ETV Bharat / bharat

ନିଜ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀଙ୍କଠୁ ଗରିବ ନୀତିଶ କୁମାର; ଚାଷଜମି, ଇନ୍ସ୍ୟୁରାନ୍ସ କିଛି ନାହିଁ

ନୀତିଶ କୁମାରଙ୍କ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ 1.66 କୋଟି ଟଙ୍କା । 2024ରେ ସେ ତାଙ୍କ ସମ୍ପତ୍ତିର ମୂଲ୍ୟ ଯେତିକି ଘୋଷଣା କରିଥିଲେ ଏବେ ସେଥିରେ 68,455 ଟଙ୍କା ବୃଦ୍ଧି ଘଟିଛି।

File photo of Bihar CM Nitish Kumar
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫାଇଲ୍ ଫଟୋ (IANS)
author img

By ETV Bharat Odisha Team

Published : January 1, 2026 at 8:07 PM IST

3 Min Read
Choose ETV Bharat

ପାଟନା(ବିହାର): ମୁଖ୍ୟମନ୍ତ୍ରୀ ପଦରେ ନୀତିଶ କୁମାର । କିନ୍ତୁ ନିଜ ମନ୍ତ୍ରୀମଣ୍ଡଳର ଅଧିକାଂଶ ମନ୍ତ୍ରୀଙ୍କଠାରୁ ସେ ଗରିବ । ତେବେ ତାଙ୍କ ମନ୍ତ୍ରୀମଣ୍ଡଳର ତିନିଜଣ ମନ୍ତ୍ରୀ ଯଥୀ ଆଖୁ ଶିଳ୍ପ ମନ୍ତ୍ରୀ ସଞ୍ଜୟ କୁମାର, ଶ୍ରମ ମନ୍ତ୍ରୀ ସଞ୍ଜୟ ସିଂ ଏବଂ ପଶୁ ସମ୍ବଳ ମନ୍ତ୍ରୀ ସୁରେନ୍ଦ୍ର ମେହଟ୍ଟାଙ୍କ ପାଖରେ ତାଙ୍କଠାରୁ କମ ସ୍ଥାବର, ଅସ୍ଥାବର ସମ୍ପତ୍ତି ରହିଛି ।

ବୁଧବାର ବିଳମ୍ବିତ ସନ୍ଧ୍ୟାରେ ନୀତିଶ ସରକାରଙ୍କ 25 ଜଣ ମନ୍ତ୍ରୀ ତାଙ୍କ ସଂପତ୍ତି ତାଲିକା ପ୍ରଦାନ କରିଛନ୍ତି । ଜାନୁଆରୀ 2011ରୁ ଲାଗୁ ହୋଇ ଆସୁଥିବା ବିହାର ସରକାରଙ୍କ ପଲିସି ଅନୁଯାୟୀ, ମନ୍ତ୍ରୀମାନେ ବାର୍ଷିକ ସେମାନଙ୍କର ସମ୍ପତ୍ତି ତାଲିକା ଘୋଷଣା କରିଥାନ୍ତି । ଶାସନରେ ସ୍ୱଚ୍ଛତା ଆଣିବା ତଥା ଦୁର୍ନୀତି ବିରୋଧରେ ଲଢିବା ଲକ୍ଷ୍ୟରେ ଏହି ନିୟମ ଲାଗୁ କରାଯାଇଛି ।

ନୀତିଶଙ୍କ ସମ୍ପତ୍ତିର ମୂଲ୍ୟ 1.66 କୋଟି ଟଙ୍କା

ଏହି ତାଲିକା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ 1.66 କୋଟି ଟଙ୍କା ବୋଲି ଉଲ୍ଲେଖ ରହିଛି । 2024ରେ ସେ ତାଙ୍କ ସମ୍ପତ୍ତିର ମୂଲ୍ୟ ଯେତିକି ଘୋଷଣା କରିଥିଲେ ଏବେ ତାଠାରୁ 68,455 ଟଙ୍କା ବୃଦ୍ଧି ଘଟିଛି। ତାଙ୍କ ପାଖରେ ମୋଟ 20, 552 ନଗଦ ଟଙ୍କା ଥିବାବେଳେ 17.66 ଲକ୍ଷର ସ୍ଥାବର ସମ୍ପତ୍ତି ଏବଂ 1.48 କୋଟିର ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କର ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ 58,000 ଟଙ୍କା ଜମା ରହିଛି ।

