ଉତ୍ତରାଖଣ୍ଡ ସୀମାରେ 150 ଫୁଟ ଖାଇକୁ ଖସି ପଡିଲା ବସ୍; 13 ମୃତ, 34 ଗୁରୁତର
ବରଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ପୁର୍ଚୁନି ମ୍ୟୁନିସିାପାଲିଟି-7ରୁ ବଜହଙ୍ଗରୁ ସୁଙ୍କୁଡା ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । 6 ଜଣ ବରଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।


Published : February 6, 2026 at 5:26 PM IST
ପିଥୋରଗଡ(ଉତ୍ତରାଖଣ଼୍ଡ):ନେପାଳର ସୁଦୁରପଶ୍ଚିମ ସୀମା ତଥା ଉତ୍ତରାଖଣ୍ଡ ସୀମାନ୍ତ ପିଥୋରଗଡ ଜିଲ୍ଲା ଝୁଲାଘାଟ ନିକଟରେ ଗୁରୁବାର ରାତିରେ ଏକ ଭୟଙ୍କର ସ଼ଡକ ଦୁର୍ଘଟଣା ଘଟି ଯାଇଛି । ଏହି ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ 3 ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏକ ବାହାଘର ପାର୍ଟି ନେଇ ଯାଉଥିବା ଏକ ବସ 150 ଫୁଟ ଖାଇରେ ଖସି ପଡିଥିଲା ।
ଅଧିକାରିକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ଦୁର୍ଘଟଣାରେ ବାହାଘରକୁ ଯାଉଥିବା 13 ଜଣ ଅତିଥିଙ୍କର ମୃତ୍ୟୁ ଘଟିଛି । 34 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଅଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ମିଳିଥିବା ତଥ୍ୟ ଅନୁସାରେ, ବରଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ପୁର୍ଚୁନି ମ୍ୟୁନିସିାପାଲିଟି-7ରୁ ବଜହଙ୍ଗରୁ ସୁଙ୍କୁଡା ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଘଠଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଏହା ପରେ ନେପାଳ ଆର୍ମଡ ପୋଲିସ ଫୋର୍ସ, ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ବଇଚାଡି ଜିଲ୍ଲା ପୋଲିସ ଇନ୍ସପେକ୍ଟର ବଳଦେବ ବାଡୁ କହିଛନ୍ତି, 6 ଜଣ ବରଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ5 ଜଣଙ୍କର ଡଡେଲଧୁରା ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ବସ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଅଛି । ଡ୍ରାଇଭର ବୀରେନ୍ଦ୍ର ବୁଦ୍ଧଙ୍କୁ ପୋଲିସ କଷ୍ଟଡିରେ ରଖାଯାଇ ଚିକିତ୍ସା କରାଯାଉଛି ।
ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାଯାଇଛି, ବସଟି କ୍ଷମତାଠାରୁ ଅଧିକ ଯାତ୍ରୀ ନେଇ ଯାଉଥିଲା । ଯାହା ଫଳରେ ବସ୍ ଉପରକୁ ଚଢ଼ିପାରିଲା ନାହିଁ। ଫଳରେ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡିଥିଲା ।
ମୃତକମାନେ ହେଲେ, କେଶବରାଜ ଯୋଶୀ (40), ଅଶୋକ ରାଜ ଯୋଶୀ(13), ବସନ୍ତରାଜ ଯୋଶୀ (35), ବିଷ୍ଣୁଦତ୍ତ ଯୋଶୀ (୪୧), ନରେଶ ରାଜ ଯୋଶୀ (୪୨), ବିଶନ ଦତ୍ତ ଯୋଶୀ (୧୭), ଦୀପକ ଯୋଶୀ (୨୮), ଏବଂ କିଶନ ଯୋଶୀ (୪୬) । ଏମାନେ ସମସ୍ତେ ବିଥାଡ ଚିର ଗ୍ରାମର ବାସିନ୍ଦା। ସେହିପରି କେଦାରସ୍ୟୁ ଗ୍ରାମର ମୋହନ ଦେବ ଭଟ୍ଟ (୬୦) ଏବଂ କେଶବ ଭଟ୍ଟ (୨୭), ଜୟ ପୃଥ୍ବୀ ମ୍ୟୁନିସିପାଲିଟି-୭ ରୁ ବସନ୍ତ ରାଜ ରତଲା (୪୦) ଏବଂ ପୁଷ୍ପା ଅବସ୍ଥି (୪୦) ଏବଂ ବୈତାଡିର ପୁରଚୁନି ମ୍ୟୁନିସିପାଲିଟି-୭ ରୁ ସୁଶୀଲ ଯୋଶୀଙ୍କର ମୃତ୍ୟୁ ଘଟିଛି।
ଏହା ମଧ୍ୟ ପଢନ୍ତୁ

