ଇସ୍ରାଏଲରେ ପହଞ୍ଚିିଲେ ପ୍ରଧାନମନ୍ତ୍ରୀ ମୋଦି: ଭବ୍ୟ ସ୍ବାଗତ କଲେ ନେତାନ୍ୟାହୁ, ସଂସଦରେ ରଖିବେ ଅଭିଭାଷଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଭାରତ ଏବଂ ଇସ୍ରାଏଲ ଦ୍ବିପାକ୍ଷିକ ସମ୍ପର୍କକୁ 'ବିଶେଷ ରଣନୈତିକ ସହଭାଗିତା'ରେ ଆହୁରି ଉନ୍ନତ ହେବାର ସମ୍ଭାବନା ରହିଛି ।

Published : February 25, 2026 at 8:43 AM IST
|Updated : February 25, 2026 at 4:46 PM IST
INDIA ISRAEL TIES ନୂଆଦିଲ୍ଲୀ: ଇସ୍ରାଏଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଲ ଆଭିଭ୍ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ପତ୍ନୀ ସାରା ନେତାନ୍ୟାହୁ । ଏହି ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି ।
#WATCH | Tel Aviv, Israel: PM Narendra Modi receives ceremonial welcome
— ANI (@ANI) February 25, 2026
Israeli Prime Minister Benjamin Netanyahu, along with his wife Sara Netanyahu, received PM Modi at the airport
(Source: Reuters) pic.twitter.com/mirQPV3RsP
ଭାରତ-ଇସ୍ରାଏଲ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ସଦୃଢ କରିବା ଉପରେ ଗୁରୁତ୍ବ ଦେବେ ଦୁଇ ଦେଶର ମୁଖ୍ୟ । ବିଶେଷ କରି ଦୁଇ ଦେଶ ମଧ୍ୟରେ କୃଷି, ବାଣିଜ୍ୟ, ପ୍ରତିରକ୍ଷା ଏବଂ ବୈଷୟିକ ଜ୍ଞାନ କୌଶଳ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି । ଏହା ସହିତ ଉଭୟ ଦେଶ ପରସ୍ପରକୁ ସହଯୋଗ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି।
ବିରଳ ସମ୍ମାନରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ ସାରା ଜେରୁଜେଲମ୍ ବିମାନବନ୍ଦରରେ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି । ଇସ୍ରାଏଲରେ ଅବସ୍ଥାପିତ ଭାରତୀୟମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଥମେ ସମ୍ବୋଧନ କରିବେ । ଏହା ପରେ ଇସ୍ରାଏଲ ପାର୍ଲାମେଣ୍ଟ ନେସେଟ୍ (Knesset)ରେ ପହଞ୍ଚି ଆଇନ ପ୍ରଣୟନକାରୀଙ୍କୁ ସମ୍ବୋଧିତ କରିବେ । ଯାହାକି ବିଶ୍ବର କିଛି ମନୋନୀତ ନେତାଙ୍କୁ ପ୍ରଦାନ କରାଯାଇଥିବା ଏକ ବିରଳ ସମ୍ମାନ ଅଟେ ।
ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଉଭୟ ଦେଶ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କୃଷି, ବାଣିଜ୍ୟ, ପ୍ରତିରକ୍ଷା ଏବଂ ବୈଷୟିକ ଜ୍ଞାନ କୌଶଳ ଆଦି ଉପରେ ଆଲୋଚନା ହେବ । ଏହା ସହିତ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପାରସ୍ପାରିକ ସ୍ବାର୍ଥ ଥିବା ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ଘଟଣାବଳୀ ଉପରେ ନିଜର ଦୃଷ୍ଟିକୋଣ ରଖିବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେରଜୋଗଙ୍କୁ ମଧ୍ୟ ଭେଟିବେ ।
ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଗସ୍ତ:
ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଆସିଥିବା ଏହି ରଣନୈତିକ ସମ୍ପର୍କକୁ ଅଧିକ ସୁଦୃଢ କରିବ । ଏହି ଅବସରରେ ଉଭୟ ଦେଶରେ ବିଭିନ୍ନ କ୍ଷେତ୍ରରେ ଦେଖାଯାଉଥିବା ଅସୁବିଧା ଉପରେ ମଧ୍ୟ ଆଲୋଚନା କରାଯିବ । ଯାହା ଦ୍ବାରା ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ସହଯୋଗିତା ଆହୁରି ବଢିବ ।
सारा इज़राइल कल प्रधानमंत्री मोदी का स्वागत करने के लिए उत्सुक है। वह इज़राइल के सच्चे मित्र हैं। इज़राइल और भारत के बीच का संबंध केवल एक रणनीतिक संबंध नहीं है, बल्कि राष्ट्रों के बीच गहरी मित्रता का बंधन है।🇮🇱🇮🇳