ନୀତିଶ କୁମାରଙ୍କ ଚାଷ ଜମି ନାହିଁ

ମୁଖ୍ୟମନ୍ତ୍ରୀ ନୀତିଶ କୁମାର 2015ରେ ଏକ କାର କିଣିଥିଲେ ଯାହାର ମୂଲ୍ୟ11.33 ଲକ୍ଷ । 20 ଗ୍ରାମର ଦୁଇଟି ସୁନା ମୁଦି, ଗୋଟିଏ ମୋତିଖଚିତ ରୂପା ମୁଦି ରହିଛି ଯାହାର ଦାମ 2 ଲକ୍ଷ ଟଙ୍କା । ଅନ୍ୟସ୍ଥାବର ସଂପତ୍ତି ମଧ୍ୟରେ ଏସି, କମ୍ପ୍ୟୁଟର, ଏୟାର କୁଲର, ଟ୍ରେଡ ମିଲ, ବ୍ୟାୟାମ ସାଇକେଲ, ୱାଶିଂ ମେସିନ, ମାଇକ୍ରୋ ଓଭାନ, 10ଟି ଗାଈ, 13ଟି ବାଛୁରୀ, ଚାରା କାଟିବା ମେସିନ । 2024ରେ ଦେଇଥିବା ତାଲିକା ଅନୁସାରେ ତାଙ୍କ ପାଖରେ ସେତେବେଳେ 12ଟି ଗାଈ ଏବଂ 9ଟି ବାଛୁରୀ ଥିଲେ ।

ଅସ୍ଥାବର ସମ୍ପତ୍ତି କଥା ଦେଖିଲେ, ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU)ର ଜାତୀୟ ଅଧ୍ୟକ୍ଷ ନୀତିଶ କୁମାରଙ୍କ ପାଖରେ କୌଣସି ଚାଷ ଜମି ନାହିଁ । କିନ୍ତୁ ନୂଆଦିଲ୍ଲୀର ଦ୍ୱାରକାରେ ସଂସଦ ବିହାର କୋପରେଟିଭ ଗ୍ରୁପ ହାଉସିଂ ସୋସାଇଟି ଆପାର୍ଟମେଣ୍ଟରେ ତାଙ୍କର 1000 ବର୍ଗ ଫୁଟର ଏକ ଫ୍ଲାଟ ରହିଛି । ଏହାକୁ ସେ 2004ରେ 13.78 ଲକ୍ଷରେ କିଣିଥିଲେ ।ନୀତିଶ ଦେଇଥିବା ସମ୍ପତ୍ତି ତାଲିକା ଅନୁସାରେ ତାଙ୍କର କୌଣସି ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ସୁରାନ୍ସ ପଲିସି ନାହିଁ । ବ୍ୟାଙ୍କ କିମ୍ବା କୌଣସି ପୋଷ୍ଟ ଅଫିସରେ ବି ସେଭିଂ ନାହିଁ ।


ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପାଖରେ ରହିଛି 6,38 କୋଟିର ସମ୍ପତ୍ତି

ଅନ୍ୟପକ୍ଷେ ଉପ ମୁଖ୍ୟମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମ୍ରାଟ ଚୌଧୁରୀଙ୍କ ପାଖରେ ମୋଟ 6,38 କୋଟିର ସମ୍ପତ୍ତି ଥିବାବେଳେ 1.18 କୋଟିର ସ୍ତାବର ଏବଂ 5.20 କୋଟି ଟଙ୍କରା ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କ ପାଖରେ 1.35 ଲକ୍ଷର ନଗଦ କ୍ୟାସ ଥିବାବେଳେ ତାଙ୍କ ପତ୍ନୀ କୁମାରୀ ମମତାଙ୍କ ପାଖରେ 35,000ଟଙ୍କାର ନଗଦ କ୍ୟାସ ରହିଛି । ଉଭୟଙ୍କ ପାଖରେ 20-20 ଲକ୍ଷ ଟଙ୍କାର ସୁନା ଗହଣା ରହିଛି । ତା ଛଡା ପତ୍ନୀଙ୍କ ପାଖରେ 50 ହଜାର ଟଙ୍କର ରୂପା ଗହଣା ରହିଛି । 2023ରେ କିିଣିଥିବା ଏକ ଏସୟୁଭି ରହିଛି ।

