ETV Bharat / bharat

ଆସାମ-କେରଳମ୍‌-ପୁଡୁଚେରୀରେ ମତଦାନ ଶେଷ: EVMରେ ସିଲ୍ ନେତାଙ୍କ ଭାଗ୍ୟ

Assembly Election 2026 Voting In Assam Kerala Puducherry Live Updates
କେରଳମ୍‌-ଆସାମ-ପୁଡୁଚେରୀ ବିଧାନସଭା ନିର୍ବାଚନ (ETV Bharat)
author img

By ETV Bharat Odisha Team

Published : April 9, 2026 at 6:59 AM IST

|

Updated : April 9, 2026 at 6:50 PM IST

Choose ETV Bharat

ଆଜି ଆସାମ, କେରଳମ୍‌ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ସରିଯାଇଛି । 2ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 296 ଆସନ ପାଇଁ ଭୋଟିଂ ହୋଇଯାଇଛି । ଆସାମରେ 126ଟି ଆସନ, କେରଳମ୍‌ରେ 140ଟି ଆସନ ଓ ପୁଡୁଚେରୀରେ 30 ବିଧାନସଭା ଆସନ ଅଛି । ଆସାମରେ 2.5 କୋଟି, କେରଳମ୍‌ରେ 2.7 କୋଟି ଓ ପୁଡୁଚେରୀରେ 9.4 ଲକ୍ଷ ଭୋଟର ସେମାନଙ୍କ ନେତା ଚୟନ କରିଛନ୍ତି । ସକାଳ 7ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ମତଦାନ କାର୍ଯ୍ୟକ୍ରମ ଚାଲିଥିଲା ।

ଆସାମରେ, ଦ୍ୱିପାକ୍ଷିକ ପ୍ରତିଯୋଗିତା ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ NDA, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛି । ଗୌରବ ଗୋଗୋଇଙ୍କ ନେତୃତ୍ୱରେ, କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ଏକ ଦଶନ୍ଧି ପରେ କ୍ଷମତାକପ ପୁଣି ଫେରିବାକୁ ଆଶା ରଖିଛି । ସେପଟେ AIUDF, ରାଇଜୋର ଦଳ ଏବଂ ଆସାମ ଜାତୀୟ ପରିଷଦ ଭଳି ଆଞ୍ଚଳିକ ଦଳମାନେ କିଛି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ଫଳାଫଳକୁ ପ୍ରଭାବିତ କରିପାରନ୍ତି । ଭୋଟିଂ ପାଇଁ ଆସାମରେ 31 ହଜାର 490ଟି ମତଦାନ କେନ୍ଦ୍ର କରାଯାଇଛି ।

କେରଳମ୍‌ର 140ଟି ନିର୍ବାଚନମଣ୍ଡଳୀରେ ଲଢ଼େଇ ଜୋରଦାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନେତୃତ୍ୱରେ LDF, କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF)କୁ ଚ୍ୟାଲେଞ୍ଜ କରି ତୃତୀୟ ଥର ପାଇଁ ବିଜୟୀ ହେବାକୁ ଆଶା ରଖିଛି । ବିଜେପି ନେତୃତ୍ୱାଧୀନ NDA, ଦକ୍ଷଣ ରାଜ୍ୟରେ ନିଜ ପତିଆରା ପାଇଁ ଚେଷ୍ଟା ଚଳାଇଛି ।

ପୁଡୁଚେରୀରେ, ଏନଡିଏ, କଂଗ୍ରେସ-ଡିଏମକେ ବ୍ଲକ ଏବଂ ଅଭିନେତା ବିଜୟଙ୍କ ନବଗଠିତ ତାମିଲଗା ଭେଟ୍ଟ୍ରି କାଝାଗମ (TVK) ମଧ୍ୟରେ ଏକ ବହୁମୁଖୀ ଲଢ଼େଇ ଦେଖିବାକୁ ମିଳୁଛି । ମୋଟ 1,099 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ।

LIVE FEED

6:37 PM, 9 Apr 2026 (IST)

ଆସାମ-କେରଳମ୍‌-ପୁଡୁଚେରୀରେ ମତଦାନ ଶେଷ, ସିଲ୍ ହେଲା EVM

ସରିଲା ମତଦାନ ପ୍ରକ୍ରିୟା । EVMରେ ସିଲ୍ ହେଲା ନେତାଙ୍କ ଭାଗ୍ୟ । 2ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ସରିଛି । ଆସନ୍ତା ମେ’ 4ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସଂନ୍ଧ୍ୟା 5ଟା ସୁଦ୍ଧା ଆସାମରେ 84.42%, ପୁଡୁଚେରୀରେ 86.92% ଓ କେରଳମ୍‌ରେ 75.01% ମତଦାନ ରେକର୍ଡ ହୋଇଛି ।

6:19 PM, 9 Apr 2026 (IST)

ସଂନ୍ଧ୍ୟା 5ଟା ସୁଦ୍ଧା ପୁଡୁଚେରୀରେ 86.92% ମତଦାନ ରେକର୍ଡ ହୋଇଛି

ସଂନ୍ଧ୍ୟା 5ଟା ସୁଦ୍ଧା ପୁଡୁଚେରୀରେ 86.92% ମତଦାନ ରେକର୍ଡ ହୋଇଛି

Voting by 5 pm.
ସଂନ୍ଧ୍ୟା 5ଟା ସୁଦ୍ଧା ମତଦାନ (ETV Bharat)

6:18 PM, 9 Apr 2026 (IST)

ସଂନ୍ଧ୍ୟା 5ଟା ସୁଦ୍ଧା କେରଳମ୍‌ରେ 75.01% ମତଦାନ ରେକର୍ଡ ହୋଇଛି

ସନ୍ଧ୍ୟା 5ଟା ସୁଦ୍ଧା କେରଳମ୍‌ରେ 75.01% ମତଦାନ ରେକର୍ଡ ହୋଇଛି

Voting by 5 pm.
ସଂନ୍ଧ୍ୟା 5ଟା ସୁଦ୍ଧା ମତଦାନ (ETV Bharat)

6:15 PM, 9 Apr 2026 (IST)

ସନ୍ଧ୍ୟା 5ଟା ସୁଦ୍ଧା ଆସାମରେ 84.42% ମତଦାନ ରେକର୍ଡ ହୋଇଛି

ସନ୍ଧ୍ୟା 5ଟା ସୁଦ୍ଧା ଆସାମରେ 84.42% ମତଦାନ ରେକର୍ଡ ହୋଇଛି

Voting by 5 pm.
ସଂନ୍ଧ୍ୟା 5ଟା ସୁଦ୍ଧା ମତଦାନ (ETV Bharat)

4:23 PM, 9 Apr 2026 (IST)

ଅପରାହ୍ଣ 3ଟା ସୁଦ୍ଧା ପୁଡୁଚେରୀରେ 72.40% ମତଦାନ ରେକର୍ଡ ହୋଇଛି

ଅପରାହ୍ଣ 3ଟା ସୁଦ୍ଧା ପୁଡୁଚେରୀରେ 72.40% ମତଦାନ ରେକର୍ଡ ହୋଇଛି

Voting by 3 pm.
ଅପରାହ୍ଣ 3ଟା ସୁଦ୍ଧା ମତଦାନ (ETV Bharat)

4:22 PM, 9 Apr 2026 (IST)

ଅପରାହ୍ଣ 3ଟା ସୁଦ୍ଧା କେରଳମ୍‌ରେ 62.71% ମତଦାନ ରେକର୍ଡ ହୋଇଛି

ଅପରାହ୍ଣ 3ଟା ସୁଦ୍ଧା କେରଳରେ 62.71% ମତଦାନ ରେକର୍ଡ ହୋଇଛି

Voting by 3 pm.
ଅପରାହ୍ଣ 3ଟା ସୁଦ୍ଧା ମତଦାନ (ETV Bharat)

4:21 PM, 9 Apr 2026 (IST)

ଅପରାହ୍ଣ 3ଟା ସୁଦ୍ଧା ଆସାମରେ 75.91% ମତଦାନ ରେକର୍ଡ ହୋଇଛି

ଅପରାହ୍ଣ 3ଟା ସୁଦ୍ଧା ଆସାମରେ 75.91% ମତଦାନ ରେକର୍ଡ ହୋଇଛି

Voting by 3 pm.
ଅପରାହ୍ଣ 3ଟା ସୁଦ୍ଧା ମତଦାନ (ETV Bharat)

3:57 PM, 9 Apr 2026 (IST)

'ମୋ ଭାଷା ଆପଣଙ୍କ ଠାରୁ ଭଲ' ସାମ୍ବାଦିକଙ୍କ ଉପରେ ରାଗି ଏମିତି କହିଲେ ହିମନ୍ତ ବିଶ୍ବଶର୍ମା

ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଗଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ସଂସଦରେ କଂଗ୍ରେସ ନେତା ପୱନ ଖେରାଙ୍କ ପ୍ରତି ଅପଶବ୍ଦ ବ୍ୟବାହାରକୁ ନେଇ ସାମ୍ବାଦିକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, "ମୋ ଭାଷା ଜନୈକ ଖବର ସଂସ୍ଥା ଭାଷା ଠାରୁ ଯଥେଷ୍ଟ ଭଲ ।" ଏହା ପରେ ମୁଖ୍ୟମନ୍ତ୍ରୀ ଓ ସମ୍ବାଦିକଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ।

ସଂସଦରେ କଂଗ୍ରେସ ନେତା ହିମନ୍ତ ବିଶ୍ବ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁଙ୍କ ନିକଟରେ ଏକାଧିକ ନାଗରିକତା ଓ ଦୁବାଇରେ ଥିବା ସମ୍ପତ୍ତିକୁ ନେଇ ପ୍ରଶ୍ନ କରିଥିଲେ ।

2:57 PM, 9 Apr 2026 (IST)

ସୋସିଆଲ ମିଡିଆରେ ମତଦାନ ପ୍ରକ୍ରିୟା ଭିଡିଓ ଭାଇରାଲ, ପୋଲିସ ପକ୍ଷରୁ ମାମଲା ରୁଜୁ

ଆସାମର କାର୍ବି ଆଙ୍ଗଲୋଙ୍ଗ ଠାରେ ମତଦାନ ପ୍ରକ୍ରିୟା ଚାଲୁଥିବା ବେଳେ ଏକ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଏହା ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି ।

ଏକ ମତଦାନ କେନ୍ଦ୍ର ଭିତରେ ନିର୍ବାଚନ ପ୍ରକ୍ରିୟା ଦେଖାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ସମ୍ପର୍କରେ କାର୍ବି ଆଙ୍ଗଲଙ୍ଗ ଜିଲ୍ଲା ପ୍ରଶାସନର ନଜରକୁ ଆସିଥିଲା । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମନ୍ତବ୍ୟ ଜାରି ହୋଇଛି ।

ଏହି ଘଟଣାକୁ ଗମ୍ଭୀରତାର ସହ ନେଇ, ୧୯୫୧ ମସିହାର ଜନପ୍ରତିନିଧି ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ତୁରନ୍ତ ଏକ ମାମଲା ଦାଏର କରାଯାଇଛି । ଏହା ସହିତ ତଥ୍ୟ ସଂଗ୍ରହ ସହିତ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି । ନିର୍ବାଚନୀ ଆଇନ ଉଲ୍ଲଂଘନ ବିରୁଦ୍ଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତବ୍ୟରେ କୁହାଯାଇଛି ।

2:52 PM, 9 Apr 2026 (IST)

ମତଦାନର ଶେଷ ପର୍ଯ୍ୟନ୍ତ ସଜାଗ ରହିବାକୁ ଭୋଟରଙ୍କୁ ଆହ୍ୱାନ କଲେ ବିଜୟ

ଅଭିନେତା ବିଜୟଙ୍କ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମ, ପୁଡୁଚେରୀରେ ଏକ ନୂଆ ରାଜନୈତିକ ଶକ୍ତି ଭାବରେ ଉଭା ହୋଇଛି । ସେ ଭୋଟରମାନଙ୍କୁ ମତଦାନ ଶେଷ ହେବା ପର୍ଯ୍ୟନ୍ତ ସତର୍କ ରହିବାକୁ ଏବଂ ସେମାନେ ସେମାନଙ୍କର ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ।

ବିଜୟ ତାଙ୍କ X ହ୍ୟାଣ୍ଡେଲରେ ପୋଷ୍ଟ ଲେଖିଛନ୍ତି,"ପୁଡୁଚେରୀର ଭୋଟରମାନେ, ଏହି ନିର୍ବାଚନରେ ​​ଆଉ ମାତ୍ର କିଛି ଘଣ୍ଟା ବାକି ଥିବାରୁ, ମୁଁ ଆପଣଙ୍କୁ ମତଦାନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସତର୍କ ରହିବାକୁ ଏବଂ ଆପଣଙ୍କର ଭୋଟ୍ ଦେବାକୁ ଅନୁରୋଧ କରୁଛି ।"

2:46 PM, 9 Apr 2026 (IST)

ଆଶା କରୁଛି ଯେ ଆମେ ଆମର 90% ଲକ୍ଷ୍ୟ ହାସଲ କରିପାରିବୁ: ନିର୍ବାଚନ କମିଶନ

କେରଳମ୍‌ ମୁଖ୍ୟ ନିର୍ବାଚନ ଅଧିକାରୀ ରଥନ ୟୁ କେଲକର କହିଛନ୍ତି, "କେରଳମ୍‌ରେ ନିର୍ବାଚନ ବହୁତ ଶାନ୍ତିପୂର୍ଣ୍ଣ ଏବଂ ବହୁତ ପ୍ରଗତିଶୀଳ ହୋଇଛି । ଆମେ ଆମର ମତଦାନ ପ୍ରତିଶତର ପ୍ରାୟ 40% ଅତିକ୍ରମ କରିଛୁ । ଧାରା ଦେଖି, ଆମେ ବହୁତ ଆଶାବାଦୀ ଯେ ଆମେ ଆମର 90% ଲକ୍ଷ୍ୟରେ ପହଞ୍ଚିପାରିବୁ । ମତଦାନ ସକାଳ 7ଟାରେ ସମୟ ଅନୁସାରେ ଆରମ୍ଭ ହୋଇଥିଲା ଏବଂ ସନ୍ଧ୍ୟା 6ଟାରେ ଆମେ ମତଦାନ ବନ୍ଦ କରିବୁ । ବହୁ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ଦେଖିବା ବହୁତ ଉତ୍ସାହିତ।"

ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ଆଶା କରୁଛୁ ଯେ, ଆମେ ଆମର ଲକ୍ଷ୍ୟ ପୂରଣ କରିପାରିବୁ । ଏଥର, ପ୍ରଥମ ଥର ପାଇଁ ଭୋଟରମାନେ ମଧ୍ୟ ବହୁ ସଂଖ୍ୟାରେ ଭୋଟ ଦେଇଛନ୍ତି ।"

2:04 PM, 9 Apr 2026 (IST)

ଆସାମରେ ନିର୍ବାଚନୀ ହିଂସା

ଆସାମର ଦୁଇଟି ସ୍ଥାନରେ ନିର୍ବାଚନ ସମ୍ପର୍କିତ ହିଂସା ଘଟଣାରେ 7 ଜଣଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ, ସକାଳେ ମତଦାନ ଆରମ୍ଭ ହେବା ପରେ ଅନେକ ପୋଲିଂ ବୁଥରେ ଛୋଟମୋଟ ସଂଘର୍ଷ ମଧ୍ୟ ଘଟିଥିଲା, ଯେଉଁଥିରେ ଲୋକମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

1:53 PM, 9 Apr 2026 (IST)

ଅପରାହ୍ନ 1ଟା ସୁଦ୍ଧା ମତଦାନ

ଅପରାହ୍ନ 1ଟା ସୁଦ୍ଧା ଆସାମରେ 59.63 ପ୍ରତିଶତ, କେରଳରେ 49.70 ପ୍ରତିଶତ ଏବଂ ପୁଡୁଚେରୀରେ 56.83 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

1:49 PM, 9 Apr 2026 (IST)

ମାନ୍ନାଡିପେଟରେ କଂଗ୍ରେସ କର୍ମୀମାନଙ୍କୁ ଘଉଡ଼ାଇବା ପାଇଁ ବଳ ପ୍ରୟୋଗ କଲା ପୋଲିସ

ପୁଡୁଚେରୀର ମନ୍ନାଡିପେଟରେ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ । ଗୋଟିଏ ଗୋଷ୍ଠୀ ମତଦାନ କେନ୍ଦ୍ର ଭିତରେ ଭୋଟ ପାଇଁ ପ୍ରଚାର କରୁଥିବା ଅଭିଯୋଗ । କଂଗ୍ରେସ କର୍ମୀମାନେ ମତଦାନ କେନ୍ଦ୍ର ଭିତରେ ଉପସ୍ଥିତ ବିଜେପି କର୍ମକର୍ତ୍ତାଙ୍କ ଉପରେ ଆପତ୍ତି ଉଠାଇଥିଲେ । ସେମାନେ ଦାବି କରିଥିଲେ ,ଯେ ବିଜେପି ଦଳର କର୍ମୀମାନେ ପ୍ରଚାରରେ ସାମିଲ ଥିଲେ ଯାହା ମତଦାନ ଚାଲିଥିବା ସମୟରେ ଅନୁମତିପ୍ରାପ୍ତ ନୁହେଁ । ଏହି ଖବର ଜଣାପଡ଼ିବା ମାତ୍ରେ, ଥିରୁକାନୁର ସରକାରୀ ସ୍କୁଲର ଏକ ମତଦାନ କେନ୍ଦ୍ରରେ କଂଗ୍ରେସ କର୍ମୀମାନେ ଏକାଠି ହେବା ଆରମ୍ଭ କରିଥିଲେ । ସୁରକ୍ଷାରେ ସାମିଲ ଥିବା ପୋଲିସ ସମବେତ କର୍ମୀମାନଙ୍କୁ ଗହଳି ନକରିବା ପାଇଁ ପରାମର୍ଶ ଦେଇଥିଲେ, ଯାହାକୁ କଂଗ୍ରେସ କର୍ମୀମାନେ କର୍ଣ୍ଣପାତ କରିନଥିଲେ । ପରେ ପୋଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଥିଲା । କୌଣସି ବାଧା ବିନା ମତଦାନ ଜାରି ରହିଥିଲା । କଂଗ୍ରେସ ଏହି ଆସନରୁ ଟିପିଆର ସେଲଭାମେଙ୍କୁ ପ୍ରାର୍ଥୀ କରିଛି । ମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି ।

1:42 PM, 9 Apr 2026 (IST)

ଭୋଟ ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

ଆସାମ ମୁଖ୍ୟମନ୍ତ୍ରୀ ଏବଂ ଜାଲୁକବାରି ପ୍ରାର୍ଥୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା ଏବଂ ପିଲାମାନଙ୍କ ସହିତ କାମପୁରର ଏକ ମତଦାନ କେନ୍ଦ୍ରରେ ଆସାମ ବିଧାନସଭା ନିର୍ବାଚନ 2026 ପାଇଁ ଭୋଟ ଦେଇଛନ୍ତି ।

12:56 PM, 9 Apr 2026 (IST)

ଉପନିର୍ବାଚନ ମତଦାନ ପ୍ରତିଶତ

11ଟା ସୁଦ୍ଧା କର୍ଣ୍ଣାଟକର ବାଗଲକୋଟ ଆସନରେ 27.83 % ଏବଂ ଦାଭାନଗେରେ ଦକ୍ଷିଣ ଆସନରେ 22.01 %, ନାଗାଲାଣ୍ଡର କୋରିଡାଙ୍ଗ ଆସନରେ 41.06% ଏବଂ ତ୍ରିପୁରାର ଧର୍ମନଗରରେ 33.51 % ମତଦାନ ରେକର୍ଡ କରାଯାଇଛି ।

Voter Turnout
ଉପନିର୍ବାଚନ ମତଦାନ ପ୍ରତିଶତ (Screengrab from ecinet)

12:08 PM, 9 Apr 2026 (IST)

ଆସାମରେ ସକାଳ 11ଟା ସୁଦ୍ଧା 38.92% ମତଦାନ ରେକର୍ଡ

ସକାଳ ୧୧ଟା ସୁଦ୍ଧା ଆସାମରେ ୩୮.୯୨% ମତଦାନ ହୋଇଛି । ମାଜୁଲି ଜିଲ୍ଲାରେ ସର୍ବାଧିକ ୪୪.୩୦% ମତଦାନ ହୋଇଛି । କାମରୂପ (ମେଟ୍ରୋ)ରେ ଏପର୍ଯ୍ୟନ୍ତ ସର୍ବନିମ୍ନ ୩୧.୮୭% ମତଦାନ ହୋଇଛି ।

Assembly Election 2026 Voting In Assam
ଆସାମରେ ସକାଳ 11ଟା ସୁଦ୍ଧା 38.92% ମତଦାନ ରେକର୍ଡ (ETV Bharat)

12:07 PM, 9 Apr 2026 (IST)

କେରଳମ୍‌ରେ ସକାଳ 11ଟା ସୁଦ୍ଧା 33.28% ମତଦାନ ରେକର୍ଡ

କେରଳମ୍‌ରେ ସକାଳ ୧୧ଟା ସୁଦ୍ଧା ମତଦାନ ପ୍ରତିଶତ ୩୩.୨୮% ରହିଛି । ପଲକ୍କଡ ଜିଲ୍ଲାରେ ସର୍ବାଧିକ (୩୪.୦୫%) ମତଦାନ ହୋଇଥିବା ବେଳେ କାସରଗଡରେ ଏପର୍ଯ୍ୟନ୍ତ ସର୍ବନିମ୍ନ (୩୧.୨୦%) ମତଦାନ ହୋଇଛି ।

Assembly Election 2026 Voting In kerala
କେରଳମ୍‌ରେ ସକାଳ 11ଟା ସୁଦ୍ଧା 33.28% ମତଦାନ ରେକର୍ଡ (ETV Bharat)

12:05 PM, 9 Apr 2026 (IST)

ପୁଡୁଚେରୀ ସକାଳ 11ଟା ସୁଦ୍ଧା 37.06% ମତଦାନ ରେକର୍ଡ

ଭାରତୀୟ ନିର୍ବାଚନ କମିଶନଙ୍କ ସଦ୍ୟତମ ସଂଖ୍ୟା ଅନୁଯାୟୀ, ପୁଡୁଚେରୀରେ ସକାଳ 11ଟା ସୁଦ୍ଧା 37.06% ମତଦାନ ରେକର୍ଡ କରାଯାଇଛି । କରିଆକାଲ ଜିଲ୍ଲାରେ 36.96% ମତଦାନ ହୋଇଛି । ପୁଡୁଚେରୀରେ ଏପର୍ଯ୍ୟନ୍ତ 37.08 ପ୍ରତିଶତ ମତଦାନ ହୋଇଛି ।

Assembly Election 2026 Voting In Puducherry
ପୁଡୁଚେରୀ ସକାଳ 11ଟା ସୁଦ୍ଧା 37.06% ମତଦାନ ରେକର୍ଡ (ETV Bharat)

11:12 AM, 9 Apr 2026 (IST)

ଭୋଟ୍ ଦେଲେ ଗୌରବ ଗୋଗୋଇ

କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଜୋରହାଟର ଡିସିବି ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଥାପିତ ଏକ ପୋଲିଂ ବୁଥରେ ଭୋଟ ଦେଇଛନ୍ତି । ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ କହିଛନ୍ତି "ଆଜି ଆସାମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ବ୍ୟକ୍ତିଗତ ଭାବରେ, ମୁଁ ଭାଗ୍ୟବାନ ଯେ, ଆଜି ମୋ ମାଆ ମଧ୍ୟ ଏଠାକୁ ଭୋଟ ଦେବାକୁ ଆସିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଲୋକସଭା ନିର୍ବାଚନ ସମୟରେ ଭୋଟ ଦେଇପାରି ନଥିଲେ । ସେ ଆଜି ମୋତେ ଆଶୀର୍ବାଦ କରିଛନ୍ତି ।"

ସେ ଆହୁରି କହିଛନ୍ତି, "ଆମେ ଗଣତନ୍ତ୍ର ଏବଂ ଆସାମର ମୂଳକୁ ମଜବୁତ କରିବାକୁ ଚାହୁଁଛୁ...ଆସାମର ଲୋକମାନେ ଏକ ନୂତନ ଆସାମ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ।"

10:31 AM, 9 Apr 2026 (IST)

9ଟା ସୁଦ୍ଧା ପୁଡୁଚେରୀରେ 17.41 % ମତଦାନ ରେକର୍ଡ

ଭାରତୀୟ ନିର୍ବାଚନ କମିଶନ (ECI) ଦ୍ୱାରା ପ୍ରଦାନ କରାଯାଇଥିବା ମତଦାନ ଟ୍ରେଣ୍ଡ ଫିଚର ଅନୁଯାୟୀ, ସକାଳ 9ଟା ସୁଦ୍ଧା ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ 17.41 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଏଠାରେ ଥିବା ସମସ୍ତ 1,099 ମତଦାନ କେନ୍ଦ୍ରରେ ସକାଳ 7ଟାରେ ମତଦାନ ଆରମ୍ଭ ହୋଇଥିଲା । କେନ୍ଦ୍ର ଶାସିତ ଅଞ୍ଚଳର ଏକ ଅଣ-ସଂଲଗ୍ନ ଅଞ୍ଚଳ ମାହେ ନିର୍ବାଚନମଣ୍ଡଳୀରେ ସର୍ବନିମ୍ନ 13.42 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

10:29 AM, 9 Apr 2026 (IST)

କେରଳମ୍‌ରେ ସକାଳ 9ଟା ସୁଦ୍ଧ 16.26% ମତଦାନ

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ସକାଳ 9ଟା ସୁଦ୍ଧା କେରଳମ୍‌ରେ 16.26% ମତଦାନ ରେକର୍ଡ କରାଯାଇଛି ।

Kerala Assembly Election 2026 Voting
କେରଳମ୍‌ରେ ସକାଳ 9ଟା ସୁଦ୍ଧ 16.26% ମତଦାନ (ETV Bharat)

9:36 AM, 9 Apr 2026 (IST)

ସକାଳ 9.30 ସୁଦ୍ଧା ଆସାମରେ 17 ପ୍ରତିଶତ ମତଦାନ ରେକର୍ଡ

ନିର୍ବାଚନ କମିଶନ ୱେବସାଇଟ ଅନୁଯାୟୀ, ଆସାମ ସମସ୍ତ ୧୨୬ ବିଧାନସଭା ଆସନରେ ମତଦାନ ଜାରି ରହିଥିବା ବେଳେ ସକାଳ 9.30ଟା ସୁଦ୍ଧା ୧୭.୪୭ ପ୍ରତିଶତ ମତଦାନ ହୋଇଛି । ମାଜୁଲି ଜିଲ୍ଲାରେ ସର୍ବାଧିକ ୨୦.୦୩ ପ୍ରତିଶତ ମତଦାନ ହୋଇଥିବା ବେଳେ ପଶ୍ଚିମ କାର୍ବି ଆଙ୍ଗଲଙ୍ଗରେ ସର୍ବନିମ୍ନ ୧୫.୩୫ ପ୍ରତିଶତ ମତଦାନ ହୋଇଛି ।

Assembly Election 2026 Voting In Assam
ଆସାମ ମତଦାନ ରେକର୍ଡ (ETV Bharat)

9:05 AM, 9 Apr 2026 (IST)

ପରିବର୍ତ୍ତନର ସମୟ ଆସିଛି ଏବଂ UDF ହେଉଛି ସେହି ପରିବର୍ତ୍ତନ: ପ୍ରିୟଙ୍କା ଗାନ୍ଧୀ

ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ 'X'ରେ ଏକ ପୋଷ୍ଟରେ କହିଛନ୍ତି, "କେରଳର ପ୍ରତ୍ୟେକଙ୍କୁ, ମୁଁ ହୃଦୟରୁ କହୁଛି, ଆପଣ ଏପରି ଏକ ସରକାର ପାଇବାକୁ ଯୋଗ୍ୟ ଯିଏ ଆପଣଙ୍କ କଥା ଶୁଣିବ, ଆପଣଙ୍କ ସଂଘର୍ଷକୁ ବୁଝିବ, ଏବଂ ଆପଣଙ୍କ ମଙ୍ଗଳ ପାଇଁ ଦିନରାତି କାମ କରିବ, ନିଜ ପାଇଁ ନୁହେଁ, ଦୁର୍ନୀତି ପାଇଁ ନୁହେଁ, ଏବଂ କେବଳ କ୍ଷମତାରେ ରହିବା ପାଇଁ ନୁହେଁ, ବରଂ ଆପଣଙ୍କୁ ପ୍ରଥମେ ରଖିବା ପାଇଁ । ପରିବର୍ତ୍ତନ ବାଛିବାର ସମୟ ଆସିଛି । UDF ହେଉଛି ସେହି ପରିବର୍ତ୍ତନ ।"

8:06 AM, 9 Apr 2026 (IST)

'ଆସାମକୁ ନୂତନ ଶିଖରରେ ପହଞ୍ଚାଇବା' ପାଇଁ ଭୋଟ ଦେବାକୁ ହିମନ୍ତ ବିଶ୍ୱ ଶର୍ମା ଆସାମବାସୀଙ୍କୁ ଅନୁରୋଧ କରିଛନ୍ତି

ଆଜି ଆସାମ ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବା ସମୟରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲୋକମାନଙ୍କୁ "ଗଣତନ୍ତ୍ରକୁ ସୁଦୃଢ଼ ​​କରିବା ଏବଂ ଆସାମକୁ ନୂତନ ଶିଖରରେ ପହଞ୍ଚାଇବା" ପାଇଁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ।

Xରେ ଏକ ପୋଷ୍ଟରେ ସେ କହିଛନ୍ତି "ଆଜି, ଆସାମ ଭୋଟ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ, ଏକ ଉନ୍ନତ ଆସାମ ଗଠନ ପଥରେ ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ । ଗଣତନ୍ତ୍ରର ଏହି ପର୍ବ ଅବସରରେ, ମୁଁ ସମସ୍ତଙ୍କୁ ଗଣତନ୍ତ୍ରକୁ ସୁଦୃଢ଼ ​​କରିବା ଏବଂ ଆସାମକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି ।"

7:59 AM, 9 Apr 2026 (IST)

କେରଳ ଭୋଟିଂ

କେରଳମ୍‌ ରାଜ୍ୟ କଂଗ୍ରେସ ସଭାପତି ତଥା ପେରାଭୁର ପ୍ରାର୍ଥୀ ସନି ଯୋସେଫ କନ୍ନୁରର ଏକ ପୋଲିଂ ବୁଥରେ ଭୋଟ ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ଗୁରୁଭାୟୁର ଦକ୍ଷିଣ ପାର୍ଟ ବୁଥ୍ ନମ୍ବର 137ରେ ଥିବା ଗୁରୁଭାୟୁର ଦେବସ୍ୱମ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ତାଙ୍କର ଭୋଟ ଦେଇଛନ୍ତି ।

7:44 AM, 9 Apr 2026 (IST)

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ, ପୁଡୁଚେରୀର ଭବିଷ୍ୟତ ଗଠନ ପାଇଁ ଭୋଟ ଦିଅନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଡୁଚେରୀର ଭୋଟରମାନଙ୍କୁ ଭୋଟ ଦେଇ ଏହାକୁ ଏକ ରେକର୍ଡ କରିବାକୁ ଅନୁରୋଧ କରିଛନ୍ତି । ସେ ଯୁବପିଢ଼ି ଏବଂ ମହିଳାମାନଙ୍କୁ ଭୋଟ ଦେଇ ଗଣତନ୍ତ୍ରକୁ ସୁଦୃଢ଼ ​​କରିବାରେ ଯୋଗଦାନ ଦେବାକୁ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ପ୍ରତ୍ୟେକ ଭୋଟ "ଭବିଷ୍ୟତ ପୁଡୁଚେରୀକୁ ଗଠନ" କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ ।

Xରେ ପୋଷ୍ଟ କରି ପ୍ରଧାନମମନ୍ତ୍ରୀ ଲେଖିଛନ୍ତି, "ପୁଡୁଚେରୀ ବିଧାନସଭା ନିର୍ବାଚନ ଆରମ୍ଭ ହେବା ସହିତ, ମୁଁ ପ୍ରତ୍ୟେକ ଭୋଟରଙ୍କୁ ବାହାରକୁ ଆସି ରେକର୍ଡ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି । ମୁଁ ବିଶେଷକରି ଆମର ଯୁବପିଢ଼ି ଏବଂ ମହିଳା ଭୋଟରମାନଙ୍କୁ ଗଣତନ୍ତ୍ରର ପ୍ରକ୍ରିୟାକୁ ସୁଦୃଢ଼ ​​କରିବାକୁ ନିବେଦନ କରୁଛି । ପୁଡୁଚେରୀର ଭବିଷ୍ୟତ ଗଠନରେ ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ ।

7:16 AM, 9 Apr 2026 (IST)

ଉପନିର୍ବାଚନ ପାଇଁ ମତଦାନ

କର୍ଣ୍ଣାଟକ, ନାଗାଲାଣ୍ଡ ଏବଂ ତ୍ରିପୁରାର 4ଟି ଆସନରେ ଉପନିର୍ବାଚନ ହେଉଛି । ଆଜି ସକାଳ 7ଟାରୁ କର୍ଣ୍ଣାଟକର ବାଗଲକୋଟ ଏବଂ ଦାଭାନଗେରେ ଦକ୍ଷିଣ ଆସନ, ନାଗାଲାଣ୍ଡର କୋରିଡାଙ୍ଗ ଆସନ ଏବଂ ତ୍ରିପୁରାର ଧର୍ମନଗରରେ ମତଦାନ ଆରମ୍ଭ ହୋଇଛି ।

7:07 AM, 9 Apr 2026 (IST)

ମତଦାନ ଆରମ୍ଭ

କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ସହିତ ଆସାମ ଏବଂ କେରଳମ୍‌ରେ ମତଦାନ ଆରମ୍ଭ । 5.3 କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ଏବଂ 296ଟି ଆସନ ପାଇଁ ନିର୍ବାଚନ ହେଉଛି ।

Last Updated : April 9, 2026 at 6:50 PM IST