— יאיר לפיד - Yair Lapid (@yairlapid) February 24, 2026
ଇସ୍ରାଏଲ ବିପକ୍ଷ ନେତାଙ୍କ ବଡ଼ ବୟାନ:
ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଗସ୍ତ ପୂର୍ବରୁ ଇସ୍ରାଏଲର ବିପକ୍ଷ ନେତାଙ୍କ ୟାଏର ଲାପିଡ, ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲର 'ପ୍ରକୃତ ବନ୍ଧୁ' ଭାବେ ସମ୍ବୋଧନ କରିଛନ୍ତି । ସେ ନିଜର X ହ୍ୟାଣ୍ଡେଲରେ ହିନ୍ଦୀ ଭାଷାରେ ଏହା ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି , "ସମଗ୍ର ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ ... ସେ ଇସ୍ରାଏଲର ଜଣେ ପ୍ରକୃତ ବନ୍ଧୁ । ଇସ୍ରାଏଲ ଏବଂ ଭାରତ ମଧ୍ୟରେ ସମ୍ପର୍କ କେବଳ ଏକ ରଣନୈତିକ ସମ୍ପର୍କ ନୁହେଁ, ବରଂ ଦୁଇ ରାଷ୍ଟ୍ର ମଧ୍ୟରେ ଏକ ଗଭୀର ବନ୍ଧୁତାର ବନ୍ଧନ ।"
ଭାରତ ଓ ଇସ୍ରାଏଲର 'ସ୍ୱତନ୍ତ୍ର ରଣନୈତିକ ସହଭାଗିତା'
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଭାରତ ଓ ଇସ୍ରାଏଲ ମଧ୍ୟର ଦୀର୍ଘ ସମ୍ପର୍କ ଏକ 'ସ୍ୱତନ୍ତ୍ର ରଣନୈତିକ ସହଭାଗିତା'କୁ ପରିବର୍ତ୍ତିତ ହେବ । ଇସ୍ରାଏଲର ଜର୍ମାନୀ ଓ ଆମେରିକା ସହିତ ଜେରୁଜେଲମ୍ର ସୁଦୃଢ ସମ୍ପର୍କ ଭଳି ଭାରତ ମଧ୍ୟ ଏଥିରେ ସ୍ଥାନିତ ହେବ । ଗତ 9 ବର୍ଷ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲକୁ ଦ୍ବିତୀୟ ଗସ୍ତ । ପ୍ରଧାନମନ୍ତ୍ରୀଙ୍କ 2017 ମସିହାରେ ପ୍ରଥମ ଗସ୍ତ ସମୟରେ ଉଭୟ ଦେଶର ସମ୍ପର୍କ 'ରଣନୈତିକ ସହଭାଗିତା'କୁ ଉନ୍ନୀତ ହୋଇଥିଲା ।
ମୋଦିଙ୍କ ଇସ୍ରାଏଲ ଗସ୍ତ ସୂଚୀ:
ଆଜି (ବୁଧବାର) ସନ୍ଧ୍ୟାରେ ଇସ୍ରାଏଲର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଗତିକୁ ନେଇ ଆୟୋଜିତ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ରାତ୍ରିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ରାତ୍ର ଭୋଜନ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ସକାଳରେ ୟାଦ ଭସେମ (Yad Vashem) ଠାରେ ହୋଲୋକଷ୍ଟରେ ମୃତ୍ୟୁବରଣ କରିଥିବା ଇସ୍ରାଏଲ ନାଗରିକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ସମର୍ପଣ କରିବେ । ଏହା ପରେ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେରଜୋଗଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ସବୁ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହେବ:
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ମଧ୍ୟରେ ସାମରିକ ଚୁକ୍ତି ମଧ୍ୟ ସାମିଲ ରହିଛି । ଚୁକ୍ତିନାମାର ଏକ ଅଂଶ ଭାବରେ, ଏକ ଗୋପନୀୟତା ବ୍ୟବସ୍ଥା ପ୍ରତିଷ୍ଠିତ ହେବ । ଯାହା ଏପର୍ଯ୍ୟନ୍ତ ଉପଲବ୍ଧ ନ ଥିବା ଅନେକ ନୂତନ କ୍ଷେତ୍ର ପାଇଁ ରାସ୍ତା ଖୋଲିବ । ଏହା ସହିତ AI, କ୍ବାଣ୍ଟମ୍ ସେକ୍ଟର ଓ ସାମରିକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢନ୍ତୁ... ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ମୃତ୍ୟୁ ସଂଖ୍ୟା 81କୁ ବୃଦ୍ଧି ଦୀର୍ଘ ପ୍ରତୀକ୍ଷାର ଅନ୍ତ ! ଘରକୁ ଫେରିଲେ ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ବନ୍ଧକ, ଭାବବିହ୍ବଳପୂର୍ଣ୍ଣ ମାହୋଲ |
ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟ (MEA) ପକ୍ଷରୁ କୁହାଯାଇଛି ଯେ , "ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଗଭୀର ଏବଂ ଦୀର୍ଘସ୍ଥାୟୀ ରଣନୈତିକ ସହଭାଗିତାକୁ ପୁନଃନିର୍ଦ୍ଦିଷ୍ଟ କରିବ । ସାଧାରଣ ଅସୁବିଧା ଗୁଡ଼ିକର ସମୀକ୍ଷା କରିବା ସହିତ ଦୁଇଟି ସ୍ଥିର ଗଣତନ୍ତ୍ର ମଧ୍ୟରେ ଏକ ଦୃଢ଼ ସହଭାଗିତା ପାଇଁ ସେମାନଙ୍କର ସହଭାଗୀ ଦୃଷ୍ଟିକୋଣ ହାସଲ କରିବା ଦିଗରେ ପ୍ରୟାସକୁ ପୁନଃ ଉଜ୍ଜିବିତ କରିବାର ସୁଯୋଗ ପ୍ରଦାନ କରିବ ।"

