ETV Bharat / bharat

ବିସ୍ଫୋରକ ପ୍ରସ୍ତୁତ କରୁଥିବା କାରଖାନାରେ ଭୟଙ୍କର ବିସ୍ଫୋରଣ: 12 ଶ୍ରମିକ ମୃତ, 15 ଆହତ

ମହାରାଷ୍ଟ୍ର ନାଗପୁରର ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ । ଏଥିରେ 12 ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ପୋଲିସର ସୂଚନା । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ।

blast
ନାଗପୁର କାରଖାନାରେ ଭୟଙ୍କର ବିସ୍ଫୋରଣ (ETV Bharat)
author img

By ETV Bharat Odisha Team

Published : March 1, 2026 at 10:15 AM IST

|

Updated : March 1, 2026 at 11:46 AM IST

1 Min Read
Choose ETV Bharat

ନାଗପୁର(ମହାରାଷ୍ଟ୍ର): ମହାରାଷ୍ଟ୍ର ନାଗପୁରରେ ଏକ କାରଖାନାରେ ବଡ଼ଧରଣର ବିସ୍ଫୋରଣ । ଆଜି(ରବିବାର) ସକାଳୁ ନାଗପୁରର ରାଉଲଗାଁଓରେ ଥିବା SBL କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15 ଜଣ ଆହତ ହୋଇଛନ୍ତି । ଏନେଇ ସ୍ପଷ୍ଟ କରିଛି ସ୍ଥାନୀୟ ପୋଲିସ । ତେବେ ଆହତଙ୍କୁ ନାଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିସ୍ଫୋରକ ତିଆରି କାରଖାନାରେ ବିସ୍ଫୋରଣ:

କାଟୋଲ ଅଞ୍ଚଳରେ ବିସ୍ଫୋରକ ତିଆରି କରୁଥିବା କାରଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ସଙ୍ଗେ ସଙ୍ଗେ ଆହତଙ୍କୁ ନାଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି । ତେବେ ଆଜି(ରବିବାର) ସକାଳୁ ଏହି ବିସ୍ଫୋରଣ ହୋଇଥିବା ବେଳେ ଧୂଆଁମୟ ହୋଇଯାଇଛି ସ୍ଥାନୀୟ ଅଞ୍ଚଳ ।

ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ:

ତେବେ ମହାରାଷ୍ଟ୍ରର ମନ୍ତ୍ରୀ ଚନ୍ଦ୍ରଶେଖର ବୱାଲକୁଲେ ଏହି ଅଘଟଣ ସମ୍ପର୍କରେ ଜାଣିବା ପରେ ସାହାଯ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେହି ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି ।

ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି:

ତେବେ ଖବର ପାଇଁ ଘଟଣାସ୍ଥଳରେ ନାଗପୁର ଜିଲ୍ଲାପାଳ ଓ ଏସପି ପହଞ୍ଚିଛନ୍ତି । ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ତେବେ ଅନେକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:

ଆନ୍ଧ୍ର ପ୍ରଦେଶ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; 21 ଜୀବନ୍ତ ଦଗ୍ଧ, ପିଏମ୍ ମୋଦିଙ୍କ ଶୋକ ବାର୍ତ୍ତା

ଲାଇଭ ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ; ଇରାନ ଉପରେ ଇସ୍ରାଏଲ-ଆମେରିକା ମିଳିତ ଆକ୍ରମଣ, 444ଟି ଅନ୍ତର୍ଜାତୀୟ ବିମାନ ବାତିଲ ହେବାର ସମ୍ଭାବନା

କାରଖାନାରେ ବିସ୍ଫୋରଣ:

ସୂଚନା ଅନୁସାରେ, ଏହି କାରଖାନାରେ ଡିଟୋନେଟର ଓ ଖଣିରେ ବିସ୍ଫୋରଣ ପାଇଁ ବ୍ୟବହୃତ ବିସ୍ଫୋରକ ପ୍ରସ୍ତୁତ କରାଯାଏ । ଯାହାକି ନାଗପୁର ଠାରୁ 25 କିଲୋମିଟର ଦୂରରେ ଅବସ୍ଥିତ ।

ବାଣ କାରଖାନା ବିସ୍ଫୋରଣରେ 21 ମୃତ:

ଗତକାଲି(ଶନିବାର) ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏହି ଦୁଃଖଦ ଘଟଣାରେ 21 ଜଣଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ଦିନ 2ଟା ବେଳେ ଅଘଟଣ ଘଟିଥିଲା । ତେବେ ଘଟଣାକୁ 24 ଘଣ୍ଟା ନପୂରୁଣୁ ନାଗପୁର କାରଖାନାରେ ବିସ୍ଫୋରଣ ଘଟି 12 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : March 1, 2026 at 11:46 AM IST