NEET ପେପର୍ ଲିକ୍ ମାମଲାର ମାଷ୍ଟରମାଇଣ୍ଡ ପିଭି କୁଲକର୍ଣ୍ଣି ପୁଣେରୁ ଗିରଫ୍
NEET UG ପେପର୍ ଲିକ୍ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଫେସର ପିଭି କୁଲକର୍ଣ୍ଣିକୁ ପୁଣେରୁ CBI ଗିରଫ୍ କରିଛି । ମାମଲାରେ ଗିରଫଙ୍କ ସଂଖ୍ୟା 8ରେ ପହଞ୍ଚିଛି ।


Published : May 15, 2026 at 8:39 PM IST
ନୂଆଦିଲ୍ଲୀ/ପୁଣେ: NEET-UG ପେପର୍ ଲିକ୍ ମାମଲାରେ CBI ଏକ ବଡ଼ ସଫଳତା ପାଇଛି । CBI ପୁଣେରୁ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ପ୍ରଫେସର ପିଭି କୁଲକର୍ଣ୍ଣି ଭାବେ ଚିହ୍ନଟ କରାଯାଇଛି । ଆଜି (ଶୁକ୍ରବାର) CBI ଅଧିକାରୀମାନେ କହିଛନ୍ତି ଯେ, ଲାଟୁରର ବାସିନ୍ଦା ଏବଂ ରସାୟନ ବିଜ୍ଞାନର ବିଶେଷଜ୍ଞ କୁଲକର୍ଣ୍ଣି, ବହୁ ବର୍ଷ ଧରି NEET ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା କମିଟିର ଅଂଶ ଥିଲେ ।
CBI has arrested P. V. Kulkarni, identified as the kingpin in the NEET-UG 2026 paper leak case. Investigators said the Chemistry lecturer, who had access to exam papers through the NTA process, conducted special coaching classes in Pune where leaked questions and answers were… pic.twitter.com/KnTHQzedC8
— IANS (@ians_india) May 15, 2026
ପ୍ରଫେସର କୁଲକର୍ଣ୍ଣିଙ୍କୁ ପୁଣେସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା । ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଫେସର କୁଲକର୍ଣ୍ଣି ପ୍ରଶ୍ନପତ୍ର ପାଇବା ହେତୁ ତାଙ୍କ ଘରେ ସ୍ୱତନ୍ତ୍ର କୋଚିଂ କ୍ଲାସ ମଧ୍ୟ ଚଲାଇଥିଲେ ।
ମାମଲା ସହିତ ପରିଚିତ ଜଣେ ଅଧିକାରୀ କହିଛନ୍ତି, "୨୦୨୬ ଏପ୍ରିଲ ଶେଷ ସପ୍ତାହରେ, ପ୍ରଫେସର କୁଲକର୍ଣ୍ଣି ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ୱାଘମାରେଙ୍କ ସହାୟତାରେ ଛାତ୍ରମାନଙ୍କୁ ସଂଗଠିତ କରିଥିଲେ । ତଥାପି ମନୀଷା ୱାଘମାରେଙ୍କୁ ମେ ୧୪ ତାରିଖରେ ସିବିଆଇ ଗିରଫ କରିଥିଲା ।"
CBI arrests NEET paper leak 'kingpin' Chemistry professor from Pune: Officials
— Press Trust of India (@PTI_News) May 15, 2026
କେବଳ ଏତିକି ନୁହେଁ, ପ୍ରଫେସର କୁଲକର୍ଣ୍ଣି ଏହି ସ୍ୱତନ୍ତ୍ର କ୍ଲାସ୍ ସମୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ, ସେମାନଙ୍କର ବିକଳ୍ପ ଏବଂ ସଠିକ୍ ଉତ୍ତର ନିର୍ଦ୍ଦେଶିତ କରିଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରଛାତ୍ରୀମାନେ ସେହି ସବୁ ପ୍ରଶ୍ନଗୁଡ଼ିକୁ ସେମାନଙ୍କ ନୋଟବୁକରେ ନିଜ ହାତରେ ଲେଖିଥିଲେ, ଯାହା 3 ମେ ରେ ଅନୁଷ୍ଠିତ NEET-UG 2026 ପରୀକ୍ଷାର ପ୍ରକୃତ ପ୍ରଶ୍ନ ସହିତ ଠିକ୍ ମେଳ ଖାଉଥିଲା ।
CBI ଚଢ଼ାଉ
ଏହି ମାମଲାକୁ ନେଇ CBI ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଅନେକ ଅପରାଧିକ ଡକ୍ୟୁମେଣ୍ଟ ସହିତ, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଜବତ ସାମଗ୍ରୀର ଫୋରେନସିକ୍ ଏବଂ ବୈଷୟିକ ଯାଞ୍ଚ୍ ଚାଲିଛି ।
ଆହୁରି ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି
ଏହାକୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ 8 ଜଣଙ୍କୁ ଗିରଫ୍ କରାଯାଇ ସାରିଲାଣି । ଜୟପୁର, ଗୁରୁଗ୍ରାମ, ନାସିକ୍, ପୁଣେ ଏବଂ ଅହଲ୍ୟା ନଗରରୁ ମୋଟ୍ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟରେ ହାଜର କରାଯାଇ ସାତ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ- ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା: ଆସନ୍ତା ବର୍ଷଠାରୁ ଅନଲାଇନରେ ହେବ NEET ପରୀକ୍ଷା
ଏହା ମଧ୍ୟ ପଢ଼ନ୍ତୁ- ଜୁନ 21ରେ NEET-UG ପରୀକ୍ଷା, ନୂଆ ତାରିଖ ଘୋଷଣା କଲା NTA
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