ସେହିପରି ଉପ ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ତାଙ୍କ ପତ୍ନୀଙ୍କ ପାଖରେ ମୋଟ 8.81 କୋଟିର ସଂପତ୍ତି ରହିଛି । ଏଥରି ସ୍ଥାବର ସଂପତ୍ତି 5.13 କୋଟି ଏବଂ ଅସ୍ଥାବର ସଂପତ୍ତି 3.68 କୋଟିର ରହିଛି । ଉଭୟେ ତ୍ରିଭୁବନ ଡେଭଲପମେଣ୍ଟ ଆଣ୍ତ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେ଼ଡ ଏବଂ ଶିବା ବାୟୋଜେନେଟିକରେ 92 ଲକ୍ଷ ନିବେଶ କରିଛନ୍ତି । ବିଜୟ ନିଜେ ଜଣେ ବିଲଡର ହୋଇଥିବାବେଳେ ତାଙ୍କ ପରିବାର ସଦସ୍ୟ ଫାର୍ମାସ୍ୟୁଟିକାଲ ବ୍ୟବସାୟ କରନ୍ତି ।

ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ କିଏ ସବୁଠାରୁ ଧନୀ ମନ୍ତ୍ରୀ

ନୀତିଶଙ୍କ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ଗ୍ରାମ୍ୟ ନିର୍ମାଣ ମନ୍ତ୍ରୀ ତଥା JDU ନେତା ଅଶୋକ ଚୌଧୁରୀ । ନିଜେ ଅଶୋକ ଚୌଧୁରୀ, ତାଙ୍କ ପତ୍ନୀ ନୀତା କେଶକାର ଚୌଧୁରୀ, ଦୁଇ ଝିଅ ମାହିକା ଏବଂ ଦେଶ୍ନାଙ୍କ ପାଖରେ ମୋଟ 42.68କୋଟି ଟଙ୍କର ସମ୍ପତ୍ତି ରହିଛି । ତାଙ୍କର ସବୁଠାରୁ ବଡ ଝିଅ ଶାମ୍ଭିକା ଚୌଧୁରୀ ସମସ୍ତି ପୁରର ସାଂସଦ । ସେ ବିବାହିତ ଏବଂ ସେ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ସହ ଅଲାଗା ରହୁଛନ୍ତି । ଅଶୋର ଏବଂ ନୀତାଙ୍କର ବିଭିନ୍ନ ବ୍ୟାଙ୍କ ଜମା ଯଥାକ୍ରମେ 53 ଲକ୍ଷ ଏବଂ 22.54 କୋଟି ରହିଛି । ଦୁଇ ଝିଅଙ୍କର ବିଭିନ୍ନ ବ୍ୟାଙ୍କରେ 23 ଲକ୍ଷ ଟଙ୍କା ଜମା ରହିଛି । ପୁରା ପରିବାର ପାଖରେ 1.2 କେଜିର ସୁନା ରହିଛି । ଏହା ବ୍ୟତୀତ ସେୟାର ଏବଂ ବଣ୍ଡରେ ଅଶୋକ ଚୌଧୁରୀ 10 ଲକ୍ଷ ନିବେଶ କରିଛନ୍ତି । ସେହିପରି ନୀତାଙ୍କର 1.82 କୋଟି ଟଙ୍କାର କୋଠାବାଡି ରହିଛି । ପାଟଣାରେ 34 ଲକ୍ଷର କମର୍ସିଆଲ କୋଠା ରହିଛି ।

ଏହା ମଧ୍ୟ ପଢନ୍ତୁ ମହିଳାଙ୍କ ହିଜାବ ଟାଣି ଅଡୁଆରେ ନୀତିଶ କୁମାର, ଭଡକିଲେ ଅଭିନେତ୍ରୀ ଜାୟରା ୱାସିମ, କହିଲେ 'କ୍ଷମା ମାଗ...'

ଏହା ମଧ୍ୟ ପଢନ୍ତୁ ବିହାରରେ ‘ସୁଶାସନ ବାବୁ’ ସରକାର ଆରମ୍ଭ, ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର