ETV Bharat / bharat

୧୫ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ଉପରେ ଇରାନର ଆକ୍ରମଣ, ୪ ଆହତ

ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁରେ ପ୍ରତିଶୋଧ ପରାୟାଣ ହୋଇ ପଡ଼ିଛି ଇରାନ । ଓମାନର ମୁସାଣ୍ଡମ୍ ଉପଦ୍ୱୀପରେ ୧୫ ଭାରତୀୟ କ୍ରୁ ସଦସ୍ୟଙ୍କ ଉପରେ ଆକ୍ରମଣ, ୪ ଆହତ ।

IRAN ATTACKS 15 INDIAN CREW MEMBERS
୧୫ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ଉପରେ ଇରାନର ଆକ୍ରମଣ (AP)
author img

By ETV Bharat Odisha Team

Published : March 1, 2026 at 10:36 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ଓମାନର ମୁସାଣ୍ଡମ୍ ଉପଦ୍ୱୀପରେ ଇରାନୀ ସେନା ଦ୍ୱାରା ୧୫ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ ଏକ ପାଲାଉ ପତାକାଯୁକ୍ତ ତୈଳ ଟ୍ୟାଙ୍କର୍ ଆକ୍ରମଣର ଶିକାର ହୋଇଛି ଏବଂ ଏହି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ଏନେଇ ଆଜି (ରବିବାର) ଓମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତକାଲି (ଶନିବାର) ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରେ ଇରାନ ମୁଖ୍ୟତଃ ଇସ୍ରାଏଲ ଏବଂ ଅନେକ ଉପସାଗରୀୟ ଦେଶରେ ଥିବା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରି ଆକ୍ରମଣର ଜାରି ରଖିଛି । ଇସ୍ରାଏଲ-ଆମେରିକୀୟ ଆକ୍ରମଣରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଘଟିଥିବା ରବିବାର ସକାଳେ ତେହେରାନ ଘୋଷଣା କରିବା ପରେ ଇରାନର ପ୍ରତିଆକ୍ରଣ ବୃଦ୍ଧି ପାଇଛି ।

ଓମାନ ନିୟୁଜ୍ ଏଜେନ୍ସି ଅନୁଯାୟୀ, ମୁସାଣ୍ଡମ୍ ଗଭର୍ଣ୍ଣୋରେଟର ଖାସାବ୍ ବନ୍ଦରର ଉତ୍ତରରେ ପ୍ରାୟ ପାଞ୍ଚ ନଟିକାଲ୍ ମାଇଲ୍ ଦୂରରେ ତେଲ ଟ୍ୟାଙ୍କର୍ ସ୍କାଏଲାଇଟ୍ ଉପରେ ଆକ୍ରମଣ ହୋଇଥିଲା ବୋଲି ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର କହିଛି। ୧୫ ଜଣ ଭାରତୀୟ ନାଗରିକ ଏବଂ ପାଞ୍ଚ ଜଣ ଇରାନ ନାଗରିକଙ୍କୁ ନେଇ ୨୦ ଜଣଙ୍କ ସମ୍ପୂର୍ଣ୍ଣ କ୍ରୁକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଚାରି ଜଣ କ୍ରୁ ସଦସ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ସେବା ଦିଆଯାଇଛି । ନୂଆଦିଲ୍ଲୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି ।

ଆଜି ଇରାନ କହିଛି ଯେ, ଖାମେନିଙ୍କ ହତ୍ୟାର ପ୍ରତିଶୋଧ ନେବ, ଯାହା ମଧ୍ୟପ୍ରାଚ୍ୟରେ ଏକ ବ୍ୟାପକ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି । ଇରାନ ପରମାଣୁ କାର୍ଯ୍ୟକ୍ରମ ଉପରେ ୱାଶିଂଟନ ଏବଂ ତେହେରାନ ମଧ୍ୟରେ ସପ୍ତାହ ଧରି ଚାଲିଥିବା ଆଲୋଚନା କୌଣସି ସ୍ପଷ୍ଟ ଫଳାଫଳ ଦେଇ ନଥିବାରୁ ଇରାନ ଉପରେ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣ ହୋଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଶନିବାର ଦିନ କହିଛି ଯେ,"ଇରାନ ଏବଂ ଉପସାଗରୀୟ ଅଞ୍ଚଳରେ ସାମ୍ପ୍ରତିକ ଘଟଣାବଳୀରେ ଭାରତ ଗଭୀର ଚିନ୍ତିତ। "ଆମେ ସମସ୍ତ ପକ୍ଷକୁ ସଂଯମତା ଅବଲମ୍ବନ କରିବାକୁ, ଉତ୍ତେଜନାକୁ ଏଡାଇବାକୁ ଏବଂ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରୁଛୁ । ଉତ୍ତେଜନା ହ୍ରାସ କରିବା ଏବଂ ଅନ୍ତର୍ନିହିତ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତି ଅନୁସରଣ କରିବା ଉଚିତ । ସମସ୍ତ ରାଜ୍ୟର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରାଯିବା ଉଚିତ।"

ଏହା ମଧ୍ୟ ପଢନ୍ତୁ... ମଧ୍ୟପ୍ରାଚ୍ୟରେ ଫସିଛନ୍ତି ଅନେକ ଭାରତୀୟ; ସୁରକ୍ଷିତ ଫେରାଇ ଆଣିବାକୁ ପରିବାର ଲୋକଙ୍କ ନିବେଦନ

ଏହା ମଧ୍ୟ ପଢନ୍ତୁ...ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; ଆୟାତୋଲ୍ଲା ଅଲ୍ଲୀରେଜ ଆରାଫି ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା, ଆମେରିକା ଏୟାରକ୍ରାଫ୍ଟ କ୍ୟାରିୟର ଉପରେ ଇରାନର ହାମ୍‌ଲା ଦାବି, ଖଣ୍ଡନ କଲା ପେଣ୍ଟାଗନ୍

ଏହା ମଧ୍ୟ ପଢନ୍ତୁ... ଖାମନେଇଙ୍କ ମୃତ୍ୟୁ ପରେ କିଏ ହେବ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ?