହୁଏ ପୂରା ପରିବାର ଶିକ୍ଷିତ ହୋଇଥାନ୍ତି । ଦେଶର ଅଧା ଜନସଂଖ୍ୟାକୁ ଆଗକୁ ବଢାଇବା ଆମ ସମସ୍ତଙ୍କ ଦାୟିତ୍ବ ଅଟେ । ଦିଲ୍ଲୀରେ ପ୍ରତ୍ୟେକଟି ରାଜ୍ୟର ଲୋକେ ଓ ବିଭିନ୍ନ ଧର୍ମର ଲୋକ ବସବାସ କରିଥାନ୍ତି । ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ପଡିବ । ଏଥିସହ ଦିଲ୍ଲୀକୁ ବିକାଶର ଉଦାହରଣ ଭାବେ ପରିଚୟ ଦେବାକୁ ପଡିବ । ଆଦର୍ଶ ସମାଜର ଉଦାହରଣ ପ୍ରସ୍ତୁତି କରିବା ଆବଶ୍ୟକ । ଯେଉଁଠି ପ୍ରତ୍ୟେକଟି ମହିଳା ଓ ଝିଅ ନିଜକୁ ସୁରକ୍ଷିତ ମନେ କରିବେ । ଘରୁ ବାହାରିବା ବେଳେ ଭୟ ନକରିବେ ।

କେଉଁ ଯୋଜନାର ଶୁଭାରମ୍ଭ କଲେ ରାଷ୍ଟ୍ରପତି:

ଏହି ଅବସରରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ କମନ୍‌ ମୋବିଲିଟି କାର୍ଡ(NCMC)ର ଯୋଜନାର ଶୁଭାରମ୍ଭ କରିଥିଲେ । ଏଥିସହ ମହିଳାଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ ।

ଏଣିକି ଦିଲ୍ଲୀରେ ରାସନକାର୍ଡଧାରୀଙ୍କୁ ମାଗଣା ସିଲିଣ୍ଡର:

ଦିଲ୍ଲୀର ସମସ୍ତ ରାସନକାର୍ଡଧାରୀଙ୍କୁ ବର୍ଷକୁ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ପ୍ରଦାନ କରାଯିବ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି । ଏଥିସହ ଲକ୍ଷପତି ଝିଅ ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଥିଲେ, ‘ଲକ୍ଷପତି ବେଟିଆ’ ଯୋଜନାରେ 128 କୋଟିର ବଜେଟ ରଖିଛୁ । ଦିଲ୍ଲୀ ସରକାର ମହିଳା ସଶକ୍ତିକରଣ ପ୍ରତିବଦ୍ଧତାର ପ୍ରତୀକ ଅଟେ ।’

ପିଙ୍କ୍‌ ୱିମେନ୍‌ ସ୍ମାର୍ଟ କାର୍ଡରେ ମାଗଣା ଯାତ୍ରା:

ଆଗକୁ ମହିଳା ଦିବସ ଆସୁଥିବା ବେଳେ ମହିଳାଙ୍କୁ ଭେଟି ଦେଇଛନ୍ତି ଦିଲ୍ଲୀ ସରକାର । ସରକାର ଏକ ପିଙ୍କ୍‌ ୱିମେନ୍‌ ସ୍ମାର୍ଟ କାର୍ଡର ସୁବିଧା ମହିଳାଙ୍କୁ ପ୍ରଦାନ କରିଛନ୍ତି । ଏହି କାର୍ଡରେ DTC ବସ୍‌ରେ ମହିଳାଙ୍କୁ ମାଗଣା ଯାତ୍ରା କରିବାକୁ ସୁବିଧା ପ୍ରଦାନ କରାଯିବ ।

ଏହା ମଧ୍ୟ ପଢନ୍ତୁ:

ଅଟକାଇ ପାରିନି ଅକ୍ଷମତା: ସିଲେଇ ତାଲିମ ଦେଇ 700 ମହିଳାଙ୍କୁ କରିଛନ୍ତି ସ୍ବାବଲମ୍ବୀ

ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ

ବାଉଁଶ କାରିଗରୀରେ ସମର୍ପିତ ସରୋଜିନୀ; ୧୫୦୦ଙ୍କୁ ଦେଇଛନ୍ତି ତାଲିମ, ୫୦ ମହିଳା ହୋଇଛନ୍ତି ସ୍ୱାବଲମ୍ବୀ