ETV Bharat / bharat

ଟ୍ରମ୍ପଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, ବିଶ୍ୱର ପ୍ରଥମ ନେତା ଭାବେ ଇନଷ୍ଟାଗ୍ରାମରେ 100 ମିଲିୟନ ଫଲୋଅର୍ସ ପାର

ପ୍ରଧାନମନ୍ତ୍ରୀ ମୋଦି ଏକ ଐତିହାସିକ ସଫଳତା ହାସଲ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସ ସଂଖ୍ୟା 10 କୋଟି ଅତିକ୍ରମ କରିଛି ।

A screengrab from PM Narendra Modi's Instagram handle
Etv Bharatଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 100 ମିଲିୟନ ଫଲୋଅର୍ସ ପାର (ANI)
author img

By ETV Bharat Odisha Team

Published : February 26, 2026 at 8:44 AM IST

2 Min Read
Choose ETV Bharat

Prime Minister Modi ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀଙ୍କ ନାମରେ ଆଉ ଏକ ରେକର୍ଡ ଯୋଡି ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା 100 ମିଲିୟନ ପାର କରିଛି । ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଲୋଅର୍ସ ସଂଖ୍ୟାଠାରୁ ଦୁଇଗୁଣରୁ ଅଧିକ ରହିଛି । ଏଭଳି ମାଇଲଖୁଣ୍ଟ ଅତିକ୍ରମ କରିବାରେ ବିଶ୍ୱର ପ୍ରଥମ ନେତା ଏବଂ ରାଜନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

2014 ମସିହାରେ ଇନଷ୍ଟାଗ୍ରାମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଗତ ଦଶ ବର୍ଷ ମଧ୍ୟରେ, ତାଙ୍କ ଆକାଉଣ୍ଟ ବିଶ୍ୱର ଟପ୍‌ ନେତାମାନଙ୍କ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ପାଲଟିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ କୁହାଯାଇଛି ଯେ, ଏହି ପ୍ଲାଟଫର୍ମରେ ତାଙ୍କର ଉପସ୍ଥିତି ନିରନ୍ତର ବଢୁଛି, ଯାହା ଭାରତ ଏବଂ ବିଦେଶରେ ଲୋକଙ୍କ ସହ ସଂଯୋଗ ସ୍ଥାପନ କରୁଥିବା ଏକ ନିରନ୍ତର ପ୍ରସାର ରଣନୀତିକୁ ପ୍ରତିଫଳିତ କରୁଛି ।

Top 15 Global Leaders By Followers On Instagram
ଇନଷ୍ଟାଗ୍ରାମରେ ଫଲୋଅର୍ସ ଅନୁସାରେ ଶ୍ରେଷ୍ଠ 15 ଜଣ ବିଶ୍ୱ ନେତା (PMO)

ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋଅର୍ସ ଥିବା ନେତା ମୋଦି:

ତେବେ ପ୍ରମୁଖ ଆନ୍ତର୍ଜାତୀୟ ନେତାଙ୍କ ମଧ୍ୟରେ, ବର୍ତ୍ତମାନ ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋଅର୍ସ ଥିବା ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଫଲୋଅର୍ସ ସଂଖ୍ୟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ଦୁଇଗୁଣରୁ ଅଧିକ ରହିଛି । ବିଶ୍ୱର ପାଞ୍ଚ ପ୍ରମୁଖ ନେତାଙ୍କ ମୋଟ ଫଲୋଅର୍ସଙ୍କ ସଂଖ୍ୟା, ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଫଲୋଅର୍ସ ସଂଖ୍ୟାଠାରୁ କମ୍ ରହିଛି । ଇନଷ୍ଟାଗ୍ରାମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 43.2 ମିଲିୟନ ଫଲୋଅର୍ସ ରହିବା ସହ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କ 15 ମିଲିୟନ ଫଲୋଅର୍ସ, ବ୍ରାଜିଲ ରାଷ୍ଟ୍ରପତି ଲୁଲାଙ୍କ 14.4 ମିଲିୟନ ଫଲୋଅର୍ସ, ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟପ୍ ଏର୍ଡୋଗାନ୍‌ଙ୍କ 11.6 ମିଲିୟନ ଫଲୋଅର୍ସ ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର ମିଲେଇଙ୍କ 6.4 ମିଲିୟନ ଫଲୋଅର୍ସ ଅଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବର ଟ୍ବିଟର)ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 106.2 ମିଲିୟନ ଫଲୋଅର୍ସ ଅଛନ୍ତି । ଫେସବୁକରେ ତାଙ୍କର 54 ମିଲିୟନ ଫଲୋଅର୍ସ ଅଛନ୍ତି ।

ଯଦି ଭାରତରେ ଭିତରେ ଦେଖାଯାଏ ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଇନଷ୍ଟାଗ୍ରାମରେ ଅଧିକ ଅଲୋଅର୍ସ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରହିବା ସହ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ପ୍ରାୟ 16.1 ମିଲିୟନ ଫଲୋଅର୍ସଙ୍କ ଅଛନ୍ତି । ତାଙ୍କ ପରେ କଂଗ୍ରେସ ସାଂସଦ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟ 12.6 ମିଲିୟନ ଫଲୋଅର୍ସ ସହ ତୃତୀୟ ସ୍ଥାନରେ ଅଛନ୍ତି ।

ଡିସେମ୍ବର 2025 ସୁଦ୍ଧା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିଶ୍ୱ ନେତାଙ୍କ ମଧ୍ୟରେ ସର୍ବୋଚ୍ଚ ଅନୁମୋଦନ ରେଟିଂ (highest approval rating) ହାସଲ କରିଥିଲେ । ଷ୍ଟାଟିଷ୍ଟା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି 70 ପ୍ରତିଶତ ଅନୁମୋଦନ ରେଟିଂ ହାସଲ କରିଛନ୍ତି, ଯାହା ତାଙ୍କୁ ବିଶ୍ୱ ନେତାମାନଙ୍କ ତାଲିକାର ଶୀର୍ଷରେ ରଖିଛି । ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି 63 ପ୍ରତିଶତ ଅନୁମୋଦନ ରେଟିଂ ସହିତ ଦ୍ୱିତୀୟ ସ୍ଥାନେରେ ଅଛନ୍ତି । ଆର୍ଜେଣ୍ଟିନାର ପ୍ରଧାନମନ୍ତ୍ରୀ ଜାଭିୟର ମିଲି 60 ପ୍ରତିଶତ ସହିତ ତୃତୀୟ ସ୍ଥାନ, ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 43 ପ୍ରତିଶତ ଅନୁମୋଦନ ରେଟିଂ ସହିତ 11ତମ ସ୍ଥାନ ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି ଏବଂ ନେତାନ୍ୟାହୁ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲ ଗସ୍ତ: ଇସ୍ରାଏଲ ସଂସଦ ନେସେଟରେ "ମୋଦି-ମୋଦି" ନାରା ପ୍ରତିଧ୍ୱନିତ