ETV Bharat / bharat

ଏନସିଆରଟି ଅଷ୍ଟମ ଶ୍ରେଣୀ ସୋସିଆଲ ସାଇନ୍ସ ବହିରେ ପରିବର୍ତ୍ତନ; ସାମିଲ ହେଲା 'ନ୍ୟାୟପାଳିକାରେ ଦୁର୍ନୀତି'

'ଆମ ସମାଜରେ ନ୍ୟାୟାପାଳିକାର ଭୂମିକା' ଅଧ୍ୟାୟର ନାମ ସଂଶୋଧନ କରିରଖାଯାଇଥିବା ନୂଆଅଧ୍ୟାୟରେ ନ୍ୟାୟାଳୟଗୁଡିକର ପଦାନୁକ୍ରମ ଏବଂ ନ୍ୟାୟ ପର୍ଯ୍ୟନ୍ତ କିପରି ପହଞ୍ଚିବ ତାହା ବୁଝାଇବା ସହିତ ନ୍ୟାୟବ୍ୟବସ୍ଥା ସାମ୍ନାରେଥିବା ସମସ୍ୟାକୁ ସାମିଲ କରାଯାଇଛି ।

NCERT
NCERT (IANS)
author img

By ETV Bharat Odisha Team

Published : February 24, 2026 at 5:13 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (NCERT) ପକ୍ଷରୁ ପ୍ରଚଳିତ 8ମ ଶ୍ରେଣୀର ସୋସିଆଲ ସାଇନ୍ସ ବହିରେ ପରିବର୍ତ୍ତନ କରାଯାଇଛି । ବହିରେ ନ୍ୟାୟପାଳିକାର ଦୁର୍ନୀତି ଉପରେ ଏକ ବିଭାଗ ଆରମ୍ଭ କରିଛି ଏନସିଆରଟି । ଏହା ପୂର୍ବ ସଂସ୍କରଣ ତୁଳନାରେ ଏକ ବଡ ପରିବର୍ତ୍ତନ । ଏହି ନୂଆ ଅଧ୍ୟାୟରେ ଏନସିଆରଟି କୋର୍ଟର ଗଠନ ଓ ଭୂମିକା ଉପରେ ଅଧିକ ଧ୍ୟାନ ଦେଇଛି ।

'ଆମ ସମାଜରେ ନ୍ୟାୟାପାଳିକାର ଭୂମିକା' ଶୀର୍ଷକ ଅଧ୍ୟାୟର ନାମ ସଂଶୋଧନ କରି ରଖାଯାଇଥିବା ନୂଆ ଅଧ୍ୟାୟରେ ନ୍ୟାୟାଳୟଗୁଡିକର ପଦାନୁକ୍ରମ ଏବଂ ନ୍ୟାୟ ପର୍ଯ୍ୟନ୍ତ କିପରି ପହଞ୍ଚିବ ତାହା ବୁଝାଇବା ସହିତ ନ୍ୟାୟ ବ୍ୟବସ୍ଥା ସାମ୍ନାରେ ଥିବା ସମସ୍ୟାକୁ ସାମିଲ କରାଯାଇଛି । ଏହି ଅଧ୍ୟାୟରେ ସୁପ୍ରିମକୋର୍ଟ (81,000), ହାଇକୋର୍ଟ (62,40,000) ଏବଂ ଡିଷ୍ଟିକ କୋର୍ଟ, ସବଅଡିନେଟ କୋର୍ଟ (4,70,00, 000)ରେ ପଡି ରହିଥିବା କେସର ସଂଖ୍ୟା ମଧ୍ୟ ସୂଚାଇ ଦିଆଯାଇଛି ।

ଟେକ୍ସଟ ବୁକର ଦୁର୍ନୀତି ସଂପର୍କିତ ଏହି ଅଧ୍ୟାୟରେ ଉଲ୍ଲେଖ ରହିଛି, ବିଚାରପତି ଏକ ଆଚରଣ ସହିଂତା ସହ ବାନ୍ଧି ହୋଇ ରହିଛନ୍ତି । ଏହା କେବଳ କୋର୍ଟରେ ନୁହେଁ ବରଂ କୋର୍ଟ ବାହାରେ ତାଙ୍କ ଆଚରଣକୁ ନିୟନ୍ତ୍ରଣ କରିଥାଏ । ଏଥିରେ ନ୍ୟାୟପାଳିକାର ଆଭ୍ୟନ୍ତରୀଣ ଦାୟିତ୍ୱ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଛି । ଏଥି ସହିତ କେନ୍ଦ୍ରୀକୃତ ସାର୍ବଜନୀନ ଅଭିଯୋଗ ସମାଧାନ ଏବଂ ମନିଟରିଂ ସିଷ୍ଟମ ମାଧ୍ୟମରେ ଅଭିଯୋଗ ଗ୍ରହଣ କରିବାର ନିର୍ଦ୍ଧାରିତ ପ୍ରକ୍ରିୟା ବିଷୟରେ ମଧ୍ୟ କୁହାଯାଇଛି ।

ଏହି ଅଧ୍ୟାୟ ଅନୁସାରେ, 2017ରୁ 2021 ମଧ୍ୟରେ 1600ରୁ ଅଧିକ ମାମଲା ଏହି ସିଷ୍ଟମ ଜରିଆରେ ମିଳିଛି । ଟାକ୍ସ ପରି ଗୁରୁତର ମାମଲାରେ ବିଚାରପତିଙ୍କୁ ହଟାଇବାର ସାମ୍ବିଧାନିକ ନିୟମ ବିଷୟରେ ମଧ୍ୟ କୁହାଯାଇଛି । ଏଥିରେ କୁହାଯାଇଛି, ଯେଉଁ ମାମଲାରେ ଅଭିଯୋଗ ଗୁରୁତର ଅଛି, ସେଥିରେ ସଂସଦ ମହାଭିଯୋଗ ପ୍ରସ୍ତାବ ପାସ କରି ବିଚାରପତିଙ୍କୁ ହଟାଇ ପାରିବ ।

ଏହି ପ୍ରକାର ପ୍ରସ୍ତାବ ଉପରେ ଯାଞ୍ଚ ପରେ ବିଚାର କରା।ଯାଏ । ଏଥିରେ ବିଚାରପତିଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ପୂରା ସୁଯୋଗ ଦିଆଯାଇଥାଏ । ଏହି ଅଧ୍ୟାୟରେ ଆହୁରି କୁହାଯାଇଛି, ଲୋକେ ନ୍ୟାୟପାଳିକାର ଭିନ୍ନ ଭିନ୍ନ ସ୍ତରରେ ଦୁର୍ନୀତିର ସମ୍ମୁଖୀନ ହୋଇଥାନ୍ତି । ଏହା ନ୍ୟାୟ ପାଇବାର ସମସ୍ୟାକୁ ଆହୁରି ବଢାଇ ଦେଇଥାଏ ।

ଏଥିରେ ଆହୁରି କୁହାଯାଇଛି, ପାରଦର୍ଶିତା ଏବଂ ଲୋକଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଉଭୟ ସ୍ତରରେ ଚେଷ୍ଟା କରାଯାଉଛି । ଏଥିରେ ଟେକ୍ନୋଲ଼ଜିର ବ୍ୟବହାର ଏବଂ ଦୁର୍ନୀତି ମାମଲା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସାମିଲ ଅଛି ।

ଏହା ମଧ୍ୟ ପଢନ୍ତୁ ମାନୁନାହାନ୍ତି ଘରୋଇ ସ୍କୁଲ; ଏନସିଆରଟି ବହି ନ ପଢ଼େଇବା, 13% ଫି ବୃଦ୍ଧି ପଡ଼ିଲା ମହଙ୍ଗା

ଏହା ମଧ୍ୟ ପଢନ୍ତୁ NCERT class X syllabus: ପାଠ୍ୟକ୍ରମରୁ ହଟିଲା ପିରିଓଡିକ ଟେବୁଲ, ଲୋକତନ୍ତ୍ର ଓ ବିବର୍ତ୍ତନ ତତ୍ତ୍ୱ